Naba Das Murder Case: ଏହି ରୋଗରେ ପୀଡି଼ତ ଥିଲେ ନବ ଦାସଙ୍କ ହତ୍ୟାକାରୀ
Advertisement

Naba Das Murder Case: ଏହି ରୋଗରେ ପୀଡି଼ତ ଥିଲେ ନବ ଦାସଙ୍କ ହତ୍ୟାକାରୀ

Naba Das Murder Case: ଓଡି଼ଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୋଲିସ ଅଧିକାରୀ ଗୁଳି କରି ହତ୍ୟା କରିଥିଲେ । ASI ଗୋପାଳ ଦାସ ଏକ କାର୍ଯ୍ୟକ୍ରମରେ ଖୁବ ନିକଟରୁ ନବ ଦାସଙ୍କୁ ଗୁଳି ମାଡ଼ କରିଥିଲେ ଯାହା ଫଳରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସୂଚନା ରହିଛି ଯେ, ଗୋପାଳ ଦାସ ବାଇପୋଲାର ଡ଼ିସଅର୍ଡର ମାନସିକ ରୋଗରେ ପୀଡ଼ିତ ଥିଲେ । ତେବେ ଆସନ୍ତୁ ଜାଣିବା କ’ଣ ଏହି ବାଇପୋଲାର ଡ଼ିସଅର୍ଡର ।

ସୌ(ସୋସିଆଲ ମିଡିଆ)

Naba Das Murder Case: ଓଡି଼ଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୋଲିସ ଅଧିକାରୀ ଗୁଳି କରି ହତ୍ୟା କରିଥିଲେ । ASI ଗୋପାଳ ଦାସ ଏକ କାର୍ଯ୍ୟକ୍ରମରେ ଖୁବ ନିକଟରୁ ନବ ଦାସଙ୍କୁ ଗୁଳି ମାଡ଼ କରିଥିଲେ ଯାହା ଫଳରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସୂଚନା ରହିଛି ଯେ, ଗୋପାଳ ଦାସ ବାଇପୋଲାର ଡ଼ିସଅର୍ଡର ମାନସିକ ରୋଗରେ ପୀଡ଼ିତ ଥିଲେ । ତେବେ ଆସନ୍ତୁ ଜାଣିବା କ’ଣ ଏହି ବାଇପୋଲାର ଡ଼ିସଅର୍ଡର ।

ବାଇପୋଲାର ଡ଼ିସଅର୍ଡର- ଏହା ଏପରି ଏକ ରୋଗ ଯେଉଁଥିରେ ବ୍ୟକ୍ତିର ମୁଡ଼ କ୍ଷଣକ ମଧ୍ୟରେ ପରିବର୍ତ୍ତନ ହୋଇଥାଏ ।  ଏହି ମାନସିକ ରୋଗର ଦୁଇଟି ସ୍ଥିତି ରହିଛି ।

ପ୍ରଥମ ସ୍ଥିତିରେ ରୋଗୀ ବହୁତ ଆକ୍ଟିଭ ହୋଇ ବଡ଼ ବଡ଼ କଥା କହୁଥିବା ବେଳେ ଏହାର ଅନ୍ୟ ସ୍ଥିତିରେ ଶାନ୍ତ ରହିବା ସହ ଦୁଃଖିତ ରହିଥାଆନ୍ତି । ଏହାପରେ ଆତ୍ମହତ୍ୟା କରି ଦେବାର ଡ଼ର ରହିଥାଏ ।

ପ୍ରତ୍ୟେକ ୧୫୦ ଭାରତୀୟଙ୍କ ମଧ୍ୟରୁ ଜଣେ ଭାରତୀୟ ଏହି ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି । ଯଦିଓ ଏହି ରୋଗ ନେଇ ସଚେତନତା ବୃଦ୍ଧି ପାଇବାରେ ଲାଗିଛି କିନ୍ତୁ ଏବେ ବି ପ୍ରାୟ ୭୦ ପ୍ରତିଶତ ଲୋକେ ଏହାର ଚିକିତ୍ସା କରାଇପାରନ୍ତି ନାହିଁ ।

ଣ ଏହି ବାଇପୋଲାର ଡ଼ିସଅର୍ଡର ରୋଗ- ଏହା ଏକ ପ୍ରକାର ମାନସିକ ରୋଗ ଅଟେ ଯାହା ଶରୀରରେ ଡୋପାମାଇନ ହରମୋନର ସନ୍ତୁଳନ ବିଗିଡିବା କାରଣରୁ ହୋଇଥାଏ । ଡୋପାମାଇନର ଅସନ୍ତୁଳନ କାରଣରୁ ରୋଗୀର ସ୍ୱଭାବରେ ପରିବର୍ତ୍ତନ ହେବା ସହ ଭୟଙ୍କର ମୁଡ଼ ସ୍ୱିଙ୍ଗସ ହୋଇଥାଏ ।

