Hitech Hospital Tragedy: ବାହାନଗା ରୁଲ୍ କୁ ଫଲୋ କଲାନି କି ହାଇଟେକ୍ ହସ୍ପିଟାଲ !
Advertisement
Article Detail0/zeeodisha/odisha2045243

Hitech Hospital Tragedy: ବାହାନଗା ରୁଲ୍ କୁ ଫଲୋ କଲାନି କି ହାଇଟେକ୍ ହସ୍ପିଟାଲ !

Hitech Hospital Tragedy: ଏବେ ଏତେ ବଡ଼ ତ୍ରୁଟି ଧରାପଡ଼ିବା ପରେ ହସ୍ପିଟାଲ ପୋଲିସ ଓ ଥାର୍ଡ ପାର୍ଟି ଉପରେ ଦୋଷ ଲଦିଛି। ପ୍ରେସମିଟ୍ କରି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ସବୁ ପ୍ରୋଟୋକଲ ହସ୍ପିଟାଲ ପକ୍ଷରୁ ଫଲୋ କରାଯାଇଛି। ହେଲେ ଜ୍ୟୋତି ଓ ଦିଲ୍ଲୀପଙ୍କ ପରିବାର ଦାବି କରିଛନ୍ତି ଯେ, କାହିଁକି ଡିଏନଏ ଟେଷ୍ଟ କରାନଯାଇ ମୃତଦେହ ହସ୍ତାନ୍ତର କରାଗଲା।

 

Hitech Hospital Tragedy: ବାହାନଗା ରୁଲ୍ କୁ ଫଲୋ କଲାନି କି ହାଇଟେକ୍ ହସ୍ପିଟାଲ !

Hitech Hospital Tragedy: ଘନେଇବାରେ ଲାଗିଛି ହାଇଟେକ ହସ୍ପିଟାଲ ବ୍ଲାଷ୍ଟ ବିବାଦ । କିଏ ମୃତ କିଏ ଜୀବିତ ତାହାକୁ ନେଇ ଚାଲିଛି ତନାଘନା। କିଏ କହୁଛି ଦିଲ୍ଲୀପ ବଞ୍ଚିଛି ତ କିଏ ମାଗୁଛି ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ମର ଶରୀର । ଏସବୁ ମଧ୍ୟରେ ବିବାଦରେ ଛନ୍ଦି ହେବାକୁ ବସିଲାଣି ହାଇଟେକ୍ ହସ୍ପିଟାଲ। ସେପଟେ ଘଡ଼ିକୁ ଘଡ଼ି ପ୍ରେସମିଟ୍ କରି ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ କସରତ କରୁଛି ହସ୍ପିଟାଲ। ହେଲେ ସବୁଠୁ ବଡ଼ କଥା ହେଲା ଏତେ ବଡ଼ ତ୍ରୁଟି ପାଇଁ ଦାୟୀ କିଏ? କାରଣ ଏହି ଘଟଣା ପରେ ଗୋଟିଏ କି ଦୁଇଟି ନୁହେଁ ତିନୋଟି ପରିବାର ଏବେ ଆଶା ଆଶଙ୍କାରେ କି ତାଙ୍କ ପୁଅ ବା ସ୍ୱାମୀ ମୃତ ନା ଜୀବିତ ? 

