Makar Sankranti 2024: ଆସନ୍ତା ବର୍ଷ କେବେ ପଡୁଛି ମକର ସଂକ୍ରାନ୍ତି? ଜାଣନ୍ତୁ କିପରି କରିବେ ପୂଜା
Advertisement

Makar Sankranti 2024: ଆସନ୍ତା ବର୍ଷ କେବେ ପଡୁଛି ମକର ସଂକ୍ରାନ୍ତି? ଜାଣନ୍ତୁ କିପରି କରିବେ ପୂଜା

Makar Sankranti 2024:  ଏହି ଦିନ ସୂର୍ଯ୍ୟଙ୍କୁ (Surya dev) ଉପାସନା କରାଯାଇଥାଏ । ଏହି ଦିନ ପବିତ୍ର ନଦୀରେ ଗାଧୋଇବାର ବିଶେଷ ମହତ୍ବ ରହିଛି । ଏହି ଦିନ ଗୁଡ଼ ଓ ଖେଚୋଡ଼ି ଆଦି ଦାନ କରାଯାଇଥାଏ । ଏପରି କରିବା ଦ୍ୱାରା ରାଶିରେ ସୂର୍ଯ୍ୟ ମଜଭୁତ ହୋଇଥାଆନ୍ତି । 

ସୌ(ସୋସିଆଲ ମିଡିଆ)

Makar Sankranti 2024: ସୂର୍ଯ୍ୟ ମକର ରାଶିରେ ପ୍ରବେଶ କଲେ ମକର ସଂକ୍ରାନ୍ତି ପାଳନ (Makar Sankranti 2024) କରାଯାଏ । ଏହି ଦିନ ସୂର୍ଯ୍ୟଙ୍କୁ (Surya dev) ଉପାସନା କରାଯାଇଥାଏ । ଏହି ଦିନ ପବିତ୍ର ନଦୀରେ ଗାଧୋଇବାର ବିଶେଷ ମହତ୍ବ ରହିଛି । ଏହି ଦିନ ଗୁଡ଼ ଓ ଖେଚୋଡ଼ି ଆଦି ଦାନ କରାଯାଇଥାଏ । ଏପରି କରିବା ଦ୍ୱାରା ରାଶିରେ ସୂର୍ଯ୍ୟ ମଜଭୁତ ହୋଇଥାଆନ୍ତି । ଏହା ବ୍ୟତୀତ ଏହିଦିନ ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ତର୍ପଣ କରାଯାଇଥାଏ । ତେବେ ୨୦୨୪ରେ ମକର ସଂକ୍ରାନ୍ତି କେବେ ପାଳନ କରାଯିବ ତାହାକୁ ନେଇ ଦ୍ୱନ୍ଦ୍ୱ ରହିଛି। ତେବେ ଆସନ୍ତୁ ଜାଣିବା କେବେ ପଡୁଛି ମକର ସଂକ୍ରାନ୍ତି ।

*କେବେ ପଡୁଛି ମକର ସଂକ୍ରାନ୍ତି

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଜାନୁଆରୀ ୧୫ ବିଳମ୍ବିତ ରାତି ୦୨:୪୩ ମିନିଟ୍ ରେ ସୂର୍ଯ୍ୟ ଧନୁ (Sagittarius) ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିବେ। ତେଣୁ ଆସନ୍ତାବର୍ଷ ଜାନୁୟାରୀ ୧୫ ଅର୍ଥାତ୍ ପୁଷ ମାସ ଶୁକ୍ଲ ପକ୍ଷ ପଞ୍ଚମ ତିଥିରେ ମକର ସଂକ୍ରାନ୍ତି ପାଳନ କରାଯିବ । ଏହି ଦିନ ସକାଳ ୦୭:୧୫ରୁ ସନ୍ଧ୍ୟା ୦୫:୪୬ ଯାଏଁ ଶୁଭ ବେଳା ରହିଛି । ଏହି ଦିନ ପୂଜା, ପାଠ, ଦାନ ଓ ଧର୍ମ ପାଇଁ ବେଶ ଖାସ୍ ଅଟେ । ସେହିପରି ମକର ସଂକ୍ରାନ୍ତି ଦିନ ମହାପୁଣ୍ୟ କାଳ ସକାଳ ୦୭:୧୫ରୁ ଆରମ୍ଭ ହୋଇ ୯ଟା ପର୍ଯ୍ୟନ୍ତ ରହିଛି । ଏହି ଅବଧି ମଧ୍ଯରେ, ପୂଜାପାଠ ଓ ଦାନ ଧର୍ମ କରିବା ଦ୍ବାରା ସୂର୍ଯ୍ୟଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ ।

*ମକର ସଂକ୍ରାନ୍ତିରେ କ’ଣ କରିବା ଉଚିତ୍

ସାରା ଦେଶରେ ବେଶ ଧୁମଧାମ୍ ରେ ମକର ସଂକ୍ରାନ୍ତି ପର୍ବ ପାଳନ କରାଯାଏ । ଏହି ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ଗଙ୍ଗା ପାଣି କିମ୍ବା କୌଣସି ପବିତ୍ର ନଦୀରେ ସ୍ନାନ କରନ୍ତୁ । ଏହାପରେ ରୀତିନୀତି ଅନୁଯାୟୀ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରନ୍ତୁ । ପୂଜା ସମୟରେ ସୂର୍ଯ୍ୟ ଚଲିଶା ପାଠ କରନ୍ତୁ । ପୂଜା ପରେ, ନିଜ ସାମର୍ଥ୍ୟ ଅନୁଯାୟୀ ରାଶି, ଗୁଡ଼, ଖେଚୋଡ଼ି, ଘିଅ ଓ ପୋଷାକ ଇତ୍ୟାଦି ଦାନ କରନ୍ତୁ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)