Morning Tips: ସବୁ କାମରେ ହେବାକୁ ଚାହୁଁଛନ୍ତି ସଫଳ? ତେବେ ପ୍ରତିଦିନ ସକାଳେ କରନ୍ତୁ ଏସବୁ କାମ, ବର୍ଷିବ ମାଁ ଲକ୍ଷ୍ମୀଙ୍କ କୃପା
Advertisement

Morning Tips: ସବୁ କାମରେ ହେବାକୁ ଚାହୁଁଛନ୍ତି ସଫଳ? ତେବେ ପ୍ରତିଦିନ ସକାଳେ କରନ୍ତୁ ଏସବୁ କାମ, ବର୍ଷିବ ମାଁ ଲକ୍ଷ୍ମୀଙ୍କ କୃପା

Morning Tips: ଉପାସନା ଓ ସେମାନଙ୍କ ସହ ଜଡିତ ପ୍ରତିକାର ଜୀବନରେ ଶୁଭ ଫଳ ଆଣିଥାଏ । ଆଜି ଆମେ ଏପରି ଏକ ପ୍ରଭାବଶାଳୀ ପ୍ରତିକାର ବିଷୟରେ କହିବୁ, ଯାହା ପ୍ରତିଦିନ ସକାଳେ କରିବା ଦ୍ୱାରା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିଥାଏ ।

Morning Tips: ସବୁ କାମରେ ହେବାକୁ ଚାହୁଁଛନ୍ତି ସଫଳ? ତେବେ ପ୍ରତିଦିନ ସକାଳେ କରନ୍ତୁ ଏସବୁ କାମ, ବର୍ଷିବ ମାଁ ଲକ୍ଷ୍ମୀଙ୍କ କୃପା

Morning Tips: ହିନ୍ଦୁ ଧର୍ମ (Hinduism), ଜ୍ୟୋତିଷ ଶାସ୍ତ୍ର (Astrology) ଏବଂ ବାସ୍ତୁ ଶାସ୍ତ୍ର (Vastu Shastra) ରେ କେତେକ କାର୍ଯ୍ୟ ଅତ୍ୟନ୍ତ ଶୁଭ ବୋଲି ମନେ କରାଯାଏ । ଆହୁରି ମଧ୍ୟ କେତେକ ପ୍ରତୀକକୁ ପୂଜନୀୟ ମନେ କରାଯାାଇଛି । ସେମାନଙ୍କର ଉପାସନା ଓ ସେମାନଙ୍କ ସହ ଜଡିତ ପ୍ରତିକାର ଜୀବନରେ ଶୁଭ ଫଳ ଆଣିଥାଏ । ଆଜି ଆମେ ଏପରି ଏକ ପ୍ରଭାବଶାଳୀ ପ୍ରତିକାର ବିଷୟରେ କହିବୁ, ଯାହା ପ୍ରତିଦିନ ସକାଳେ କରିବା ଦ୍ୱାରା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିଥାଏ ।

ଗାଈ (Cow) କୁ ହିନ୍ଦୁ ଧର୍ମରେ ମାଁର ମାନ୍ୟତା ଦିଆଯାଇଛି । ଗାଈକୁ ପୂଜା କରାଯାଏ । ଗାଈ ଓ ଗାଈ ସହ ଜଡ଼ିତ ପ୍ରତ୍ୟେକ ଜିନିଷ ଯେପରି କି କ୍ଷୀର, ଗୋମୂତ୍ର, ଗୋବର ମଧ୍ୟ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ । ପୁରାଣ ଅନୁଯାୟୀ, ଗାଈ ଦେହରେ ୩୩ କୋଟି ଦେବାଦେବୀ ବାସ କରନ୍ତି । ଏପରି ପରିସ୍ଥିତିରେ ପ୍ରତିଦିନ ସକାଳେ ଗାଈ ସହିତ ଜଡିତ କିଛି ଉପାୟ ଗ୍ରହଣ କରିବା ଦ୍ୱାରା ଜୀବନରେ ସୌଭାଗ୍ୟ, ସୁଖ ଏବଂ ସମୃଦ୍ଧତା ଆସିଥାଏ । ଏହାସହ କାର୍ଯ୍ୟରେ ସଫଳତା ମିଳିଥାଏ ।

