ଲକଡାଉନରେ ବେଶ ବଦଳାଇଲେ ଶ୍ରୀତମ ! ଦର୍ଶକଙ୍କ ସାମ୍ନାକୁ ଆସିବେ କିନ୍ନର ରୂପରେ...
Advertisement

ଲକଡାଉନରେ ବେଶ ବଦଳାଇଲେ ଶ୍ରୀତମ ! ଦର୍ଶକଙ୍କ ସାମ୍ନାକୁ ଆସିବେ କିନ୍ନର ରୂପରେ...

 ଭିନ୍ନ ଏକ ରୂପରେ ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି ଶ୍ରୀତମ ଦାସ (Sritam Das)। 

ଲକଡାଉନରେ ବେଶ ବଦଳାଇଲେ ଶ୍ରୀତମ ! ଦର୍ଶକଙ୍କ ସାମ୍ନାକୁ ଆସିବେ କିନ୍ନର ରୂପରେ...

ସୌଭାଗ୍ୟ ରଞ୍ଜନ ମିଶ୍ର, ଭୁବନେଶ୍ୱର: ଭିନ୍ନ ଏକ ରୂପରେ ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି ଶ୍ରୀତମ ଦାସ (Sritam Das)। ଲକଡାଉନରେ (Lockdown) ଦୀର୍ଘ ଦିନ ଶିଥିଳ ପଡ଼ିଯାଇଥିବା ସିନେମା ଶିଳ୍ପ (Film industry) ଏବେ ଧୀରେଧୀରେ ଟ୍ରାକକୁ ଫେରୁଛି । ଆଉ ଏହାରି ମଧ୍ୟରେ ଫେଣ୍ଟାଫେଣ୍ଟି ଘଟଣାକୁ ନେଇ ପରଦାକୁ ଖୁବ ଶୀଘ୍ର ଆସିବ 'କିଏ ହେବ ମୋ ହିରୋଇନ'। ଆସନ୍ତା ଏପ୍ରିଲ ମାସରେ ପରଦାକୁ ଆସିବାକୁ ଥିବା ଏହି ସିନେମାରେ ଏକ ଭିନ୍ନ ଚରିତ୍ରରେ ଶ୍ରୀତମଙ୍କୁ ଦେଖିବାକୁ ମିଳିବ । 

fallback

ପାରିବାରିକ ଓ ପ୍ରେମ କାହାଣୀକୁ ନେଇ ଗତିଶୀଳ ହୁଏ ଏହି ନୂଆ ଚଳଚ୍ଚିତ୍ର ବିଷୟବସ୍ତୁ। ଏକ୍ସେଲ ପ୍ରଡକ୍ସନରେ (Excel Production) ପ୍ରସ୍ତୁତ ହେଉଥିବା ଏହି  ସିନେମାରେ ମୁଖ୍ୟ ଭୂମିକାରେ ଦୁଇ ଜଣ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ । ମୁଖ୍ୟ ଭୁମିକାରେ ନବାଗତା ମିସ୍ ଓଡ଼ିଶା ସୋନମ ଓ ମହିମା ଦାସ ରହିଥିବା ବେଳେ ଅଭିନେତା ଭାବେ ଅସିତ କୁମାରଙ୍କୁ ଦେଖିବାକୁ ମିଳିବ । ତେବେ କ୍ରିଷ୍ଣା କରଙ୍କୁ ଖଳନାୟକ ଭାବେ ଦେଖିବାକୁ ମିଳିବ । ଏହି ସିନେମାରେ ଶ୍ରୀତମଙ୍କୁ ଏକ କିନ୍ନର ବେଶରେ ଦେଖିବାକୁ ମିଳିବ । 

fallback

ସିନେମାଟିକୁ କଟକ, ଭୁବନେଶ୍ୱରରେ ଥିବା କିଛି ବସ୍ତି ଅଞ୍ଚଳରେ ସୁଟିଂ କରାଯାଇଛି । ଗୀତ ଗୁଡ଼ିକ ମଧ୍ୟ ବେଶ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନରେ ସୁଟିଂ କରାଯାଇଛି । ସିନେମାଟିରେ ମୋଟ ୫ଟି ଗୀତ ରହିଥିବା ବେଳେ ଆଉ ଗୋଟିଏ ଗୀତର ସୁଟିଂ ବିଭିନ୍ନ ସ୍ଥାନରେ ଜାରି ରହିଛି । ସିନେମାଟିର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ନିର୍ଦ୍ଦେଶକ ପ୍ରଶାନ୍ତ ପାଲ । ରବିନ୍ଦ୍ର ନାଥ ପଣ୍ଡା ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି । ବିରାଜ କିଶୋର ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଲେଖିଛନ୍ତି ଅରୁଣ ମନ୍ତ୍ରୀ ଓ ପ୍ରବୀଣ କୁମାର । 

fallback

ସେପଟେ ଶ୍ରୀତମ ଦାସଙ୍କ ଚରିତ୍ରକୁ ଲୋକେ ପସନ୍ଦ କରିବେ ବୋଲି ନିର୍ଦ୍ଦେଶକ ଆଶା ପ୍ରକାଶ କରିଛନ୍ତି । କାରଣ ବିଭିନ୍ନ ଚରିତ୍ରରେ ଅଭିନୟ କରିବା ପରେ ପ୍ରଥମ ଥର ପାଇଁ ଶ୍ରୀତମଙ୍କୁ ଏକ କିନ୍ନର ରୂପରେ ଦେଖିବାକୁ ମିଳିବ । ଏହି ସିନେମାରେ କିନ୍ନର ଭୂମିକାକୁ ଅତି ନିଖୁଣ ଭାବେ ତୁଲାଇଛନ୍ତି ବୋଲି ସହକଳାକାରମାନେ କହିଛନ୍ତି । ଏପରିକି ସିନେମାରେ ଶ୍ରୀତମ ଅବିକଳ କିନ୍ନରଙ୍କ ଭଳି ଦେଖାଯାଉଥିବା ମଧ୍ୟ କଳାକାରମାନେ କହିଛନ୍ତି ।