Figs for women's health: ମହିଳାଙ୍କ ପାଇଁ ବେଶ ଲାଭଦାୟୀ ଡ଼ିମ୍ବିରି ଫଳ, ପ୍ରତ୍ୟେକ ଦିନ ଖାଇଲେ ମିଳିଥାଏ ଏହି ସବୁ ଫାଇଦା
Advertisement
Article Detail0/zeeodisha/odisha1602262

Figs for women's health: ମହିଳାଙ୍କ ପାଇଁ ବେଶ ଲାଭଦାୟୀ ଡ଼ିମ୍ବିରି ଫଳ, ପ୍ରତ୍ୟେକ ଦିନ ଖାଇଲେ ମିଳିଥାଏ ଏହି ସବୁ ଫାଇଦା

Figs for women's health: ଫିକସ୍ ଗଛରେ ଫଳୁଥିବା ଡିମ୍ବିରି ଫଳ ସାଧାରଣତଃ ତାଜା କିମ୍ବା ଶୁଖିଲା ଆକାରରେ ଉପଲବ୍ଧ ହୋଇଥାଏ । ଏଥିରେ ଭରପୂର ମାତ୍ରାରେ ପୋଟାସିମୟ୍, ମାଙ୍ଗାନିଜ୍, ଭିଟାମିନ୍ ବି, ପ୍ୟାଣ୍ଟୋଥେନିକ୍ ଏସିଡ଼ ଓ ଫାଇବରର ରହିଥାଏ । ମହିଳାମାନଙ୍କ ପାଇଁ ଏହି ଡିମ୍ବିରି ଫଳ ବେଶ ଲାଭଦାୟୀ ହୋଇଥାଏ ।

ସୌ(ସୋସିଆଲ ମିଡିଆ)

Figs for women's health: ଡ଼ିମ୍ବିରି ଫଳ ବିଷୟରେ ଆପଣ ଶୁଣିଥିବେ ନିଶ୍ଚୟ । ଫିକସ୍ ଗଛରେ ଫଳୁଥିବା ଡିମ୍ବିରି ଫଳ ସାଧାରଣତଃ ତାଜା କିମ୍ବା ଶୁଖିଲା ଆକାରରେ ଉପଲବ୍ଧ ହୋଇଥାଏ । ଏଥିରେ ଭରପୂର ମାତ୍ରାରେ ପୋଷକ ତତ୍ତ୍ୱ ରହିଛି । ପୋଟାସିମୟ୍, ମାଙ୍ଗାନିଜ୍, ଭିଟାମିନ୍ ବି, ପ୍ୟାଣ୍ଟୋଥେନିକ୍ ଏସିଡ଼ ଓ ଫାଇବରର ପରିମାଣର ଏଥିରେ ଭରପୂର ମାତ୍ରାରେ ରହିଥାଏ । ମହିଳାମାନଙ୍କ ପାଇଁ ଏହି ଡିମ୍ବିରି ଫଳ ବେଶ ଲାଭଦାୟୀ ହୋଇଥାଏ । ଏହା ଏକ ସୁପରଫି୍ରୁ଼ଟ ଅଟେ ।

ଓଜନ କମାଇବାରେ ହୋଇଥାଏ ସହାୟକ

ଡ଼ିମ୍ବିରିରେ ଥିବା ଫାଇଭର ଓଜନ ହ୍ରାସ ନେଇ ବେଶ ସହାୟକ ହୋଇଥାଏ । ଫାଇଭର ଶରୀରର ହଜମ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଆପଣ ଅନ୍ୟ ଫଳ ବଦଳରେ ତାଜା ଡିମ୍ବିରି ଖାଆନ୍ତୁ । ଏହା ଖାଇବା ଦ୍ବାରା  ଓଜନ କମ କରିବାରେ ସହାୟକ ହୋଇଥାଏ ।

ମଜଭୁତ ହୋଇଥାଏ ହାଡ଼

ପ୍ରତ୍ୟେକ ଦିନ ଡିମ୍ବିରି ଖାଇବା ଦ୍ବାରା ହାଡ଼ ମଜଭୁତ ହୋଇଥାଏ । ଏହା ଅଷ୍ଟିଓପୋରୋସିସ୍ ଭଳି ସମସ୍ୟାକୁ ରୋକିବାରେ ସାହାଯ୍ୟ କରିଥାଏ । ଏଥିରେ ପୋଟାସିୟମ୍ ଓ କ୍ୟାଲସିୟମର ଏକ ଉତ୍ତମ ଉତ୍ସ ଅଟେ ।

