Trending Photos
Health Tips: ଅସୁନ୍ତଳିତ ଖାଦ୍ୟ ଓ ଖରାପ ଜୀବନ ଶୈଳୀ ଯୋଗୁଁ ମଣିଷ ବିଭିନ୍ନ ପ୍ରକାର ରୋଗରେ ପୀଡିତ ହୋଇଥାଏ । ବିଶେଷ କରି କୀଡନି ସମସ୍ୟା । କୀଡନି ସମସ୍ୟା ଆଜିକା ଦିନରେ ଏକ ମାରାତ୍ମକ ରୋଗରେ ଗଣା ହେଲାଣୀ । ବିଶେଷ କରି ଖରାଦିନେ ତାପମାତ୍ରା ବୃଦ୍ଧି ଯୋଗୁଁ କିଡନୀ ସମସ୍ୟା ଅଧିକ ଦେଖାଦେଇ ଥାଏ । ୫ ରୁ ୭ ଡିଗ୍ରୀ ତାପମାତ୍ରା ବୃଦ୍ଧି କିଡନୀ ଷ୍ଟୋନ୍ ସମସ୍ୟାକୁ ୩୦ ପ୍ରତିଶତ ବଢାଇ ଦିଏ । ପ୍ରବଳ ଗରମ ହେତୁ ଦେହରୁ ଝାଳ ବାହାରେ । ଏହାଦ୍ଵାରା ଶରୀରରେ ଜଳାୟ ଅଂଶ ହ୍ରାସ ଯାଏ । ଏହା ମଧ୍ୟ କିଡନୀ ଷ୍ଟୋନ୍ କୁ ବୃଦ୍ଧି କରିବାରେ ସହାୟକ ହୁଏ । ତେଣୁ କିଡନୀ ସମସ୍ୟାରୁ ଦୂରେଇବା ପାଇଁ କିଛି ଘରୋଇ ଉପଚାର ଆପଣଙ୍କୁ ସାହାର୍ଯ୍ୟ କରିବ । ଯାହା ଦ୍ବାରା ଆପଣ ଏଥିରୁ ମୁକ୍ତି ପାଇ ପାରିବେ।
ରସୁଣ
ଯଦି ଆପଣ କୀଡନି ସମସ୍ୟାରେ ପୀଡିତ ତେବେ ଆପଣଙ୍କ ପାଇଁ ଏହା ରାମବାଣ ପରି କାର୍ଯ୍ୟ କରିବ । ଏହା କୋଲେଷ୍ଟ୍ରୋଲକୁ ହ୍ରାସ କରିଥାଏ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଧାରଣ କରିଥାଏ ଯାହାକି ଦାନ୍ତରେ ଜମା ନ ହେବାରେ ସାହାଯ୍ୟ କରିଥାଏ। ଆପଣ ଏହାକୁ କଞ୍ଚା ମଧ୍ୟ ଖାଇପାରିବେ । ଭଜା ରସୁଣକୁ ମଧ୍ୟ ଆପଣ କୌଣସି ବ୍ୟବହାର କରିପାରିବେ ।
ଷ୍ଟ୍ରବେରି
ସେହିପରି ଷ୍ଟବେରୀ ମଧ୍ୟ କୀଡନି ସମସ୍ୟା ଦୂର କରିବାର ବେଶ ସହାୟକ ହୋଇଥାଏ । ଷ୍ଟ୍ରବେରିର ଲାଲ ରଙ୍ଗ ଆଣ୍ଟୋସିୟାନିନ, ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଉତ୍ପନ୍ନ କରିଥାଏ । ଯାହା ଶରୀରର କୋଷ ସଂରଚନାକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ ଏବଂ ଅକ୍ସିଡେଟିଭ୍ କ୍ଷତି ବନ୍ଦ କରିଥାଏ । ଷ୍ଟ୍ରବେରି ଫାଇବର, ଭିଟାମିନ୍ ସି, ମାଙ୍ଗାନିଜ୍ ଏବଂ ଅନ୍ୟାନ୍ୟ ମାଇକ୍ରୋନ୍ୟୁଟ୍ରିଏଣ୍ଟ୍ର ଏକ ଚମତ୍କାର ଉତ୍ସ । କର୍କଟ ବିରୋଧୀ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ସହିତ ସେମାନେ ହୃଦ୍ରୋଗର ସୁରକ୍ଷା ମଧ୍ୟ ଦେଇପାରନ୍ତି ।
ସେଓ
ସେଓ ବା ଆପଲ୍ କୋଲେଷ୍ଟ୍ରଲ କମାଇବାରେ ସହାୟକ ହୋଇଥାଏ । କୋଷ୍ଠକାଠିନ୍ୟ ହ୍ରାସ କରିପାରେ, ହୃଦରୋଗକୁ ରୋକିପାରେ ଏବଂ କର୍କଟ ରୋଗ ହେବାର ସମ୍ଭାବନାକୁ କମ କରିପାରେ । ଏହା ଆମର ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ । ସେଓରେ ଫାଇବର ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଉପାଦାନ ଅଧିକ ରହିଛି । ଯାହା କିଡନୀ ରୋଗରେ ପୀଡିତଙ୍କ ପାଇଁ ଏକ ଉତ୍ତମ ଉତ୍ସ ।
ବନ୍ଧାକୋବି
ବନ୍ଧାକୋବି ଓ ସବୁଜ ପନିପରିବା ଖାଇବା ଶରୀର ପାଇଁ ବେଶ ହିତକର । କୋବିରେ ଫାଇବର, ଭିଟାମିନ୍ କେ, ସି, ଏବଂ ବି ୬ ଓ ଭିଟାମିନ୍ ବି୬ ରହିଛି । ଏହା ଫୋଲିକ୍ ଏସିଡର ଏକ ଉତ୍ସ । ଏହା କିଡନୀ ରୋଗୀଙ୍କ ପାଇଁ ବେଶ ସହାୟକ ହୋଇଥାଏ ।
ପିଆଜ
ପିଆଜ ମଧ୍ୟ କିଡନୀ ରୋଗୀଙ୍କ ପାଇଁ ବେଶ ହିତକର ହୋଇଥାଏ । ପିଆଜରେ ଅନେକ ଫ୍ଲାଭୋନାଏଡ୍ ଥାଏ। କ୍ୱେରେସିଟିନ୍ ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଯାହା ହୃଦରୋଗର ଆଶଙ୍କା କମ୍ କରିପାରେ ଏବଂ ବିଭିନ୍ନ ରୋଗରୁ ରକ୍ଷା କରିଥାଏ । ପିଆଜ କ୍ରୋମିୟମର ଏକ ଉଚ୍ଚ ଉତ୍ସ, ଏକ ଖଣିଜ ପଦାର୍ଥ ଯାହା କାର୍ବୋହାଇଡ୍ରେଟ୍, ଫ୍ୟାଟ୍ ଏବଂ ପ୍ରୋଟିନର ମେଟାବୋଲିଜିମ୍ରେ ସାହାଯ୍ୟ କରେ । ସେହିପରି ରେଡ କ୍ୟାପସିକମ୍ ମଧ୍ୟ କିଡନୀ ରୋଗଙ୍କୁ ଖାଇବା ଉଚିତ୍ । ଏଥିରେ ଭିଟାମିନ୍ ବି୬, ସି ଏବଂ ଏ ଭରପୁର ରହିଛି ।
(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)