କୁହାଯାଉଛି ଯେ, ଦିଲ୍ଲୀପ ସାମନ୍ତରାୟ ବଞ୍ଚିଛନ୍ତି ହେଲେ ପ୍ରଥମେ ସେ ମୃତ ବୋଲି ତାଙ୍କ ଶବ ସତ୍କାର କରାଯାଇଥିଲା । ଏହାଜାଣି ତାଙ୍କ ପତ୍ନୀ ସୋନା ଆତ୍ମହତ୍ୟା କରିଥିଲେ। ହେଲେ ଏବେ ଦିଲ୍ଲୀପ ସାମନ୍ତରାୟ ବଞ୍ଚିଥିବା ଜାଣିବା ପରେ ଜ୍ୟୋତିରଞ୍ଜନ ମଲ୍ଲିକ ମୃତ ବୋଲି କୁହାଯାଉଛି । ଯାହା ଫଳରେ ଏବେ ହସ୍ପିଟାଲରେ ଉତ୍ତେଜନା(Hitech Hospital Blast)  ଦେଖାଦେଇଛି। ହସ୍ପିଟାଲ ସାମ୍ନାରେ କାନ୍ଦି କାନ୍ଦି ବେହୋସ ହେଉଛନ୍ତି ଜ୍ୟୋତିଙ୍କ ପତ୍ନୀ ଓ ପରିବାର।  ଦୁଃଖ ଓ କ୍ଷୋଭର ସହ ଦାବି କରୁଛନ୍ତି, 'ଆମକୁ ଜ୍ୟୋତି ଫେରାଇ ଦିଅନ୍ତୁ ନହେଲେ ତାଙ୍କ ମର ଶରୀର ଅନ୍ତିମ ସଂସ୍କାର ପାଇଁ ଦିଆଯାଉ' ।  ହେଲେ ଶବ ଚିହ୍ନଟରେ ଏମିତି ବଡ଼ ତ୍ରୁଟି କାରଣରୁ ହସ୍ପିଟାଲ ପୋଲିସ ଓ ଥାର୍ଡ ପାର୍ଟିକୁ ଦୋଷ ଠେଲୁଥିବା ବେଳେ ହସ୍ପିଟାଲ କାହିଁକି ବାହାନଗା ରୁଲ୍ କୁ ଫଲୋ କଲାନି ତାକୁ ନେଇ ପ୍ରଶ୍ନ ଉଠୁଛି।

ବାହାନଗା ରୁଲ୍ କ'ଣ? 
ଇଣ୍ଡିଆନ କୋଡ୍ ସେକ୍ସନ ଫୋର୍ ସବ୍ କ୍ଲଜ ୱାନ ଅନୁସାରେ (Indian Code Section 4), କୌଣସି ଦୁର୍ଘଟଣା ଘଟିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଯଦି ୭୫ ପ୍ରତିଶତ ଭାଗ ପୋଡ଼ିଯାଏ ବା ଖଣ୍ଡିଆ ଖାବରା ହୋଇଥାଏ ତାହା ଚିହ୍ନଟ କରିବା କଷ୍ଟକର ହୋଇଥାଏ। ସେଭଳି କ୍ଷେତ୍ରରେ ହସ୍ପିଟାଲ କର୍ତ୍ତୃପକ୍ଷ ବେନାମୀ ନାଁରେ ଚିକିତ୍ସା କରିପାରିବେ ସତ କିନ୍ତୁ ମୃତ୍ୟୁ ହେଲେ ମୃତ ଶରୀର ହସ୍ତାନ୍ତର ସମୟରେ କିଛିଟା ଦିଗ ପ୍ରତି ଧ୍ୟାନ ରଖିଥାନ୍ତି। ଯେମିତିକି ୭୫ ଭାଗ ଆଘାତ ପାଇଥିବା କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ମେଡିକାଲ ପାଥୋଲୋଜି ସହ ଡିଏନଏ ପ୍ରୋଫାଇଲିଂକୁ (DNA Profiling) ଫଲୋ କରିବା ଜରୁରୀ। ଯାହାକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ପୋଲିସକୁ ଆପ୍ଲିକେସନ ଦେଇ ପୋଷ୍ଟ ମର୍ଟମ କରିପାରିବେ। କିଛିମାସ ପୂର୍ବେ ଘଟିଥିବା ବାହାନଗା ଟ୍ରେନ ଦୁର୍ଘଟଣା (Bahanaga Train Tragedy) ଏହାର ଜ୍ୱଳନ୍ତ ଉଦାହରଣ । ମର୍ମନ୍ତୁଦ ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିଲେ ଶହ ଶହ ଲୋକ । ଛିନଛତ୍ର ମରଶରୀରକୁ ଚିହ୍ନିନପାରି ସରକାରଙ୍କ କ୍ଷତିପୂରଣକୁ ହାତେଇବା ପାଇଁ ଅନେକ ଲୋକ ନିଜ ପରିଜନଙ୍କ ଶରୀରକୁ ନିଜ ଲୋକ କହି କ୍ଲେମ କରିଥିଲେ । ହେଲେ ହସ୍ପିଟାଲ ସମସ୍ତ ମେଡିକାଲ ରୁଲ୍ କୁ ଫଲୋ କରିବା ପରେ ମର ଶରୀରକୁ ପରିବାରକୁ ହସ୍ତାନ୍ତର କରିଥିଲା। ଯାହାଫଳରେ ଅନେକ ଲୋକ ଠକ୍ ଓ ଦଲାଲ ବୋଲି ଧରାପଡ଼ିଥିଲେ। ହେଲେ ଏହି ନିୟମକୁ ବୋଧ ହୁଏ ହାଇଟେକ୍ ହସ୍ପିଟାଲ ନମାନିବାରୁ ଏଭଳି ତ୍ରୁଟି ଦେଖାଦେଇଛି ବୋଲି ଅଭିଯୋଗ ହୋଇଛି। 

