Lizard Falling: କିଛି ଲୋକ ଘରେ ଝିଟିପିଟି ଦେଖି ଡ଼ରି ଯାଆନ୍ତି ବା ଛାନିଆ ହୋଇଯାଆନ୍ତି । ଝିଟିପିଟି ଦେଖିବା ମାତ୍ରେ ଘରୁ ବାହାରକୁ ପଳାଇଥାନ୍ତି କିଛି ଲୋକ । ହେଲେ ବେଳେ ବେଳେ ଝିଟିପିଟି ଶରୀରରେ ପଡ଼ିବା ଦ୍ୱାରା ଲୋକମାନେ ଏହା ଶୁଭ ନା ଅଶୁଭ ବୋଲି ଭାବନାରେ ପଡ଼ିଯାଆନ୍ତି। ତେବେ ଆସନ୍ତୁ ଜାଣିବା ଯେ, ଶରୀରରେ ଝିଟିପିଟି ପଡ଼ିବା ଦ୍ୱାରା ଶୁଭ ନା ଅଶୁଭ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଶରୀରରେ କିଛି କିଛି ସ୍ଥାନରେ ଝିଟିପିଟି ପଡ଼ିଲେ ଏହାକୁ ଶୁଭ ବୋଲି ବିବେଚନା କରାଯାଏ। ଯାହାଦ୍ୱାରା ଆୟୁରେ ବୃଦ୍ଧି, ଧନ, ବସ୍ତ୍ର, ସଫଳତା ଆଦି ପ୍ରାପ୍ତି ନେଇ ସଙ୍କେତ ମିଳିଥାଏ। ଶକୁନଶାସ୍ତ୍ର ଅନୁଯାୟୀ, ଏହି ସଙ୍କେତ ବିଷୟରେ କୁହାଯାଉଛି। 


COMMERCIAL BREAK
SCROLL TO CONTINUE READING

ଶକୁନଶାସ୍ତ୍ର ଅନୁଯାୟୀ, ପୁରୁଷଙ୍କ ଡାହାଣ ଭାଗରେ ଝିଟିପିଟି ପଡ଼ିଲେ ଶୁଭ ଓ ମହିଳାଙ୍କ ଶରୀରର ବାମ ପଟରେ ଝିଟିପିଟି ପଡ଼ିବା ଦ୍ୱାରା ଶୁଭ ବୋଲି ବିବେଚନା କରାଯାଏ। ତେବେ ଆସନ୍ତୁ ଜାଣିବା ଝିଟିପିଟି ପଡ଼ିବା ଦ୍ୱାରା ଶୁଭ ନା ଅଶୁଭ?


ଶରୀରରେ କେଉଁସ୍ଥାନରେ ଝିଟିପିଟି ପଡ଼ିଲେ ଶୁଭ ବୋଲି ବିବେଚନା କରାଯାଏ?


1-ଯଦି ଆପଣଙ୍କ ମୁଣ୍ଡ ଉପରେ ଝିଟିପିଟି ପଡେ ତେବେ ଏହାକୁ ଶୁଭ ବୋଲି ବିବେଚନା କରାଯାଏ। ଏହାଦ୍ୱାରା ରାଜଯୋଗ ରହିଥାଏ ବୋଲି ବିଶ୍ୱାସ ରହିଛି। ଆପଣଙ୍କୁ ପଦ ଓ ପ୍ରତିଷ୍ଠାରେ ବୃଦ୍ଧି ଦେଖିବାକୁ ମିଳିବ। ସରକାରଙ୍କ ପକ୍ଷରୁ ସାହାଯ୍ୟ ସହଯୋଗ ମିଳିବାର ସମ୍ଭାବନା ରହିଛି।


2-ଯଦି କୌଣସି ବ୍ୟକ୍ତିଙ୍କ ଡାହାଣ କାନ୍ଧ ଉପରେ ଝିଟିପିଟି ପଡ଼େ ତେବେ ତାଙ୍କ ଆୟୁ ବୃଦ୍ଧି ହୋଇଥାଏ । ଅର୍ଥାତ୍ ସେ ଦୀର୍ଘାୟୁ ହୋଇଥାନ୍ତି।


