ସୁସ୍ଥ ଗର୍ଭଧାରଣ ପାଇଁ ଡାଏଟରେ ସାମିଲ କରନ୍ତୁ ଏହି ୫ ନ୍ୟୁଟ୍ରିଏଣ୍ଟ! ଫିଟ୍ ରହିବ ଶରୀର
Advertisement

ସୁସ୍ଥ ଗର୍ଭଧାରଣ ପାଇଁ ଡାଏଟରେ ସାମିଲ କରନ୍ତୁ ଏହି ୫ ନ୍ୟୁଟ୍ରିଏଣ୍ଟ! ଫିଟ୍ ରହିବ ଶରୀର

Healthy Pregnancy foods: ଶରୀର ପାଇଁ ଆବଶ୍ୟକ ପ୍ରୋଟିନ ଅଭାବ ପୂରଣ ପାଇଁ କିଛି ସୂଷ୍ମ ପୋଷକ ତତ୍ତ୍ୱକୁ ଡାଏଟରେ ସାମିଲ କରିବାକୁ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି । ଗର୍ଭଧାରଣ ସମୟରେ ଏହାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ । 

ସାଙ୍କେତିକ ଫଟୋ

Healthy Pregnancy Food: ଏବେ ଭାରତୀୟ ଭୋଜନରେ ପ୍ରାୟତଃ ଅଭାବ ରହୁଛି ପ୍ରୋଟିନ । ଶରୀର ପାଇଁ ଆବଶ୍ୟକ ପ୍ରୋଟିନ ଅଭାବ ପୂରଣ ପାଇଁ କିଛି ସୂଷ୍ମ ପୋଷକ ତତ୍ତ୍ୱକୁ ଡାଏଟରେ ସାମିଲ କରିବାକୁ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି । ଗର୍ଭଧାରଣ ସମୟରେ ଏହାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ । ଦ୍ୱିତୀୟତଃ କରୋନା ପରବର୍ତ୍ତୀ ସମୟରେ ଭାରତୀୟ ମହିଳାମାନେ ନିଜ ସ୍ୱାସ୍ଥ୍ୟକୁ ନେଇ ଯଥେଷ୍ଟ ସଚେତନ ହୋଇଛନ୍ତି । ଗର୍ଭଧାରଣ (pregnancy) ସମୟରେ ସୁସ୍ଥ ଲାଇଫଷ୍ଟାଇଲରେ ଉପଯୁକ୍ତ ଡାଏଟ, ପର୍ଯ୍ୟାପ୍ତ ପାଣି, ନିୟମିତ ବ୍ୟାୟାମ ଓ ନିୟମିତ ଯାଞ୍ଚ ଉପରେ ଗୁରୁତ୍ୱ ବଢ଼ିଛି । ଗର୍ଭଧାରଣ (healthy pregnancy) ପାଇଁ ୨୫ରୁ ୩୫ ବର୍ଷ ବୟସ ଉପଯୁକ୍ତ ହୋଇଥିବାରୁ ଏହାର ପରବର୍ତ୍ତୀ ସମୟରେ ଗର୍ଭଧାରଣ ମହିଳାଙ୍କୁ ଜଟିଳ ସମସ୍ୟା ସୃଷ୍ଟି କରିବା ଆଶଙ୍କା ରହିଛି ।

ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ହର୍ମୋନାଲ ପରିବର୍ତ୍ତନ, ଅନିୟମିତ ପିରିୟଡ୍ସ, ହିମୋଗ୍ଲୋବିନ ସ୍ତର, କ୍ୟାଲସିୟମ ସହିତ ପ୍ରୋଟିନଯୁକ୍ତ ଡାଏଟ ଉପରେ ମହିଳାମାନେ ସଚେତନ ରହିବା ଆବଶ୍ୟକ । ବର୍ତ୍ତମାନ ସମୟରେ ଭାରତୀୟଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଡାଏଟରେ ଉପଯୁକ୍ତ ପ୍ରୋଟିନ ମିଳିପାରୁନଥିବାରୁ ସୂଷ୍ମ ପୋଷକ ତତ୍ତ୍ୱ (nutrient) ସେବନ କରିବା ଜରୁରୀ ହୋଇପଡ଼ିଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି-

