Painite Stone: ହୀରାଠୁ ଦୁର୍ଲଭ ଏହି ପଥର
Advertisement
Article Detail0/zeeodisha/odisha2270487

Painite Stone: ହୀରାଠୁ ଦୁର୍ଲଭ ଏହି ପଥର

Painite Stone: ଏହି ମୂଲ୍ୟବାନ ରତ୍ନରେ ରଙ୍ଗର ଯାଦୁ,ଚମକ ଏବଂ ଜିବନ୍ତତା ରହିଛି। ଏହାର ଶକ୍ତି ମଣିଷକୁ ଆକର୍ଷିତ କରିଥାଏ। ସିଡିପେନ୍‌ ନାମକ ଜଣେ ବୈଜ୍ଞାନିକ ଏହାର ଆବିଷ୍କାର କରିଥିବାରୁ ତାଙ୍କ ନାମ ଅନୁଯାୟୀ ଏହାର ନାମ ରଖାଯାଇଛି। ଗୋଟିଏ କ୍ୟାରେଟ ହୀରାର ମୂଲ୍ୟ ଯଦି ୧ ଲକ୍ଷ ହୁଏ ତାହାଲେ ଏହାର ମୂଲ୍ୟ ହେବ ୫୦ ଲକ୍ଷ। 

Painite Stone (ସାଙ୍କେତିକ ଫଟୋ)

Painite Stone: ଦୁନିଆରେ ଅନେକ ପ୍ରକାରର ଖଣିଜ ପଦାର୍ଥ ଅଛି ତାହା ମଧ୍ୟରୁ ଆମେ ହୀରାକୁ ଅଧିକ ମୂଲ୍ୟବାନ ବୋଲି ଜାଣିଥାଉ। କିନ୍ତୁ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ ହୀରା ଠାରୁ ମଧ୍ୟ ଅଧିକ ମୂଲ୍ୟବାନ ଖଣିଜ ପଦାର୍ଥ ଅଛି । ଏହା ଗୋଟିଏ କି ଦୁଇ ଗୁଣ ନୁହଁ ବରଂ ୧୦୦୦ ଗୁଣ ଅଧିକ ମୂଲ୍ୟବାନ ଅଟେ। ସେହି ମୂଲ୍ୟବାନ ଖଣିଜ ପଦାର୍ଥ ହେଉଛି ପେନାଇଟ୍। ପେନାଇଟ ର ମହତ୍ତ୍ଵ ଏହାର ଦୁର୍ଲଭତାରେ ନୁହଁ ବରଂ ଏହାର ବିଶେଷ ଗୁଣରେ ରହିଛି। ଏହି ମୂଲ୍ୟବାନ ରତ୍ନରେ ରଙ୍ଗର ଯାଦୁ,ଚମକ ଏବଂ ଜିବନ୍ତତା ରହିଛି। ଏହାର ଶକ୍ତି ମଣିଷକୁ ଆକର୍ଷିତ କରିଥାଏ। ସିଡିପେନ୍‌ ନାମକ ଜଣେ ବୈଜ୍ଞାନିକ ଏହାର ଆବିଷ୍କାର କରିଥିବାରୁ ତାଙ୍କ ନାମ ଅନୁଯାୟୀ ଏହାର ନାମ ରଖାଯାଇଛି। ଗୋଟିଏ କ୍ୟାରେଟ ହୀରାର ମୂଲ୍ୟ ଯଦି ୧ ଲକ୍ଷ ହୁଏ ତାହାଲେ ଏହାର ମୂଲ୍ୟ ହେବ ୫୦ ଲକ୍ଷ। 

ତେବେ ୧୯୫୨ ମସିହାରେ ରତ୍ନ ସଂଗ୍ରହକାରୀ ଡିଲର ଆର୍ଥର ସିଡ଼ିପେନ୍ ମିଆଁମାରରେ ଦୁଇଟି କ୍ରିଷ୍ଟାଲର ଆବିଷ୍କାର କରିଥିଲେ | ସେଗୁଡିକ ରୁବି ନାମକ ରତ୍ନପଥର ଭଳି ଦେଖା ଯାଉଥିଲା, କିନ୍ତୁ ତାହା ପ୍ରକୃତରେ ରୁବି ନଥିଲା । ତାହା ବାସ୍ତବରେ ପେନାଇଟ୍ ଥିଲା। ପେନାଇଟ୍ ରୁବି ଏବଂ ଅନ୍ୟାନ୍ୟ ରତ୍ନ ପଥର ସହିତ ମିଶିଥିଲା ଯେଉଁଥିପାଇଁ ପେନ୍ ଏହାକୁ ରୁବି ବୋଲି ଭାବିଥିଲେ ।ପରବର୍ତ୍ତୀ ଅଧ୍ୟୟନ ପାଇଁ ସେ ଏହାକୁ ୧୯୫୪ ମସିହାରେ ବ୍ରିଟିଶ ସଂଗ୍ରହାଳୟରେ ଦାନ କରିଥିଲେ। ୧୯୭୯ରେ ମିଆଁମାରରୁ ପେନାଇଟର ଦ୍ୱିତୀୟ ନମୁନା ଏବଂ ୨୦୦୧ରେ ତୃତୀୟ ନମୁନାର ସନ୍ଧାନ  ମଧ୍ୟ ମିଳିଥିଲା।