ସ୍ତନ କର୍କଟ ପାଇଁ ବେଶ ଲାଭଦାୟୀ

ସନ୍ତ କର୍କଟ ରୋକିବା ପାଇଁ ଫାଇବର ଯୁକ୍ତ ଫଳ ବେଶ ଲାଭଦାୟୀ ହୋଇଥାଏ । ପ୍ରତ୍ୟେକ ମହିଳା ପ୍ରତିଦିନ ଫାଇବର ଥିବା ଖାଦ୍ଯ ଖାଇବା ଅତ୍ୟନ୍ତ ଆବଶ୍ୟକ ।

ପିଏମଏସ ସମୟରେ ହୋଇଥାଏ ବେଶ ଲାଭଦାୟୀ

ପିଏମଏସରେ ପିଡ଼ୀତ ମହିଳାମାନଙ୍କୁ ଡ଼ିମିରି ଖାଇବାକୁ ପରାମର୍ଶ ଦିଆଯାଇଥାଏ ।

କେଶ ପାଇଁ ବରଦାନ ସଦୃଶ୍ୟ

ଡିମ୍ବିରିରେ ଥିବା ଭିଟାମିନ୍ (E) କେଶ ପାଇଁ ବହୁତ ଭଲ ହୋଇଥାଏ । ସୁସ୍ଥ କେଶ ପାଇଁ ଆପଣ ଡିମ୍ବିରିକୁ ତେଲ କରି ମଧ୍ୟ ବ୍ୟବହାର କରିପାରିବେ। ଏହା ବ୍ୟବହାର କରିବା ଦ୍ବାରା କେଶ ବଢିବା ସହ ମଜଭୁତ ହୋଇଥାଏ ।

ଉଜ୍ଜଳ ତ୍ବଚା ବେଶ ଫଳପ୍ରଦ

ଡିମ୍ବିରି ଫଳରେ ଭିଟାମିନ୍ (ବି), ଭିଟାମିନ୍ (ସି), ଫସଫରସ୍  ମହଜୁଦ ରହିଥାଏ । ଯାହା ସୁସ୍ଥ ଓ ଉଜ୍ଜଳ ତ୍ବଚା ପାଇଁ ଲାଭଦାୟକ ଅଟେ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ତ୍ୱଚାକୁ ସତେଜ କରିବା ସହ ଚର୍ମ ସମସ୍ୟାକୁ ଦୂର କରିଥାଏ ।

ମଧୁମେୟ ରୋଗୀଙ୍କ ପାଇଁ ଉପଯୋଗୀ

ଶୁଖିଲା ଡିମ୍ବିରିରେ ଭରପୂର ମାତ୍ରାରେ ଚିନି ରହିଥାଏ ତେଣୁ ମଧୁମେହ ରୋଗୀମାନେ ଏହାକୁ ଖାଇବା ପୂର୍ବରୁ ଧ୍ଯାନ ରଖିବା ଉଚିତ୍ । ଡିମ୍ବିରିରେ ଭରପୂର ମାତ୍ରାରେ ପୋଟାସିୟମ୍ ରହିଥାଏ ଯାହା ଶରୀରରେ ସୁଗାର ଲେବୁଲୁକୁ ନିୟନ୍ତ୍ରଣ କରିବାରେ ସାହାୟକ ହୋଇଥାଏ ।

ଏହାମଧ୍ଯ ପଢନ୍ତୁ- World kidney day 2023: ସୁସ୍ଥ କିଡ଼ନୀ ପାଇଁ ବେଶ ଲାଭଦାୟୀ ଏହି ସବୁ ଖାଦ୍ୟ, ଆଜିଠୁ ଆରମ୍ଭ କରନ୍ତୁ ଖାଇବା

ପ୍ରତ୍ୟାଖ୍ୟାନ: ସଂପୃକ୍ତ ପ୍ରବନ୍ଧଟି ପାଠକଙ୍କ ସୂଚନା ଓ ସଚେତନତା ପାଇଁ । ଜି ଓଡ଼ିଶା ନ୍ୟୁଜ୍ ଏପରି ଦାବିକୁ ନିଶ୍ଚିତ କରେ ନାହିଁ । ଏହାକୁ ଗ୍ରହଣ କରିବା ପୂର୍ବରୁ ଏହି ବିଷୟରେ ଡାକ୍ତରୀ ପରାମର୍ଶ ନେବାକୁ ଆମେ ନମ୍ରତାର ସହିତ ଅନୁରୋଧ କରୁଛୁ । ଆମର ଉଦ୍ଦେଶ୍ୟ କେବଳ ଆପଣଙ୍କୁ ସୂଚନା ପ୍ରଦାନ କରିବା ।)