Tri-Ekadash Yoga: ଏହିସବୁ ରାଶିଙ୍କ ଭାଗ୍ୟ ଫିଟାଇବ ତ୍ରି-ଏକାଦଶ ଯୋଗ, ନୂଆବର୍ଷ ଆରମ୍ଭରୁ ହେବ ଟଙ୍କା ବର୍ଷା ସହ...
Shani Budh Special Yog: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ବର୍ତ୍ତମାନ ଶନି କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ବୁଧ ୨୦୨୫- ଜାନୁଆରୀ ୧୯ ତାରିଖ ଦିନ ଚଳନ କରିବେ। ଗୋଟିଏ ରାଶିରେ ୨ ଶକ୍ତିଶାଳୀ ଗ୍ରହଙ୍କ ଶୁଭ ମିଳନ ହେବ। ପରପ୍ପର ଠାରୁ ୬୦ ଡିଗ୍ରୀ ଦୂରତା ମଧ୍ୟରେ ଗୋଟିଏ ରାଶିରେ ରହିବେ ଶନି-ବୁଧ। ଫଳରେ ତ୍ରି-ଏକାଦଶ ଯୋଗ ସୃଷ୍ଟି ହେବ। ଏହି ଦୁର୍ଲଭ ଯୋଗ କିଛି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହେବ। ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ହେବା ସହିତ ଆର୍ଥିକ ସ୍ଥିତି ବଦଳିବ। କ୍ୟାରିୟରରେ ଅଭୂତ ପୂର୍ବ ସଫଳତା ମଧ୍ୟ ପାଇବେ। ତେବେ, ଆସନ୍ତୁ ଜାଣିବା ଶନି- ବୁଧ କେଉଁ ସବୁ ରାଶିର ଭାଗ୍ୟ ଚମକାଉଛନ୍ତି।...
ମେଷ: ତ୍ରି-ଏକଦାଶ ଯୋଗ ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ପ୍ରମାଣିତ ହେବ। ବିଶେଷକରି, ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ଋଣ ଆଣିଥିବା ଟଙ୍କାକୁ ସୁଝିବାରେ ସକ୍ଷମ ହେବେ। ଚାକିରି କରୁଥିବା ବ୍ୟକ୍ତି ମାନେ କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ପାଇବେ। ଦରମା ବଢିବା ସହ ଆୟରେ ବୃଦ୍ଧି ହେବ। ବାଣିଜ୍ୟ-ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ବିଦେଶରେ ଚାଲିଥିବା ବାଣିଜ୍ୟ- ବ୍ୟବସାୟରେ ଲାଭ ଭଲ ମିଳିବ। ଯେଉଁମାନେ କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନେ ଭଲ ରେଜଲ୍ଟ କରିବେ। ପୁରୁଣା ରୋଗରୁ ମୁକ୍ତି ମିଳିବ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ପ୍ରେମୀମାନଙ୍କ ପାଇଁ ସମୟ ଶୁଭ ରହିବ।
ALSO READ: Today Horoscope: ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଗୁରୁବାର? ଜାଣନ୍ତୁ ଆଜିର ରାଶିଫଳ
ALSO READ: Chandra Budh Yuti 2025: ନୂଆବର୍ଷ ପରେ ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ଘର-ଗାଡି କିଣିବାର ସ୍ବପ୍ନ ହେବ ସାକାର!
