୨ ମିନିଟରେ ଜାଣନ୍ତୁ ଖାଇବା ତେଲରେ ମିଶ୍ରଣ ହୋଇଛି ନା ଏହା ଶୁଦ୍ଧ, FSSAI କହିଲା ଏହି ସହଜ ଟ୍ରିକ୍
Advertisement

୨ ମିନିଟରେ ଜାଣନ୍ତୁ ଖାଇବା ତେଲରେ ମିଶ୍ରଣ ହୋଇଛି ନା ଏହା ଶୁଦ୍ଧ, FSSAI କହିଲା ଏହି ସହଜ ଟ୍ରିକ୍

Cooking Oil Quality Test, Edible Oil: ରନ୍ଧନ ତେଲର ଗୁଣବତ୍ତା ନିଶ୍ଚିତ କରିବା ଏକ କଷ୍ଟସାଧ୍ୟ କାର୍ଯ୍ୟ । ବିଶେଷକରି ଯେତେବେଳେ ସୋରିଷ ତେଲ କଥା ଆସେ ଏହି ରନ୍ଧନ ତେଲରେ ମିଶ୍ରଣ କରିବା ସହଜ ଅଟେ । ଆର୍ଗେମୋନ ତେଲ ଓ ଅନ୍ୟାନ୍ୟ ନିମ୍ନ ମାନର ତେଲ ସୋରିଷ ତେଲରେ ମିଶ୍ରଣ କରାଯାଇଥାଏ, ଯାହା ତେଲର ପୁଷ୍ଟିକର ଗୁଣ, ଗୁଣବତ୍ତା ଏବଂ ଶୁଦ୍ଧତାକୁ ହ୍ରାସ କରିଥାଏ ।

୨ ମିନିଟରେ ଜାଣନ୍ତୁ ଖାଇବା ତେଲରେ ମିଶ୍ରଣ ହୋଇଛି ନା ଏହା ଶୁଦ୍ଧ, FSSAI କହିଲା ଏହି ସହଜ ଟ୍ରିକ୍

ନୂଆଦିଲ୍ଲୀ: Cooking Oil Quality Test, Edible Oil: ସୋରିଷ ତେଲ (Mustard Oil) ହେଉଛି ଭାରତରେ ରନ୍ଧନ ତେଲ ମଧ୍ୟରୁ ଅନ୍ୟତମ । ସମ୍ପ୍ରତି, ଅନ୍ୟାନ୍ୟ ପ୍ରକାରର ଖାଇବା ତେଲ ( Edible Oil) ମଧ୍ୟ ବ୍ୟବହାର କରାଯାଉଛି, କିନ୍ତୁ ସୋରିଷ ତେଲ ମୁଖ୍ୟତଃ ବୃହତ ଜନସଂଖ୍ୟା ଦ୍ୱାରା ବ୍ୟବହୃତ ହେଉଛି । ବିଶେଷକରି ଆଜି ବି ଗାଁରେ କେବଳ ସୋରିଷ ତେଲ ବ୍ୟବହୃତ ହୁଏ । ଏହା ସହିତ ସମୟ ସମୟରେ ଅନେକ ଗବେଷଣା କରାଯାଏ ଓ ଏହି ଗବେଷଣାରୁ ଜଣାପଡିଛି ଯେ, ସୋରିଷ ତେଲ ବ୍ୟବହାର କରିବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଉପକାର ହୋଇଥାଏ । କିନ୍ତୁ, ଆଜିକାଲି ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପରି ସୋରିଷ ତେଲରେ ମଧ୍ୟ ମିଶ୍ରଣ କରାଯାଉଛି ଓ ବଜାରରେ ନକଲି ସୋରିଷ ତେଲ ବିକ୍ରି ହେଉଛି । ଯାହା ଆମ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ।

ଆହୁରି ମଧ୍ୟ ରନ୍ଧନ ତେଲର ଗୁଣବତ୍ତା ନିଶ୍ଚିତ କରିବା ଏକ କଷ୍ଟସାଧ୍ୟ କାର୍ଯ୍ୟ । ବିଶେଷକରି ଯେତେବେଳେ ସୋରିଷ ତେଲ କଥା ଆସେ ଏହି ରନ୍ଧନ ତେଲରେ ମିଶ୍ରଣ କରିବା ସହଜ ଅଟେ । ଆର୍ଗେମୋନ ତେଲ ଓ ଅନ୍ୟାନ୍ୟ ନିମ୍ନ ମାନର ତେଲ ସୋରିଷ ତେଲରେ ମିଶ୍ରଣ କରାଯାଇଥାଏ, ଯାହା ତେଲର ପୁଷ୍ଟିକର ଗୁଣ, ଗୁଣବତ୍ତା ଏବଂ ଶୁଦ୍ଧତାକୁ ହ୍ରାସ କରିଥାଏ । ତଥାପି, ମିଶ୍ରଣ ଯୋଗୁଁ ତେଲର ପରିମାଣ ବଢ଼ିଯାଇଥାଏ । କିନ୍ତୁ ବର୍ତ୍ତମାନ ଆପଣଙ୍କୁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ କାରଣ ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବୁ, ଯାହା ଦ୍ୱାରା ଜାଣି ପାରିବେ ଯେ ଆପଣଙ୍କ ସୋରିଷ ତେଲ ଅସଲି ନା ନକଲି ।

