Actor Hospitalized: ସାଉଥ ସୁପରଷ୍ଟାରଙ୍କୁ Respiratory Infection, ଜାଣନ୍ତୁ ଏହି ରୋଗ ବିଷୟରେ ସବୁକିଛି
Advertisement
Article Detail0/zeeodisha/odisha2390790

Actor Hospitalized: ସାଉଥ ସୁପରଷ୍ଟାରଙ୍କୁ Respiratory Infection, ଜାଣନ୍ତୁ ଏହି ରୋଗ ବିଷୟରେ ସବୁକିଛି

Actor Hospitalized: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ସଂକ୍ରମଣ ନିୟନ୍ତ୍ରଣକୁ ନ ଆସିଲେ ଏହା ସମଗ୍ର ଶ୍ୱାସ କ୍ରିୟାକୁ ବାନ୍ଧି ଦେଇଥାଏ। ଏହି ସଂକ୍ରମଣ ଭୂତାଣୁ ଦ୍ୱାରା ଆରମ୍ଭ ହୁଏ । ସୂଚନାଯୋଗ୍ୟ, ଶ୍ୱାସକ୍ରିୟା ସଂକ୍ରମଣ ଦୁଇ ପ୍ରକାରର ହୋଇଥାଏ, ପ୍ରଥମ ଉପର ଶ୍ୱାସକ୍ରିୟା ସଂକ୍ରମଣ ଓ ଦ୍ବିତୀୟ ନିମ୍ନ ଶ୍ୱାସକ୍ରିୟା ସଂକ୍ରମଣ।

 

Actor Hospitalized: ସାଉଥ ସୁପରଷ୍ଟାରଙ୍କୁ Respiratory Infection, ଜାଣନ୍ତୁ ଏହି ରୋଗ ବିଷୟରେ ସବୁକିଛି

Actor  Mohanlal Hospitalized: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ମୋହନଲାଲଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି, ତାଙ୍କୁ କୋଚିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିନେତାଙ୍କ ଖରାପ ସ୍ୱାସ୍ଥ୍ୟ ବିଷୟରେ ଜାଣିବା ପରେ ତାଙ୍କ ହଜାର ହଜାର ପ୍ରଶଂସକ ଚିନ୍ତାରେ ପଡ଼ିଯାଇଛନ୍ତି। ୬୪ ବର୍ଷୀୟ ଅଭିନେତାଙ୍କୁ ଅମୃତା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ମିଡିଆ ରିପୋର୍ଟ ଅନୁଯାୟୀ, ଅଭିନେତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବା ସହ ପ୍ରବଳ ଜ୍ୱର ଏବଂ ମାଂସପେଶୀ ଯନ୍ତ୍ରଣା ମଧ୍ୟ ହୋଇଥିଲା । ସରକାରୀ ମେଡିକାଲ ରିପୋର୍ଟ ଅନୁଯାୟୀ, ତାଙ୍କର ଶ୍ୱାସକ୍ରିୟାରେ ଭୂତାଣୁ ଜନିତ ସଂକ୍ରମଣ ରହିଛି। 

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ  Respiratory Infection ଏକ ଶ୍ୱାସକ୍ରିୟା ସଂକ୍ରମଣ, ଯାହାକୁ ଏକ ପ୍ରକାର ଗୁରୁତର ସଂକ୍ରମଣ ଭାବରେ ବିବେଚନା କରାଯାଏ । ଏହି ଅବସ୍ଥାରେ ପ୍ରଥମେ ନାକ ଓ ପରେ ଫୁସଫୁସ ପ୍ରଭାବିତ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ସଂକ୍ରମଣ ନିୟନ୍ତ୍ରଣକୁ ନ ଆସିଲେ ଏହା ସମଗ୍ର ଶ୍ୱାସ କ୍ରିୟାକୁ ବାନ୍ଧି ଦେଇଥାଏ। ଏହି ସଂକ୍ରମଣ ଭୂତାଣୁ ଦ୍ୱାରା ଆରମ୍ଭ ହୁଏ । ସୂଚନାଯୋଗ୍ୟ, ଶ୍ୱାସକ୍ରିୟା ସଂକ୍ରମଣ ଦୁଇ ପ୍ରକାରର ହୋଇଥାଏ, ପ୍ରଥମ ଉପର ଶ୍ୱାସକ୍ରିୟା ସଂକ୍ରମଣ ଓ ଦ୍ବିତୀୟ ନିମ୍ନ ଶ୍ୱାସକ୍ରିୟା ସଂକ୍ରମଣ। 

