)
ନୂଆଦିଲ୍ଲୀ: ନୂତନ ବର୍ଷ, କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖସି ଖବର ଆଣିପାରେ। କର୍ମଚାରୀଙ୍କ ଦରମାରେ ଜବରଦସ୍ତ ବୃଦ୍ଧି ହୋଇପାରେ। ସପ୍ତମ ବେତନ ଆୟୋଗରେ କେନ୍ଦ୍ର ସରକାରୀ କର୍ମଚାରୀମାନେ ଜୁଲାଇ ୧ରୁ DA ବୃଦ୍ଧି ପାଇଁ ଦାବି କରୁଛନ୍ତି। ବର୍ତ୍ତମାନ ପୁଣି ଥରେ ମହଙ୍ଗା ଭତ୍ତା (DA)କୁ ୨୮ରୁ ୩୧ ପ୍ରତିଶତକୁ ବୃଦ୍ଧି କରାଯିବ ବୋଲି କଳ୍ପନାଜଳ୍ପନା ଚାଲିଛି।
ଯେତେବେଳେ ମୈଳିକ ବେତନ କିମ୍ବା ବେସିକ୍ ପେ ଏବଂ ଗ୍ରେଡ୍-ପେ ବୃଦ୍ଧି ହୁଏ, ସେତେବେଳେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ବଢିଥାଏ। କିନ୍ତୁ ଏଥିରେ DAର ଏକ ପ୍ରମୁଖ ଭୂମିକା ରହିଛି। DA ବୃଦ୍ଧିରେ କେନ୍ଦ୍ର ସରକାରଙ୍କ ପ୍ରାୟ ୪୭ ଲକ୍ଷ କର୍ମଚାରୀ ଏବଂ ପ୍ରାୟ ୬୮ ଲକ୍ଷ ପେନସନଭୋଗୀ ଉପକୃତ ହେବେ।
ଅର୍ଥ ବିଶେଷଜ୍ଞଙ୍କ ଅନୁଯାୟୀ, ବର୍ତ୍ତମାନ କର୍ମଚାରୀଙ୍କ ମୈଳିକ ଦରମା (Basic Salary) ୧୮୦୦୦ରୁ ୫୭୦୦୦ ଟଙ୍କା ମଧ୍ୟରେ ରହିଛି। ସେହି ଅନୁଯାୟୀ, ୧୮୦୦୦ ଟଙ୍କା ବେତନ ପାଉଥିବା କର୍ମଚାରୀଙ୍କ ଦରମା ୩୦୨୪୦ ଟଙ୍କାକୁ ବୃଦ୍ଧି ପାଇବ। ଏହା ବ୍ୟତୀତ, ଯେଉଁ କର୍ମଚାରୀମାନେ ମାସିକ ୫୬୯୦୦ ଟଙ୍କା ବେତନ ପାଉଛନ୍ତି, DAରେ ୩୧ ପ୍ରତିଶତ ବୃଦ୍ଧି ହେତୁ ବାର୍ଷିକ ଦରମା ୨୧୧୬୬୮ ଟଙ୍କା ବୃଦ୍ଧି ପାଇବ। ଅର୍ଥାତ ଗୋଟିଏ ବର୍ଷର ବେତନରେ ୯୫୫୯୨ ଟଙ୍କାର ପାର୍ଥକ୍ୟ ଦେଖାଯିବ।
ଏହିପରି ସର୍ବନିମ୍ନ ଦରମା ବୃଦ୍ଧି ପାଇବ
Basic Salary: ୧୮୦୦୦ ଟଙ୍କା
୩୧% DA: ମାସକୁ ୫୫୮୦ ଟଙ୍କା
୧୭% DA (ବର୍ତ୍ତମାନ) : ପ୍ରତି ମାସରେ ୩୦୬୦ ଟଙ୍କା
DAରେ ବୃଦ୍ଧି: ମାସକୁ ୨୫୨୦ ଟଙ୍କା
ବାର୍ଷିକ ଦରମା ବୃଦ୍ଧି: ୩୦୨୪୦ ଟଙ୍କା
ସର୍ବାଧିକ ଦରମା ୯୫୫୯୨ ଟଙ୍କା ବୃଦ୍ଧି ପାଇବ
Basic Salary: ୫୬୯୦୦ ଟଙ୍କା
୩୧% DA: ମାସକୁ ୧୭୬୩୯ ଟଙ୍କା
୧୭% DA (ବର୍ତ୍ତମାନ): ମାସକୁ ୯୬୭୩ ଟଙ୍କା
DAରେ ବୃଦ୍ଧି: ୭୯୬୬ ଟଙ୍କା
ବାର୍ଷିକ ଦରମା ବୃଦ୍ଧି: ୯୫୫୯୨ ଟଙ୍କା
HRA ମଧ୍ୟ ବୃଦ୍ଧି ପାଇପାରେ
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜାନୁଆରୀ ୨୦୨୧ରୁ କର୍ମଚାରୀମାନେ HRA ବୃଦ୍ଧି ପାଇପାରିବେ। HRA ଉପଲବ୍ଧ ହେବା ମାତ୍ରେ କର୍ମଚାରୀଙ୍କ ବେତନରେ ବହୁତ ବୃଦ୍ଧି ଘଟିବ। ଭାରତୀୟ ରେଳ ବୈଷୟିକ ପର୍ଯ୍ୟବେକ୍ଷକ ସଂଘ (IRTSA) ଏବଂ ନ୍ୟାସନାଲ ଫେଡେରେସନ୍ ଅଫ୍ ରେଲୱେମ୍ୟାନ୍ (NFIR) ୨୦୨୧ ଜାନୁଆରୀ ପହିଲାରୁ HRA କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି। ଏହା ପରେ ତାହା ସମସ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ଉପରେ ପ୍ରଯୁଜ୍ୟ ହୋଇପାରେ।