ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ ଗୁରୁବାର
Advertisement

ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ ଗୁରୁବାର

Horoscope of October 14: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହି ଗୁରୁବାର...

ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ ଗୁରୁବାର

Horoscope of October 14: ମେଷ- ମାନସିକ ଶାନ୍ତି ବଜାୟ ରହିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ । ଅକସ୍ମାତ ଧନ ପ୍ରାପ୍ତିର ଯୋଗ ରହିଛି । ଦାମ୍ପତ୍ୟ ଜୀବନ ବେଶ ସୁଖମୟ ହେବ । ଦୂରଯାତ୍ରା ସଫଳ ହେବ ।

ବୃଷ- ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହୁଅନ୍ତୁ । ସ୍ଥିର ଚିତ୍ତରେ କାର୍ଯ୍ୟ କଲେ ସଫଳତା ପ୍ରାପ୍ତି ହେବ । ସେବା ପୂଜା ପାଇଁ ମନ ବଳିବ ।  ଦୂରଯାତ୍ରା ଶୁଭପ୍ରଦ ହେବ ।  ଛାତ୍ରଛାତ୍ରୀଙ୍କ ମନ ଖେଳକୁଦରେ ରହିବ ।

ମିଥୁନ- ଶାରୀରିକ ସୁସ୍ଥତା ବୋଧ ହେବ । କାର୍ଯ୍ୟାଳୟରେ ଦାୟିତ୍ୱର ସହ ସମସ୍ତ ନ୍ୟସ୍ତ କାର୍ଯ୍ୟ ନିର୍ବାହ କରିବେ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । ପରିବାରରେ ଗୁରୁଜନଙ୍କ ସ୍ନେହଶ୍ରଦ୍ଧା ତଥା ଆଶୀର୍ବାଦ ପ୍ରାପ୍ତ ହେବ ।

କର୍କଟ- ଦେହ ଓ ମନ ଭଲ ରହିବ । କର୍ମକ୍ଷେତ୍ର ସହଜ, ସରଳ ଓ ଆନନ୍ଦଦାୟକ ହେବ । ବ୍ୟସ୍ତତା ମଧ୍ୟେ ଦିନ କାଟିବ । ପାରିବାରିକ ସୁଖଶାନ୍ତି ବିରାଜମାନ ହେବ । ବ୍ୟବସାୟ ଲାଭପ୍ରଦ ହେବ ।

ସିଂହ- ଶାରୀରିକ କ୍ଲେଶ ବୃଦ୍ଧି ପାଇବ । ମାନସିକ ଅବସାଦ ଦେଖାଦେବ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ଘାତଚନ୍ଦ୍ର ଭୋଗ ହେତୁ ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ । ଗାଡିମଟର ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ।

କନ୍ୟା- ଦେହ ଓ ମନ ଭଲ ରହିବ । କର୍ମକ୍ଷେତ୍ରରେ ଉତ୍ସାହ ପୂର୍ବକ ସମସ୍ତ କାର୍ଯ୍ୟ ଦାୟିତ୍ୱର ସହ ତୁଳାଇବେ । ଉପରିସ୍ତ ଅଧିକାରୀଙ୍କ ପ୍ରଶଂସାର ପାତ୍ର ହେବେ । ବ୍ୟବସାୟ ଲାଭପ୍ରଦ ହେବ । ଆଇନ ଅଦାଲତର କାର୍ଯ୍ୟ ସଫଳ ହେବ । ଆୟ ବୃଦ୍ଧି ପାଇବ ।

ତୁଳା- ଶରୀର ଅସୁସ୍ଥ ରହିପାରେ । ମାନସିକ ସ୍ତରରେ ସାମାନ୍ୟ ଚିନ୍ତା ରହିପାରେ । କାର୍ଯ୍ୟାଳୟରେ ଅପଦସ୍ତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୋଇପାରେ । ଦୂରଯାତ୍ରା ନକରିବା ଭଲ ।

