Shukra Gochar 2023: ଶୁକ୍ରଙ୍କ ଗୋଚର କାରଣରୁ ମାଲେମାଲ୍ ହେବେ ଏହି ତିନି ରାଶି!
Advertisement
Article Detail0/zeeodisha/odisha1778824

Shukra Gochar 2023: ଶୁକ୍ରଙ୍କ ଗୋଚର କାରଣରୁ ମାଲେମାଲ୍ ହେବେ ଏହି ତିନି ରାଶି!

Shukra Gochar 2023: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ରାଶି ପରିବର୍ତ୍ତନ (Shukra Gochar 2023) କରିଥାଆନ୍ତି । ଜୁଲାଇ ୭ ତାରିଖରେ ଶୁକ୍ର ସିଂହକୁ (leo) ଗୋଚର ବା ରାଶି ପରିବର୍ତ୍ତନ (Shukra Gochar 2023) କରିଛନ୍ତି ।  ଶୁକ୍ରଙ୍କ ଏହି ଗୋଚର ଫଳରେ ଏହି ତିନି ରାଶିର ବ୍ୟକ୍ତି ବିଶେଷ ଉପକୃତ ହେବେ । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Shukra Gochar 2023: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ରାଶି ପରିବର୍ତ୍ତନ (Shukra Gochar 2023) କରିଥାଆନ୍ତି । ଶୁକ୍ର (venus)ପ୍ରେମ, ସମ୍ପର୍କ, ସୌନ୍ଦର‌୍ୟ୍ୟ ଏବଂ ଆନନ୍ଦର କାରଣ ବୋଲି ବିବେଚନା କରାଯାଏ । ଏହି ଗ୍ରହର ଶୁଭ ସ୍ଥିତି ଜୀବନରେ ଭଲ ଫଳାଫଳ ଦେଇଥାଏ । ଅନ୍ୟପକ୍ଷରେ, ଯେତେବେଳେ ଶୁକ୍ରଙ୍କ (shukra gochar 2023)ଅବସ୍ଥା ଖରାପ ହୁଏ,ସେତେବେଳେ ଜଣେ ବ୍ୟକ୍ତିଙ୍କୁ ଅନେକ ଉତ୍ଥାନପତନର ସମ୍ମୁଖୀନ ହେବାକୁ ପଡେ । ଜୁଲାଇ ୭ ତାରିଖରେ ଶୁକ୍ର ସିଂହକୁ (leo) ଗୋଚର ବା ରାଶି ପରିବର୍ତ୍ତନ (Shukra Gochar 2023) କରିଛନ୍ତି । ଶୁକ୍ର ସିଂହ ରାଶିରେ (zodiac signs) ପ୍ରାୟ ଏକ ମାସ ଧରି ଅବସ୍ଥାପନ କରିବେ । ଶୁକ୍ରଙ୍କ ଏହି ଗୋଚର ଫଳରେ ଏହି ତିନି ରାଶିର ବ୍ୟକ୍ତି ବିଶେଷ ଉପକୃତ ହେବେ ।  ସେମାନଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ ଆସିବ । ଧନଧାନ୍ୟରେ ସେମାନଙ୍କ ଜୀବନ ପୁରି ଉଠିବ। ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

Also Read: Horoscope Today 14 July 2023: ଏହି ୪ ରାଶି ରୁହନ୍ତୁ ସାବଧାନ୍, ଏହି ୩ ରାଶି ଉପରେ ଆଜି ହେବ ଟଙ୍କାର ବର୍ଷା! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

