Advertisement
Photo Details/zeeodisha/odisha749112
photoDetails0hindi

ଆଇପିଏଲରେ ଏହି ୫ ଖେଳାଳିଙ୍କୁ ମିଳୁଛି ନିଜ ଅଧିନାୟକଙ୍କ ଠାରୁ ଅଧିକ ଟଙ୍କା

IPL 2020: ଆଇପିଏଲରେ ଋଷଭ ପନ୍ତ (Rishabh Pant) ହେଉଛନ୍ତି ଏପରି ଜଣେ ଖେଳାଳି ଯିଏ ସଫଳତମ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଓ ରୋହିତ ଶର୍ମାଙ୍କ ସହ ସମାନ ପାଉଣା ପାଉଛନ୍ତି ।

1/6

IPL 2020: ଆଇପିଏଲରେ ଋଷଭ ପନ୍ତ ହେଉଛନ୍ତି ଏପରି ଜଣେ ଖେଳାଳି ଯିଏ ସଫଳତମ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଓ ରୋହିତ ଶର୍ମାଙ୍କ ସହ ସମାନ ପାଉଣା ପାଉଛନ୍ତି ।

ଋଷଭ ପନ୍ତ

2/6
ଋଷଭ ପନ୍ତ

ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ହେଉଛନ୍ତି ଶ୍ରେୟସ୍ ଆୟର । ତାଙ୍କୁ ୭ କୋଟି ଟଙ୍କାରେ କିଣିଛି ଦଳ । ଅନ୍ୟପକ୍ଷେ ଏହି ଦଳରେ କିଛି ଖେଳାଳି ଅଛନ୍ତି, ଯେଉଁମାନେ ତାଙ୍କ ଅପେକ୍ଷା ଅଧିକ ପାଉଣା ନିଅନ୍ତି । ଏଥିରେ ପ୍ରଥମ ନାମ ୱିକେଟକିପର ଓ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ସାମିଲ ରହିଛି । ଋଷଭଙ୍କୁ ୧୫ କୋଟି ଟଙ୍କା ମିଳିଛି । ଋଷଭଙ୍କ ଏହି ପାଉଣା ରୋହିତ ଶର୍ମା ଓ ମହେନ୍ଦ୍ର ସିଂ ଧୋନିଙ୍କ ସହ ସମାନ । 

ଆର ଅଶ୍ୱିନ୍

3/6
ଆର ଅଶ୍ୱିନ୍

କିଙ୍ଗ୍ସ ଇଲେଭେନ ପଞ୍ଜାବର ଅଧିନାୟକ ଆର ଅଶ୍ୱିନ୍ ଚଳିତ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସରେ ସାମିଲ ହୋଇଛନ୍ତି । ତାଙ୍କୁ ପ୍ରି-ସିଜନ୍ ଟ୍ରେଡ ୱିଣ୍ଡୋରେ ୭.୬୦ କୋଟି ଟଙ୍କାରେ ଦିଲ୍ଲୀ ଦଳରେ ସାମିଲ କରାଯାଇଥିଲା । ଅଶ୍ୱିନ ମଧ୍ୟ ଆୟରଙ୍କଠାରୁ ଅଧିକ ପାଉଣା ପାଇବାକୁ ଯାଉଛନ୍ତି । 

ଶିମ୍ରନ୍ ହେଟମିୟର

4/6
ଶିମ୍ରନ୍ ହେଟମିୟର

ଦିଲ୍ଲୀ କ୍ୟାପିଟାଲ୍ସରେ ସାମିଲ ଶିମ୍ରନ୍ ହେଟମିୟର ମଧ୍ୟ ସେହି ଖେଳାଳିଙ୍କ ମଧ୍ୟରେ ଅନ୍ୟତମ, ଯେଉଁମାନେ ଅଧିନାୟକ ଶ୍ରେୟସ୍ ଆୟରଙ୍କଠାରୁ ଅଧିକ ଟଙ୍କା ନେଉଛନ୍ତି । ହେଟମିୟରଙ୍କ ଟି-20 ରେକର୍ଡ ଆଧାରରେ ଦଳ ତାଙ୍କୁ ୭.୭୫ କୋଟି ଟଙ୍କା ଦେଉଛି ।

ପ୍ୟାଟ୍ କମିନ୍ସ

5/6
ପ୍ୟାଟ୍ କମିନ୍ସ

କୋଲକାତା ନାଇଟ ରାଇଡର୍ସ ଗତ ବର୍ଷ ହୋଇଥିବା ଅକ୍ସନରେ ରେକର୍ଡ ମୂଲ୍ୟରେ ବୋଲର ପ୍ୟାଟ୍ କମିନ୍ସଙ୍କୁ ଦଳରେ ସାମିଲ କରିଥିଲା । ଦଳ କମିନ୍ସଙ୍କୁ ସହିତ ୧୫.୫୦ କୋଟି ଟଙ୍କା ଦେଉଛି । ଅନ୍ୟପକ୍ଷେ ଦଳର ଅଧିନାୟକ ଦୀନେଶ କାର୍ତ୍ତିକଙ୍କୁ ୭.୪୦ କୋଟି ଟଙ୍କା ମିଳୁଛି ।

ଆଣ୍ଡ୍ରେ ରସେଲ

6/6
ଆଣ୍ଡ୍ରେ ରସେଲ

କୋଲକାତା ନାଇଟ୍ ରାଇଡର୍ସର ତାରକା ଖେଳାଳିଙ୍କ ମଧ୍ୟରେ ଆଣ୍ଡ୍ରେ ରସେଲ ହେଉଛନ୍ତି ଅନ୍ୟତମ । ଉଭୟ ବ୍ୟାଟ୍ ଏବଂ ବଲରୁ ରସେଲ ଦଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଚଳିତ ସିଜନରେ ଦଳ ରସେଲଙ୍କୁ ୮.୫୦ କୋଟି ଟଙ୍କା ଦେବାକୁ ଯାଉଛି । ରସେଲ ଆଇପିଏଲ୍ ୨୦୧୯ରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଐତିହାସିକ ପ୍ରଦର୍ଶନ କରିଥିଲେ ।