Shukra Gochar 2023: ଏହି ଦିନ ରାଶି ପରିବର୍ତ୍ତନ କରିବେ ଶୁକ୍ର, ମାଲାମାଲ ହେବ ଏହି ୪ ରାଶି!
Advertisement

Shukra Gochar 2023: ଏହି ଦିନ ରାଶି ପରିବର୍ତ୍ତନ କରିବେ ଶୁକ୍ର, ମାଲାମାଲ ହେବ ଏହି ୪ ରାଶି!

Shukra Gochar:  ଶୁକ୍ର ମିଥୁନ ରାଶିରେ ରହିଥିବା ବେଳେ ୩୦ ମଇ ସନ୍ଧ୍ୟା ୭:୫୧ ମିନିଟ୍ ରେ ସେ କର୍କଟ ରାଶିକୁ ଗୋଚର କରିବେ । ତେବେ ଏହି ରାଶି ପରିବର୍ତ୍ତନ ଚାରୋଟି ରାଶି ଉପରେ ବିଶେଷ ପ୍ରଭାବ ପକାଇବ । ଏହି ସମୟ ଏହି ୪ଟି ରାଶିଙ୍କ ଲାଗି ଅନୁକୂଳ ରହିବା ସହ ଆର୍ଥିକ ସମସ୍ୟାକୁ ମଧ୍ଯ ଦୂର କରିବ ।

ସୌ(ସୋସିଆଲ ମିଡିଆ)

Shukra Gochar 2023: ମଇ ୩୦ ତାରିଖରେ ରାଶି ପରିବର୍ତ୍ତନ କରି କର୍କଟ ରାଶିକୁ ଗୋଚର କରିବେ ଶୁକ୍ର । ଫଳରେ ଏହି ଗୋଚରର ପ୍ରଭାବ ୧୨ଟି ରାଶି ଉପରେ ପଡ଼ିବାକୁ ଯାଉଛି । ଶୁକ୍ରଙ୍କୁ ଧନ ଓ ଭୋଗ ବିଳାସର କରାକ ଭାବେ ବିବେଚନା କରାଯାଇଥାଏ । ଶୁକ୍ରଙ୍କ ଏହି ଗୋଚର ଅନେକ ରାଶିକୁ ଧନବାନ କରାଇବା ସହ ବୈବାହିକ ସୁଖ ମଧ୍ଯ ପ୍ରଦାନ କରିବ । ବର୍ତ୍ତମାନ ଶୁକ୍ର ମିଥୁନ ରାଶିରେ ରହିଥିବା ବେଳେ ୩୦ ମଇ ସନ୍ଧ୍ୟା ୭:୫୧ ମିନିଟ୍ ରେ ସେ କର୍କଟ ରାଶିକୁ ଗୋଚର କରିବେ । ତେବେ ଏହି ରାଶି ପରିବର୍ତ୍ତନ ଚାରୋଟି ରାଶି ଉପରେ ବିଶେଷ ପ୍ରଭାବ ପକାଇବ । ଏହି ସମୟ ଏହି ୪ଟି ରାଶିଙ୍କ ଲାଗି ଅନୁକୂଳ ରହିବା ସହ ଆର୍ଥିକ ସମସ୍ୟାକୁ ମଧ୍ଯ ଦୂର କରିବ ।

ଶୁକ୍ରଙ୍କୁ ଧନ ଓ ବିଳାସର କାରଣ  କୁହାଯାଏ, ତେଣୁ  ଏହି ରାଶି ପରିବର୍ତ୍ତନ ଯୋଗୁଁ ୪ ରାଶିଙ୍କ ଜୀବନରେ ଧନ ଲାଭ ନେଇ ଯୋଗ ରହିଛି । ଏହି ଗୋଚର ଫଳରେ ଏହି ରାଶି ମାନେ ବିଶେଷ ଉପକୃତ ହେବା ସହ ଧନ ପ୍ରାପ୍ତି ହେବା ନେଇ ମଧ୍ଯ ଯୋଗ ରହିଛି । ଏହା ବ୍ୟତୀତ ଶୁକ୍ରଙ୍କୁ ବୈବାହିକ ସୁଖର ଶାସକ ଭାବେ ମଧ୍ଯ ପରିଗଣିତ କରାଯାଏ । ତେଣୁ ଏହି ସମୟରେ ରାଶିଙ୍କ ଜୀବନରେ ପ୍ରେମ ଓ ବିବାହ ନେଇ ମଧ୍ଯ ଯୋଗ ସୃଷ୍ଟି ହୋଇପାରେ ।

