Advertisement
Photo Details/zeeodisha/odisha834795
photoDetails0hindi

honeymoonରେ ଯିବାକୁ ମନାକଲେ ବରୁଣ, କାହିଁକି ପଢନ୍ତୁ...

ବରୁଣ ଧାୱନ (Varun Dhawan) ଏବଂ ନତାଶା ଦଲାଲ (Natasha Dalal) ବିଶେଷ ଦିନକୁ ଅପେକ୍ଷା କରିଥିଲେ। ଗତକାଲି ଅର୍ଥାତ ଜାନୁଆରୀ ୨୪ ତାରିଖରେ ଏକ ସ୍ୱତନ୍ତ୍ର ମୁହୂର୍ତ୍ତରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

1/7

ବିବାହ ପରେ ଦୁହେଁ ବହୁତ ଖୁସି ଅଛନ୍ତି। ଏହି ସମୟରେ ଉଭୟଙ୍କ ହନିମୁନ୍‌ (Honeymoon) ବିଷୟରେ ମଧ୍ୟ ଖବର ସାମ୍ନାକୁ ଆସିଛି । 

2/7

ବିବାହ ପରେ ମୁମ୍ବାଇରେ (Mumbai) ଏକ ଗ୍ରାଣ୍ଡ ରିସେପ୍ସନର (Grand Reception) ଆୟୋଜନ ରହିଛି । ତେବେ ବରୁଣ (Varun) ଏବଂ ନତାଶାଙ୍କ (Natasa) ହନିମୁନକୁ ନେଇ ତାଙ୍କର ଫ୍ୟାନ ଫଲୋୟର୍ସଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । 

3/7

ପୂର୍ବରୁ କୁହାଯାଇଥିଲା ଯେ ବରୁଣ-ନତାଶା (Varun-Natasa) ହନିମୁନ୍‌ରେ (Honeymoon) ଯାଇପାରିବେ ନାହିଁ। କାରଣ ବରୁଣଙ୍କୁ ତାଙ୍କର ଆଗାମୀ ଚଳଚ୍ଚିତ୍ର ପାଇଁ ସୁଟିଂ କରିବାକୁ ପଡିବ। 

4/7

ତେବେ କୋରୋନାରୁ ସୁସ୍ଥ ହେବା ପରେ ସେ ହନିମୁନରେ (Honeymoon) ଯିବେ ବୋଲି ଏକ ବିଶ୍ୱସ୍ତ ସୂଚନା ରହିଛି । ଯେବେବି ସେ ହନିମୁନରେ ଯିବେ, ଉଭୟ ତୁର୍କୀରେ (Turkey) ହିଁ ହନିମୁନ୍‌ ପାଳନ କରିବେ ବୋଲି କୁହାଯାଉଛି।

5/7

ଏପରିକି ତୁର୍କୀରେ ହନିମୁନ ପାଳନ କରିବା ନେଇ ପୂର୍ବରୁ ବରୁଣ ଓ ନତାଶା ସ୍ଥିର କରିଛନ୍ତି । ତୁର୍କିରେ ଏକ ଦାମୀ ଓ ପଞ୍ଚତାରକା ହୋଟେଲରେ ମଧ୍ୟ ରହିବେ ବୋଲି ସୂଚନା ରହିଛି । 

6/7

ବିଶ୍ୱସ୍ତ ସୂତ୍ରର ରିପୋର୍ଟ ଅନୁଯାୟୀ, ଉଭୟ ହନିମୁନ୍‌ ପାଇଁ ତୁର୍କୀ ଯିବେ। ଯେଉଁଠାରେ ଆମେ ହନିମୁନ୍ ପାଇଁ ସେହି ସୁନ୍ଦର ସ୍ଥାନରେ ଏହି ସୁନ୍ଦର ସମୟତୁ ବିତାଇବାକୁ ଯାଉଛୁ। ତେବେ ତୁର୍କି ବ୍ୟତୀତ ଅନ୍ୟ କେଉଁସ୍ଥାନକୁ ଯିବାକୁ ବରୁଣ ଓ ନତାଶା ସିଧାସଳଖ ମନା କରିଦେଇଛନ୍ତି । 

7/7

ତୁର୍କୀରେ ଥିବା ସିରାଗନ ପ୍ୟାଲେସରେ ସେମାନେ ହନିମୁନ ବିତାଇବେ ବୋଲି ସୂଚନା ରହିଛି । ସିରାଗନ ପ୍ୟାଲେସ ହେଉଛି ବିଶ୍ୱର ସବୁଠାରୁ ସୁନ୍ଦର ଓ ଦାମୀ ହୋଟେଲ ମଧ୍ୟରୁ ଅନ୍ୟତମ ।