Horoscope Today 23 November 2022: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ନଭେମ୍ବର ୨୩ ହେଉଛି ବୁଧବାର...
Trending Photos
Horoscope Today 23 November 2022: ମେଷ- ଆନନ୍ଦ ଉଲ୍ଲାସରେ ଦିନ ଅତିବାହିତ କରିବେ । ଦେହ ଓ ମନ ସୁସ୍ଥ ରହିବ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । ପାରିବାରିକ ଜୀବନ ସୁଖସ୍ୱାଚ୍ଛନ୍ଦରେ କଟିବ । ବ୍ୟବସାୟରେ ଅଗ୍ରଗତି ହେବ ।
ବୃଷ- ଦୃଢମନୋବଳ ଯୋଗୁଁ ପ୍ରତିଟି କାର୍ଯ୍ୟରେ ସଫଳ ହେବେ । ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କାର୍ଯ୍ୟ ସଂପାଦନ କରିବେ । ଆୟ ଉତ୍ତମ ହେବ । ପାରିବାରିକ ସୁଖ ଶାନ୍ତି ଲାଭ କରିବେ ।
ମିଥୁନ- ମନୋବଳ ଟାଣ ରହିବ । ଯୋଜନା ଫଳପ୍ରସୁ ହେବ । ଦେହ ସୁସ୍ଥ ରହିବ । ଆଇନ୍ ଅଦାଲତର କାର୍ଯ୍ୟ ଆପଣଙ୍କର ସପକ୍ଷରେ ଯିବ । ବ୍ୟବସାୟରେ ଲାଭପ୍ରଦ ହେବ । ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିବେ ।
କର୍କଟ- ଦେହ ଓ ମନ ଭଲ ରହିବ । କର୍ତ୍ତବ୍ୟ ପରାୟଣ ହେବେ । ଦାୟିତ୍ୱର ସହ କର୍ମ ସମ୍ପାଦନ କରିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବ୍ୟବସାୟରେ ଅଧିକ ପୁଞ୍ଜି ନିବେଶ ଆପଣଙ୍କୁ ଫାଇଦା ଦେବ ।
ସିଂହ- ମାନସିକ ଶାନ୍ତି ବଜାୟ ରହିବ । ସମସ୍ତ କାର୍ଯ୍ୟ ସଫଳତାର ସହ ନିର୍ବାହ କରିବେ । ଦାନ ଧର୍ମ ପ୍ରତି ମନ ବଳିବ । ଆୟ ବୃଦ୍ଧି ପାଇବ । ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ । ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ହେବ ।
କନ୍ୟା- ଦେହ ପୀଡାରୁ ସାମାନ୍ୟ ଆଶ୍ୱସ୍ତି ଲାଭ କରିବେ । ପୂଜା ସେବା ପାଇଁ ମନ ବଳିବ । କର୍ମକ୍ଷେତ୍ର ସହଜ ସରଳ ହେବ । ଆୟ ବ୍ୟୟ ସମାନ ରହିବ । ରାଜନୈତିକ ବ୍ୟକ୍ତି ବିଶେଷ ସଭାସିମିତିରେ ଯୋଗ ଦେଇ ଜନତାଙ୍କ ଆଦର ଅଭ୍ୟର୍ଥନା ଲାଭ କରିବେ ।
ତୁଳା- ମନ ଭଲ ରହିଲେ ମଧ୍ୟ ଦେହ ସାମାନ୍ୟ ଅସୁସ୍ଥ ହୋଇପାରେ । କର୍ମକ୍ଷେତ୍ରରେ ଶାନ୍ତି ବଜାୟ ରହିବ । ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତ ହେବ । ଦୂରଯାତ୍ରା ବିପଜ୍ଜନକ ହୋଇପାରେ । ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୋଇପାରେ ।
ଏହା ବି ପଢ଼ନ୍ତୁ:-ଭାରତ-ନ୍ୟୁଜିଲ୍ୟାଣ୍ଡ ଟି-20 ମ୍ୟାଚ୍ ଟାଇ ହେବାକୁ ନେଇ ଦ୍ୱନ୍ଦ୍ୱ, ଜାଣନ୍ତୁ କାହିଁକି ହେଲାନି ସୁପରଓଭର?
ଏହା ବି ପଢ଼ନ୍ତୁ:-ସୂର୍ଯ୍ୟାସ୍ତ ପରେ ଭୁଲରେ ବି କରନ୍ତୁନି ଏସବୁ କାମ, ନଚେତ୍ ଜୀବନରେ ଭୋଗିବାକୁ ପଡ଼ିବ ଅନେକ ସମସ୍ୟା!
ଏହା ବି ପଢ଼ନ୍ତୁ:-ଧୋନିଙ୍କକୁ ନେଇ କୋହଲି କଲେ ହୃଦୟକୁ ସ୍ପର୍ଶ କରିବା ଭଳି ପୋଷ୍ଟ, ଜାଣନ୍ତୁ କ'ଣ କହିଲେ
ବିଛା- ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ । ଦେହ ଓ ମନ ଭଲ ରହିବ । ଦିଅଁ ଦର୍ଶନର ସୌଭାଗ୍ୟ ମିଳିବ । ପରିବାରରେ ହସଖୁସି ଲାଗି ରହିବ । ପଡୋଶୀଙ୍କ ସହ ଥିବା ମନାନ୍ତର ମତାନ୍ତର ଅନ୍ତଃ ଘଟିବ ।
ଧନୁ- ଅସୁସ୍ଥ ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ପ୍ରଶଂସା କମ୍ ମିଳିବ । ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ । ଦୂରଯାତ୍ରା କରନ୍ତୁ ନାହିଁ । କ୍ରୀଡାବିତ୍ ସତର୍କତା ଅବଲମ୍ୱନ କରନ୍ତୁ ।
ମକର- ଶରୀର ଆରୋଗ୍ୟ ରହିବ । ଦୃଢ ମନ ନେଇ କାର୍ଯ୍ୟ କରିବେ । ଆୟ ଓ ବ୍ୟୟ ସମାନ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ପ୍ରାପ୍ତ ହେବ । ବ୍ୟବସାୟ ବାଣିଜ୍ୟରେ ଭଲ ଲାଭ ମିଳିବ । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତି ହେବ ।
କୁମ୍ଭ- ସ୍ୱାସ୍ଥ୍ୟ ଜନିତ ସମସ୍ୟା ଉପୁଜିପାରେ । ମାନ ସମ୍ମାନ ମିଳିବ । ବନ୍ଧୁ ସହଯୋଗ ପ୍ରାପ୍ତ ହେବ । ଅକସ୍ମାତ ଧନ ଲାଭର ସୂଚନା ମିଳୁଛି । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ । ପାରିବାରିକ ଜୀବନ ଆନନ୍ଦମୟ ହେବ ।
ମୀନ- ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପ୍ରାପ୍ତ କରିବେ । ତରବର ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । କାହାରିକୁ ଧାର କରଜ ଦିଅନ୍ତୁ ନାହିଁ । ଅଚିହ୍ନା ଅପରିଚିତଙ୍କ ଠାରୁ ଦୂରେଇ ରୁହନ୍ତୁ । ବ୍ୟବସାୟ ବୃଦ୍ଧି ହେବ ।