Health Tips: ସ୍ୱାସ୍ଥ୍ୟ ପାଇଁ ବରଦାନ ସଦୃଶ୍ୟ ହୋଇଥାଏ ସାଗୁ, ଖାଇଲେ ମିଳିଥାଏ ଏହିସବୁ ଫାଇଦା!
Advertisement
Article Detail0/zeeodisha/odisha1663792

Health Tips: ସ୍ୱାସ୍ଥ୍ୟ ପାଇଁ ବରଦାନ ସଦୃଶ୍ୟ ହୋଇଥାଏ ସାଗୁ, ଖାଇଲେ ମିଳିଥାଏ ଏହିସବୁ ଫାଇଦା!

Health Tips: ସାଗୁ  ଶରୀର ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ। ଏଥିରେ ଫାଇବର, ଆଇରନ, ପୋଟାସିୟମ୍, କ୍ୟାଲସିୟମ୍  ଓ ଆଣ୍ଟିଅକ୍ସିଡାଣ୍ଟ ଗୁଣ ପର୍ଯ୍ୟାପ୍ତ ପରିମାଣରେ ଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। 

ସୌ(ସୋସିଆଲ ମିଡିଆ)

Health Tips: ସାଗୁ (Sago) ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ। ପର୍ବ ପର୍ବାଣୀରେ ଉପବାସ ରହିବା ବେଳେ ପ୍ରାୟତଃ ସମସ୍ତେ ସାଗୁ ଖାଇବା ପାଇଁ ପସନ୍ଦ କରିଥାଆନ୍ତି। ଅନେକ ଲୋକ ଏହାକୁ ସକାଳ ଜଳଖିଆ ଭାବରେ ମଧ୍ୟ ଗ୍ରହଣ କରନ୍ତି। ଏହାଛଡା ଛୋଟ ଛୁଆ ମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସାଗୁ ଖାଇବାକୁ ଦିଆଯାଏ। ଏହା ପେଟକୁ ଥଣ୍ଡା ରଖେ ବୋଲି ସମସ୍ତେ ଜାଣିଥିବେ। କିନ୍ତୁ ଏହାର ଉପକାରୀ ଗୁଣ ବିଷୟରେ ହୁଏତ କେହି ଅବଗତ ନଥିବେ। ଏହା ଏକ ପୁଷ୍ଟିକର ଖାଦ୍ୟ ଅଟେ। ଏଥିରେ ଫାଇବର, ଆଇରନ, ପୋଟାସିୟମ୍ (Potassium), କ୍ୟାଲସିୟମ୍ (Calcium) ଓ ଆଣ୍ଟିଅକ୍ସିଡାଣ୍ଟ (Antioxidant) ଗୁଣ ପର୍ଯ୍ୟାପ୍ତ ପରିମାଣରେ ଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଏହାଛଡା ଏହା ଏକ ସନ୍ତୁଳିତ ଖାଦ୍ୟ ଅଟେ। ଏଥିରେ ପ୍ରୋଟିନ୍, ମିନେରାଲ୍ସ (Minerals) ଓ କାର୍ବୋହାଇଡ୍ରେଟ୍ (Carbohydrates) ମଧ୍ୟ ରହିଥାଏ। ସାଗୁରୁ ପ୍ରସ୍ତୁତ ଖିରି, ଖେଚୁଡି ଓ ବରା ଆଦି ବହୁତ ସ୍ୱାଦିଷ୍ଟ ହୋଇଥାଏ। ଏହା ଏକ ଷ୍ଟାର୍ଚ୍ଚି (Starchy) ପଦାର୍ଥ ଅଟେ। ଏହାକୁ ତାଳ ବା ଖଜୁରୀ ଜାତୀୟ ଗଛରୁ ପ୍ରସ୍ତୁତ କରାଯାଇଥାଏ। ଏହି ଗଛର ଗଣ୍ଡି ମଧ୍ୟରେ ଥିବା ଧଳା ପଦାର୍ଥରୁ ବାହାର କରି ଏହାକୁ ଶୁଖାଇ ପାଉଡ଼ରରେ ପରିଣତ କରାଯାଏ। ଏହାପରେ ଏହାକୁ ବିଭିନ୍ନ ଋପରେ ବ୍ୟବହାର କରାଯାଉଥିଲେ ମଧ୍ୟ ଏହାର ଅଧିକାଂଶ ବ୍ୟବହାର “ସାଗୁ ଦାନା” ଆକାରରେ କରାଯାଏ। ଯାହାକି ମୋତି ପରି ଦେଖାଯାଏ।

ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଏହି ପୁଷ୍ଟିକର ଖାଦ୍ୟରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ଏଥିରେ ଅଧିକ ପରିମାଣର କ୍ୟାଲୋରୀ ମଧ୍ୟ ରହିଥାଏ। କାରଣ ମୌଳିକ ଭାବରେ ଏହା ଷ୍ଟାର୍ଚରୁ ପ୍ରସ୍ତୁତ। ଯେଉଁଥିରେ କାର୍ବସ ଥାଏ। ଏହା ଶରୀରକୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରିଥାଏ । କିନ୍ତୁ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ ସାଗୁ ତ୍ୱଚା (Sago for skin) ପାଇଁ ମଧ୍ୟ ବେଶ୍‌ ଉପକାରୀ ହୋଇଥାଏ। ତ୍ୱଚାର ଚମକ ପାଇଁ ମଧ୍ୟ ଆପଣ ସାଗୁ ବ୍ୟବହାର କରାଯାଇଥାଏ। ଏପରିକି ଆପଣ ଚେହେରାକୁ ଚମକଦାର ବନାଇବାକୁ ସାଗୁର ଫେସ୍‌ପ୍ୟାକ୍‌ (Face pack) ତିଆରି କରି ଲଗାଇ ପାରିବେ। ଏହାଛଡା କେଶ ଜନିତ ସମସ୍ୟାକୁ (Hair Fall) ଦୂର କରିବା ପାଇଁ ମଧ୍ୟ ସାଗୁ ଦାନା ବ୍ୟବହାର କରାଯାଇଥାଏ। ଏଥିରୁ ପ୍ରସ୍ତୁତ ହେୟାର ମାସ୍କ (Hair Mask) ଲଗାଇଲେ ସମସ୍ତ ପ୍ରକାରର କେଶ ସମସ୍ୟା ଦୂର ହୋଇଥାଏ । ସାଗୁକୁ ପାଣିରେ ଫୁଟାଇ ଥଣ୍ଡା ଥଣ୍ତା ହେବା ପରେ ଏଥିରେ ଘିଅକୂଆଁରୀ (Aloe Vera) ରସ ମିଶାଇ କେଶରେ ଲଗାଇଲେ ସୁଫଳ ମିଳିଥାଏ।

ଆସନ୍ତୁ ଜାଣିବା ସାଗୁର ସ୍ୱାସ୍ଥ୍ୟ ଉପକାରୀ ଗୁଣ

ହାଡ ସୁସ୍ଥ ରଖିବାରେ ସାହାଯ୍ୟ କରେ

ସାଗୁରେ ପ୍ରଚୁର ପରିମାଣର ଭିଟାମିନ୍ (K), ଆଇରନ (Iron) ଓ କ୍ୟାଲସିୟମ୍ (calcium) ରହିଥାଏ। ଏହା ହାଡ଼ ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ। ହାଡକୁ ମଜବୁତ ରଖିବା ପାଇଁ ନିୟମିତ ଭାବରେ ସାଗୁ ଖାଇପାରିବେ। ହାଡର ବିକାଶ ପାଇଁ ସାଗୁ ନିତ୍ୟାନ୍ତ ଆବଶ୍ୟକ। ଏହା ବ୍ୟତୀତ ଏହା ମାଂସପେଶୀ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ।

