IPL 2020: ସାପ୍ତାହନ୍ତରେ ଡବଲ ମ୍ୟାଚ, ବାଙ୍ଗୋଲୋର-ଦିଲ୍ଲୀ ବିଜୟ
Advertisement

IPL 2020: ସାପ୍ତାହନ୍ତରେ ଡବଲ ମ୍ୟାଚ, ବାଙ୍ଗୋଲୋର-ଦିଲ୍ଲୀ ବିଜୟ

ଶନିବାର ଆଇପିଏଲରେ ୨ଟି ମ୍ୟାଚ ଖେଳାଯାଇଛି। ଏଥିରେ ରୋୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ହାସଲ କରିଛନ୍ତି ।

IPL 2020: ସାପ୍ତାହନ୍ତରେ ଡବଲ ମ୍ୟାଚ, ବାଙ୍ଗୋଲୋର-ଦିଲ୍ଲୀ ବିଜୟ

ନୂଆଦିଲ୍ଲୀ: ଆଇପିଏଲ୧୫ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହୋଇଥିଲା । ପ୍ରତିଭାବାନ ଯୁବ ଖେଳାଳିଙ୍କ ପରାକ୍ରମ ବଳରେ ୮ ୱିକଟରେ ରାଜସ୍ଥାନ ରୟାଲ୍ସଙ୍କୁ ହରାଇ ଚଳିତ ସିଜନରେ ୩ୟ ମ୍ୟାଚକୁ ନିଜ ନାଆରେ କରିଛି ବାଙ୍ଗାଲୋର ।

ପ୍ରତି ୱିକଏଣ୍ଡରେ ଆଇପିଲର ୨ଟି ଲେଖାଏ ମ୍ୟାଚ ଆୟୋଜନ ହେଉଛି । ସେହି ପରିପ୍ରେକ୍ଷୀରେ ଶନିବାର ପ୍ରଥମ ମ୍ୟାଚ ରାଜସ୍ଥାନ ଓ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ୧୫୪ ରନ କରିଥିଲା ରାଜସ୍ଥାନ କିନ୍ତୁ ଏହି ସ୍କୋରଙ୍କୁ ମାତ୍ର ୮ଟି ୱିକେଟରେ ଚେଜ କରିଥିଲା ବାଙ୍ଗାଲୋର ।

ସେହିପରି ଟୁର୍ଣ୍ଣାମେଣ୍ଟର ୧୬ ତମ ମ୍ୟାଚରେ ଦେଖିବାକୁ ମିଳିଥିଲା କାଣ୍ଟେ କି ଟକ୍କର । ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତ ନାଇଟ ରାଇଡର୍ସ ମଧ୍ୟରେ ହୋଇଥିଲା ଘମାଘୋଟ ଲଢେଇ । ପ୍ରଥମେ ବ୍ୟାଟିଂ କରି କୋଲକାତା ଆଗରେ ଦିଲ୍ଲୀ ରଖିଥିଲା ୨୨୮ର ବିଶାଳ ସ୍କୋର। ଆଉ ବୋଲର୍ସଙ୍କ କମାଲ ପାଇଁ ଦିଲ୍ଲୀ ଚାଖିଛି ଚଳିତ ଆଇପିଏଲରେ ୩ୟ ବିଜୟର ସ୍ୱାଦ ।

ଅନରିକ ନର୍ଜେ ୩ ଓ ହର୍ଷଲ ପଟେଲ ୨ଟି ୱିକେଟ ନେଇ ଦିଲ୍ଲୀକୁ ବିଜୟ ଟ୍ରାକକୁ ପର୍ତ୍ୟାବର୍ତ୍ତନ କରିଥିଲା । ବ୍ୟାଟିଂରେ ନିଜର ଦବଦବା ଦେଖାଇଛନ୍ତି ପୃଥ୍ୱୀ ସ ଓ ଶ୍ରେୟସ ଆୟର। ପୃଥ୍ୱୀ ୪୧ଟି ବଲରେ ୬୬ ରନ ଓ ୩୮ଟି ବଲରେ ୮୮ ରନ କରି ଶ୍ରେୟସ ଅପରାଜିତ ରହିଥିଲେ ।