ଫ୍ରିଜିଂ ପରୀକ୍ଷା

ଯଦି ଆପଣ ଜାଣିବାକୁ ଚାହାଁନ୍ତି ଯେ ଆପଣ କିଣିଥିବା ତେଲ ଶୁଦ୍ଧ ନା ନକଲି ନାହିଁ, ତେବେ ଆପଣ ଏଥିପାଇଁ ଏକ ଫ୍ରିଜିଂ ପରୀକ୍ଷା କରିବା ଉଚିତ୍ । ଫ୍ରିଜିଂ ପରୀକ୍ଷା କରିବାକୁ ଏକ ପାତ୍ରରେ ଟିକେ ସୋରିଷ ତେଲ ରଖନ୍ତୁ । ଏହା ପରେ ପାତ୍ରକୁ କିଛି ଘଣ୍ଟା ଫ୍ରିଜରେ ରଖନ୍ତୁ । କିଛି ସମୟ ପରେ ଯାଞ୍ଚ କରନ୍ତୁ ଓ ଯଦି  ତେଲରେ ଜମାଟ ବାନ୍ଧିବା କିମ୍ବା ଧଳା ଦାଗ ଦେଖିବା ଆରମ୍ଭ କରନ୍ତି ତେବେ ଏହାର ଅର୍ଥ ହେଉଛି ତେଲରେ ମିଶ୍ରଣ ହୋଇଛି ଏବଂ ଏହି ସୋରିଷ ତେଲ ନକଲି । 

ରବିଙ୍ଗ ଟେଷ୍ଟ

ରବିଂ ଟେଷ୍ଟ ମାଧ୍ୟମରେ ଆପଣ ମଧ୍ୟ ପରୀକ୍ଷା କରିପାରିବେ ଯେ ସୋରିଷ ତେଲରେ କୌଣସି ପ୍ରକାରର ମିଶ୍ରଣ କରାଯାଇଛି କି ନାହିଁ । ଏଥିପାଇଁ ଆପଣଙ୍କୁ ହାତରେ କିଛି ତେଲ ଲଗାଇବାକୁ ପଡ଼ିବ ଏବଂ ଏହା ପରେ ତେଲକୁ ଭଲ ଭାବରେ ଘଷନ୍ତୁ । ଯଦି ତେଲରୁ କୌଣସି ରଙ୍ଗ ବାହାରିଥାଏ କିମ୍ବା ଯଦି ଏଥିରୁ ରାସାୟନିକ ଦୁର୍ଗନ୍ଧ ଆସେ ତେବେ ଏହାର ଅର୍ଥ ହେଉଛି ତେଲରେ ନକଲି ପଦାର୍ଥ ମିଶ୍ରଣ ହୋଇଛି । ସୋରିଷ ତେଲ ଅସଲି ନା ନକଲି ତାହା ଜାଣିବା ପାଇଁ ଏହା ହେଉଛି ସହଜ ଉପାୟ ।

ନାଇଟ୍ରିକ୍ ଏସିଡ୍ 

ନାଇଟ୍ରିକ୍ ଏସିଡ୍ ସାହାଯ୍ୟରେ ତେଲ ଅସଲି କି ନକଲି ତାହା ଆପଣ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ ନାଇଟ୍ରିକ୍ ଏସିଡର ଆବଶ୍ୟକତା ପଡ଼ିବ । ଆପଣ ବଜାରରୁ ନାଇଟ୍ରିକ୍ ଏସିଡ୍ କିଣି ପାରିବେ । ତେଲରେ ମିଶ୍ରଣ ହୋଇଛି କି ନାହିଁ ପରୀକ୍ଷା କରିବା ପାଇଁ ଏକ ପାତ୍ରରେ ଏକ ଚାମଚ ତେଲ ପକାଇ ସେଥିରେ ୫ ମିଲି ନାଇଟ୍ରିକ୍ ଏସିଡ୍ ମିଶାନ୍ତୁ । ଯଦି ଏହି ମିଶ୍ରଣର ରଙ୍ଗ ହଳଦିଆ କମଳା ହୋଇଯାଏ ତେବେ ଏହାର ଅର୍ଥ ହେଉଛି ଯେ ଆର୍ଗେମୋନ୍ ମିଶ୍ରଣ କରାଯାଇଛି ଏବଂ ସୋରିଷ ତେଲ ଅଶୁଦ୍ଧ ।

ରଙ୍ଗ କାହିଁକି ବଦଳିଯାଏ?

