Vastu Tips: ଆପଣ ତୁରନ୍ତ ନିମ୍ନରେ ବାସ୍ତୁ ଟିପ୍ସକୁ କାମରେ ଲଗାନ୍ତୁ ଯେମିତି କରଜ ଭାରରେ ଆପଣଙ୍କ ଜୀବନ ଅସହଜ ହେବନାହିଁ ।
Trending Photos
Vastu Tips: ଯଦି ଆପଣ ନିଜ ଘରେ ବାସ୍ତୁ ସହିତ ଜଡିତ କିଛି ଭୁଲ୍ କରୁଛନ୍ତି, ତେବେ ଏହା ଆପଣଙ୍କୁ ବହୁତ ଅସୁବିଧାରେ ପକାଇପାରେ । ଆପଣ ଋଣରେ ବୁଡ଼ି ପାରନ୍ତି ଏବଂ ଦାରିଦ୍ର୍ୟ ଆପଣଙ୍କ ଘରକୁ ଆସିପାରେ । ତେଣୁ, ଆପଣ ତୁରନ୍ତ ନିମ୍ନରେ ବାସ୍ତୁ ଟିପ୍ସକୁ କାମରେ ଲଗାନ୍ତୁ ଯେମିତି କରଜ ଭାରରେ ଆପଣଙ୍କ ଜୀବନ ଅସହଜ ହେବନାହିଁ ।
• ଯଦି ଆପଣଙ୍କ ଘରର ମୁଖ୍ୟ ପ୍ରବେଶ ଦ୍ୱାରରେ ସବୁବେଳେ ଅନ୍ଧକାର ରୁହେ ତେବେ ଏହା ଅତ୍ୟନ୍ତ ଖରାପ ଅଟେ । ଘରର ମୁଖ୍ୟପ୍ରବେଶ ଦ୍ୱାର ନିକଟରେ ଅନ୍ଧାର ରହିଲେ ଆପଣଙ୍କ କୌଣସି କାର୍ଯ୍ୟ ସଫଳ ହେବ ନାହିଁ । ବହୁତ ପରିଶ୍ରମ କରିବା ପରେ ମଧ୍ୟ ଆପଣ ଅନେକ କାର୍ଯ୍ୟରେ ବିଫଳ ହେବେ ।
• ଆପଣ ନିଶ୍ଚୟ ଶୁଣିଥିବେ ଯେ ଭଙ୍ଗା ଫଟୋଫ୍ରେମ୍ ବା ଚିରା ଫଟୋ ଘରେ ରଖିବା ଉଚିତ୍ ନୁହେଁ କାରଣ ଏହା ପାରିବାରିକ ସମ୍ପର୍କକୁ ଖରାପ କରିଥାଏ । ଯେଉଁ କାରଣରୁ ଘରେ ପରିବାର ସଦସ୍ୟଙ୍କ ମଧ୍ଯରେ ବିବାଦ ହେବାର ଆଶଙ୍କା ରହିଛି । ତେଣୁ, ଯଦି ଆପଣଙ୍କ ଘରେ ଯଦି ଚିରାଫଟା ଚିତ୍ର କିମ୍ବା ଭଙ୍ଗା ଫଟୋ ଫ୍ରେମ୍ ଅଛି, ତୁରନ୍ତ ସେଗୁଡ଼ିକୁ ବାହାର କରନ୍ତୁ ।
• ଯଦି ଆପଣ ନିଜର ପୋଷାକ, ଚପଲ, ଜୋତା ଇତ୍ୟାଦିକୁ ଏଠାରେ ସେଠାରେ ପକାଉଛନ୍ତି, ତେବେ ଏହା ବହୁତ ଭୁଲ ଅଟେ କାରଣ ଏପରି କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ବହୁତ କ୍ରୋଧିତ ହୁଅନ୍ତି ।ଯେଉଁଥିପାଇଁ ଆପଣଙ୍କ ଘରେ ଟଙ୍କା ପଇସାର ଅଭାବ ସୃଷ୍ଟି ହୋଇପାରେ ।
• ଘରର କବାଟ ଏବଂ ଝରକାକୁ କେବେବି ସଂପୂର୍ଣ୍ଣ ଖୋଲା ରଖନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ଅସନ୍ତୋଷ ଏବଂ ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରିପାରନ୍ତି ।
• ଅନେକ ଲୋକଙ୍କର ଟ୍ୟାପ୍ ଖୋଲା ଛାଡି ପାଣି ଛାଡିବାର ବଦଭ୍ୟାସ ରହିଛି । ବାସ୍ତୁଶାସ୍ତ୍ର ଅନୁଯାୟୀ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ । ଏହି କାରଣରୁ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଆପଣ ମଧ୍ୟ ମାନସିକ ସ୍ତରରେ ଦୁର୍ବଳ ହୋଇପାରନ୍ତି ।
• ବାସ୍ତୁଶାସ୍ତ୍ର ଅନୁଯାୟୀ, ଅତର ଭଳି ଜିନିଷ ରାତିରେ ବ୍ୟବହାର କରାଯିବା ଉଚିତ ନୁହେଁ କାରଣ ଶକ୍ତିଶାଳୀ ସୁଗନ୍ଧ ଆପଣଙ୍କ ଘରେ ନକାରାତ୍ମକ ଶକ୍ତି ସୃଷ୍ଟି କରିପାରେ ।
• ବାସ୍ତୁଶାସ୍ତ୍ର ଅନୁସାରେ ଘରେ ବାଦୁଡ଼ି ବାସ କରିବା ଅଶୁଭ । ତେଣୁ ଯଦି ଆପଣଙ୍କ ଘରେ ବାଦୁଡି ଅଛନ୍ତି ତେବେ ସେମାନଙ୍କୁ ତୁରନ୍ତ ବିଦା କରନ୍ତୁ ।
• ବାସ୍ତୁଶାସ୍ତ୍ରୀଙ୍କ ଅନୁଯାୟୀ, ଆପଣଙ୍କ ରୋଷେଇ ଘରର କବାଟ ଆଗରେ ଚୁଲି ରହିବା ଠିକ୍ ନୁହେଁ । ଏହା ଦାରିଦ୍ର୍ୟର କାରଣ ହୋଇପାରେ ।
(ସୂଚନା- ଉପରୋକ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ, ଏହା ଜୀ ଓଡ଼ିଶାର ନିଜସ୍ୱ ମତ ନୁହେଁ)
Also Read- Vastu Tips: ବାସ୍ତୁଶାସ୍ତ୍ର ଅନୁସାରେ ଜାଣନ୍ତୁ ଘର କେମିତି ହେବା ଆବଶ୍ଯକ
Also Read- ବାସ୍ତୁପୁରୁଷ କିଏ ? କ’ଣ ପାଇଁ କୌଣସି ଶୁଭକାର୍ଯ୍ୟରେ ଯଜ୍ଞରେ ପ୍ରଥମେ ଆହୁତି ବାସ୍ତୁ ପୁରୁଷଙ୍କୁ ଦିଆଯାଏ ?