Weekly Special Horoscope: ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଖାସ୍ ରହିବ ଆଗାମୀ ସପ୍ତାହ, କ୍ୟାରିୟରକୁ ନେଇ ମିଳିବ ଖୁସି ଖବର ସାଙ୍ଗକୁ...

Weekly Special Horoscope 23 to 29 September 2024: ସେପ୍ଟମ୍ବର ମାସର ଶେଷ ସପ୍ତାହ କିପରି କଟିବ? ନୂଆ ସପ୍ତାହରେ କିପରି ରହିବ ଆପଣଙ୍କ ସ୍ବାସ୍ଥ୍ୟବସ୍ଥା ସହ ଆର୍ଥିକ ଓ ବ୍ୟବସାୟିକ ସ୍ଥିତି। କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବା ସହ ଆଉ କିଛିର ରାଶିର ବ୍ୟକ୍ତିଙ୍କୁ ସତର୍କତାର ସହ ଚଳିବାକୁ ପଡିବ। ତେବେ, ଆସନ୍ତୁ ଜାଣିବା ୧୨ଟି ରାଶିଙ୍କ ପାଇଁ କିଭଳି ରହିବ ଆଗାମୀ ସପ୍ତାହ?

Narmada Behera Thu, 19 Sep 2024-7:59 am,
1/12

ମେଷ: ଆଗାମୀ ସପ୍ତାହ ଏହି ରାଶିଙ୍କ ପାଇଁ ଅତ୍ୟନ୍ତ ମଙ୍ଗଳମୟ ରହିବ। ବିଶେଷକରି, ସପ୍ତାହ ଆରମ୍ଭରୁ କର୍ମକ୍ଷେତ୍ରରୁ ଖୁସି ଖବର ପାଇବେ। ନିଜ ପରିବାର ସହ ଦୂର ସ୍ଥାନକୁ ଯାତ୍ରା କରିବେ। ଖର୍ଚ୍ଚ ବୃଦ୍ଧି ହୋଇପାରେ। ନିଜ ପାତାମାତାଙ୍କ ସ୍ବାସ୍ଥ୍ୟବସ୍ଥାର ଯତ୍ନ ନିଅନ୍ତୁ। ନଚେତ୍ ମେଡିକାଲ ଜନିତ ଖର୍ଚ୍ଚ ବୃଦ୍ଧି ପାଇବ। ବ୍ୟବସାୟୀମାନଙ୍କ ପାଇଁ ଆଗାମୀ ସପ୍ତାହ ଖାସ୍ ରହିବ। ଆର୍ଥିକ ଦୃଷ୍ଟି କୋଣରୁ ଲାଭବାନ୍ ହେବେ। ପୁରୁଣା ବିନିଯୋଗରୁ ଲାଭ ମିଳିବ। ପ୍ରେମୀମାନଙ୍କ ପାଇଁ ମଧ୍ୟ ସମୟ ଅନୁକୂଳ ରହିବ। ଦିର୍ଘ ଦିନର ଆଶା ପୂରଣ ହେବ।    ALSO READ: Rahu Ketu Yuti 2024: ରାହୁ-କେତୁଙ୍କ କୃପାରୁ ଉଦୟ ହେବ ଏହିସବୁ ରାଶିଙ୍କ ଭାଗ୍ୟ, ଅକ୍ଟୋବର ଆରମ୍ଭରୁ ମିଳିବ ଖୁସି ଖବର ସହ...   ALSO READ: Budh Uday 2024: ବୁଧଙ୍କ କୃପାରୁ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ବ୍ୟବସାୟରେ ମିଳିବ ପ୍ରଚୁର ଲାଭ ସାଙ୍ଗକୁ...