3-ସେହିପରି ବାମ କାନ ଉପରେ ଝିଟିପିଟି ପଡ଼ିଲେ ଏହାକୁ ଶୁଭ ବୋଲି ବିବେଚନା କରାଯାଏ। ଯେଉଁ ବ୍ୟକ୍ତିଙ୍କ ବାମ ପାର୍ଶ୍ୱରେ ଥିବା କାନ ଉପରେ ଉପରୁ ଝିଟିପିଟି ପଡେ ସେହି ବ୍ୟକ୍ତିଙ୍କ ଭାଗ୍ୟରେ ଧନପ୍ରାପ୍ତିର ସଙ୍କେତ ଦେଖାଦେଇଥାଏ। 


4-ଯଦି ଶୋଇବା ସମୟରେ ଆପଣଙ୍କ ଆଖି ଉପରେ ଝିଟିପିଟି ପଡ଼େ ତେବେ ଜାଣିବେ ଯେ ଏହା ଶୁଭ । ଆପଣଙ୍କୁ ଅଚାନକ ଧନପ୍ରାପ୍ତିର ଯୋଗ ରହୁଛି। ଏହା ଅତ୍ୟନ୍ତ ଶୁଭ ସଙ୍କେତ ହୋଇଥାଏ।


5-ଯଦି କୌଣସି ବ୍ୟକ୍ତିଙ୍କ କାନ୍ଧ ଉପରେ ଝିଟିପିଟି ପଡ଼େ ତେବେ ଡ଼ରିବା ଦରକାର ନାହିଁ, ଏହାଦ୍ୱାରା କୁହାଯାଏ ଯେ କାନ୍ଧ ଉପରେ ଝିଟିପିଟି ପଡ଼ିଲେ ବିଜୟ ପ୍ରାପ୍ତ ହୋଇଥାଏ। ଶତ୍ରୁଙ୍କ ଠାରୁ ବିଜୟ ଲାଭ କରିବାର ସୁଯୋଗ ରହିଥାଏ। 


6-ଯଦି ଆପଣଙ୍କ ଛାତି ଉପରେ ଝିଟିପିଟି ପଡ଼େ, ଏହାର ଅର୍ଥ ହେଉଛି ଆପଣ ହଠାତ୍ କୌଣସି ସ୍ଥାନରୁ ଆର୍ଥିକ ଲାଭ ପାଇପାରନ୍ତି । ଆପଣଙ୍କର ଅଟକିଥିବା ପୁରୁଣା ଟଙ୍କା ଫେରିପାଇବେ। 


7- ଯଦି ଏକ ଝିଟିପିଟି ଆପଣଙ୍କ ଡାହାଣ ହାତ ବା ବାହୁରେ ପଡ଼େ, ଏହାର ଅର୍ଥ ହେଉଛି ଆପଣ ଜଣେ ରାଜା ପରି ସୁଖ ପାଇବେ । ଏହା ଆପଣଙ୍କ ଆରାମରେ ବୃଦ୍ଧି ହେବାର ଏକ ସଙ୍କେତ ଅଟେ। 


8- ଯଦି ଗୋଟିଏ ଝିଟିପିଟି ବ୍ୟକ୍ତିଙ୍କ ମୁହଁରେ ପଡେ, ତେବେ ସେ ମିଠା ଜାତୀୟ ଖାଦ୍ୟ ପାଇପାରନ୍ତି ।


9- ଯଦି ଝିଟିପିଟି ଆପଣଙ୍କ ଅଣ୍ଟାରେ ପଡ଼େ ଏହାର ଅର୍ଥ ହେଉଛି ତୁମେ ହାତୀ କିମ୍ବା ଘୋଡା ଚଢିବ। ଯଦି ଏକ ଝିଟିପିଟି ଜଙ୍ଘ ଉପରେ ପଡ଼େ ତେବେ ଏହା ଶୁଭ ବୋଲି ବିବେଚନା କରାଯାଏ । 


10- କୌଣସି ବ୍ୟକ୍ତିର ନାକ ଉପରେ ଯଦି ଝିଟିପିଟି ପଡ଼େ ତେବେ ତାହା ଧନ ପ୍ରାପ୍ତିର ସଙ୍କେତ ଅଟେ । ହାତରେ ପଡ଼ିଥିବା ଝିଟିପିଟିର ଅର୍ଥ ହେଉଛି ନୂଆ ପୋଷାକ ଲାଭ ହେବ।


(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)


Also Read: Hitech Hospital Tragedy: ବାହାନଗା ରୁଲ୍ କୁ ଫଲୋ କଲାନି କି ହାଇଟେକ୍ ହସ୍ପିଟାଲ !