Lunar Eclipse 2022: ଚିନ୍ତା ବଢ଼ାଉଛି ନଭେମ୍ବର ୮ର ଚନ୍ଦ୍ର ଗ୍ରହଣ, ୪ ରାଶି ପାଇଁ ଲାଭ ଓ ୪ ରାଶି ପାଇଁ କ୍ଷତିର ଯୋଗ
Advertisement
Article Detail0/zeeodisha/odisha1412410

Lunar Eclipse 2022: ଚିନ୍ତା ବଢ଼ାଉଛି ନଭେମ୍ବର ୮ର ଚନ୍ଦ୍ର ଗ୍ରହଣ, ୪ ରାଶି ପାଇଁ ଲାଭ ଓ ୪ ରାଶି ପାଇଁ କ୍ଷତିର ଯୋଗ

Lunar Eclipse 2022: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହ ଓ ନକ୍ଷତ୍ରର ପରିବର୍ତ୍ତନ ପରି ଗ୍ରହଣର ପ୍ରଭାବ ସମସ୍ତ ରାଶି (Zodiac Signs) ଉପରେ ମଧ୍ୟ ଦେଖିବାକୁ ମିଳିଥାଏ, ତାହା ସୂର୍ଯ୍ୟ ପରାଗ ହେଉ କିମ୍ବା ଚନ୍ଦ୍ର ଗ୍ରହଣ ହେଉ । ଆସନ୍ତୁ ଜାଣିବା ଆଗାମୀ ସମୟରେ ଚନ୍ଦ୍ର ଗ୍ରହଣର ପ୍ରଭାବ ଯୋଗୁଁ କେଉଁ ରାଶିର ଲୋକମାନଙ୍କୁ ଲାଭ ହେବ ଓ କେଉଁ ରାଶି ଲୋକମାନଙ୍କୁ କ୍ଷତିର ଯୋଗ ରହିଛି ।

Lunar Eclipse 2022: ଚିନ୍ତା ବଢ଼ାଉଛି ନଭେମ୍ବର ୮ର ଚନ୍ଦ୍ର ଗ୍ରହଣ, ୪ ରାଶି ପାଇଁ ଲାଭ ଓ ୪ ରାଶି ପାଇଁ କ୍ଷତିର ଯୋଗ

Chandra Grahan 2022: ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ (Lunar Eclipse 2022) ଓ ଦ୍ୱିତୀୟ ଖଣ୍ଡଗ୍ରାସ ଚନ୍ଦ୍ର ଗ୍ରହଣ ନଭେମ୍ବର ୮ରେ କାର୍ତ୍ତିକ ପୂର୍ଣ୍ଣିମା ସମୟରେ ହେବାକୁ ଯାଉଛି । ଏହି ଚନ୍ଦ୍ର ଗ୍ରହଣ ଲୋକଙ୍କ ମନରେ ଚିନ୍ତା ବଢ଼ାଉଛି । କାରଣ ଏହି ଦ୍ୱିତୀୟ ଚନ୍ଦ୍ର ଗ୍ରହଣ (Lunar Eclipse) ଅକ୍ଟୋବର ୨୫,୨୦୨୨ରେ ହୋଇଥିବା ସୂର୍ଯ୍ୟ ପରାଗ (Solar Eclipse) ର ୧୫ ଦିନ ମଧ୍ୟରେ ଘଟିବାକୁ ଯାଉଛି । ଜ୍ୟୋତିଷଙ୍କ ଅନୁଯାୟୀ, ଗୋଟିଏ ପକ୍ଷ କିମ୍ବା ୧୫ ଦିନ ମଧ୍ୟରେ ଦୁଇଟି ଗ୍ରହଣ ହେବା କିଛି ବଡ଼ ଅଶୁଭ ସଙ୍କେତ ଭାବରେ ବିବେଚନା କରାଯାଏ । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ମନରେ ଏକ ଆଶଙ୍କା ରହିଛି ଯେ ବର୍ତ୍ତମାନ ଦେଶ ତଥା ସମାଜରେ କିଛି ବଡ଼ ସମସ୍ୟା ଆସିବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହ ଓ ନକ୍ଷତ୍ରର ପରିବର୍ତ୍ତନ ପରି ଗ୍ରହଣର ପ୍ରଭାବ ସମସ୍ତ ରାଶି (Zodiac Signs) ଉପରେ ମଧ୍ୟ ଦେଖିବାକୁ ମିଳିଥାଏ, ତାହା ସୂର୍ଯ୍ୟ ପରାଗ ହେଉ କିମ୍ବା ଚନ୍ଦ୍ର ଗ୍ରହଣ ହେଉ । 