ରକ୍ତ ସଞ୍ଚାଳନରେ ସାହାଯ୍ୟ କରେ

ସାଗୁରେ ଥିବା ଆଇରନ ଶରୀରରେ ଲାଲରକ୍ତ କଣିକା ପ୍ରସ୍ତୁତ କରିବାରେ ସହାୟକ ହୋଇଥାଏ। ଶରୀରରେ ଏହା ରକ୍ତହୀନତାକୁ ଦୂର କରିଥାଏ। ଏନିମିଆର ଶିକାର ଲୋକଙ୍କୁ ସାଗୁ ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦିଅନ୍ତି। ମୁହଁରୁ ଦାଗ, ବ୍ରଣ, କଳାପଣ ଦୂର କରିବାରେ ମଧ୍ୟ ସାଗୁ‌ ସାହାଯ୍ୟ କରେ।

ଉଚ୍ଚ ରକ୍ତଚାପରୁ ମୁକ୍ତି ଦେଇଥାଏ

ଉଚ୍ଚ ରକ୍ତଚାପର ଶିକାର ବ୍ୟକ୍ତିଙ୍କ ପାଇଁ ସାଗୁ ସଞ୍ଜିବନୀ ପରି କାମ କରିଥାଏ। ଏଥିରେ ପୋଟାସିୟମ୍ (Potassium) ପ୍ରଚୁର ପରିମାଣରେ ମିଳିଥାଏ, ଯେଉଁଥିପାଇଁ ଶରୀରରେ ରକ୍ତ ସଞ୍ଚାଳନ ସଠିକ୍ ଭାବରେ କାମ କରିଥାଏ । ଏହା ମଧ୍ୟ ରକ୍ତପ୍ରବାହ ସରଳ କରିଥାଏ। ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ। ସାଗୁ ଖାଇବା ଦ୍ୱାରା ଚାପ (Mental Pressure) କମିଯାଏ, ଯାହା ଷ୍ଟ୍ରୋକ୍ ଓ ହୃଦଘାତର (Heart attack) ଆଶଙ୍କା ହ୍ରାସ କରିଥାଏ । ସାଗୁ ଖାଇବା ଦ୍ୱାରା ଧମନୀରେ ପ୍ଲେକ୍‌ ନିର୍ମାଣ ବନ୍ଦ ହୋଇଥାଏ । ଏହି ପ୍ଲେକ୍‌ ଗୁଡିକ ଶିରାରେ ରକ୍ତ ସଞ୍ଚାଳନକୁ ଧିମା କରିଥାଏ। ଫଳରେ ରକ୍ତଚାପର (High blood pressure) ସମସ୍ୟା ଦେଖା ଦେଇଥାଏ।

ପ୍ରୋଟିନରେ ଭରପୂର ସାଗୁ

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶରୀରରେ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍ ରହିବା ଆବଶ୍ୟକ। କୋଷଗୁଡ଼ିକର ମରାମତି ଓ ନୂତନ କୋଷ ଗଠନ ପାଇଁ ପ୍ରୋଟିନ୍ ଆବଶ୍ୟକ। ହାଡ଼ ଓ ମାଂସପେଶୀର ସଠିକ୍ ବିକାଶ ସହ ଶରୀରକୁ ଜୀବାଣୁରୁ ରକ୍ଷା କରିବା ପାଇଁ ଆମ ଶରୀର ପ୍ରୋଟିନ୍ ବ୍ୟବହାର କରେ । ଯଦିଓ ସମସ୍ତେ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଆବଶ୍ୟକ କରନ୍ତି, କିନ୍ତୁ ଆଥଲେଟ୍ ଓ ବୃଦ୍ଧମାନେ ଅଧିକ ପ୍ରୋଟିନ୍ ଆବଶ୍ୟକ କରନ୍ତି । ସାଗୁରେ ପ୍ରୋଟିନର ପରିମାଣ ଅଧିକ ଥାଏ। ନିରାମିଷ ଭୋଜନ କରୁଥିବା ଲୋକଙ୍କ ପାଇଁ ଏହା ପ୍ରୋଟିନର ଏକ ଉତ୍ତମ ଉତ୍ସ ଅଟେ।