ମିଥୁନ ରାଶି- ମିଥୁନ ରାଶି ଛାଡ଼ି କର୍କଟ ରାଶିକୁ ଗୋଚର କରିବାକୁ ଯାଉଛନ୍ତି ଶୁକ୍ର । ଏହି ରାଶି ପରିବର୍ତ୍ତନର ପ୍ରଭାବରେ ମିଥୁନ ରାଶିର ବ୍ୟକ୍ତି ବିଶେଷ ମାନେ ବିଶେଷ ଉପକୃତ ହେବେ। ଏହି ସମୟରେ ପୈତୃକ ସମ୍ପତ୍ତି ଲାଭ ହେବା ନେଇ ଦୃଢ ସମ୍ଭାବନା ରହିଛି । ଏହି ରାଶିର ବ୍ୟକ୍ତି ବିଶେଷ ମାନେ ନିଜର ବୁଦ୍ଧି ବଳରେ ଟଙ୍କା ରୋଜଗାର କରି ସଫଳତା ପାଇପାରିବେ । ପାରିପାରିକ ଜୀବନରେ ସୁଖ ଶାନ୍ତି ବଜାଇ ରହିବ ।

କର୍କଟ ରାଶି- ଶୁକ୍ରଙ୍କ ଏହି ରାଶି ପରିବର୍ତ୍ତନର ପ୍ରଭାବ କର୍କଟ ରାଶି ଉପରେ ମଧ୍ଯ ପଡ଼ିବାକୁ ଯାଇଛି । ଏହି ସମୟରେ କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ଲାଗି ସମୟ ବେଶ ଅନୁକୂଳ ରହିବ । ରୋଜଗାର ନେଇ ସମସ୍ତ ବାଟ ଫିଟିପାରେ । ଚାକିରିରେ ପଦୋନ୍ନତି ମିଳିବ । ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । ବ୍ୟବସାୟରେ ଅଗ୍ରଗତି ହେବା ସହ ସଫଳତା ମିଳିବ । ଆୟ ବୃଦ୍ଧି ପାଇବା ସହ ଖର୍ଚ୍ଚ ହ୍ରାସ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

କନ୍ୟା ରାଶି- ଶୁକ୍ରଙ୍କ ଏହି ରାଶି ପରିବର୍ତ୍ତନର ବିଶେଷ ପ୍ରଭାବ କନ୍ୟା ରାଶି ଉପରେ ମଧ୍ଯ ପଡ଼ିବ । ଏହି ସମୟ ରାଶି ପାଇଁ ବେଶ ଅନୁକୂଳ ରହିବ । ଗମନାଗମନ ନେଇ ଯୋଗ ରହିଛି । କର୍ମ କ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଠାରୁ ପ୍ରଶଂସିତ ହୋଇପାରନ୍ତି । ଧନ ଲାଭ, ଦରମା ବୃଦ୍ଧି ସହ ପଦୋନ୍ନତି ହେବାର ସମ୍ଭାବନା ରହିଛି । ଅବିବାହିତ ମାନଙ୍କ ବିବାହ ସ୍ଥିର ହୋଇପାରେ ।

ବିଛା ରାଶି- ଏହି ସମୟରେ ବିଦେଶ ଭ୍ରମଣ ନେଇ ସୁଯୋଗ ସୃଷ୍ଟି ହୋଇପାରେ । କିଛି ନୂତନ ଲୋକଙ୍କୁ ମଧ୍ୟ ଭେଟିପାରନ୍ତି । ଆର୍ଥିକ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ । ବ୍ୟବସାୟରେ ଲାଭ, ସମାଜରେ ମାନ ସମ୍ମାନ ମିଳିବ । ଚାକିରି କ୍ଷେତ୍ରରେ ଶୁଭ ଫଳ ମିଳିବା ନେଇ ସମ୍ଭବନା ରହିଛି । ଧନ ଲାଭ ନେଇ ଯୋଗ ରହିଛି ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )