Maa Laxmi Astrology: ଏହିରାଶି ଉପରେ ସବୁବେଳେ କୃପାଦୃଷ୍ଟି ରଖିଥାନ୍ତି ମା` ଲକ୍ଷ୍ମୀ, ଜୀବନରେ କେବେବି ହୁଏନି ଟଙ୍କାର ଅଭାବ !

Maa Laxmi Astrology: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ସେହିପରି ପ୍ରତିଟି ରାଶି ଉପରେ ଦେବାଦେବୀଙ୍କ ଅଶେଷ କୃପା ମଧ୍ୟ ରହିଥାଏ। ୧୨ ଟି ରାଶି ଉପରେ ହିନ୍ଦୁ ଶାସ୍ତ୍ର ନିୟମନୁଯାୟୀ, ବିଭିନ୍ନ ଦେବାଦେବୀଙ୍କ ବିଶେଷ ଆଶୀର୍ବାଦ ରହିଥାଏ । ତେବେ ଆଜି ଆସନ୍ତୁ ଜାଣିବା କେଉଁ ରାଶି ଉପରେ ମା ଲକ୍ଷ୍ମୀ ସବୁବେଳେ କୃପା ଦୃଷ୍ଟି ରଖିଥାନ୍ତି।

Rashmita Sahoo Thu, 22 Aug 2024-2:09 pm,
1/6

୧୨ ଟି ରାଶି ମଧ୍ୟରୁ ମାତା ଲକ୍ଷ୍ମୀଙ୍କର କିଛିଟା ରାଶି ଅତ୍ୟନ୍ତ ପ୍ରିୟ ହୋଇଥାଏ।ଏହି ରାଶି ଉପରେ ମାତା ଲକ୍ଷ୍ମୀ ସବୁବେଳେ ନିଜର ଦୟାଳୁ ଓ ଆଶୀର୍ବାଦ ବଜାୟ ରଖିଥାନ୍ତି ଯାହା ଫଳରେ ଏହି ରାଶି କେବେ ବି ନିଜ ଜୀବନରେ ଅଭାବ ଅନଟନ ଦେଖନ୍ତି ନାହିଁ।  Also Read: ବେଙ୍ଗାଲୁରୁରେ ଓଡ଼ିଆ ପରିବାର ଉପରେ ମରଣାନ୍ତକ ଆକ୍ରମଣ, ଭିଡିଓ ଦେଖିଲେ ଥରିଯିବେ ଆପଣ   Also Read: Actor Hospitalized: ସାଉଥ ସୁପରଷ୍ଟାରଙ୍କୁ Respiratory Infection, ଜାଣନ୍ତୁ ଏହି ରୋଗ ବିଷୟରେ ସବୁକିଛି

2/6

ବୃଷ ରାଶି-ଏହି ରାଶିର ସ୍ୱାମୀ ଗ୍ରହ ହେଉଛନ୍ତି ଶୁକ୍ର । ଯାହାକୁ ଧନ ସମ୍ପଦ ର କାରକ ବୋଲି ବିବେଚନା କରାଯାଏ । ତେଣୁ ଏହି ରାଶି ଉପରେ ମାତା ଲକ୍ଷ୍ମୀ ସର୍ବଦା କୃପା ବଜାୟ ରଖିଥାନ୍ତି । 

3/6

ସିଂହ ରାଶି- ଏହି ରାଶି ମାତା ଲକ୍ଷ୍ମୀଙ୍କର ବହୁତ ପ୍ରିୟ ରାଶି। ଏହିରାଶିର ବ୍ୟକ୍ତି ବହୁତ ଭାଗ୍ୟଶାଳୀ ବିବେଚନା ହୋଇଥାନ୍ତି । ଏମାନଙ୍କ ପାଖେ କେବେ ବି ଟଙ୍କା ପଇସାର ଅଭାବ ଦେଖାଦିଏନାହିଁ। ଏମାନଙ୍କ ଆର୍ଥିକ ସ୍ଥିତି ବହୁତ ମଜଭୁତ ହୋଇଥାଏ। 

4/6

ତୂଳା ରାଶି- ଏହି ରାଶିର ବ୍ୟକ୍ତିତ୍ୱ ଜୀବନରେ ବହୁତ ସଫଳତା ପାଇଥାନ୍ତି । ଏମାନଙ୍କୁ ସର୍ବଦ କମ କଷ୍ଟ କରିବାକୁ ପଡ଼ିଥାଏ । ହେଲେ ଏମାନେ ଅଧିକ ଲାଭବାନ ହୋଇଥାନ୍ତି। ମାତା ଲକ୍ଷ୍ମୀ ଏହି ରାଶି ଉପରେ ସର୍ବଦା ପ୍ରସନ୍ନ ରହିଥାନ୍ତି। 

5/6

ବିଛା ରାଶି- ଏହି ରାଶିର ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ଥାନ୍ତି । ସେଥିପାଇଁ ଏମାନେ କମ ବୟସରେ ଆଉ କମ ଦିନରେ ବହୁତ ସଫଳତା ହାସଲ କରିଥାନ୍ତି। 

6/6

ମୀନ ରାଶି-ମୀନ ରାଶି ୧୨ଟି ରାଶିର ଗଣନା ଅନୁସାରେ ସବା ଶେଷ ରାଶି। ତେଣୁ ଏହି ରାଶି ଉପରେ ମା ଲକ୍ଷ୍ମୀ ପ୍ରସନ୍ନ ସହ ଖୁସି ଥାଆନ୍ତି । ଯାହା ଫଳରେ ମା ଲକ୍ଷ୍ମୀ ଏହି ରାଶିର ଭାଗ୍ୟରେ କେବେ ବି ଧନର ଅଭାବକୁ ଅନୁଭବ କରିବାକୁ ଦିଅନ୍ତି ନାହିଁ।   (Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link