2/12

ବୃଷ: ଆଗାମୀ ସପ୍ତାହ ଏହି ରାଶିଙ୍କ ପାଇଁ ଏତେ ଖାସ୍ ରହିବ ନାହିଁ। ଆର୍ଥିକ ସମସ୍ୟାକୁ ଲାଗି ରହିବ। ବ୍ୟବସାୟୀମାନେ ଧାର-କରଜରେ ବୁଡିଯିବେ। କୌଣସି ସ୍ଥାନରୁ ଋଣ ଆଣିବାକୁ ପଡିପାରେ। ପାର୍ଟନରସିପରେ ଚାଲିଥିବା ବ୍ୟବସାୟରେ କ୍ଷତି ସହିବାକୁ ପଡିପାରେ। ବ୍ୟବସାୟରେ କୌଣସି ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନେବା ପୂର୍ବରୁ ଭାବିଚିନ୍ତି ନିଅନ୍ତୁ।  ସପ୍ତାହ ମଧ୍ୟ ଭାଗରେ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ।  ଯାହାକୁ ନେଇ କର୍ମକ୍ଷେତ୍ରରେ କ୍ଲାନ୍ତ ଅନୁଭବ କରିବେ।  ଛାତ୍ରଛାତ୍ରୀମାନେ ପରୀକ୍ଷାକୁ ନେଇ ଚିନ୍ତାରେ ରହିବେ। ଘରେ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ। 

3/12

ମିଥୁନ: ଆସନ୍ତା ସପ୍ତାହ, ଏହି ରାଶିର ଲୋକଙ୍କ ପାଇଁ  ଅତ୍ୟନ୍ତ ଶୁଭ ରହିବ। ବ୍ୟବସାୟୀମାନ କୌଣସି ପ୍ରକାର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଦୂରଯାତ୍ରା କରିବାକୁ ପଡିପାରେ। ପରିବାର ସଦସ୍ୟଙ୍କ ସହ  ଲାଗି ରହିଥିବା ବିବାଦ ଦୂର ହେବ। ସାମଜରେ ମାନ-ସମ୍ମାନ ବୃଦ୍ଧି ପାଇବେ। ପ୍ରତ୍ୟକ କାର୍ଯ୍ୟରେ ପରିବାର ଲୋକଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଛାତ୍ରଛାତ୍ରୀଙ୍କ ପାଇଁ ସପ୍ତାହଟି ବେଶ୍ ଭଲ ରହିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦରୁ ନିଜକୁ ଦୂରେଇ ରଖନ୍ତୁ। ପୁରୁଣା ରୋଗରୁ ମୁକ୍ତି ମିଳିବା ସହ ଦାମ୍ପତ୍ୟ ଜୀବନରେ ମଧୁରତା ଭରିବ। ସପ୍ତାହ ଶେଷ ବେଳକୁ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି।   

4/12

କର୍କଟ: କର୍କଟ ରାଶିର ଲୋକେ ଆଗାମୀ ସପ୍ତାହରେ କର୍ମକ୍ଷେତ୍ରରୁ କୌଣସି ପ୍ରକାର ଖୁସି ଖବର ପାଇବେ। ପ୍ରଶାସନିକ ଓ ଡାକ୍ତରୀ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ସମୟ ଭଲ ରହିବ।  ଚାକିରିରେ ପଦୋନ୍ନତି ମିଳିବା ସହ ଟ୍ରାନ୍ସଫର ହୋଇପାରେ। ସପ୍ତାହର ମଧ୍ୟ ଭାଗରେ ନିଜ ସନ୍ତାନମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ମିଳିପାରେ। ନିଜ ପତିଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିବେ। ବ୍ୟବସାୟରେ ଆର୍ଥିକ ଦେଣନେଇ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ପ୍ରେମୀମାନେ ନିଜ ସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ। ସାଥୀଙ୍କ ଠାରୁ ବିବାହ ପ୍ରତିଶ୍ରୃତି ମଧ୍ୟ ମିଳିପାରେ। 