ମିଆଁମାରରୁ ପ୍ରାୟତଃ ସମସ୍ତ ବିରଳ ଖଣିଜ ପଦାର୍ଥ ମିଳିଥାଏ ବୋଲି ଆପଣ ମାନେ ଶୁଣିଥିବେ। ତେବେ ଆପଣଙ୍କ ମନରେ  ପ୍ରଶ୍ନ ଆସୁଥିବ ଯେ,କେବଳ ମିଆଁମାରରୁ ଏହି ରତ୍ନ ମିଳୁଛି କ'ଣ ପାଇଁ ? କାଲିଫର୍ନିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ମିନେରାଲୋଜି ପ୍ରଫେସର ଜର୍ଜ ରସମାନଙ୍କ କହିବା ଅନୁଯାୟୀ ଯେତେବେଳେ ଗୋଣ୍ଡୱାନାର ପ୍ରାଚୀନ ମହାଦେଶ ୧୮୦ ନିୟୁତ ବର୍ଷ ପୂର୍ବେ ଭାଙ୍ଗିବା ଆରମ୍ଭ କଲା, ସେତେବେଳେ ଭାରତ ଉତ୍ତର ଦିଗକୁ ଖସି ଯାଇ ଦକ୍ଷିଣ ଏସିଆ ସହିତ ଧକ୍କା ହୋଇଥିଲା। ଫଳରେ ଏହି ଧକ୍କାର ଚାପରୁ ବିଭିନ୍ନ ପ୍ରକାରର ମୂଲ୍ୟବାନ ଖଣିଜ ପଦାର୍ଥ ଉତ୍ପନ୍ନ ହୋଇଥିଲା। ଏଥି ପାଇଁ ମିଆଁମାରରେ ଅନେକ ରତ୍ନ ପଥର ଦେଖିବାକୁ ମିଳିଥାଏ।

ତେବେ ଜଣାପଡିଛି ଯେ ସମଗ୍ର ବିଶ୍ଵରେ ପେନାଇଟ୍‌ର କେବଳ ୩ଟି ନମୁନା ରହିଛି । ପେନାଇଟ୍ ହୀରାଠାରୁ ହଜାରେ ଗୁଣ ଅଧିକ ଦୁର୍ଲଭ ବୋଲି ବିବେଚନା କରାଯାଏ। ପେନାଇଟର ବିଶେଷ ଗୁଣ ହେଉଛି ଏହି ରତ୍ନରେ ଅଭ୍ଭୁତ ଚମକ୍ ଏବଂ ଜୀବନ୍ତତା ରହିଛି ।ଏହାର ଶକ୍ତି ମଣିଷକୁ ଆକର୍ଷିତ କରିଥାଏ । ତେଣୁ ଏହାର ମୂଲ୍ୟ ଖୁବ୍ ଅଧିକ । ଏହା ଅଳଙ୍କାର ଏବଂ ଉନ୍ନତ ବୈଜ୍ଞାନିକ ଉପକରଣରେ ବ୍ୟବହୃତ ହୋଇଥାଏ।ଏହାର ବିଶେଷତା ଏହାକୁ ପୃଥିବୀର ସର୍ବୋତ୍ତମ ଖଣିଜ ପଦାର୍ଥରେ ପରିଣତ କରେ। ମଧ୍ୟ ଆଫ୍ରିକାର ଜିଲଟର ନାମକ ଏକ ସ୍ଥାନରେ ପେନାଇଟ୍ ସର୍ବାଧିକ ପରିମାଣରେ ମିଳିଥାଏ।ଏହା ବ୍ୟତୀତ ବ୍ରାଜିଲ,ମେକ୍ସିକୋ ,ଋଷିଆ, ଅଷ୍ଟ୍ରେଲିଆ,ଆମେରିକା ଏବଂ ଇଂଲଣ୍ଡ ଭଳି ଅନେକ ଦେଶରେ ମଧ୍ୟ ଏହା ଦେଖିବାକୁ ମିଳେ।କିନ୍ତୁ ଏହା ଅଧିକ ଆଫ୍ରିକାରେ ମିଳିଥାଏ।

(Written By-Tapasa Gyanadarshini)