ଏଥିରେ ଦୁଇ ପ୍ରକାର ଡ଼ିପ୍ରେସନର ଶିକାର ହୋଇଥାଏ ରୋଗୀ । କେତେବେଳେ ରୋଗୀ ବେଶ ଫୁର୍ତ୍ତିଲା ଅନୁଭବ କରେ ତ ଆଉ କେତେବେଳେ ଶାନ୍ତ ହୋଇଯାଇଥାଏ । ଏହି ଦୁଇଟି ସ୍ଥିତିକୁ ହାଇପୋମେନିଆ ଓ ହାଇପରମେନିଆ କୁହାଯାଏ ।

ଣ ଏହି ହାଇପୋମେନିଆ-  ଏହି ସ୍ଥିତିରେ ରୋଗୀ ବେଶ ଶାନ୍ତ ରହୁଥିବା ବେଳେ ନିଜକୁ ଏକାକି ରଖିବାକୁ ପସନ୍ଦ କରେ । ତାଙ୍କର କାମ କରିବାର ଇଚ୍ଛା ସରିଯାଇଥାଏ  ଓ ସେମାନେ କେବଳ ଶୋଇ ରହିବାକୁ ପସନ୍ଦ କରିଥାଆନ୍ତି ।

ଲକ୍ଷଣ-

•ଭୋକ ଓ ଓଜନ କମିଯିବା

•ଆତ୍ମହତ୍ୟା ବିଚାର ଆସିବା

•ଆତ୍ମବିଶ୍ୱାସ ହରାଇବା

•ବହୁତ କମ ବା ବେଶୀ ନିଦ ଆସିବା

ଣ ଏହି ହାଇପରମେନିଆ- ଏପରି ସ୍ଥିତିରେ ରୋଗୀ ବେଶ ଆକ୍ଚିଭ ରହିଥିବା ବେଳେ ମନ ଚଞ୍ଚଳ ରହିଥାଏ । ରୋଗୀର ସାଧାରଣ ଜୀବନଯାପନ ସହ କୌଣସି ସମ୍ବନ୍ଧ ନଥାଏ । ରୋଗୀ ଅବାନ୍ତର କଥାବର୍ତ୍ତା କରିଥାଆନ୍ତି । ଏଥିରେ ପୀଡିତ ଥିହା ରୋଗୀ ଥକା ଅନୁଭବ କରେନ୍ ନାହିଁ କି ତାଙ୍କୁ ନିଦ ମଧ୍ଯ ଆସିନଥାଏ ।

ଲକ୍ଷଣ-

•ଶାରିରୀକ ସମ୍ପର୍କ ସ୍ଥାପନା ନେଇ ମନ ବଳାଇବା

•ମଦ ଓ ଡ୍ରଗର ବହୁଳ ମାତ୍ରାରେ ବ୍ୟବହାର

•ଜୋର ଗାଡି଼ ଚଲାଇବା

•ଅଯଥା ଖର୍ଚ୍ଚ କରିବା

ବାଇପୋଲାର ଡ଼ିସଅର୍ଡରର ଚିକିତ୍ସା-

ଏଭଳିରେ ମାନସିକ ରୋଗକୁ ଔଷଧ ଓ ଥେରାପୀ ଦ୍ୱାରା କାବୁ କରାଯାଇ ସାଧାରଣ ଜୀବନଯାପନ କରାଯାଇପାରିବ । କିନ୍ତୁ ଏଭଳି ମାନସିକ ରୋଗକୁ ମୂଳରୁ ଠିକ କରାଯାଇପାରିବ ନାହିଁ । ଏହାକୁ ନିୟନ୍ତ୍ରଣ କରିବା ଲାଗି ଡ଼ାକ୍ତର ମସ୍ତିଷ୍କ ଗ୍ରନ୍ଥିରେ ଡୋପାମାଇନର ସନ୍ତୁଳନ ନେଇ ଷ୍ଟେବଲାଇଜର ବ୍ୟବହାର କରିଥାଆନ୍ତି । ଏହା କରିବା ଦ୍ୱାରା ସାମାନ୍ୟ ଭାବରେ ଏହି ରୋଗ ଉପରେ ନିୟନ୍ତ୍ରଣ କରାଯାଇଥାଏ । ଏଭଳି ସ୍ଥିତିରେ ରୋଗୀଙ୍କୁ ତାଙ୍କର ପରିଜନର ଆବଶ୍ୟକତା ରହିଥାଏ ।