ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ବୁଧବାର
Advertisement

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ବୁଧବାର

ଶତ୍ରୁ କ୍ଷୟ ହେବା ସହିତ ଘରୋଇ କାର୍ଯ୍ୟରେ ପ୍ରବୀଣ ରହିବେ। ବିଦ୍ୟାର୍ଥୀମାନେ ପାଠ ପଢାରେ ନୂତନ ମନୋଭାବ ନେଇ ପାଠ ପଢିବେ।

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ବୁଧବାର

horoscope of December 23: ମେଷ: ବ୍ୟକ୍ତିମାନେ ପରାମର୍ଶ ନେଇ କାର୍ଯ୍ୟ କରିଲେ ସଫଳତା ଲାଭ କରିବେ। ବହୁଧନ ଲାଭ କରି ଆନନ୍ଦିତ ରହିବେ। ପାରିବାରିକ ସ୍ଥିତି ମଜବୁତ ରହିବ। ପରୋପକାର କରି ଆନନ୍ଦିତ ରହିବେ। ଆଜି ଆପଣ ଶିବ ମନ୍ଦିରରେ ଜଳାଭିଷେକ କରନ୍ତୁ।  

ବୃଷ: ବ୍ୟକ୍ତି ମନ ମୁତାବକ କାର୍ଯ୍ୟ କରି ଖୁସି ଅନୁଭବ କରିବେ। ଶତ୍ରୁ କ୍ଷୟ ହେବା ସହିତ ଘରୋଇ କାର୍ଯ୍ୟରେ ପ୍ରବୀଣ ରହିବେ। ବିଦ୍ୟାର୍ଥୀମାନେ ପାଠ ପଢାରେ ନୂତନ ମନୋଭାବ ନେଇ ପାଠ ପଢିବେ। ଆଜିଠାରୁ ପ୍ରତ୍ୟେକ ଦିନ ଗାଈକୁ ଖାଇବାକୁ ଦିଅନ୍ତୁ।  

ମିଥୁନ: ଆପଣ ଆଜି ବିନିତ ସ୍ୱଭାବ ଯୁକ୍ତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସମସ୍ତ କାର୍ଯ୍ୟରେ ସଫଳତା ଲାଭ କରିବେ। ସମସ୍ତ ଯାତ୍ରା ଅନୁକୂଳ ରହିବା ସହିତ ବିବାହ ଉପଯୋଗୀଙ୍କ ବିବାହ ସ୍ଥିର ହୋଇଯିବ। ଆପଣ ଆଜି ବିଷ୍ଣୁ ସହସ୍ରନାମ ପାଠ କରିବା ସହିତ ଛୋଟ ପିଲାଙ୍କୁ ଚକଲେଟ୍ ଦିଅନ୍ତୁ।  

କର୍କଟ: ଆଜି ଆପଣ ପାରିବାରିକ କ୍ଷେତ୍ରରେ ପ୍ରତିକ୍ରିୟା ପ୍ରକାଶ କରି ବିବାଦୀୟ ହୋଇପାରନ୍ତି। ଆଶା ଓ ଅଭିଳାଷ ନିଶ୍ଚିତ ପୂରଣ ହୋଇପାରିବ। ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପାଇ ସାମୟିକ ଖୁସି ହେବେ। ଶିଳ୍ପ, ପରିବହନ, ବ୍ୟବସାୟରେ ଲାଭ ଆଶାନୁରୂପ ପାଇପାରିବେ।  

ସିଂହ: ଆଜି ଆପଣ ସମସ୍ତ ବାଧାବିଘ୍ନକୁ ଏଡାଇ ଆଗକୁ ବଢି ଚାଲିବେ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ରହିବେ। ସୁଖ ସମ୍ମାନ ଲାଭ କରିବେ। ମଘା ଓ ଉତ୍ତରଫାଲ୍‌ଗୁନୀ ନକ୍ଷତ୍ର ବ୍ୟକ୍ତିମାନେ ବ୍ୟବସାୟରେ ପ୍ରବଳ ଉନ୍ନତି କରିବେ। ପ୍ରତ୍ୟେକ ଦିନ ଆଦିତ୍ୟହୃଦୟ ସ୍ତୋତ୍ର ପାଠ କରନ୍ତୁ।  

