Advertisement
Photo Details/zeeodisha/odisha2564918
photoDetails0hindi

Shani Gochar Sanyog 2025: ସୂର୍ଯ୍ୟ ପରାଗରେ ଶନିଙ୍କ ଶୁଭଚଳନ, ଆରମ୍ଭ ହେବ ଭଲ ସମୟ, ଟଙ୍କାରେ ୫ ରାଶିଙ୍କ ଆକାଉଣ୍ଟ ହେବ ଫୁଲ୍

Surya Grahan Shani Gochar Sanyog 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଅନ୍ତି। ଏହି କ୍ରମରେ ଆଉ କିଛି ଦିନ ପରେ ଆରମ୍ଭ ହେବ ବର୍ଷ ୨୦୨୫। ଆସନ୍ତା ବର୍ଷ ଏକାଧିକ ଗ୍ରହ ନିଜ ମୂଳ ରାଶି ପରିବର୍ତ୍ତନ କରିବେ। ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ୨୦୨୫, ମାର୍ଚ୍ଚ ୨୯ ତାରିଖ ଦିନ କୁମ୍ଭରୁ ବାହାରି ମୀନ ରାଶିକୁ ଚଳନ କରିବେ। ଏହିଦିନ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ପଡୁଥିବାରୁ ଦୁର୍ଲଭ ସଂଯୋଗ ବା ଶନି ଗୋଚର ସଂଯୋଗ ସୃଷ୍ଟି ହେଉଛି। ଏହି ଦୁର୍ଲଭ ସଂଯୋଗ ବା ଶନି ସଂଯୋଗ କିଛି ରାଶିଙ୍କ ପାଇଁ ବରଦାନ ପାଲଟିବ। ଯଦି ଜାତକରେ ଶନିଙ୍କ ସ୍ଥିତି ମଜବୁତ୍ ଥାଏ, ତେବେ, ବ୍ୟକ୍ତି ଜୀବନରେ ଧନୀ ହେବା ସହିତ ସୁଖି ହୋଇଥାଏ।

1/5

ମିଥୁନ: ଶନି ସଂଯୋଗ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ମାଲାମାଲ୍ କରିବ। ଏ-ହି ସମୟ ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ।  ଦିର୍ଘ ଦିନ ଧରି କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବେ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହିତ ଦରମାରେ ବୃଦ୍ଧି ହେବ। ଯେଉଁମାନେ ଦିର୍ଘ ଦିନ ହେବେ, ବିଦେଶରେ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି। ସେମାନେ ନିଜ ଯୋଜନାକୁ ସଫଳ କରିବାରେ ସମର୍ଥ ହେବେ। ଦିର୍ଘ ଦିନ ଧରି ଚାକିରି ଖୋଜୁଥିବା ଲୋକଙ୍କୁ କୌଣସି ସଂସ୍ଥାରୁ ଫୋନ୍ କଲ ବା ଅଫର ଲେଟର ମିଳିବ। ଧାର୍ମିକ କାର୍ଯ୍ୟ ପାଇଁ ମନ ବଳିବ। ପିତାମାତାଙ୍କ ସହିତ ଧାର୍ମିକ ସ୍ଥଳ ଯାତ୍ରା କରିବେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହିଥିବା ମତାନ୍ତର ଦୂର ହେବ। ପ୍ରେମୀ ମାନେ ନିଜ ସାଥୀଙ୍କ ଠାରୁ ବିବାହ ପ୍ରସ୍ତାବ ପାଇବେ। 

ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

ALSO READ: Navpancham Yog 2024: ଏହିସବୁ ରାଶିଙ୍କ ଭାଗ୍ୟ ଚମକାଇବ ନବପଞ୍ଚମ ଯୋଗ, ବଢିବ ବ୍ୟାଙ୍କ୍ ବାଲାନ୍ସ, କିଣିବେ ଫ୍ଲାଟ୍ !

2/5

ଧନୁ:  ସୂର୍ଯ୍ୟ ପରାଗରେ ଶନିଙ୍କ ଚଳନ ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ରହିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବ। ଯେଉଁମାନେ କୌଣସି ସଂସ୍ଥା କିମ୍ବା ସେୟାର ମାର୍କେଟ୍ ରେ ପୁଞ୍ଚି ବିନିଯୋଗ ପାଇଁ ଯୋଜନା କରୁଛନ୍ତି। ଏହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କଲେ ଭଲ ରିଟର୍ଣ୍ଣ ପାଇବେ। ବ୍ୟବସାୟୀମାନେ ବାଣିଜ୍ୟ-ବ୍ୟବସାୟରେ ଭଲ ଦ୍ବି-ପଇସା ଲାଭ ହେବ।  ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ।  ବ୍ୟବସାୟରେ ଦୈନିକ ଆୟ ବଢିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। କର୍ମକ୍ଷେତ୍ରରେ ସମ୍ମାନୀତ ହେବା ସହ ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ନିଜ ସନ୍ତାନମାନଙ୍କ ଠାରୁ କୌଣସି ପ୍ରକାର ଶୁଭ ଖବର ଶୁଣି ପାରନ୍ତି। ବିଦେଶ ଯିବାର ସ୍ବପ୍ନ ସାକାର ହେବ। ନୂଆ ଘର କିମ୍ବା ଫ୍ଲାଟ କିଣିବାର ଆଶା ପୂରଣ ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବ।