ଏହାର ଲକ୍ଷଣ କେମିତି ଦେଖାଯାଏ ?
ନାକ ବନ୍ଦ ହେବା
ଲଗାତାର ଛିଙ୍କିବା  
ଗଳା ଯନ୍ତ୍ରଣା
ପ୍ରବଳ ଜ୍ୱର
ଆଖି କୁଣ୍ଡେଇ ହେବା
ସାମାନ୍ୟ ଜ୍ୱର
ନାକର ଉପର ଚର୍ମ ଲାଲ୍ ପଡ଼ିବା
ନିଶ୍ୱାସ ନେବାରେ ଅସୁବିଧା 
ଏହା ବ୍ୟତୀତ ଅନେକ ଲୋକ ଏହି ପରିସ୍ଥିତିରେ ନିଶ୍ୱାସ ନେବା, ଶରୀରଯନ୍ତ୍ରଣା, ମୁଣ୍ଡବିନ୍ଧା, ଆଖିରେ ଯନ୍ତ୍ରଣା ହେବାର ଅଭିଯୋଗ ମଧ୍ୟ କରିପାରନ୍ତି ।

କ'ଣ ରହିଛି ପ୍ରତିଷେଧକ ବ୍ୟବସ୍ଥା?
ଏହାର ଚିକିତ୍ସାରେ ଡାକ୍ତରମାନେ ସାଧାରଣତଃ ଆଣ୍ଟିବାୟୋଟିକ୍ ର ଏକ କୋର୍ସ ଦିଅନ୍ତି, ଏହାକୁ ରୋକିବା ପାଇଁ ସୁସ୍ଥ ଖାଦ୍ୟ ଖାଆନ୍ତୁ। ଖାଦ୍ୟରେ ଭିଟାମିନ୍ ସି କୁ ସାମିଲ କରିବା ଉଚିତ, ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିଥାଏ। ଏହି ସଂକ୍ରମଣ ପରସ୍ପରକୁ ବ୍ୟାପିଥାଏ। ତେଣୁ ସର୍ବସାଧାରଣ ସ୍ଥାନରୁ ଆସିଲେ ଭଲ ଭାବେ ହାତ ଧୋଇ ଦିଅନ୍ତୁ। ଏହାବ୍ୟତୀତ ଛିଙ୍କିବା ସମୟରେ ପାଟିରେ ରୁମାଲ କିମ୍ବା ହାତ ରଖନ୍ତୁ ଏବଂ ଯେତେବେଳେ ବି ସଂକ୍ରମିତ ସ୍ଥାନକୁ ଯାଉଛନ୍ତି ମୁହଁ ଓ ଆଖିରେ ହାତ ରଖିବାଠାରୁ ଦୂରେଇ ରୁହନ୍ତୁ ।

Also Read: Weekly Finance Rashifal: ଆଜିଠୁ ଆରମ୍ଭ ହେଲା ନୂଆ ସପ୍ତାହ, ୨୫ ଅଗଷ୍ଟ ଯାଏଁ ଭାଗ୍ୟଶାଳୀ ଏହି ୫ରାଶି

Also Read: Sawan Sombar: ଶ୍ରାବଣ ଶେଷ ସୋମବାରରେ ୫ଟି ଅଦ୍ଭୁତ ସଂଯୋଗ, ଏହି ୩ଟି ରାଶିର ଫିଟିଲା ଭାଗ୍ୟ !