ଆମେ ଠିକ୍ ଅଛୁ-Hitech Hospital
ଏବେ ଏତେ ବଡ଼ ତ୍ରୁଟି ଧରାପଡ଼ିବା ପରେ ହସ୍ପିଟାଲ ପୋଲିସ (Hitech Hospital Administration) ଓ ଥାର୍ଡ ପାର୍ଟି ଉପରେ ଦୋଷ ଲଦିଛି। ପ୍ରେସମିଟ୍ କରି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ସବୁ ପ୍ରୋଟୋକଲ ହସ୍ପିଟାଲ ପକ୍ଷରୁ ଫଲୋ କରାଯାଇଛି। ହେଲେ ଜ୍ୟୋତି ଓ ଦିଲ୍ଲୀପଙ୍କ ପରିବାର ଦାବି କରିଛନ୍ତି ଯେ, କାହିଁକି ଡିଏନଏ ଟେଷ୍ଟ କରାନଯାଇ ମୃତଦେହ ହସ୍ତାନ୍ତର କରାଗଲା। ଅନ୍ୟପଟେ ହସ୍ପିଟାଲର କହିବା କଥା, ଦିଲ୍ଲୀପଙ୍କ ପରିବାର ତାଙ୍କୁ ଚିହ୍ନଟ କରିଥିଲେ ତା ପରେ ଯାଇ ଶବ ସତ୍କାର ହୋଇଥିଲା । ହେଲେ ଚିକିତ୍ସାଧୀନ ବ୍ୟକ୍ତି ଯେତେବେଳେ ନିଜେ ନିଜକୁ ଦିଲ୍ଲୀପ ସାମନ୍ତରାୟ କହିବା ସହ ସବୁ ଡିଟେଲ୍ସ ଦେଇଥିଲେ ସେତେବେଳେ ସମସ୍ତେ ଚକିତ ହୋଇଥିଲେ। ପ୍ରେସମିଟ୍ କରି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ, ଜୀବିତ ଥିବା ବ୍ୟକ୍ତି ମୋଷ୍ଟ ପ୍ରୋବାବଲି ଦିଲ୍ଲୀପ ସାମନ୍ତରାୟ । ଏହା ଜାଣିବା ପରେ ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ପରିବାର ମର୍ମାହତ ହୋଇଛନ୍ତି । ଅନ୍ୟପଟେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା କଥା ପରିବାର ମରଶରୀରକୁ ଚିହ୍ନିପାରିନଥିଲେ । ସେହିପରି ଏଘଟଣାକୁ ନେଇ ପୋଲିସର(Police) ତଦନ୍ତ ଉପରେ ନଜର ରହିଛି। 

Also Read: Hitech Hospital Tragedy: କାନ୍ଦି କାନ୍ଦି ଜ୍ୟୋତିଙ୍କ ପତ୍ନୀ ପଚାରୁଛନ୍ତି ମୋ ସ୍ୱାମୀ କାଇଁ...

Also Read: Hitech Hospital ଟ୍ରାଜେଡ଼ି: ଭୁଲ୍‍ ବ୍ୟକ୍ତିଙ୍କୁ ମୃତ ଘୋଷଣା କରି ଗଲା ୨ ଜୀବନ