ଯଦି ତେଲର ରଙ୍ଗରେ ପରିବର୍ତ୍ତନ ଆସେ, ତେବେ ଏହାର ଅର୍ଥ ହେଉଛି ଏଥିରେ ଆର୍ଗେମୋନ ତେଲ ମିଶ୍ରଣ କରାଯାଇଛି । ଆର୍ଜେମୋନ୍ ତେଲ ଏକ ବିଷାକ୍ତ ପଲିସାଇକ୍ଲିକ୍ ଲୁଣର ଉପସ୍ଥିତି ସୂଚାଇଥାଏ, ଯାହାକୁ ସାଙ୍ଗୁଇନାରିନ୍ କୁହାଯାଏ । ଏହି ପ୍ରତିକ୍ରିୟା ଅତ୍ୟନ୍ତ ସମ୍ବେଦନଶୀଳ ଓ ସାନଗୁଏନାରିନ୍ ନାଇଟ୍ରେଟ୍ ଗଠନ ଯୋଗୁଁ ରଙ୍ଗ ବଦଳିଯାଏ । ରଙ୍ଗର ପରିବର୍ତ୍ତନ ସୂଚାଇଥାଏ ଯେ ସୋରିଷ ତେଲରେ ମିଶ୍ରଣ ହୋଇଛି ।

ସେପଟେ FSSAI ଏକ ସିରିଜ୍ ଆରମ୍ଭ କରିଛି ଯେଉଁଥିରେ ସେ ମିଶ୍ରଣ ଖାଦ୍ୟ ବ୍ୟଞ୍ଜନ ଯାଞ୍ଚ କରିବା ପାଇଁ ଛୋଟ କୌଶଳ ବା ଟ୍ରିକ୍ ସେୟାର କରିଛି । ଏହି ସିରିଜର ନାମ ହେଉଛି # ଡିଟେକ୍ଟିଂ ଫୁଡ୍ ଆଡୁଲ୍ଟେରାଣ୍ଟସ୍ ବା #DetectingFoodAdulterants । ଏହି ସିରିଜ୍ ଅଧୀନରେ ବର୍ତ୍ତମାନ FSSAI ଏକ ଛୋଟ ଭିଡିଓ ମଧ୍ୟ ସେୟାର କରିଛି ।

ଏହା ବି ପଢ଼ନ୍ତୁ:-ଗ୍ୟାସ ସିଲିଣ୍ଡରର ତଳ ଭାଗରେ କାହିଁକି ରହିଥାଏ ଏସବୁ ଛିଦ୍ର? ୯୯ ପ୍ରତିଶତ ଲୋକ ଜାଣନ୍ତି ନାହିଁ ଏହାର କାରଣ

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଂଗ୍ରେସ ସାଂସଦ, ସଂସଦରେ ଭାରି ହଙ୍ଗାମା

ଏହା ବି ପଢ଼ନ୍ତୁ:-ଉଦ୍ଧବଙ୍କ ପାଇଁ ବଢ଼ୁଛି ସମସ୍ୟା, ଶିବସେନା ପରେ ଏବେ ପରିବାରରେ ବି ବିଦ୍ରୋହ!

ଏହି ଭିଡିଓରେ ତେଲ (Cooking Oil) ଭିତରେ ହଳଦିଆ ରଙ୍ଗର ମେଟାନିଲ୍ ରଙ୍ଗ (metanyl color) ଅଛି କି ନାହିଁ, ତାହାର ଯାଞ୍ଚ କରିବାକୁ ଏକ ଛୋଟ କୌଶଳ ଦେଖାଇଛି । ଯଦି ଆପଣ ମଧ୍ୟ ଆପଣଙ୍କ ଘରେ ବ୍ୟବହୃତ ତେଲର ଶୁଦ୍ଧତା ଉପରେ ସନ୍ଦେହ କରୁଛନ୍ତି, ତେବେ ଆପଣ ଏହାକୁ ସହଜରେ ମଧ୍ୟ ଯାଞ୍ଚ କରିପାରିବେ । ଆସନ୍ତୁ ଜାଣିବା FSSAI ର ଏହି ଟ୍ରିକ୍ ବିଷୟରେ...

