ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ରବିବାର
Advertisement

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ରବିବାର

ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ରବିବାର

ମେଷ- ମାନସିକ ଓ ଶାରୀରିକ ସୁସ୍ଥତା ବଜାୟ ରହିବ । କର୍ମ କ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ ତୁଳାଇବେ । ଅକସ୍ମାତ୍ ଧନ ପ୍ରାପ୍ତିର ଯୋଗ ରହୁଛି । ଛାତ୍ରଛାତ୍ରୀମାନେ ଲିଖନ ପଠନରେ ମନନିବେଶ କରିବେ ।

ବୃଷ- ମାନସିକ ଶାନ୍ତି ବଜାୟ ରହିବ । ସୁଖ ସନ୍ତୋଷରେ ଦିନ କାଟିବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଭଗବାନ ଦର୍ଶନ ସହ ବନ୍ଧୁ ମିଳନର ଯୋଗ ରହୁଛି ।

ମିଥୁନ- କର୍ତ୍ତବ୍ୟ ପରାୟଣା ହେବେ । ଉଚ୍ଚ ଆଶା ଫଳବତୀ ହେବ । କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । ଗୁରୁଜନଙ୍କ ଆଶୀର୍ବାଦ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

କର୍କଟ- ମନ ପ୍ରସନ୍ନ ରହିବ । କାର୍ଯ୍ୟାଳୟରେ ଅଧିକ ଉର୍ତ୍ସଗୀକୃତ ହୋଇ କାର୍ଯ୍ୟ କରିବେ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭପ୍ରଦ ହେବ । ବନ୍ଧୁ ସୂତ୍ରରୁ ଲାଭବାନ ହେବେ ।

ସିଂହ- ଦେହ ଓ ମନ ସୁସ୍ଥ ରହିବ । କର୍ମ କ୍ଷେତ୍ର ସହଜ ସରଳ ବୋଧଗମ୍ୟ ହେବ । ନିତି ଆଦର୍ଶକୁ ନେଇ ପରିଚାଳିତ ହେବେ । ଆୟ ଓ ବ୍ୟୟ ସମାନ ରହିବ । ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ ।

କନ୍ୟା- ପ୍ରତ୍ୟେକ କ୍ଷେତ୍ରରେ ନିଜର ପ୍ରାଧାନ୍ୟ ଜାହିର୍ କରିବେ । ମନ ପ୍ରଫୁଲ୍ଲିତ ରହିବ । କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ଦ୍ୱାରା ପ୍ରଶଂସିତ ହେବେ । ପରିବାରରେ ଉତ୍ତମ ବୁଝାମଣା ପରିଲକ୍ଷିତ ହେବ ।

ତୁଳା- ତରବର ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । କର୍ମ କ୍ଷେତ୍ରରେ କର୍ମ ଚାପ ଲାଗି ରହିଛି । ଆୟ ଆଶାନୁରୂପ ହେବ । ଶାରୀରିକ କିମ୍ବା ମାନସିକ ଭାବେ ଆଘାତ ପ୍ରାପ୍ତ ହେବେ ।

ବିଛା- ଶାରୀରିକ ସୁସ୍ଥତା ଲାଭ କରିବେ । କର୍ମ କ୍ଷେତ୍ରରେ ଉତ୍ସାହର ସହ କର୍ମ କରି ସଫଳ ହେବେ । ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ଧନୁ- ଦୃଢ ମନୋବଳ ନେଇ କାର୍ଯ୍ୟ କରିବେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ । ବ୍ୟବସାୟ ଉତ୍ତମ ହେବ । ପଡୋଶୀଙ୍କ ସହ ସମ୍ପର୍କ ମଧୁର ହେବ ।

ମକର- ପ୍ରତ୍ୟେକ କାର୍ଯ୍ୟ ଆଜି ଆପଣ ସୂଚାରୁ ରୂପେ ସମ୍ପାଦନ କରିବେ । ଭଗବାନଙ୍କ ଦର୍ଶନ ପାଇ ମନ ବଳିବ । ମନ ପ୍ରସନ୍ନ ରହିବ । ବନ୍ଧୁ ସହଯୋଗ ପାଇବେ ।

କୁମ୍ଭ- ଶାରୀରିକ କ୍ଲେଶ ଅନୁଭବ କରିବେ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ଦୂର ସମ୍ପର୍କୀୟଙ୍କ ସାହାଯ୍ୟ ପାଇବେ । ଅଜଣା ଅପରିଚିତ ବ୍ୟକ୍ତିଙ୍କ ଦ୍ୱାରା ଅସୁବିଧାରେ ପଡିବେ ।

ମୀନ- ମନ ସ୍ଥିର କରି କାର୍ଯ୍ୟ କଲେ ସଫଳତା ପ୍ରାପ୍ତି ହେବ । ଧର୍ମ କର୍ମ ସମ୍ପାଦନ କରିବେ । ସ୍ୱାସ୍ଥ୍ୟ ସଚେତନ ହେବେ । ପାରିବାରିକ ଜୀବନ ଶାନ୍ତି ପୂର୍ଣ୍ଣ ରହିବ ।