Horoscope Today 26 December 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଡିସେମ୍ବର ୨୬ ହେଉଛି ଗୁରୁବାର। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
ମେଷ: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। କର୍ମକ୍ଷେତ୍ରରେ କାର୍ଯ୍ୟ ପାଇଁ ମାହୋଲ୍ ଭଲ ରହିବ। କୌଣସି ସହକର୍ମୀଙ୍କ ସହ ବନ୍ଧୁତା ସୃଷ୍ଟି ହେବ । କେତେକ ନିଜ ସନ୍ତାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇବେ। ଶତ୍ରୁ ଉପଦ୍ରବ କେତେକାଂଶରେ କମିଯାଇପାରେ, କିନ୍ତୁ ଆଶଙ୍କା ଲାଗି ରହିବ । ଧନହାନୀ ସହ ପ୍ରାଣପୀଡାର ଯୋଗ ରହିଛି। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ।
ALSO READ: Budh Gochar 2024: ୨୦୨୫ ଜାନୁଆରୀରୁ ବୁଧ ଚମକାଇବେ ଏହିସବୁ ରାଶିଙ୍କ ଭାଗ୍ୟ, ମାଟି ଧରିଲେ ହେବ ସୁନା !
ALSO READ: Chandra Budh Yuti 2025: ନୂଆବର୍ଷ ପରେ ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ଘର-ଗାଡି କିଣିବାର ସ୍ବପ୍ନ ହେବ ସାକାର!
ବୃଷ : କୌଣସି କଥାକୁ ନେଇ ପାରିବାରିକ କ୍ଷେତ୍ରରେ ଅଶାନ୍ତି ଦେଖାଦେବ। ଆଜି କର୍ମକ୍ଷେତ୍ରରେ ଅଟକି ରହିଥିବା କାମକୁ ଶେଷ କରିବାରେ ସମର୍ଥ ହେବେ। ଭଲ ସମ୍ପର୍କ ନ ଥିବା କେତେକ ବ୍ୟକ୍ତି ଆପଣଙ୍କ ପ୍ରତିଷ୍ଠା ଓ ପ୍ରଶଂସାରେ ଈର୍ଷାନ୍ବିତ ହୋଇପାରନ୍ତି । ରାଜନୈତିକ ଓ ପ୍ରଶାସନିକ କ୍ଷେତ୍ରରେ ସ୍ଥିରତା ଫେରିପାଇବେ ।
ମିଥୁନ : ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଜଡିତ ଥିବା ଲୋକଙ୍କ ପାଇଁ ଦିନଟି ଶୁଭ ରହିବ। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରୁ ସୁନାମ ଅର୍ଜନ କରିବେ । ଆଜି ଅର୍ଥଲାଭ ସାଙ୍ଗକୁ ବିଳାସବ୍ୟସନ ପ୍ରତି ବିଶେଷ ରୁଚି ବଳିବ । ଆନୁଷ୍ଠାନିକ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହୋଇପାରନ୍ତି ।
କର୍କଟ : ଆଜି ଦିନଟି ଅଶୁଭ ରହିବ। ସାଧାରଣ କଥାରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ । ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରନ୍ତୁ କିଛି ସମୟ ପରେ ସଫଳତା ମିଳିବ । ତରବରିଆ ଭାବେ କୌଣସି ପଦକ୍ଷେପ ନେଲେ ବେଶି ହଇରାଣରେ ପଡିବେ। ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଟିକୁ ଖୋଜି ନ ପାଇବାରୁ ବ୍ୟସ୍ତ ହୋଇପଡ଼ିବେ ।
ସିଂହ : ପରିବାରର ଆର୍ଥିକ ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ଋଣ କରିବେ । ଯୋଜନାବଦ୍ଧଭାବରେ ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ । ପରିସ୍ଥିତିରେ ପଡ଼ି ଅନ୍ୟମାନଙ୍କ ଘରୋଇ ବ୍ୟାପାରରେ ମୁଣ୍ଡ ପୂରାଇ ଟେନସନକୁ ନିମନ୍ତ୍ରଣ କରିପାରନ୍ତି । ପ୍ରିୟାପ୍ରୀତି ତୋଷଣ କାରଣ ନେଇ ଅପଦସ୍ଥ ହେବାକୁ ପଡ଼ିପାରେ ।