5/12

ସିଂହ :ଆଗାମୀ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ବେଶ୍ ଅନୁକୂଳ ରହିବ। ଦିର୍ଘ ଦିନର ଆଶା ପୂରଣ ହେବ। ବ୍ୟବସାୟୀମାନେ ନୂତନ ବ୍ୟବସାୟ ଆରମ୍ଭ କରିବାରେ ସଫଳ ହେବେ। ବାକି ପଡିଥିବା ଟଙ୍କା ପାଇବେ। ସପ୍ତାହ ଆରମ୍ଭରୁ ବେପାର-ବାଣିଜ୍ୟରେ ଦ୍ବି-ଗୁଣିତ ଲାଭ ମିଳିବ। ସପ୍ତାହ ମଧ୍ୟ ଭାଗରେ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ।  ସଂକ୍ରମଣ, ଜ୍ବର ଓ ଥଣ୍ତା ଜନିର ରୋଗରେ ପୀଡିତ ହେବେ। ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଦୂରଯାତ୍ରା କରିବା ସମୟରେ ସତର୍କତା ଅବଲମ୍ବନ କରିବା ଜରୁରୀ । ଦିର୍ଘ ଦିନ ଧରି ଚାକିରି ଆଶାରେ ଥିବା ଲୋକେ ଙ୍କୁ ଭଲ ଚାକିରି ମିଳିପାରେ। କର୍ମକ୍ଷେତ୍ରରେ ପ୍ରତ୍ୟକ କାର୍ଯ୍ୟରେ ସହକର୍ମୀଙ୍କ ସହଯୋଗ ମିଳିବ। ଅଫିସ୍ ଟୁର୍ ରେ ଦୂରସ୍ଥାନକୁ ଯାତ୍ରା କରିବେ। 

6/12

କନ୍ୟା:  ଆଗାମୀ ସପ୍ତାହ ଏହି ରାଶିର ବ୍ୟକ୍ତିଙ୍କୁ ପ୍ରତ୍ୟକ କ୍ଷେତ୍ରରେ ମିଶ୍ରିତ ଫଳ ମିଳିବ।  କର୍ମକ୍ଷେତ୍ରରେ ବିବାଦ ଦେଖାଦେବ । ସହକର୍ମୀମାନେ କୌଣସି କାରଣକୁ ନେଇ ଇର୍ଷାପରାୟଣ ହେବେ। ଯାହାକୁ ନେଇ ଚିନ୍ତିତ ରହିବେ। ବରିଷ୍ଠ ଅଧିକାରୀଙ୍କ ଠାରୁ ନୂଆ ପ୍ରୋଜେକ୍ଟ ବା କାର୍ଯ୍ୟ ପାଇ ଉତ୍ସାହିତ ଅନୁଭବ କରିବେ। ଆର୍ଥିକ ସ୍ଥିତରେ ସୁଧାର ଆସିବ। ବ୍ୟବସାୟୀମାନେ ବ୍ୟବସାୟରେ ଅଧିକ ଲାଭ ପାଇବେ। ସନ୍ତାନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ରହିବେ। ସମ୍ପର୍କୀୟମାନଙ୍କ ସହ କୌଣସି କଥାକୁ ନେଇ ମନୋମାଳିନ୍ୟ ଦେଖାଦେବ। ପାରିବାରିକ ଜୀବନ ସୁଖମୟ ହେବ। ପ୍ରେମୀମାନେ ସପ୍ତାହ ଶେଷ ବେଳକୁ ନିଜ ସାଥୀଙ୍କ ଠାରୁ ଦାମୀ ଉପହାର ପାଇବେ। 

7/12

ତୁଳା:  ଆଗାମୀ ସପ୍ତାହରେ ଏହି ରାଶିର ଲୋକେ ଭଲ ଫଳାଫଳ ପାଇବେ। ବିଶେଷକରି, ଯେଉଁମାନେ ଚାକିରି ଖୋଜୁଛନ୍ତି। ସେମାନଙ୍କୁ  ନିଯୁକ୍ତି ଅଫର ନେଇ କୌଣସି ଫୋନ୍ କଲ୍ ବା ଅଫର ଲେଟର  ମିଳିବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। ଆୟର ନୂତନ ଉତ୍ସ ବୃଦ୍ଧି ପାଇବ। ଆୟ -ଅପେକ୍ଷା ବ୍ୟୟ ଅଧିକ ହେବ। ଘରକୁ ଅତିଥିଙ୍କ ଆଗମନ ହୋଇପାରେ। ଶୁଭକାର୍ଯ୍ୟ ବା ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ଖର୍ଚ୍ଚାନ୍ତ ହେବେ। ନିଜ ପତ୍ନୀଙ୍କ ସହ ଦୂରଯାତ୍ରା କରିପାରନ୍ତି। ବ୍ୟବସାୟୀମାନେ କୌଣସି ଗୁରୁତ୍ବପୂର୍ଣ୍ଣ  ଡିଲ୍ ଫାଇନାଲ୍ କରିବେ। ସାମାନ୍ୟ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ଅବିବାହିତମାନଙ୍କୁ ଭଲ ଜୀବନ ସାଥୀ ମିଳିବ। 

8/12

ବିଛା: ଆଗାମୀ ସପ୍ତାହରେ ଏ-ହି ରାଶିର ଲୋକେ ଅଧିକ ଟେନସନରେ ରହିବେ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ। ଯାହାକୁ ନେଇ କ୍ଲାନ୍ତ ଅନୁଭବ କରିବେ। ପେଣ୍ତିଂ କାର୍ଯ୍ୟକୁ ଶେଷ କରିବାରେ ସମର୍ଥ ହେବେ। ପୁରୁଣା ରୋଗରୁ ମୁକ୍ତି ମିଳିଲେ ମଧ୍ୟ ଅଧିକ ଅଳସୁଆ ଅନୁଭବ କରିବେ। ବ୍ୟବସାୟୀମାନଙ୍କ ପାଇଁ ସମୟ ଆଦୌ ଭଲ ରହିବ ନାହିଁ। ବ୍ୟବସାୟରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ କ୍ଷତି ସହିବେ। ଯଦି ସମ୍ଭବ ତେବେ, ଏହି ଯୋଜନାକୁ ସ୍ଥଗତି ରଖନ୍ତୁ। ଦିର୍ଘ ଦିନ ଧରି ଲାଗି ରହିଥିବା କୌଣସି ଜମିଜମା ବିବାଦର ସମାଧାନ ହେବ। ପ୍ରେମୀ ମାନଙ୍କ ପାଇଁ ଅତ୍ୟନ୍ତ ସମୟ ଅନୁକୂଳ ରହିବ। ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ। 

9/12

  ଧନୁ: ଆଗାମୀ ସପ୍ତାହ ଏହି ରାଶିର ଲୋକେ ସ୍ବାସ୍ଥ୍ୟ ଜନିତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। ପୁରୁଣା ରୋଗକୁ ନେଇ ଯନ୍ତ୍ରଣା ଅନୁଭବ କରିବେ। ଫଳରେ ଦେହ ଓ ମନ ଅଶାନ୍ତ ରହିବ। ମେଡିକାଲ ଖର୍ଚ୍ଚ ବୃଦ୍ଧି ହୋଇପାରେ। ନିଜ ପରିବାର ଲୋକଙ୍କ ସହିତ କୌଣସି କଥାକୁ ନେଇ ଅଯଥା ଯୁକ୍ତିତର୍କ ହୋଇପାରେ। ତେଣୁ ଅଯଥା କଥାରୁ ନିଜକୁ ଦୂରେଇ ରଖନ୍ତୁ। କର୍ମକ୍ଷେତ୍ରରେ କାର୍ଯ୍ୟକୁ ନେଇ ଚାପରେ ରହିବେ। ସହକର୍ମୀଙ୍କ ସହ ମତାନ୍ତର ଦେଖାଦବେ। ଦୂରଯାତ୍ରାରୁ ନିବୃତ୍ତ ରହିବା ଭଲ। ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ସମୟ ଆଦୌ ଭଲ ରହିବ ନାହିଁ। ଛାତ୍ରଛାତ୍ରୀମାନେ ପାଠପଢାରେ ମନଦେବା ସହ ଭଲ ରେଜଲ୍ଟ କରିବେ। ଅଯଥା ଖର୍ଚ୍ଚାରୁ ଦୂରେଇ ରୁହନ୍ତୁ। 

10/12

ମକର: ଆଗାମୀ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟୀ ରହିବ। ଉଭୟ ଚାକିରିଆ ଓ ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଆମଦାନୀ-ରପ୍ତାନୀ ଓ ଟେକ୍ସଟାଇଲ୍ ରେ ଜଡ଼ିତ ବ୍ୟବସାୟୀମାନେ ବେପାର-ବାଣିଜ୍ୟରେ ଭଲ ଦି ପଇସା ଲାଭ ପାଇବେ। ପୁରୁଣା ବିନିଯୋଗ ଲାଭବାନ୍ କରାଇବ। ସପ୍ତାହ ମଧ୍ୟ ଭାଗରେ ଥଣ୍ତା-କାଶ ସମସ୍ୟା ଦେଖାଦେଇପାରେ। ଦୀର୍ଘ ଦନ ଧରି ଲାଗି ରହିଥିବା ପାରିବାରିକ ବିବାଦରୁ ମୁକ୍ତି ପାଇବେ।  ଫସିଥିବା ଟଙ୍କା ପାଇବେ। ସପ୍ତାହ ଆରମ୍ଭରୁ ନିଜ ସାଥୀଙ୍କୁ କୌଣସି ପ୍ରକାର ଦାମୀ ଉପହାର ଦେବେ। କମ୍ପିଟେଟିଭ୍ ଏକ୍ସାମ ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀ ଭଲ ରେଜଲ୍ଟ ପାଇବେ। ଅବିବାହିତମାନଙ୍କୁ ଭଲ ଜୀବନ ସାଥୀ ମିଳିବ।

11/12

କୁମ୍ଭ: ଆଗାମୀ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ସେତେଟା ଭଲ  ନରହିଲେ ମଧ୍ୟ ଆର୍ଥିକ ସ୍ଥିତି ଭଲ ରହିବ।  କର୍ମକ୍ଷେତ୍ରରେ କିଛି ସମସ୍ୟା ସୃଷ୍ଟି ହୋଇପାରେ। ଯାହାକୁ ନେଇ ଟେନସନରେ ରହିବେ। ବରିଷ୍ଠ ଅଧିକାରୀଙ୍କ ସହ କୌଣସି କଥାକୁ ନେଇ ବିବାଦ ଦେଖାଦେଇପାରେ। ବ୍ୟବସାୟୀମାନେ ନୂତନ ପୁଞ୍ଚି ବିନିଯୋଗ କରିବା ପାଇଁ ସମୟ ଶୁଭ ରହିବ। ଏହି ସମୟରେ ବିନିଯୋଗ କଲେ ଦ୍ବି-ଗୁଣିତ ଲାଭ ମିଳିବ। ନିଜ ଭାଇ-ଭଉଣୀଙ୍କ ଠାରୁ କୌଣସି ପ୍ରକାର ସାହାର୍ଯ୍ୟ ପାଇ ଆନନ୍ଦିତ ହେବେ। ନିଜ ପରିବାର ଲୋକଙ୍କ ସହିତ ସପ୍ତାହ ଶେଷ ବେଳକୁ କୌଣିସି ପ୍ରକାର ଦୂର ସ୍ଥାନ ବା ପକନିକ୍ ରେ ଯାଇପାରନ୍ତି। ସ୍ବାସ୍ଥ୍ୟବସ୍ଥା ଭଲ ରହିବ। ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହେବ। ତେଣୁ ସାଥୀଙ୍କ ସହ କଥାବାର୍ତ୍ତା କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ। 

12/12

ମୀନ: ନୂଆ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ। ଆର୍ଥିକ ସ୍ଥିତି ମଜବୁତ୍ ରହିବ। କର୍ମକ୍ଷେତ୍ରରୁ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି। ସପ୍ତାହର ମଧ୍ୟ ଭାଗରେ ଅଫିସ୍ ଟୁର୍ -ରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିବ। ବ୍ୟବସାୟୀମାନେ ବ୍ୟବସାୟରେ ଅଭିବୃଦ୍ଧି ପାଇଁ ଭଲ ସୁଯୋଗ ପାଇବେ। କଠିନ ପରିଶ୍ରମର ଫଳ ମିଳିବ। ବ୍ୟକ୍ତିଗତ ଜୀବନରେ କୌଣସି ପ୍ରକାର ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନେବାକୁ ପଡିପାରେ। ଚାପରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ସ୍ବାସ୍ଥ୍ୟ-ଭଲ ରହିବ। ଆୟ-ଅପେକ୍ଷା ବ୍ୟୟ ବଢିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।    (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link