 

3/5

ମକର: ସୂର୍ଯ୍ୟ ପରାଗରରେ ଶନିଙ୍କ ଶୁଭଚଳନ ଏହି ରାଶି ପାଇଁ ବେଶ ଲାଭଦାୟୀ ପ୍ରମାଣିତ ହେବ।  ବିଶେଷ କରି ଆର୍ଥିକ ଦୃଷ୍ଟିକୋଣରୁ ସମୟ ଖାସ୍ ରହିବ। ବିଦେଶରେ ଚାଲିଥିବା ବାଣିଜ୍ୟ ବ୍ୟବସାୟରେ ଭଲ ଦ୍ବି-ପଇସା ଲାଭ ମିଳିବ। ପୁରୁଣା ବିନିଯୋଗରୁ ମାଲାମାଲ୍ ହେବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ବାକି ପଡିଥିବା ଟଙ୍କା ମିଳିବ। ସମାଜରେ ମାନ -ସମ୍ମାନ ବୃଦ୍ଧି ପାଇବ।  କର୍ମକ୍ଷେତ୍ରରୁ  ମାନ ସମ୍ମାନ ବୃଦ୍ଧି ପାଇବ। ଯେଉଁମାନେ କମ୍ପିଟେଟିଭ୍ ଏକଜାମ ପାଇଁ ପ୍ରସ୍ତୁତ ହେଉଛନ୍ତି, ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ ସେମାନେ ଭଲ ରେଜଲ୍ଟ କରିବେ। ସରକାରୀ ଚାକିରି ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ସ୍ବପ୍ନ ପୂରଣ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। 

 

4/5

ସିଂହ: ସୂର୍ଯ୍ୟ ହେଉଛନ୍ତି ଏହି ରାଶିର ପ୍ରଭୁ। ସୂର୍ଯ୍ୟ ପରାଗରେ ଶନିଙ୍କ ଚଳନ ଏହି ରାଶିକୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ। ବିଶେଷକରି କ୍ୟାରିୟର ଦୃଷ୍ଟିକୋଣରୁ ବର୍ଷଟି ବେଶ୍ ଅନୁକୂଳ ରହିବ। ଚାକିରି ଓ ବ୍ୟବସାୟରେ ସ୍ଥିରତା ଆସିବ। ଯେଉଁମାନେ କ୍ୟାରିୟରକୁ ନେଇ ଚିନ୍ତିତ ଅଛନ୍ତି। ସେମାନଙ୍କ ସମସ୍ୟା ଦୂର ହେବ। ବ୍ୟବସାୟରେ କ୍ଷତି ସହୁଥିବା ବ୍ୟବସାୟୀଙ୍କ ଅବସ୍ଥା ମଧ୍ୟ ସୁଧୁରିବ। ରୋଜଗାରର ନୂଆ ବାଟ ଖୋଲିବ। ନୂଆ ଗାଡି କିଣିବାର ସ୍ବପ୍ନ ସାକାର ହେବ। ପ୍ରେମ ବିବାହରେ ଆସୁଥିବା ବାଧାବିଘ୍ନ ଦୂର ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

 

5/5

ବିଛା: ଏ-ହି ରାଶି ଉପରେ ବର୍ଷ ସାରା ରହିବ ଶନିଦେବଙ୍କ କୃପା। ବର୍ଷ ୨୦୨୫ ଉଭୟ ବ୍ୟବସାୟୀ ଓ ଚାକିରିଆଙ୍କ ପାଇଁ ସମୟ ଶୁଭ ରହିବ।  କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବ। ସହକର୍ମୀ ପ୍ରତ୍ୟକ କାର୍ଯ୍ୟରେ ସମର୍ଥନ କରିବେ।  ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ବ୍ୟବସାୟରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଆଶା ଠାରୁ ଅଧିକ ଲାଭ ପାଇବେ। ଆର୍ଥିକ ଦେଣନେଣ ପାଇଁ ସମୟ ଶୁଭ ରହିବ। ଲାଗି ରହିଥିବା ପାରିବାରିକ ସମସ୍ୟାର ସମାଧାନ ହେବ।  ପ୍ରେମୀମାନେ ନିଜ ସାଥୀଙ୍କ ସହ ଭଲ ସମୟ ବିତାଇବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)