୪୩ ବର୍ଷରେ ୫୩ ଥର ବିବାହ, କାରଣ ଜାଣିଲେ ଆପଣ ବି ହୋଇଯିବେ ଚକିତ
Advertisement

୪୩ ବର୍ଷରେ ୫୩ ଥର ବିବାହ, କାରଣ ଜାଣିଲେ ଆପଣ ବି ହୋଇଯିବେ ଚକିତ

 ସେ ବ୍ୟକ୍ତିଗତ ସୁଖ ନୁହେଁ 'ସ୍ଥିରତା' ଏବଂ ମାନସିକ ଶାନ୍ତି ପାଇବା ଲକ୍ଷ୍ୟରେ ୫୩ ଥର ବିବାହ କରିଛନ୍ତି। ୬୩ ବର୍ଷୀୟ ଆବୁ ଅବଦୁଲ୍ଲାଙ୍କୁ "ଶତାବ୍ଦୀର ସର୍ବାଧିକ ବିବାହିତ ପୁରୁଷ" ଭାବେ ପରିଗଣିତ ହେଉଛନ୍ତି। 

୪୩ ବର୍ଷରେ ୫୩ ଥର ବିବାହ, କାରଣ ଜାଣିଲେ ଆପଣ ବି ହୋଇଯିବେ ଚକିତ

ନୂଆଦିଲ୍ଲୀ: ସାଉଦି ଆରବର ଜଣେ ବ୍ୟକ୍ତି ୪୩ ବର୍ଷରେ ୫୩ ଥର ବିବାହ କରିବାର 'ରେକର୍ଡ' କରିଛନ୍ତି। ସେ ଏତେ ବିବାହ କରିବାର କାରଣ ମଧ୍ୟ ଦେଇଛନ୍ତି। ଯାହା ଆପଣଙ୍କୁ ବେଶ ଚକିତ କରିପକାଇବ। ବ୍ୟକ୍ତି ଜଣକ କହିଛନ୍ତି ଯେ ସେ ଶାନ୍ତିରେ ଜୀବନ ଅତିବାହିତ କରିବାକୁ ଚାହୁଁଥିଲେ। ଜୀବନରେ ଶାନ୍ତି ଖୋଜିବା ନିଶାରେ ଏତେ ମାତ୍ରାରେ ବିବାହ କରିଥିଲେ। 

ବ୍ୟକ୍ତି ଜଣକ କହିଛନ୍ତି ଯେ ସେ ବ୍ୟକ୍ତିଗତ ସୁଖ ନୁହେଁ 'ସ୍ଥିରତା' ଏବଂ ମାନସିକ ଶାନ୍ତି ପାଇବା ଲକ୍ଷ୍ୟରେ ୫୩ ଥର ବିବାହ କରିଛନ୍ତି। ୬୩ ବର୍ଷୀୟ ଆବୁ ଅବଦୁଲ୍ଲାଙ୍କୁ "ଶତାବ୍ଦୀର ସର୍ବାଧିକ ବିବାହିତ ପୁରୁଷ" ଭାବେ ପରିଗଣିତ ହେଉଛନ୍ତି। ସାଉଦି ମାଲିକାନା ଟେଲିଭିଜନ ଏମବିସିକୁ ଅବଦୁଲ୍ଲା କହିଛନ୍ତି, ମୁଁ ଦୀର୍ଘ ସମୟ ଧରି ୫୩ ଜଣ ମହିଳାଙ୍କୁ ବିବାହ କରିଥିଲି। ଯେତେବେଳେ ମୁଁ ପ୍ରଥମେ ବିବାହ କରିଥିଲି ସେତେବେଳେ ମୋର ବୟସ ୨୦ ଥିଲା ଏବଂ ସେ (ପତ୍ନୀ) ମୋ ଠାରୁ ଛଅ ବର୍ଷ ବଡ ଥିଲେ।

ସେ କହିଛନ୍ତି ଯେତେବେଳେ ମୁଁ ପ୍ରଥମ ଥର ବିବାହ କରିଥିଲି। ସେତେବେଳେ ମୋର ଏକରୁ ଅଧିକ ମହିଳାଙ୍କୁ ବିବାହ କରିବାର କୌଣସି ଯୋଜନା ନଥିଲା। କାରଣ ସେତେବେଳେ ମୁଁ ଆରାମ ଅନୁଭବ କରୁଥିଲି ଏବଂ ମୋର ସନ୍ତାନସନ୍ତତି ଥିଲେ। କିଛି ବର୍ଷ ପରେ ସମ୍ପର୍କରେ ସମସ୍ୟା ଦେଖାଦେଇଥିଲା ଏବଂ ଅବଦୁଲ୍ଲା ୨୩ ବର୍ଷ ବୟସରେ ପୁନର୍ବାର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ତାଙ୍କର ପ୍ରଥମ ପତ୍ନୀଙ୍କୁ ତାଙ୍କ ନିଷ୍ପତ୍ତି ବିଷୟରେ କହିଥିଲେ। ଯେତେବେଳେ ତାଙ୍କର ପ୍ରଥମ ଏବଂ ଦ୍ୱିତୀୟ ପତ୍ନୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା, ଅବଦୁଲ୍ଲା ତୃତୀୟ ଏବଂ ଚତୁର୍ଥ ଥର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ସେ ତାଙ୍କର ପ୍ରଥମ ଦୁଇ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ।

ଅବଦୁଲ୍ଲା କହିଛନ୍ତି ଯେ ତାଙ୍କର ଅନେକ ବିବାହର ସରଳ କାରଣ ହେଉଛି ଜଣେ ମହିଳା ଖୋଜିବା ଯିଏ ତାଙ୍କୁ ଖୁସି ରଖିପାରେ। ସେ କହିଥିଲେ ଯେ ତାଙ୍କର ସମସ୍ତ ପତ୍ନୀଙ୍କ ପ୍ରତି ନ୍ୟାୟ ପାଇବା ପାଇଁ ସେ ଚେଷ୍ଟା କରିଥିଲେ। ଅବଦୁଲ୍ଲା କହିଛନ୍ତି ଯେ ସବୁଠାରୁ କମ୍ ବିବାହ କେବଳ ଗୋଟିଏ ରାତି ପର୍ଯ୍ୟନ୍ତ ଚାଲିଥିଲା ​। ଯଦିଓ ୬୩ ବର୍ଷୀୟ ଅବଦୁଲ୍ଲା ଅଧିକାଂଶ ସାଉଦି ମହିଳାଙ୍କୁ ବିବାହ କରିଥିଲେ, ବିଦେଶ ଗସ୍ତରେ ସେ ବିଦେଶୀ ମହିଳାଙ୍କୁ ବିବାହ କରିଥିବା ସ୍ୱୀକାର କରିଛନ୍ତି।