ପ୍ରତିଦିନ ସକାଳେ ଗାଧୋଇବା ପରେ ଆପଣ ଗାଈକୁ ପୂଜା କରିବା ଉଚିତ୍ । ଏହା କରିବା ଦ୍ୱାରା ସମସ୍ତ ଦେବତା ଓ ଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ । ମାଁ ଲକ୍ଷ୍ମୀ ଏପରି ଲୋକଙ୍କ ଘରେ ସର୍ବଦା ଖୁସିରେ ବାସ କରନ୍ତି । ସେମାନଙ୍କ ପ୍ରତି ସର୍ବଦା ପ୍ରସନ୍ନ ହୁଅନ୍ତି ଓ ବହୁତ ଧନ ବର୍ଷା କରନ୍ତି । ଯେଉଁମାନେ ଗାଈକୁ ପୂଜା କରନ୍ତି ସେମାନେ ଜୀବନରେ କୌଣସି ଅର୍ଥର ଅଭାବର ସମ୍ମୁଖୀନ ହୁଅନ୍ତି ନାହିଁ ।

ଗାଈକୁ ପ୍ରତିଦିନ ଖାଇବାକୁ ଦିଅନ୍ତୁ । ବିଶେଷକରି ବୁଧବାର ଦିନ ଗାଈକୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ, ଏହା କରିବା ଦ୍ୱାରା ସମସ୍ତ ଅସୁବିଧା ଦୂର ହୋଇଯାଏ । ଆହୁରି ମଧ୍ୟ ଜାତକରେ ବୁଧ ଗ୍ରହ ମଜବୁତ ହୋଇଥାଏ ।

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଆଦୌ ଖୁସି ନୁହଁନ୍ତି କପିଲ ଦେବ, କହିଲେ-ତାଙ୍କୁ ଲଜ୍ଜା ଲାଗୁଥିଲା

ଅଧିକ ପଢ଼ନ୍ତୁ:-ମଜାକରେ ବି ପତ୍ନୀଙ୍କୁ କୁହନ୍ତୁ ନାହିଁ ଏସବୁ କଥା, ନଚେତ୍ ପରିଣାମ ହେବ ବହୁତ ଖରାପ

ଅଧିକ ପଢ଼ନ୍ତୁ:-ଘରେ କେତେ ସୁନା ରଖିପାରିବେ? ଜାଣି ରଖନ୍ତୁ, ନଚେତ୍ ଅସୁବିଧାରେ ପଡ଼ିବେ ଆପଣ

ଗାଈର ପିଠିର ଉପରି ଅଂଶକୁ ଆଉଁସି ଦେବାରୁ ଆପଣଙ୍କୁ ରୋଗରୁ ରକ୍ଷା ମିଳିଥାଏ । ଏହି ସ୍ଥାନଟିରେ ସୂର୍ଯ୍ୟ-କେତୁ ନାଡି ରହିଥାଏ, ଯାହା ସ୍ୱାସ୍ଥ୍ୟକୁ ମଜବୁତ କରେ ।

ଯଦି ଜାତକରେ ଥିବା ଗ୍ରହମାନେ ଦୁର୍ବଳ ଓ ଅଶୁଭ ଫଳାଫଳ ଦେଉଛନ୍ତି, ତେବେ କଳା ଗାଈକୁ ପୂଜା କରନ୍ତୁ । ଏହା କରିବା ଦ୍ୱାରା ଗ୍ରହର ଦୁଷ୍ପ୍ରଭାବଗୁଡିକ ଦୂର ହେବା ସହିତ ଶତ୍ରୁମାନଙ୍କ ଉପରେ ବିଜୟ ମଧ୍ୟ ମିଳିଥାଏ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଓ ବିଭିନ୍ନ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ ।)