ବୃଷ: ସିଂହ ରାଶିରେ ଶୁକ୍ରଙ୍କ ଗୋଚର ବୃଷ ରାଶିର ଲୋକଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। ଏହି ସମୟରେ ପରିବାରରେ ଶାନ୍ତିର ପରିବେଶ ରହିବ । ପରିବାରର ବୃଦ୍ଧି ଘଟିବ । ପରିବାର ସଦସ୍ୟମାନେ ଆପଣଙ୍କୁ ସମର୍ଥନ କରିବେ । କ୍ୟାରିୟରରେ ଅଗ୍ରଗତି ହେବ । କର୍ମକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ମଧ୍ୟ ରହିଛି । ଶୀଘ୍ର ଭୁଲ ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ । ନିଜକୁ ଶକ୍ତିଶାଳୀ ରଖନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ । ଆର୍ଥିକ ଦୃଷ୍ଟିରୁ ମଧ୍ୟ ଲାଭବାନ୍ ହେବେ । ଟଙ୍କା ବିନିଯୋଗ କରିବେ ଏବଂ ଆପଣ ପୌତୃକ ସମ୍ପତ୍ତିରୁ ମଧ୍ୟ ଲାଭ ପାଇବେ । ହଠାତ୍ ଧନଲାଭର ଯୋଗ ମଧ୍ୟ ରହିଛି। 

ତୁଳା : ଶୁକ୍ରଙ୍କ ଏହି ଗୋଚର ତୁଳା ରାଶିର ଲୋକଙ୍କ ଆର୍ଥିକ ସ୍ଥିତି ମଜଭୁତ କରିବ ।  ଏହି ସମୟରେ ଦିର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ। ଅବିବାହିତ ଯୁବକ ଯୁବତୀଙ୍କ ପାଇଁ  ବିବାହ ପାଇଁ ଏକ ଭଲ ପ୍ରସ୍ତାବ ଆସିପାରେ। ଏହି ସମୟରେ ଆପଣ ବିଦେଶ ଭ୍ରମଣ କରିବାର ସୁଯୋଗ ସୃଷ୍ଟି ହୋଇପାରେ ।  ଏହି ସମୟରେ, ଏହି ରାଶିର ବ୍ୟକ୍ତିମାନେ ସେମାନଙ୍କ କ୍ୟାରିୟର ସହିତ ଜଡିତ ଭଲ ଖବର ପାଇପାରିବେ। ଯଦି ଆପଣ ଏକ ବ୍ୟବସାୟ ଯୋଜନା କରୁଛନ୍ତି, ତେବେ ଆପଣ ଏଥିରେ ଉତ୍ତମ ସଫଳତା ପାଇବେ। ଯଦି ଆପଣ ଷ୍ଟକ୍ ମାର୍କେଟରେ ବିନିଯୋଗ କରିବାକୁ ଚାହାଁନ୍ତି, ତେବେ ଏହାକୁ ଜଣେ ବିଶେଷଜ୍ଞଙ୍କ ପରାମର୍ଶରେ କରନ୍ତୁ, ତେବେ ଆପଣ ଏଥିରେ ଲାଭ ପାଇପାରିବେ। ଯେଉଁମାନେ ବ୍ୟବସାୟ ଶ୍ରେଣୀର ଅଟନ୍ତି ସେମାନେ ଯେ,କୌଣସି ସ୍ଥାନରେ ଅତି ଯତ୍ନର ସହିତ ବିନିଯୋଗ କରିବା ଉଚିତ୍।

ସିଂହ: ଏହି ରାଶିର ଲୋକଙ୍କ ପାଇଁ ଶୁଭ ସମୟ ଆରମ୍ଭ ହୋଇ ଯାଇଛି।  ଏହି ସମୟ ମଧ୍ୟରେ ଆପଣ ଏକ ନୂତନ ସମ୍ପତ୍ତି କିଣିପାରିବେ । ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଯଦି ଆପଣ ଚାକିରି ବଦଳାଇବାକୁ ଚାହୁଁଛ ତେବେ ଚେଷ୍ଟା ଜାରି ରଖ, ତୁମେ ସଫଳତା ପାଇବ ।  ଆପଣ ଆପଣଙ୍କ ଜୀବନରେ ଆତ୍ମବିଶ୍ୱାସ ଏବଂ ସକରାତ୍ମକତାରେ ଏକ ଉନ୍ନତି ଦେଖିବ ଏବଂ ବ୍ୟବସାୟରେ ସଫଳ ହେବେ । ପାରିବାରିକ ଜୀବନ ସୁଖମୟ ହେବ । ପୁରୁଣା ବିବାଦରୁ ମୁକ୍ତି ମିଳିବ । ପ୍ରେମୀ ଯୁଗଳଙ୍କ ଲାଗି ସମୟ ବେଶ ଭଲ ରହିବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)