Hair Fall Remedies: ଶୀତଦିନେ କରନ୍ତୁ ଏହି ୪ଟି ଉପଚାର, ଚୁଟକିରେ କମିଯିବ କେଶ ଝଡିବା

Home Remedies For Hair Fall: ଖରାପ ଖାଦ୍ୟ, ମାନସିକ ଚାପ, ପ୍ରଦୂଷଣ ଏବଂ ଖରାପ ଜୀବନଶୈଳୀ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ସେଥିମଧ୍ୟରୁ ଗୋଟିଏ ହେଉଛି କେଶ ଝଡ଼ିବା ସମସ୍ୟା। କେଶ ଝଡିବା ଦ୍ୱାରା ଆପଣ ଚନ୍ଦା ହୋଇପାରନ୍ତି । କେଶ ଝଡ଼ିବା ସମସ୍ୟାକୁ ଦୂର କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର କେମିକାଲ ଯୁକ୍ତ ପ୍ରଡକ୍ଟ ବ୍ୟବହାର କରିଥାନ୍ତି । ତେବେ ଘରୋଇ ଉପଚାର ଦ୍ୱାରା କେଶ ଝଡିବାକୁ ରୋକାଯାଇପାରିବ । ଆସନ୍ତୁ ଜାଣିବା କେଶ ଝଡ଼ିବା ରୋକିବା ପାଇଁ ୩ଟି ପ୍ରଭାବଶାଳୀ ଟିପ୍ସ ବିଷୟରେ ।

Rashmita Sahoo Nov 23, 2024, 20:02 PM IST
1/5

ଆଜିକାଲିର ଜୀବନଶୈଳୀରେ ବିଭିନ୍ନ ପ୍ରକାରର ସାମ୍ପୁ ସହ କେମିକାଲ ହେୟାର ଟ୍ରେଟମେଣ୍ଟ କାରଣରୁ କେଶ ଝଡିଥାଏ। ଏହାସହ ଖାଦ୍ୟପାନୀୟ କାରଣରୁ ମଧ୍ୟ କେଶ ଝଡିଥାଏ। କେବଳ ସେତିକି ନୁହେଁ ପାଣି କାରଣରୁ ମଧ୍ୟ କେଶ ଝଡିଥାଏ। ହେଲେ କିଛି ଘରୋଇ ଉପଚାରରୁ ଆସନ୍ତୁ ଜାଣିବା କେମିତି କେଶ ଝଡିବାରୁ ମୁକ୍ତି ମିଳିବ।

Also Read: Shani Sadesati: ୨୦୩୬ ଯାଏଁ କେଉଁ ରାଶି ଉପରେ ରହିବ ଶନି ସାଢେସତୀର ପ୍ରଭାବ ଜାଣନ୍ତୁ...

Also Read: Top 10 Pre Wedding Photo Shoot Location: ଓଡ଼ିଶାର ଏହି ୧୦ଟି ସ୍ଥାନରେ କରନ୍ତୁ ନିଜର ପ୍ରି ୱେଡିଂ ସୁଟ୍

2/5

ଆଲୋଭେରା ଜେଲ୍ ରେ ପ୍ରଚୁର ମାତ୍ରାରେ ଆଣ୍ଟିବ୍ୟାକ୍ଟେରିଆଲ୍ ଓ ଆଣ୍ଟିଫଙ୍ଗାଲ ଗୁଣ ରହିଥାଏ। ଏହା କେଶକୁ ପୋଷଣ ଦେବା ସହ ସଂକ୍ରମଣରୁ ମୁଣ୍ଡକୁ ରକ୍ଷା କରିବାରେ ମଧ୍ୟ କାମ କରିଥାଏ। ଏହା ଦ୍ୱାରା କେଶ ଝଡିବା ମଧ୍ୟ ରୋକାଯାଇପାରିବ । ଏଥିପାଇଁ ଆଲୋଭେରା ପତ୍ରର ଜେଲ୍ ବାହାର କରନ୍ତୁ। ଏହାକୁ କେଶମୂଳରେ ଲଗାନ୍ତୁ ଏବଂ ପ୍ରାୟ ଅଧ ଘଣ୍ଟା ପରେ ମୁଣ୍ଡ ଧୋଇ ଦିଅନ୍ତୁ।

 

3/5

କେଶର ଯତ୍ନ ଏବଂ କେଶ ଝଡିବା ରୋକିବା ପାଇଁ ଆପଣ ମେଥି ମଞ୍ଜି ବ୍ୟବହାର କରିପାରିବେ । ଏଥିରେ ଥିବା ଗୁଣ କେଶ ଝଡ଼ିବାରୁ ରକ୍ଷା କରିଥାଏ। ଏହାକୁ ବ୍ୟବହାର କରିବା ପାଇଁ ୨-୩ ଚାମଚ ମେଥି ମଞ୍ଜିକୁ ରାତି ସାରା ପାଣିରେ ଭିଜାଇ ରଖନ୍ତୁ। ସକାଳେ ଏହି ମଞ୍ଜିର ପେଷ୍ଟ ପ୍ରସ୍ତୁତ କରି କେଶ ମୂଳରେ ଲଗାନ୍ତୁ ଏବଂ ପରେ ମୁଣ୍ଡ ଧୋଇ ଦିଅନ୍ତୁ। 

 

4/5

କେଶର ଯତ୍ନ ପାଇଁ ପିଆଜ ରସକୁ ଅନେକ ଉପାୟରେ ବ୍ୟବହାର କରାଯାଇପାରିବ । କେଶ ଝଡିବା ରୋକିବାରେ ମଧ୍ୟ ଏହା ଲାଭଦାୟକ ଅଟେ। ଏଥିରେ ଥିବା ଗୁଣ ତ୍ୱଚାରେ ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ। ଏହା କେଶ ଝଡ଼ିବାରୁ ରକ୍ଷା କରିବା ସହ କେଶ ବୃଦ୍ଧିକୁ ତ୍ୱରାନ୍ୱିତ କରିଥାଏ । ଏହାକୁ ଲଗାଇବା ପାଇଁ ଏକ ତାଜା ପିଆଜ କାଟି ଦିଅନ୍ତୁ। କଟା ପିଆଜର ରସ ବାହାର କରି ମୁଣ୍ଡରେ ଲଗାନ୍ତୁ। ପାଖାପାଖି ଅଧ ଘଣ୍ଟା ପରେ ମୁଣ୍ଡକୁ ସାମ୍ପୁରେ ଭଲ ଭାବେ ଧୋଇ ଦିଅନ୍ତୁ।

5/5

ଏହାସହ ଖାଦ୍ୟରେ ପାଳଙ୍ଗ ଶାଗ, ଓ ପନିପରିବା ସାମିଲ କରନ୍ତୁ । ଏବଂ ପ୍ରଚୁର ପରିମାଣରେ ପାଣି ମଧ୍ୟ ପିଅନ୍ତୁ ଯାହା ଫଳରେ ଆପଣ କେଶ ଝଡିବାରୁ ମୁକ୍ତି ମିଳିପାରିବ। 

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link