Ketu Gochar 2025: ବର୍ଷ ୨୦୨୫ରେ ଏହିସବୁ ରାଶିଙ୍କୁ କେତୁ ଦେବେ ଶୁଭଫଳ, ମିଳିବ ଖୁସି ଖବର ସହ...
Ketu Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ନବଗ୍ରହଙ୍କ ମଧ୍ୟରୁ କେତୁଙ୍କୁ ଛାୟାଗ୍ରହ ବୋଲି ବିବେଚନା କରାଯାଏ। ଏହି କ୍ରମରେ ୨୦୨୫, ମେ ୧୮ ତାରିଖ ଦିନ ରାତି ୪ଟା ୩୦ ମିନିଟ୍ ସମୟରେ ସିଂହ ରାଶିକୁ କେତୁ ଚଳନ କରିବେ। ଗ୍ରହମାନଙ୍କର ରାଜା ହେଉଛନ୍ତି ସୂର୍ଯ୍ୟ । ସିଂହ ରାଶିର ଅଧିପତି ହେଉଛନ୍ତି ସୂର୍ଯ୍ୟ । ସିଂହ ରାଶିରେ କେତୁଙ୍କ ଚଳନ କିଛି ରାଶି ପାଇଁ ଶୁଭଫଳ ପ୍ରଦାନ କରିବାକୁ ଯାଉଛି। ତେବେ, ଆସନ୍ତୁ ଜାଣିବା ଶନିଙ୍କ ଚଳନ କେଉଁ ସବୁ ରାଶିର ବ୍ୟକ୍ତିଙ୍କୁ ମାଲାମାଲ୍ କରିବ।
ମିଥୁନ: କେତୁଙ୍କ ଚଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟୀମାନେ ବ୍ୟବସାୟରେ ଆର୍ଥକ ଲାଭ ଅଧିକ ପାଇବେ। ଛାତ୍ରଛାତ୍ରୀମାନଙ୍କ ପାଇଁ ସମୟ ଭଲ ରହିବ। ପରୀକ୍ଷାରେ ଭଲ ରେଜଲ୍ଟ କରିବେ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ।କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ସମୟ ଭଲ ରହବ। ନିଜର ଏକ ଛୋଟ ଦୋନାର କ୍ରୟ କରିବେ। ଗାଡି କିଣିବାର ସ୍ବପ୍ନ ସାକାର ହେବ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ବୈବାହିକ ଜୀବନ ସୁଖମୟ ହେବ।
ALSO READ: Car Khana Bhauja: ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି କାରଖାନା ଭାଉଜଙ୍କ ଏହିସବୁ ଫଟୋ, ଦେଖନ୍ତୁ
ଧନୁ: କେତୁଙ୍କ ଶୁଭଦୃଷ୍ଟି ଏହି ରାଶି ଉପରେ ରହିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ବ୍ୟବସାୟୀମାନଙ୍କର ବାଣିଜ୍ୟ-ବ୍ୟବସାରେ ଉନ୍ନତି ଆସିବ। କ୍ଷୁଦ୍ର ବ୍ୟବସାୟୀମାନେ ଲାଭରେ ରହିବେ। ଗ୍ରାହକଙ୍କ ସଂଖ୍ୟା ବଢିବ। ଚାକିରି ଖୋଜୁଥିବା ଲୋକମାନେ କୌଣସି ଏକ ଭଲ ସଂସ୍ଥାରୁ ନିଯୁକ୍ତି ନେଇ ଅଫର ଲେଟର ପାଇବେ। ଦିର୍ଘ ଦିନ ଧରି କୋର୍ଟ କଚେରୀରେ ଚାଲିଥିବା ମାମଲା ଆପଣଙ୍କ ସପକ୍ଷରେ ଯିବ। ବୈବାହିକ ଜୀବନରେ ହସ-ଖୁସି ଲାଗି ରହିବ। ପ୍ରେମୀଙ୍କ ପାଇଁ ସମୟ ଶୁଭ ରହିବ।
ବିଛା: କେତୁଙ୍କ କୃପାରୁ ଚମକିବ ଏହି ରାଶିଙ୍କ ଭାଗ୍ୟ। କର୍ମକ୍ଷେତ୍ରରେ ପଦୋନ୍ନତି ସହ ଦରମା ବଢିବ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବାରେ ସଫଳ ହେହେ। ଦିର୍ଘ ଦିନର ଆଶା ପୂରଣ ହେବ। ନୂଆ ଘର କିମ୍ବା ଜମି କିଣିବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ଯେଉଁମାନେ ବିଦେଶରେ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ ସେମାନେ ଯୋଜନା କାର୍ଯ୍ୟକାରୀ କଲେ ଭଲ ଲାଭ ପାଇବେ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)