ନୂଆଦିଲ୍ଲୀ: ଦେଶର ସର୍ବବୃହତ ବ୍ୟାଙ୍କ ଏସବିଆଇର ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଅଛି। ଗ୍ରାହକଙ୍କୁ ମାଗଣାରେ ଏସବିଆଇ ଦୁଇ ଲକ୍ଷ ଟଙ୍କାର ସୁବିଧା ପ୍ରଦାନ କରୁଛି। RuPay ଡେବିଟ୍ କାର୍ଡ ବ୍ୟବହାର କରୁଥିବା ସମସ୍ତ ଜନ ଧନ ଆକାଉଣ୍ଟଧାରୀଙ୍କୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଆକ୍ସିଡେଣ୍ଟାଲ୍ କଭର (ଦୁର୍ଘଟଣାଜନିତ ବୀମା) ପ୍ରଦାନ କରୁଛି। ଆସନ୍ତୁ ଏହାର ପ୍ରକ୍ରିୟା ଜାଣିବା...


COMMERCIAL BREAK
SCROLL TO CONTINUE READING

ଷ୍ଟେଟ ବ୍ୟାଙ୍କ ଗ୍ରାହକଙ୍କୁ ସେମାନଙ୍କର ଜନ ଧନ ଆକାଉଣ୍ଟ ଖୋଲିବାର ଅବଧି ଅନୁଯାୟୀ ଏସବିଆଇ ଦ୍ୱାରା ବୀମା ରାଶି ସ୍ଥିର ହେବ। ଯେଉଁ ଗ୍ରାହକଙ୍କର ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (PMJDY) ଆକାଉଣ୍ଟ ୨୮ ଅଗଷ୍ଟ ୨୦୧୮ ପର୍ଯ୍ୟନ୍ତ ଖୋଲା ଯାଇଛି, ସେମାନଙ୍କୁ ଦିଆଯାଇଥିବା RuPay PMJDY କାର୍ଡରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ମିଳିବ। ୨୮ ଅଗଷ୍ଟ ୨୦୧୮ ପରେ ଜାରି ହୋଇଥିବା RuPay Cardରେ, ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆକ୍ସିଡେଣ୍ଟାଲ କଭର ବେନିଫିଟ୍ ଉପଲବ୍ଧ ହେବ।


Also Read: 7th Pay Commission: ନୂଆବର୍ଷରେ କୋଟିଏ କର୍ମଚାରୀଙ୍କ ଦରମା-ପେନସନ ବୃଦ୍ଧି, ଜାଣନ୍ତୁ 


ଏହି ଲୋକମାନେ ଲାଭ ପାଇବେ


ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ବ୍ୟାଙ୍କ, ଡାକଘର ଏବଂ ରାଷ୍ଟ୍ରାୟତ ବ୍ୟାଙ୍କରେ ଶୂନ୍ୟ ବାଲାନ୍ସ ଉପରେ ଦେଶର ଗରିବଙ୍କ ଆକାଉଣ୍ଟ ଖୋଲାଯାଇଛି। PMJDY ଅଧୀନରେ ଗ୍ରାହକଙ୍କୁ ଅନେକ ପ୍ରକାରର ସୁବିଧା ଯୋଗାଇ ଦିଆଯାଉଛି। ଏଥିରେ ଯେକୌଣସି ବ୍ୟକ୍ତି ଅନ୍ଲାଇନରେ ଜନ ଧନ ଆକାଉଣ୍ଟ ଖୋଲିପାରିବେ କିମ୍ବା KYC ଡକ୍ୟୁମେଣ୍ଟ ଦାଖଲ କରିପାରିବେ। କେବଳ ଏତିକି ନୁହେଁ, ଯେକେହି ସେମାନଙ୍କର ସେଭିଂ ବ୍ୟାଙ୍କ ଆକାଉଣ୍ଟକୁ ଜନ ଧନରେ ଟ୍ରାନଫର କରିପାରିବେ। ଏଥିରେ ବ୍ୟାଙ୍କ ଦ୍ୱାରା RuPay କାର୍ଡ ପ୍ରଦାନ କରାଯାଇଛି। ଏହି ଡେବିଟ୍ କାର୍ଡ ଦୁର୍ଘଟଣାଜନିତ ମୃତ୍ୟୁ ବୀମା, କ୍ରୟ ସୁରକ୍ଷା ଏବଂ ଅନ୍ୟାନ୍ୟ ସୁବିଧା ପାଇଁ ବ୍ୟବହୃତ ହୋଇପାରେ।


