Odisha News: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଜାତୀୟକରଣ ପାଠ୍ୟପୁସ୍ତକ ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ
Advertisement
Article Detail0/zeeodisha/odisha2040468

Odisha News: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଜାତୀୟକରଣ ପାଠ୍ୟପୁସ୍ତକ ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ

Odisha News(ଭୁବନେଶ୍ୱର):  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାଣ୍ଡି (School and Mass Education Shri Sudam Marndi) ଜାତୀୟକରଣ ପାଠ୍ୟପୁସ୍ତକ ବିତରଣ (textbook distribution programme) କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଶିକ୍ଷାବର୍ଷ ୨୦୨୪ -୨୫ ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା.... 

Odisha News: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଜାତୀୟକରଣ ପାଠ୍ୟପୁସ୍ତକ ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ

Odisha News(ଭୁବନେଶ୍ୱର):  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାଣ୍ଡି (School and Mass Education Shri Sudam Marndi) ଜାତୀୟକରଣ ପାଠ୍ୟପୁସ୍ତକ ବିତରଣ (textbook distribution programme) କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଶିକ୍ଷାବର୍ଷ ୨୦୨୪ -୨୫ ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ପ୍ରସ୍ତୁତ ପାଠ୍ୟଖସଡ଼ା ଅନୁଯାୟୀ ଜାତୀୟ କରଣ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ , ଭୁବନେଶ୍ଵର ନିର୍ଦ୍ଦେଶାଳୟ ଠାରେ ରାଜ୍ୟର ସମସ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭାଗୀୟ କମିଶନର ତଥା ଶାସନ ସଚିବ ଅଶ୍ଵଥୀ.ଏସ୍‌ଙ୍କ ତତ୍ତ୍ଵାବଧାନରେ ଜାତୀୟକରଣ ପାଠ୍ୟପୁସ୍ତକ ବିତରଣ କାର୍ଯ୍ୟକ୍ରମ ଆଜି ଶୁଭାରମ୍ଭ ହୋଇଛି । 

ALSO READ : Shani Dev: ନକ୍ଷେତ୍ର ପରିବର୍ତ୍ତନ କରିବେ ଶନି, ଏହି ୪ ରାଶିଙ୍କୁ ମିଳିବ ଶୁଭଫଳ ସହ ବର୍ଷିବ ଧନ

ପ୍ରଥମ ଦିବସରେ ରାଜ୍ୟର ୫ ଗୋଟି ଜିଲ୍ଲା ଯେପରିକି, ପୁରୀ , କେଉଁଝର , କେନ୍ଦ୍ରାପଡ଼ା , ଭଦ୍ରକ ଓ ଯାଜପୁରରେ ପୁସ୍ତକ ବିତରଣ କରାଯାଇଛି । ପ୍ରତ୍ୟେକ ଜିଲ୍ଲାରେ ୨୮୦୦୦ ଖଣ୍ଡ ପାଠ୍ୟପୁସ୍ତକ ବିତରଣ କରାଯାଇଯାଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର ମୋଟ ୩୧୪ ବ୍ଲକ୍‌ର ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ଜାତୀୟକରଣ ପାଠ୍ୟପୁସ୍ତକ ବିତରଣ କରାଯିବ , ତତ୍ସହିତ ବେସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ବର୍ଷ ଜାତୀୟକରଣ ପାଠ୍ୟପୁସ୍ତକ ମାଗଣାରେ ବିତରଣ କରାଯିବ । 

ଚଳିତ ବର୍ଷ ମୋଟ ୨.୫ କୋଟି ପାଠ୍ୟପୁସ୍ତକ ୫ କୋଟି କାର୍ଯ୍ୟପୁସ୍ତିକା ମାର୍ଚ୍ଚ ଶେଷ ସପ୍ତାହ ସୁଦ୍ଧା ବିତରଣ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏ-ହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା ଭୁବନେଶ୍ୱର ( ମଧ୍ଯ ) ,ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧ୍ଵକରଣ (ଓସେପା) ଅନୁପମ ସାହା,ରାଜ୍ୟ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ନିର୍ଦ୍ଦେଶକ ରଘୁରାମ ଆର୍. ଆୟାରଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।