କନ୍ୟା: ଆଜି ଆପଣଙ୍କ ଚିନ୍ତାଧାରା ଉନ୍ନତି ସହିତ ସମସ୍ତଙ୍କ ପ୍ରିୟଭାଜନ ହେବେ। ନୂତନ ବନ୍ଧୁଙ୍କ ଦ୍ୱାରା କାର୍ଯ୍ୟ ହାସଲ ଆପଣ କରିପାରିବେ। ଅଟକି ରହିଥିବା ଅର୍ଥପ୍ରାପ୍ତି କରିବେ। ମାଲିମକଦ୍ଦମା କ୍ଷେତ୍ରରେ ବିଜୟୀ ହେବେ। ପ୍ରତ୍ୟେକ ଦିନ ନାଲିଚନ୍ଦନ ମଥାରେ ଧାରଣ କରନ୍ତୁ।

ତୁଳା: ବିବାଦୀୟ ଘଟଣାରେ ବିଜୟୀ ଲାଭ କରିବେ। କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତି କରିବେ। ନିଜର ଭଲ ଗୁଣ ଯୋଗୁ ଅନ୍ୟମାନଙ୍କ ଆଗରେ ପରିଚିତ ହେବେ। ବ୍ୟୟ ଭାର ସାମାନ୍ୟ ବଢିବ। ମାନସିକ ଶାନ୍ତି ଲାଭ କରିବେ। ପ୍ରତ୍ୟେକ ଦିନ ବେଲଗଛ ମୂଳେ ପାଣି ଦିଅନ୍ତୁ ଭଲ ଫଳ ପ୍ରାପ୍ତି କରିବେ।

ବିଛା: ଅନୁରାଧା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର କର୍ମତତ୍‌ପରତା ବୃଦ୍ଧି ପାଇବା ସହିତ ନୂତନ କର୍ମନିଯୁକ୍ତି ଯୋଗ ଦେଖାଯାଉଛି। ଉନ୍ନତି ପଥରେ ଆଗକୁ ବଢିଚାଲିବେ। ଅର୍ଥପ୍ରାପ୍ତିର ସୁଯୋଗ ଅଛି। ତ୍ୟାଗଶୀଳ ଓ ନୀତିଜ୍ଞ ରହିବେ। ଭାଗ୍ୟବାନ ରହିବେ। ଗଣେଶଙ୍କୁ ପ୍ରତ୍ୟେକ ଦିନ ନାଲି ମନ୍ଦାରଫୁଲ ଅର୍ପଣ କରନ୍ତୁ।  

ଧନୁ: ଆଜିର ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗିରହିବ। ଅଟକି ରହିଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର। ନିଜ ବାକିଆ କାମରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ।

ମକର: ପରିବାର ସହିତ ଶାନ୍ତି, ଶୃଙ୍ଖଳାରେ ସମୟ ଅତିବାହିତ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଖର୍ଚ୍ଚର ପରିମାଣ ଆୟ ଠାରୁ ଅଧିକ ହେବ। ଦାମ୍ପତ୍ୟ ଜୀବନରେ ପୂର୍ବରୁ ଥିବା ବିବାଦର ଅନ୍ତ ଘଟିବ। ଜୀବନସାଥୀଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ। ପ୍ରତ୍ୟେକ ଦିନ କଳା କୁକୁରକୁ ରୋଟି ଖାଇବାକୁ ଦିଅନ୍ତୁ।  

କୁମ୍ଭ: ଆଜି ଆପଣ କଳା ଓ ସଙ୍ଗୀତ ପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହେବେ। ଯଶସ୍ୱୀ ମଧ୍ୟ ହେବେ। ଆୟ ଯଥେଷ୍ଟ ପରିମାଣ ବୃଦ୍ଧି ପାଇବ। ସନ୍ତାନମାନଙ୍କ ପାଇଁ ଖୁସି ଅନୁଭବ କରିବେ। ଶିକ୍ଷା କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ବଢିବ।  

ମୀନ: ମାନସିକ ଶାନ୍ତି ଅନୁଭବ କରିବେ। ଆର୍ଥିକ, ସାମାଜିକ କ୍ଷେତ୍ରରେ ପ୍ରବଳ ଉନ୍ନତି ଘଟିବ। ପିତାମାତାଙ୍କ ସୁଯୋଗ୍ୟ ସନ୍ତାନ ହେବେ। କର୍ମକ୍ଷେତ୍ରରେ ମଉଜ ମଜଲିସ୍‌ରେ ସମୟ ଅତିବାହିତ କରିବେ। ଗାଡି ମଟର କ୍ରୟ ଯୋଗ ଦେଖାଯାଉଛି।