ଏହି ଯୋଜନାର ଲାଭ କିଏ ପାଇବ


ଜନ ଧନ ଆକାଉଣ୍ଟଧାରୀମାନେ RuPay Debit Card ଅଧୀନରେ ଆକ୍ସିଡେଣ୍ଟାଲ୍ ଡେଥ୍ ଇନସୁରାନ୍ସର ଲାଭ ପାଇବେ। ଯେତେବେଳେ ବୀମାଭୁକ୍ତ ବ୍ୟକ୍ତି ଦୁର୍ଘଟଣା ହେବାର ୯୦ ଦିନ ମଧ୍ୟରେ ଇଣ୍ଟ୍ରା କିମ୍ବା ଇଣ୍ଟର ବା ଉଭୟ ଚ୍ୟାନେଲ ମାଧ୍ୟମରେ ବ୍ୟାଙ୍କରେ କୌଣସି ସଫଳ ଆର୍ଥିକ କିମ୍ବା ଅଣ-ଆର୍ଥିକ କାରବାର କରିଥିବେ। ଏପରି ପରିସ୍ଥିତିରେ କେବଳ ବୀମା ରାଶି ପ୍ରଦାନ କରାଯିବ।


Also Read: ରୋହିତ ଶର୍ମା ଦିନିକିଆ ଅଧିନାୟକ; ପଦ ଛାଡିବାକୁ ପ୍ରସ୍ତୁତ ନଥିଲେ ବିରାଟ


ଏହାର ଲାଭ ଉଠାନ୍ତୁ


କ୍ଲେମ୍ ପାଇବାକୁ ହେଲେ ଆପଣଙ୍କୁ ପ୍ରଥମେ ସମ୍ପୃକ୍ତ ଫର୍ମ ପୂରଣ କରି ସେଥିରେ ମୃତ୍ୟୁ ପ୍ରମାଣପତ୍ର କିମ୍ବା ସାର୍ଟିଫିକେଟ୍ କପି ସଂଲଗ୍ନ କରିବାକୁ ପଡିବ।  FIRର ଅର୍ଜିନାଲ କିମ୍ବା ସାର୍ଟିଫିକେଟ୍ କପି ମଧ୍ୟ ସଂଲଗ୍ନ କରନ୍ତୁ। ପୋଷ୍ଟମର୍ଟମ ରିପୋର୍ଟ ଏବଂ FSL ରିପୋର୍ଟ ମଧ୍ୟ ରହିବା ଉଚିତ। ଆଧାର କାର୍ଡ କପି ସହିତ ବ୍ୟାଙ୍କ ଷ୍ଟାମ୍ପ ପେପରରେ RuPay କାର୍ଡ ଥିବା ଆଫିଡେଭିଟ୍ ଦେବାକୁ ପଡିବ। ୯୦ ଦିନ ମଧ୍ୟରେ ସମସ୍ତ ଡକ୍ୟୁମେଣ୍ଟ୍ ଦାଖଲ କରିବାକୁ ପଡିବ। ନୋମିନୀ ନାମ ଏବଂ ବ୍ୟାଙ୍କ ବିବରଣୀ ପାସବୁକର କପି ସହିତ ଫର୍ମ ଦାଖଲ କରିବାକୁ ପଡିବ।


ଆବଶ୍ୟକ ଡକ୍ୟୁମେଣ୍ଟ୍ 


୧. ବୀମା କ୍ଲେମ ଫର୍ମ 
୨. ମୃତ୍ୟୁ ପ୍ରମାଣପତ୍ରର ଏକ ନକଲ 
୩. କାର୍ଡଧାରୀ ଏବଂ ନୋମିନୀର ଆଧାର କପି
୪. FSL ରିପୋର୍ଟ ସହିତ ପୋଷ୍ଟ ମର୍ଟମ ରିପୋର୍ଟର କପି (ଯଦି ମୃତ୍ୟୁ ଅନ୍ୟ କାରଣରୁ ହୋଇଥାଏ)
୫. ଦୁର୍ଘଟଣାର ବିବରଣୀ ପ୍ରଦାନ କରୁଥିବା FIR କିମ୍ବା ପୋଲିସ୍ ରିପୋର୍ଟର ମୂଳ କିମ୍ବା ପ୍ରମାଣିତ କପି
୬. କାର୍ଡ ପ୍ରଦାନକାରୀ ବ୍ୟାଙ୍କ ତରଫରୁ ସ୍ୱୀକୃତପ୍ରାପ୍ତ ଘୋଷଣା ଫର୍ମ 
୭. ବ୍ୟାଙ୍କ ଅଧିକାରୀଙ୍କ ନାମ ଏବଂ ଇମେଲ ଆଇଡି ସହିତ ଯୋଗାଯୋଗ ବିବରଣୀ