Health Tips: ପ୍ଲାଷ୍ଟିକ୍ ବୋତଲରେ ପାଣି ପିଉଛନ୍ତି କି? ଆପଣଙ୍କ ପ୍ରଜନନ କ୍ଷମତା ହୋଇପାରେ କମ୍!
Advertisement
Article Detail0/zeeodisha/odisha1577784

Health Tips: ପ୍ଲାଷ୍ଟିକ୍ ବୋତଲରେ ପାଣି ପିଉଛନ୍ତି କି? ଆପଣଙ୍କ ପ୍ରଜନନ କ୍ଷମତା ହୋଇପାରେ କମ୍!

Health Tips: ଆଜିକାଲି ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଏକ ସାଧାରଣ କଥା ହୋଇଗଲାଣି। ଖାଇବା ଠାରୁ ଆରମ୍ଭ କରି ପିଇବା ସବୁଥିରେ ଏହି ପ୍ଲାଷ୍ଟିକର ବ୍ୟବହାର ହେଉଛି । ଆଜିକାଲି ଅନେକ ରଙ୍ଗ ଓ ଷ୍ଟାଇଲର ପ୍ଳାଷ୍ଟିକ୍ ବୋତଲରେ ପାଣି ପିଇବା ଆମମାନଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି । କିନ୍ତୁ ଜାଣନ୍ତି କି ପ୍ଲାଷ୍ଟିକ୍ ବୋତଲ (Plastic water problem) ଦାମୀ ହେଉ ନା କାହିଁକି ଏସବୁ କେମିକାଲ୍ସ ଓ ବ୍ୟାକ୍ଟେରିଆରେ ଭରପୁର । କମାନେ କେବଳ ଯାତ୍ରା ସମୟରେ ନୁହେଁ ଘର ଏବଂ ଅଫିସରେ ମଧ୍ୟ ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି। 

ସୌଜନ୍ୟ- ସୋସିଆଲ ମିଡିଆ

Health Tips: ଆଜିକାଲି ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଏକ ସାଧାରଣ କଥା ହୋଇଗଲାଣି। ଖାଇବା ଠାରୁ ଆରମ୍ଭ କରି ପିଇବା ସବୁଥିରେ ଏହି ପ୍ଲାଷ୍ଟିକର ବ୍ୟବହାର ହେଉଛି । ଆଜିକାଲି ଅନେକ ରଙ୍ଗ ଓ ଷ୍ଟାଇଲର ପ୍ଳାଷ୍ଟିକ୍ ବୋତଲରେ ପାଣି ପିଇବା ଆମମାନଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି । କିନ୍ତୁ ଜାଣନ୍ତି କି ପ୍ଲାଷ୍ଟିକ୍ ବୋତଲ (Plastic water problem) ଦାମୀ ହେଉ ନା କାହିଁକି ଏସବୁ କେମିକାଲ୍ସ ଓ ବ୍ୟାକ୍ଟେରିଆରେ ଭରପୁର । କମାନେ କେବଳ ଯାତ୍ରା ସମୟରେ ନୁହେଁ ଘର ଏବଂ ଅଫିସରେ ମଧ୍ୟ ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି। କିନ୍ତୁ ଅଧିକାଂଶ ଲୋକେ ଜାଣିନଥିବେ ପ୍ଲାଷ୍ଟିକ ବୋତଲରେ ପାଣି ପିଇବା (Plastic Bottles Water Harmful) ଙ୍କ ପାଇଁ କେତେ କ୍ଷତିକାରକ ହୋଇପାରେ। ପ୍ଲାଷ୍ଟିକ ବୋତଲରେ ଅନେକ ପ୍ରକାର କ୍ଷତିକାରକ ଉପାଦାନ  ରହିଛି । 

ଏଥିରେ ଫ୍ଲୋରାଇଡ୍, ଆଲୁମିନିୟମ୍ ଏବଂ ଆର୍ସେନିକ୍ ଭଳି ବିପଜ୍ଜନକ ରାସାୟନିକ ପଦାର୍ଥ ରହିଛି ।  ଯାହା ମଧୁମେହ ରୋଗକୁ (diabete)ବଢାଇବାରେ ସାହାର୍ଯ୍ୟ କରିଥାଏ। ଏହା ସହିତ ଏହା ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ପ୍ରତିବର୍ଷ ଦେଶରେ ୩୫ ଲକ୍ଷ ଟନ୍ରୁ ଅଧିକ ବର୍ଜ୍ୟବସ୍ତୁ ଉତ୍ପନ୍ନ ହୁଏ,ଏହାକୁ ଦୃଷ୍ଟିରେ ରଖି ସରକାର ଲଗାତାର ପ୍ଲାଷ୍ଟିକ ବନ୍ଦ କରିବା ଅଭିଯାନ ଜାରି ରଖିଛନ୍ତି।