୧- ପ୍ରୋଟିନ
୨-ଆଇରନ
୩-କ୍ୟାଲସିୟମ
୪- ଭିଟାମିନ ବି ଓ ଡି
୫-ଓମେଗା-୩ ଫ୍ୟାଟି ଏସିଡ

ଏହି ପୋଷକ ତତ୍ତ୍ୱର ପୂର୍ତ୍ତି ପାଇଁ ସ୍ପ୍ରାଉଟ୍ସ, କ୍ଷୀର, ପନୀର, ଅଣ୍ଡା, ମାଛ, ମାଂସ ପରି ଖାଦ୍ୟ ପ୍ରଚୁର ଖାଇବା ଜରୁରୀ । ଗର୍ଭଧାରଣ ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସମୟରେ ଫାଷ୍ଟ ଫୁଡ ପରି ଖାଦ୍ୟ ଖାଇଲେ ଫ୍ୟାଟ ସହିତ ହାଇପରଟେନସନ ବୃଦ୍ଧି ପାଇଥାଏ । ଜଙ୍କଫୁଡଠାରୁ ଦୂରେଇ ରହି ସୁଷମ ଖାଦ୍ୟକୁ ଡାଏଟରେ ସାମିଲ କରିବା ଆବଶ୍ୟକ ।

କିନ୍ତୁ ଏବେ ଅଧିକାଂଶ ମହିଳାଙ୍କ ମଧ୍ୟରେ ଭିଟାମିନ ଓ ମିନେରାଲ୍ସ ହ୍ରାସ ଦେଖିବାକୁ ମିଳୁଛି । ଏଥିପାଇଁ ତୈଳ, ସୋଡିୟମ ଓ ମସଲାଦାର ଖାଦ୍ୟ ପଦାର୍ଥ ନଖାଇବା ଉଚିତ । ଏହିପରି ଭୋଜନ ଶରୀରର ଓଜନ ବଢ଼ାଇ ଥାଏ । ତେଣୁ ଲାଇଫଷ୍ଟାଇଲକୁ ନେଇ ଡାକ୍ତର ଓ ଗାଇନେକୋଲୋଜିଷ୍ଟଙ୍କ ପରାମର୍ଶ ପାଳନ କରିବା ଜରୁରୀ ।

ବୟସ ବଢ଼ିବା ସହ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ । ଯେଉଁଥିରେ ଶରୀରରେ ପୋଷକ ତତ୍ତ୍ୱର ହ୍ରାସ ସହ ଅବଶୋଷଣର ସ୍ତର କମିଯାଉଥିବାରୁ ଫିଟ୍ ରହିବା ଚାଲେଞ୍ଜ ସୃଷ୍ଟି କରିଥାଏ । ବୟସ ବଢିବା ସହ ଶରୀର ବିଭିନ୍ନ ରୋଗର ଶିକାର ହୋଇଥାଏ । ବୟସ ବଢ଼ିବା ସମୟରେ ରୋଗପ୍ରତିରୋଧକ ଶକ୍ତିକୁ ବଜାୟ ରଖିବା ପାଇଁ ନିୟମିତ ଭିଟାମିନ ସହ ମିନେରାଲ ଖାଇବା ଜରୁରୀ । ବୟସ ବଢ଼ିବା ପରେ ଖାଦ୍ୟ ହଜମ ପ୍ରକ୍ରିୟା ମନ୍ଥର ହୋଇଯାଇଥାଏ, ଏହାସହିତ ଖାଦ୍ୟ ଖାଇଲେ ମଧ୍ୟ ଶରୀର ଉପଯୁକ୍ତ ପୋଷଣ ଅବଶୋଷଣ କରିପାରିନଥାଏ।

ବିଶେଷଜ୍ଞଙ୍କ ମତରେ ଗର୍ଭଧାରଣ ସମୟରେ ସାଧାରଣତଃ ୧୩ଟି ଜରୁରୀ ପୋଷକ ଶରୀର ପାଇଁ ଆବଶ୍ୟକ ହୋଇଥାଏ ।  ଭିଟାମିନ ଏ, ବି, ସି, ଡି, ଇ, କେ ସହିତ ମିନେରାଲ ଜରୁରୀ ହୋଇଥାଏ । ଶରୀର ପାଇଁ ଆୟୋଡିନ ଓ ଫ୍ଲୋରାଇଡ ପରି କିଛି ଖଣିଜ ଶରୀର ପାଇଁ ଖୁବ କମ ଆବଶ୍ୟକ ହୋଇଥାଏ । କ୍ୟାଲସିୟମ, ମ୍ୟାଗନିସିୟମ ଓ ପୋଟାସିଅମ ପରି ଖଣିଜ ଅଧିକ ମାତ୍ରାରେ ଆବଶ୍ୟକ ହୋଇଥାଏ ।  ତେଣୁ ସବୁ ପ୍ରକାର ପୋଷକ ତତ୍ତ୍ୱ ମିଳିବା ପରି ଖାଦ୍ୟ ଖାଇବା ଆବଶ୍ୟକ ରହିଛି ।

ଏହା ବି ପଢ଼ନ୍ତୁ: ​​ICG Jobs 2022: ଇଣ୍ଡିଆନ୍ କୋଷ୍ଟଗାର୍ଡରେ ନିଯୁକ୍ତି ପାଇଁ ବାହାରିଲା ବିଜ୍ଞପ୍ତି, ୧୦ମ ପାସ କରିଥିଲେ କରନ୍ତୁ ଆବେଦନ