ଗ୍ରହଣର ଏକ ମାସ ପର୍ଯ୍ୟନ୍ତ ଅବଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଆଗାମୀ ସମୟରେ ଚନ୍ଦ୍ର ଗ୍ରହଣର ପ୍ରଭାବ ଯୋଗୁଁ କେଉଁ ରାଶିର ଲୋକମାନଙ୍କୁ ଲାଭ ହେବ ଓ କେଉଁ ରାଶି ଲୋକମାନଙ୍କୁ କ୍ଷତିର ଯୋଗ ରହିଛି । ଜ୍ୟୋତିଷଙ୍କ ଅନୁଯାୟୀ, ନଭେମ୍ବର  ୮ରେ ହେବାକୁ ଥିବା ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଯୋଗୁଁ ୪ଟି ରାଶି ମିଥୁନ, କର୍କଟ, ବିଛା ଏବଂ କୁମ୍ଭ ପାଇଁ ଲାଭଦାୟକ ପ୍ରମାଣିତ ହେବ । ଅନ୍ୟପଟେ ୪ଟି ରାଶି ମେଷ, ବୃଷ, କନ୍ୟା ଏବଂ ମକର ରାଶି ପାଇଁ କ୍ଷତିର ଯୋଗ ନେଇ ଆସୁଛି । ଏହା ବ୍ୟତୀତ ଅବଶିଷ୍ଟ ୪ଟି ରାଶିର ଲୋକଙ୍କୁ ଚନ୍ଦ୍ର ଗ୍ରହଣ ଯୋଗୁଁ ମଧ୍ୟମ ଫଳ ମିଳିବ ।

ଚନ୍ଦ୍ର ଗ୍ରହଣର ସମୟ ଅବଧି

ବର୍ଷର ଶେଷ ଚନ୍ଦ୍ର ଗ୍ରହଣ କାର୍ତ୍ତିକ ପୂର୍ଣ୍ଣିମା ଅର୍ଥାତ ୮ ନଭେମ୍ବର ୨୦୨୨ରେ ହେବାକୁ ଯାଉଛି । ଚନ୍ଦ୍ର ଗ୍ରହଣର ଆରମ୍ଭ ଅର୍ଥାତ୍ ସ୍ପର୍ଶକାଳ ସନ୍ଧ୍ୟା ୫:୩୫ ମିନିଟରେ ଆରମ୍ଭ ହେବ । ଚନ୍ଦ୍ର ଗ୍ରହଣର ମଧ୍ୟଭାଗ ୬:୧୯ ମିନିଟ ଓ ମୋକ୍ଷ ବା ଶେଷ ସନ୍ଧ୍ୟା ୭:୨୬ ମିନିଟରେ ହେବ । ଏହି ଚନ୍ଦ୍ର ଗ୍ରହଣର ସୂତକ ଅବଧି ଗ୍ରହଣର ୧୨ ଘଣ୍ଟା ପୂର୍ବରୁ ସକାଳ ୫.୫୩ ମିନିଟରେ ଆରମ୍ଭ ହେବ ଓ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ଚାଲିବ ।

ଅଧିକ ପଢ଼ନ୍ତୁ:-ବିରାଟ କୋହଲିଙ୍କୁ ନେଇ ପାକିସ୍ତାନର ପୂର୍ବତନ ଅଧିନାୟକ ଦେଲେ ଏପରି ବୟାନ, କେବେବି ଭୁଲି ପାରିବେନି ଭାରତୀୟ ଫ୍ୟାନ୍ସ

ଅଧିକ ପଢ଼ନ୍ତୁ:-ହୋଇଯାଆନ୍ତୁ ସତର୍କ, ଆସୁଛି କୋରୋନାର ଆଉ ଏକ ଲହର!

ଅଧିକ ପଢ଼ନ୍ତୁ:-ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦେବେ ରୋହିତ ଶର୍ମା? ଜାଣନ୍ତୁ ନେଦରଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ଦଳର ସମ୍ଭାବ୍ୟ ଏକାଦଶ

ଚନ୍ଦ୍ର ଗ୍ରହଣ କେଉଁ କେଉଁ ସ୍ଥାନରେ ଦେଖାଯିବ?

ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଭାରତ ସମେତ ଦକ୍ଷିଣ / ପୂର୍ବ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପ୍ରଶାନ୍ତ, ଆଟଲାଣ୍ଟିକ୍ ଏବଂ ଭାରତ ମହାସାଗରରେ ଦେଖାଯିବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଓ ବିଭିନ୍ନ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ ।)