ଭାରତରେ ଅଛନ୍ତି ୧୮୧ ଜଣ ସଦସ୍ୟ ବିଶିଷ୍ଟ ପରିବାର, ଜାଣନ୍ତୁ କେମିତି ରୁହନ୍ତି ସେମାନେ
Advertisement
Article Detail0/zeeodisha/odisha614794

ଭାରତରେ ଅଛନ୍ତି ୧୮୧ ଜଣ ସଦସ୍ୟ ବିଶିଷ୍ଟ ପରିବାର, ଜାଣନ୍ତୁ କେମିତି ରୁହନ୍ତି ସେମାନେ

୩୯ ଜଣ ପତ୍ନୀ ଓ ୯୪ ଜଣ ପୁଅ, ୪ ଜଣ ବହୁ ଓ ୩୩ ଜଣ ନାତି ନାତୁଣୀଙ୍କୁ ନେଇ ଗଢା ଡେଡଙ୍କ ପରିବାର

ସୌଜନ୍ୟ: ସୋସିଆଲ ମିଡିଆ

ଜାସ୍ମିନରେଖା ମହାନ୍ତ, ନୂଆଦିଲ୍ଲୀ: ଆଜିକା ଦିନରେ ପ୍ରତ୍ୟେକ ପରିବାର ଏକ ଛୋଟ ପରିବାର ଚାହିଁଥାଏ । ଖୁବ କମ୍ ଜଣ ଇଚ୍ଛା କରିଥାନ୍ତି ଯୌଥ ପରିବାର । ଆଉ ଏହାର ମୁଖ୍ୟ କାରଣ ହେଉଛି ବର୍ତ୍ତମାନର ମହଙ୍ଗାମାଡ଼ । ହେଲେ ଦୁନିଆରେ ଏମିତି କିଛି ପରିବାର ରହିଛି ଯେଉଁଥିରେ ଯେତେ ବଡ଼ ପରିବାର ହେଲେ ମଧ୍ୟ ତା ମଧ୍ୟରୁ ଖୁସି ଖୋଜିଥାନ୍ତି ସମସ୍ତେ ।

 ଆମେ ଏକ ଏଭଳି ପରିବାର ବାବଦରେ ଆପଣଙ୍କୁ ଜଣାଇବୁ ଯାହା ବିଶ୍ୱର ସବୁଠାରୁ ବଡ଼ ପରିବାର ମଧ୍ୟରେ ଗଣତି ହେଉଛି । ଏହି ପରିବାରରେ ପାଖାପାଖି ୧୮୧ ଜଣ ସଦସ୍ୟ ରହୁଛନ୍ତି ଆଉ ସମସ୍ତେ ଖୁସି ଖୁସି ଏକାଠି ରହୁଛନ୍ତି । ଭାରତର ଉତ୍ତର ପୂର୍ବ ରାଜ୍ୟ ମିଜୋରମରେ ଥିବା ବଖତୱଙ୍ଗ ଗାଁରେ ରହୁଛନ୍ତି ଏହି ପରିବାର । ଏହି ପରିବାରର ମୁଖିଆ ହେଉଛନ୍ତି ଡେଡ୍ ଜିଓନ ।  ତାଙ୍କର ୩୯ ଜଣ ପତ୍ନୀ ଓ ୯୪ ଜଣ ପୁଅ ଅଛନ୍ତି । ଏବଂ ସେହି ଘରେ ତାଙ୍କର ୪ ଜଣ ବହୁ ଓ ୩୩ ଜଣ ନାତି ନାତୁଣୀ ମଧ୍ୟ ରହୁଛନ୍ତି । 

fallback

ଏହି ୧୮୧ ଜଣ ପରିବାର ସଦସ୍ୟମାନେ ଏକ ୪ ମହଲାର ୧୦୦ଟି ରୁମ ଥିବା ବିଲ୍ଡିଂରେ ରହୁଛନ୍ତି । ଏହି ଘରେ ପ୍ରତ୍ୟେକ ଦିନ ୩୦ କେଜି ଚିକେନ୍, ୬୦ କିଲୋ ଆଳୁ ଓ ୧୦୦ କିଲୋ ଚାଉଳ ରୋଷେଇ କରାଯାଇଥାଏ । ପରିବାର ମୁଖିଆ ଡେଡ୍ ଜିୟୋନା ପେସାରେ  ଜଣେ କାରପେଣ୍ଟର । ଯେତେବେଳେ ଡେଡ୍ ଙ୍କୁ ୧୭ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ଯାଥିଆଙ୍ଗିଙ୍କୁ ପ୍ରଥମ ବିବାହ କରିଥିଲେ । ଏବେ ବି ଡେଡ୍ ଆହୁରି ବିବାହ କରିବାପାଇଁ ଇଚ୍ଛୁକ ଅଛନ୍ତି । ଏବେ ତାଙ୍କ ପରିବାର ବିଶ୍ୱର ସବୁଠାରୁ ବଡ଼ ପରିବାର ବୋଲି ଶୁଣି ସେ ବହୁତ ଖୁସି ଅନୁଭବ କରୁଛନ୍ତି ।