Also Read : Rakhi Sawant Pregnancy: 'ଡାକ୍ତରଙ୍କ ବାରଣ ସତ୍ତ୍ବେ ବି ଆଦିଲ୍ ରଖୁଥିଲା ଶାରୀରିକ ସମ୍ପର୍କ'

Also Read : Vastu Tips: ପର୍ସରେ ଟଙ୍କା ରହୁନି କି? କରନ୍ତୁ ଏହି ୬ଟି କାମ

ଏହି ପ୍ଲାଷ୍ଟିକ୍ ବହୁତ ବିପଜ୍ଜନକ ଅଟେ : ପ୍ରକୃତରେ ପ୍ଲାଷ୍ଟିକ୍ ବୋତଲ ଉଚ୍ଚ ତାପମାତ୍ରା ସଂସ୍ପର୍ଶରେ ଆସିବା ମାତ୍ରେ ମାଇକ୍ରୋ ପ୍ଲାଷ୍ଟିକ୍ ଛାଡିଥାଏ । ଏହି ମାଇକ୍ରୋ ପ୍ଲାଷ୍ଟିକ୍ କଣିକା ଜଳ ସହିତ ମିଶି ଶରୀର ଭିତରେ ପହଞ୍ଚେ । ଏହା ପରେ,ହରମୋନ୍ ଅସନ୍ତୁଳନ କରିବା ସହିତ ଯକୃତ କର୍କଟର (cancer) ଆଶଙ୍କା ବଢାଇଥାଏ। ଏହା ପୁରୁଷମାନଙ୍କ ପ୍ରଜନନ କ୍ଷମତା ହ୍ରାସ(man sperm) କରିଥାଏ । ପିତା ହେବା ସୁଖରୁ ବଞ୍ଚିତ ମଧ୍ୟ କରିଥାଏ। 

ହୃଦଘାତ ସହ ମଧୁମେହ ହେବାର ଆଶଙ୍କା ରହିଛି: ଷ୍ଟିକ୍ ବୋତଲରେ ପାଣି ପିଇବା ଦ୍ୱାରା  କେବଳ ଯକୃତ କର୍କଟ ନୁହେଁ, ମଧୁମେହ ଓ ହୃଦରୋଗର ଆଶଙ୍କା ମଧ୍ୟ ବଢିଥାଏ। ଏହା ଆପଣଙ୍କ (immune system) ଇମ୍ୟୁନିଟି ସିଷ୍ଟମକୁ  ମଧ୍ୟ ପ୍ରଭାବିତ କରେ। ବୋତଲ ହେତୁ ପାଣିରେ ମିଶ୍ରିତ ରାସାୟନିକ ପଦାର୍ଥ ଶରୀରକୁ କ୍ଷତି ପହଞ୍ଚାଇବା ସହିତ ଭିତରରୁ ଦୁର୍ବଳ କରିଥାଏ ।

ପୁରୁଷମାନଙ୍କରେ ପ୍ରଜନନ ସମସ୍ୟା ବୃଦ୍ଧି ପାଇଥାଏ : ଖାସ୍ କରି ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଦ୍ବାରା ପୁରୁଷଙ୍କ ପ୍ରଜନନ ସମସ୍ୟା (man sperm) ବୃଦ୍ଧି ହୋଇଥାଏ। ପ୍ଲାଷ୍ଟିକ ବୋତଲେ ପାଣି ପିଇବା ଦ୍ବାରା ଶୁକ୍ରାଣୁ ସଂଖ୍ୟା ହ୍ରାସ ହୋଇଥାଏ । ଏହା କର୍କଟ ରୋଗର ଆଶଙ୍କାକୁ ମଧ୍ୟ ବଢାଇଥାଏ। କେବଳ ପୁରୁଷମାନଙ୍କ କ୍ଷେତ୍ରରେ ନୁହେଁ ମହିଳା ମାନଙ୍କ କ୍ଷେତ୍ରରେ ଓଭାରି କର୍କଟ, ଯକୃତ ଓ ସ୍ତନ କର୍କଟର ଆଶଙ୍କାକୁ ମଧ୍ୟ ଏହା ବୃଦ୍ଧି କରିଥାଏ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)