fallback

ହଜମ ପ୍ରକ୍ରିୟା ବଢାଇ ଥାଏ

ହଜମ ପ୍ରକ୍ରିୟାକୁ ଠିକ୍ ରଖିବା ପାଇଁ ସାଗୁ ଖାଇବା ଅତ୍ୟନ୍ତ ଆବଶ୍ୟକ ଅଟେ । କାରଣ ଏଥିରେ ଥିବା ଷ୍ଟାର୍ଚ ପାଚନକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ସାଗୁରେ ଡାଏଟାରୀ ଫାଇବର (Dietary Fiber ) ପ୍ରଚୁର ପରିମାଣରେ ଥାଏ। ଏହି ଫାଇବର କୋଷ୍ଠକାଠିନ୍ୟ (Constipation) ସମସ୍ୟାକୁ ରୋକିବାରେ ମଧ୍ୟ ସହାୟକ ହୋଇଥାଏ । ପେଟ ସମସ୍ୟା ଦୂର କରିବା ପାଇଁ ଡାକ୍ତରମାନେ ସାଗୁ ଖାଇବା ପାଇଁ ପରାମର୍ଶ ଦେଇଥାଆନ୍ତି।

ଓଜନ ବୃଦ୍ଧି କରେ ସାଗୁ

ଯଦି ଆପଣ ଓଜନ ବଢାଇବା ପାଇଁ ଚେଷ୍ଟା କରୁଛନ୍ତି, ତେବେ ସାଗୁକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ। ସାଗୁରେ ଭରପୂର ମାତ୍ରାରେ କାର୍ବସ ରହିଥାଏ ଯାହା ଆଭ୍ୟନ୍ତରୀଣ ଅଙ୍ଗ ଗୁଡ଼ିକର ସୁରକ୍ଷା ପାଇଁ ଶରୀରରେ ଅତ୍ୟାବଶ୍ୟକ ଫ୍ୟାଟ୍ ଟିସୁ ଗଠନ କରିବାରେ ସାହାଯ୍ୟ କରିଥାଏ । ଯାହା ଆପଣଙ୍କ ଓଜନ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଏଥିରେ ଥିବା କ୍ୟାଲୋରୀ ମଧ୍ୟ ଓଜନ ବୃଦ୍ଧି (Weight Gain) କରିବାରେ ସାହାଯ୍ୟ କରେ।

ତେବେ ଡାଇବେଟିସ ରୋଗୀ ମାନେ ସାଗୁ ଖାଇବା ଉଚିତ୍ ନୁହେଁ। କାରଣ ସାଗୁ ଦାନାରେ ଅଧିକ କାର୍ବୋହାଇଡ୍ରେଟ ରହିଛି। ତେଣୁ ଏହାକୁ ଖାଇରେ ଡାଇବେଟିସ୍‌ ରୋଗୀଙ୍କର କ୍ଷତି ହୋଇଥାଏ ।  ଏହା ବ୍ୟତୀତ ସାଗୁଦାନାରେ ଗ୍ଲାଇକୋସେମିକ୍‌ ଇଣ୍ଡେକ୍ସ ମଧ୍ୟ ଅଧିକ ରହିଥାଏ। ଯାହା ଆପଣଙ୍କ ରକ୍ତରେ ସୁଗାର୍‌ର ସ୍ତରକୁ ବଢ଼ାଇଥାଏ। ତେଣୁ ଡାଇବେଟିସ ରୋଗୀ ମାନଙ୍କୁ ସାଗୁ ଖାଇବା ପାଇଁ ଡାକ୍ତର ବାରଣ କରିଥାଆନ୍ତି।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)