ଯାଞ୍ଚ କରିବାର ପଦ୍ଧତି 

୧. ଏଥିପାଇଁ ପ୍ରଥମେ ଆପଣ ଏକ ଟେଷ୍ଟ୍ ଟ୍ୟୁବରେ ୧ ମିଲି ତେଲ ନିଅନ୍ତୁ ।

୨. ବର୍ତ୍ତମାନ ଏଥିରେ ୪ ମିଲି ଡିଷ୍ଟିଲ୍ ପାଣି ମିଶାନ୍ତୁ ଓ ଟେଷ୍ଟ୍ ଟ୍ୟୁବକୁ ହଲାନ୍ତୁ ।

୩. ବର୍ତ୍ତମାନ ଏଥିରୁ ୨ ମିଲି ବାହାର କରି ଅନ୍ୟ ଏକ ଟେଷ୍ଟ୍ ଟ୍ୟୁବ୍ ଭିତରେ ରଖନ୍ତୁ । 
୪. ଏହା ପରେ ଏଥିରେ ୨ L କନ୍ସେନଟ୍ରେଟେଡ୍ HCl ଯୋଗ କରନ୍ତୁ ।

୫. ଯଦି ଆପଣଙ୍କ ତେଲରେ ମିଶ୍ରଣ ହୋଇଛି ତେବେ ଏହାର ଉପର ସ୍ତରରେ କୌଣସି ରଙ୍ଗ ଦୃଶ୍ୟମାନ ହେବ ନାହିଁ । ଏହି ସମୟରେ ମିଶ୍ରଣ ତେଲର ଉପର ଅମ୍ଳର ରଙ୍ଗ ବଦଳିଯିବ ।

ମେଟାନିଲ୍ କ'ଣ?

ଯଦି ଆପଣଙ୍କର ତେଲରେ ମେଟାନିଲ ଅଛି, ତେବେ କହି ରଖୁଛୁ ଯେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ । ବିଶେଷଜ୍ଞଙ୍କ ଅନୁଯାୟୀ, ମେଟାନିଲ ହେଉଛି ଏକ ଅନୁମତି ନଥିବା ଖାଦ୍ୟ ରଙ୍ଗ, ଯାହା ଭାରତରେ ବହୁଳ ଭାବରେ ବ୍ୟବହୃତ ହେଉଛି । ଏଥି ସହିତ ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ୍ ଅନୁଯାୟୀ, ମେଟାନିଲ୍ ମଣିଷ ଖାଇବା ପାଇଁ ଫିଟ୍ ନୁହେଁ ।

ଏଥି ସହିତ ପଶୁମାନଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ୧୯୯୩ ମସିହାରେ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ମେଟାନିଲ ବ୍ୟବହାର ଅନେକ ସମସ୍ୟା ସୃଷ୍ଟି କରିପାରେ । ଯଦି ଆପଣ ଏକ ମିଶ୍ରଣ ତେଲ ବ୍ୟବହାର କରନ୍ତି ଯେଉଁଥିରେ ମେଟାନିଲ୍ ଥାଏ, ଏହା ମସ୍ତିଷ୍କର ଶିଖିବା ଓ ବୁଝିବା କ୍ଷମତାକୁ ପ୍ରଭାବିତ କରିଥାଏ ।

FSSAI ର ଟ୍ୱିଟ୍

FSSAI ର ଟ୍ୱିଟ୍ ମାଧ୍ୟମରେ ଏହା ଜଣାପଡ଼ିଛି ଯେ HCL ଆପଣଙ୍କ ତେଲ ଭିତରେ ଥିବା ଏହି ମିଶ୍ରଣ ରଙ୍ଗକୁ ପ୍ରଦର୍ଶନ କରିପାରିବ । FSSAI ର ଏହି ଟ୍ୱିଟରେ ଏହା ସ୍ପଷ୍ଟ ଭାବରେ ଦେଖାଯାଇପାରେ ଯେ ଶୁଦ୍ଧ ତେଲରେ କୌଣସି ପ୍ରକାରର ପରିବର୍ତ୍ତନ ଆସେନାହିଁ । ସେପଟେ ମିଶ୍ରଣ ତେଲର ରଙ୍ଗ ବଦଳିଯାଏ ।

ନକଲି ତେଲ କିପରି କରିବେ ଯାଞ୍ଚ