ବିଛା- ଶରୀର ସୁସ୍ଥ ରହିବ । କର୍ମତତ୍ପର ହେବେ । କର୍ମକ୍ଷେତ୍ରରେ ସଫଳତା ପାଇବେ । ଆୟ ଅବ୍ୟାହତ ରହିବ । ବ୍ୟବସାୟ ଲାଭପ୍ରଦ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଛାତ୍ରଛାତ୍ରୀମାନେ ପଢାପଢିରେ ମନ ନିବେଶ କରିବେ ।

ଧନୁ- ମନ ପ୍ରସନ୍ନ ରହିବ । ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ତୁଳାଇବେ । ବ୍ୟବସାୟରେ ଅଗ୍ରଗତି ହେବ । ପାରିବାରିକ ଜୀବନ ଆନନ୍ଦମୟ ହେବ । ପଡୋଶୀଙ୍କ ସହ ସମ୍ପର୍କରେ ସୁଧାର ଆସିବ ।

ମକର- ଦୃଢମନା ହେବେ । କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ପ୍ରଶଂସା ପାଇବେ । ଋଣ ପରିଶୋଧ କରି ଆତ୍ମଶାନ୍ତି ପାଇବେ । ବ୍ୟବସାୟରେ ଅଧିକ ପୁଞ୍ଜି ନିବେଶ କରିବେ । ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭଦାୟକ ଅଟେ ।

କୁମ୍ଭ- ଶାରୀରିକ ଅସୁସ୍ଥତା ଦେଖାଦେଇପାରେ । କର୍ମକ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଦେବ । ଦୂରଯାତ୍ରା ବିପଜ୍ଜନକ ହୋଇପାରେ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ । ବ୍ୟାଙ୍କିଙ୍ଗ୍ ଓ ଇନସୁରାନ୍ସ କର୍ମଚାରୀଙ୍କ ପାଇଁ ଦିନଟି ଲାଭଦାୟକ ।

ମୀନ- ଶାରିରୀକ ସୁସ୍ଥତା ଲାଭ କରିବେ । କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ମହିଳା ମାନଙ୍କର ସେବା ଓ ପୂଜାରେ ଦିନଟି କଟିବ । ଆୟ ଅଭିବୃଦ୍ଧି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ଅଧିକ ପଢ଼ନ୍ତୁ:-ତାଲିବାନକୁ ମିଳିବ ମାନ୍ୟତା? ଆଫଗାନିସ୍ତାନ ପାଇଁ ୧ ବିଲିୟନ ୟୁରୋର ପ୍ୟାକେଜ୍ ଜାରି କଲା EU

ଅଧିକ ପଢ଼ନ୍ତୁ:-ପିଏମ ମୋଦି ଓ ଇସ୍ରାଏଲ ଉପରେ ଇମ୍ରାନ ଖାନ ଦେଲେ ଏଭଳି 'ଜ୍ଞାନ', ସବୁଆଡ଼େ ଉଡ଼ୁଛି ମଜାକ

ଅଧିକ ପଢ଼ନ୍ତୁ:-ଡ୍ରଗ୍ସ ମାମଲାରେ ଚର୍ଚ୍ଚାରେ ଆସିଥିବା ସମୀର ୱାନଖେଡ଼େଙ୍କ ମୁଣ୍ଡ ଉପରେ ରହିଛି ଏହି ଖାସ୍ ବ୍ୟକ୍ତିଙ୍କ ହାତ, ପତ୍ନୀ କ୍ରାନ୍ତି କଲେ ଖୁଲାସା

ଅଧିକ ପଢ଼ନ୍ତୁ:-ପୋଷ୍ଟ ଅଫିସ ନା ବ୍ୟାଙ୍କ? ଜାଣନ୍ତୁ କେଉଁଠାରେ ପ୍ରଥମେ ଡବଲ ହେବ ଆପଣଙ୍କ ଟଙ୍କା