କନ୍ୟା : ସତର୍କତାର ସହ ଆଜିର ଦିନଟିକୁ ଚଳିବାକୁ ପଡିବ। ଖଳଲୋକଙ୍କ ଦ୍ୱାରା ସୃଷ୍ଟ ସମସ୍ୟାରେ ପଡିପାରନ୍ତି। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାରେ ପଡ଼ିବେ । ଅସାବଧାନତା-ବଶତଃ କୌଣସି ଦ୍ରବ୍ୟ ନଷ୍ଟ ହେବ। ଆପଣଙ୍କ ଗୋପନୀୟ କାର୍ଯ୍ୟ ବନ୍ଧୁଙ୍କ ଜରିଆରେ ବାହାରେ ଆଲୋଚନାକୁ ସରଗରମ କରିପାରେ ।
ତୁଳା : ଶିଳ୍ପ, ବ୍ୟବସାୟ ଓ ପରିବହନ ପାଇଁ ଦିନଟି ଶୁଭ ରହିବ। ପାରିବାରିକ ଦିଗଟି ମନ୍ଦ ହେବନି । କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରୁ ପ୍ରଶଂସିତ ହେବେ । ନିର୍ମାଣ, ମାଲିମକଦ୍ଦମା ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରୁ ସୁଫଳ ପାଇବେ । ଆଜି ଆନୁଷ୍ଠାନିକ କାମରେ ବିଶିଷ୍ଟ ବ୍ୟକ୍ତିଙ୍କ ସହ ମିଶିବେ ଏବଂ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ।
ବିଛା : ଦିନଟି ଆପଣଙ୍କ ପାଇଁ ଶୁଭ ରହିବ। ପାରିବାରିକ ଜୀବନରେ ଉଚିତ ବୁଝାମଣା ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବାର ସମ୍ଭାବନା ରହିଛି । ଅନ୍ୟମାନଙ୍କ ପ୍ରରୋଚନାରେ ପଡ଼ି କୌଣସି ଆପତ୍ତିଜନକ କାମରେ ନିଜକୁ ସାମିଲ କରିପାରନ୍ତି । ସବୁ ଆଡକୁ ନଜର ଦେଇ କାମ ନ କଲେ ଅସୁବିଧାରେ ପଡ଼ିବେ । ପଡ଼ିଶାଙ୍କ ସହ ବହୁଦିନର ମନାନ୍ତରର ସମାଧାନ ହୋଇଯିବ ।
ଧନୁ: କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି କାମ ହାସଲ ସକାଶେ ଚେଷ୍ଟା କରିପାରନ୍ତି । ଶାରୀରିକ ଅସୁସ୍ଥତା ସତ୍ତ୍ୱେ ଅଫିସିଆଲି କାମଗୁଡ଼ିକ କରିବାକୁ ବାଧ୍ୟ ହେବେ । ନିଜ ମନପସନ୍ଦର ଜିନିଷ ଖରିଦ କରିବା ସକାଶେ ମନ ବଳାଇପାରନ୍ତି । ଘରୋଇ କ୍ଷେତ୍ରରେ କେତେକ ଘଟଣାରେ ମନକଥା ମନରେ ରଖିପାରିବେ ନାହିଁ ।
ମକର : ଆଜି ଆକସ୍ମିକ ଭାବରେ ବନ୍ଧୁଙ୍କ ସମ୍ପର୍କରେ ଅଶୁଭ ଖବର ପାଇ ବିଚଳିତ ହୋଇପାରନ୍ତି । ପାରିବାରିକ ଓ କର୍ମକ୍ଷେତ୍ରର ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସାହାଯ୍ୟ ଓ ସମର୍ଥନ ପାଇପାରିବେ । ତଥାପି ପରୋକ୍ଷ ଶତ୍ରୁତା ଜନିତ କେତେକ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ପରିବାର ମଧ୍ୟରେ ନିଜ ମନର ଭାବକୁ ହଠାତ୍ ପ୍ରକାଶ କରନ୍ତୁ ନାହିଁ ।
କୁମ୍ଭ : ଅଟକିଥିବା ଅଫିସ୍ କାମ ତ୍ୱରାନ୍ବିତ ହେବ। ଏବଂ ସମସ୍ୟା ଦୂରେଇଯିବ । ଘରେ ଅଶାନ୍ତି ପୂର୍ବପରି ଲାଗିରହୁଥିବା ହେତୁ କିମ୍ବା କାମ ଠିକ୍ ଭାବେ ନ ହେବାରୁ ମନ ଭଲ ରହିବ ନାହିଁ । ସ୍ବାସ୍ଥ୍ୟାବସ୍ଥା ଭଲ ଦିଗକୁ ଗତି କରିବାରୁ ଆଶ୍ୱସ୍ତି ଲାଭ କରିବେ । ଜିଦି ତ୍ୟାଗ କଲେ ଉପକୃତ ହେବେ ,ନଚେତ୍ କଳହ ଭିତରକୁ ଟାଣି ହୋଇଯିବେ ।
ମୀନ : ଆଜି ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ପାଇ ଲାଗି ରହିଥିବା ସମସ୍ୟାକୁ ସମାଧାନ କରି ପାରିବେ । ଦେହରେ କୌଣସି ବଡ଼ ଧରଣର ରୋଗ ନ ଥାଇ ମଧ୍ୟ ଦୁର୍ବଳତା ଅନୁଭବ କରିବେ । ନିଜ ପରିବାରରୁ ଆଶାନୁରୂପ ସ୍ନେହ, ସହାନୁଭୂତି ପାଇବା କମିଯାଇପାରେ । ଧର୍ମ, ଦେବଦର୍ଶନ, ବନ୍ଧୁମିଳନ ତଥା ସାହିତ୍ୟ ଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି ।
ट्रेन्डिंग फोटोज़