ମକର: ତ୍ରି-ଏକାଦଶ ଯୋଗ ଏହି ରାଶିର ଭାଗ୍ୟ ଚମକାଇବ। ଦିର୍ଘ ଦିନ ଧରି ଜୀବନରେ ଲାଗି ରହିଥିବା ଆର୍ଥିକ ସଙ୍କଟ ଦୂର ହେବ। ନୂଆ ଘର କିମ୍ବା ଫ୍ଲାଟ୍ କିଣିବାର ସ୍ବପ୍ନ ସାକାର ହେବ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବା ସହ କଠିନ ପରିଶ୍ରମର ଫଳ ମିଳିବ। ବରିଷ୍ଠ ଅଧିକାରୀଙ୍କ ଠାରୁ ସମ୍ମାନୀତ ହେବା ସହ ପ୍ରଂଶସା ସାଇଁଟିବେ। ଯେଉଁମାନେ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ଯୋଜନାକୁ ଏହି ସମୟ ରେ କାର୍ଯ୍ୟକାରୀ କରନ୍ତୁ। ବ୍ୟବସାୟରେ ଭଲ ଲାଭ ପାଇବେ। ବ୍ୟବସାୟରେ ଆର୍ଥିକ ଲାଭ ଅଧିକ ହେବ। ନୂଆ ବର୍ଷ ପରଠୁ ନିଆଯାଇଥିବା ନିସ୍ପତ୍ତି ଆପଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବ। ପିତାମାତାଙ୍କ ସହ ଦୂରସ୍ଥାନ ଯାତ୍ରା କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ପ୍ରେମ ଜୀବନ ମଧ୍ୟ ଭଲ ରହିବ।
କୁମ୍ଭ: ତ୍ରି-ଏକାଦଶ ଯୋଗ ଏହି ରାଶିର ଭାଗ୍ୟ ଉଦୟ କରିବ। ବିଶେଷକରି, ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବାରେ ସଫଳ ହେବେ। ଯେଉଁମାନେ କୌଣସି ସଂସ୍ଥା ବା ସେୟାର ମାର୍କେଟ୍ ରେ ପୁଞ୍ଜି ବିନିଯୋଗ କରିବାକୁ ଚାହୁଁଛନ୍ତି। ସେମାନେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କଲେ ଭଲ ରିଟର୍ଣ୍ଣ ପାଇବେ। ଦିର୍ଘ ଦିନ ଧରି ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ସଂସ୍ଥା ବା କମ୍ପାନୀରୁ ଚାକିରି ଅଫର ମିଳିବ। ପରିବାରରେ କିଛି ଶୁଭ କାର୍ଯ୍ୟ ହୋଇପାରେ। ଅଯଥା ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ ନଚେତ୍ , ପସ୍ତେଇବେ। ପିତାମାତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିବ।
ବିଛା: ତ୍ରି-ଏକାଦଶ ଯୋଗ ଏହି ରାଶିକୁ ମାଲାମାଲ୍ କରିବ। ଜୀବନରେ ଲାଗି ରହିଥିବା ଅଯଥା ଟେନସନ୍ ଦୂର ହେବ। ପରିବାର ଲୋକେ ପ୍ରତ୍ୟକ କ୍ଷେତ୍ରରେ ସାହାର୍ଯ୍ୟ ସହଯୋଗ କରିବେ। ପ୍ରେମ ଜୀବନରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଆର୍ଥିକ ସ୍ଥିତି ମଜବୁତ୍ ରହିବ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ଗାଡି କିଣିବାର ସ୍ବପ୍ନ ସାକାର ହେବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ।
ମୀନ: ମୀନ ରାଶିଙ୍କ ପାଇଁ ବର୍ଷର ଆରମ୍ଭ ବେଶ୍ ଶୁଭ ରହିବ। ଶନି- ବୁଧଙ୍କ କୃପାରୁ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। ବାଣିଜ୍ୟ-ବ୍ୟବସାୟରେ ଉନ୍ନତି କରିବା ସହ ବ୍ୟବସାୟରେ ଚାଲିଥିବା ମାନ୍ଦାବସ୍ଥା ବା କ୍ଷତିରେ ସୁଧାର ଆସିବ। ଦୈନିକ ଆୟ ବଢିବ। ଚାକିରିଆମାନଙ୍କ ଆୟ ବଢିବା ସହ ପଦୋନ୍ନତି ମିଳିବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ବିଦେଶରେ ପାଠ ପଢିବାକୁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। ଘରେ ଶାନ୍ତିର ବାତାବରଣ ଦେଖିବାକୁ ମିଳିବ। ସେୟାର ମାର୍କେଟ୍ ବା ଲଟେରୀରୁ ଲାଭବାନ୍ ହେବେ। (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)