Surya dev Puja: ରବିବାର ଦିନ କରନ୍ତୁ ଏହି ସବୁ ଉପାୟ: ଦୂର ହେବ ସମସ୍ୟା, ଜୀବନରେ ଆସିବ ବଡ଼ ପରିବର୍ତ୍ତନ
Advertisement
Article Detail0/zeeodisha/odisha1635977

Surya dev Puja: ରବିବାର ଦିନ କରନ୍ତୁ ଏହି ସବୁ ଉପାୟ: ଦୂର ହେବ ସମସ୍ୟା, ଜୀବନରେ ଆସିବ ବଡ଼ ପରିବର୍ତ୍ତନ

Surya dev Puja Vidhi: ସୂର୍ଯ୍ୟଙ୍କୁ ଗ୍ରହମାନଙ୍କର ରାଜା ବୋଲି କୁହାଯାଏ। ସୂର୍ଯ୍ୟଙ୍କ କୃପାରୁ ଜଣେ ବ୍ୟକ୍ତି ଜୀବନରେ ବହୁତ ଅଗ୍ରଗତି କରିଥାଏ । ରାଶିରେ ସୂର୍ଯ୍ୟଙ୍କ ସ୍ଥିତିକୁ ସୁଦୃଢ କରିବା ଓ ଶୁଭ ଫଳ ପାଇବା ନେଇ ରବିବାର ଦିନ କିଛି ବିଶେଷ ଉପାୟ କରିବା ଦ୍ବାରା ଜୀବନରେ ଆସୁଥିବା ସମସ୍ତ ସମସ୍ୟା ଦୂର ହୋଇଯାଏ ।

ସୌ(ସୋସିଆଲ ମିଡିଆ)

Surya dev Puja Vidhi: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସପ୍ତାହର ପ୍ରତ୍ୟେକ ଦିନକୁ ବିଭିନ୍ନ ଦେବା ଦେବୀଙ୍କୁ ଉତ୍ସର୍ଗ କରାଯାଇଛି । କୁହାଯାଏ ଯେ, ଏହି ଦିନ ଦେବୀ ଦେବତାଙ୍କୁ ପୂଜା ଓ ଆରାଧ୍ଯନା କରିବା ଦ୍ବାରା ଦେବତାମାନେ ଶୀଘ୍ର ସନ୍ତୁଷ୍ଟ ହେବା ସହ ଆଶୀର୍ବାଦ ପ୍ରଦାନ କରିଥାଆନ୍ତି। ରବିବାର ସୂର୍ଯ୍ୟ ଦେବାତାଙ୍କ ପାଇଁ ଉତ୍ସର୍ଗୀକୃତ । ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ପାଇଁ ରବିବାର ଦିନକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟଙ୍କୁ ଗ୍ରହମାନଙ୍କର ରାଜା ବୋଲି କୁହାଯାଏ। ସୂର୍ଯ୍ୟଙ୍କ କୃପାରୁ ଜଣେ ବ୍ୟକ୍ତି ଜୀବନରେ ବହୁତ ଅଗ୍ରଗତି କରେ ଓ ତାହାର ସ୍ୱାସ୍ଥ୍ୟ ସର୍ବଦା ଭଲ ରହିଥାଏ । ଯଦି ରାଶି ବା ଜାକତରେ ସୂର୍ଯ୍ୟ ଅବସ୍ଥିତ କରିଥାଆନ୍ତି ତାହାଲେ ବ୍ୟକ୍ତି ତା ଜୀବନରେ ସୁଖ, ଧନ ଓ ଖ୍ୟାତି ଅର୍ଜନ କରିଥାଏ । ଅନ୍ୟପଟେ, ଯଦି ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ଦୁର୍ବଳ ରହିଥାଏ, ତେବେ ବ୍ୟକ୍ତିର ସର୍ବଦା ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିଥାଏ ଓ କାମ ବିଗିଡ଼ିବା ଆରମ୍ଭ କରେ । ରାଶିରେ ସୂର୍ଯ୍ୟଙ୍କ ସ୍ଥିତିକୁ ସୁଦୃଢ କରିବା ଓ ଶୁଭ ଫଳ ପାଇବା ନେଇ ରବିବାର ଦିନ କିଛି ବିଶେଷ ଉପାୟ କରିବା ଦ୍ବାରା ଜୀବନରେ ଆସୁଥିବା ସମସ୍ତ ସମସ୍ୟା ଦୂର ହୋଇଯାଏ ।

ରବିବାର ଦିନ କରନ୍ତୁ ଏହିସବୁ ଉପାୟ-

ସୂର୍ଯ୍ୟଙ୍କ ଆଶୀର୍ବାଦ ପାଇବା ପାଇଁ ରବିବାର ଦିନ ସକାଳୁ ଉଠି ଗାଧୋଇବା ପରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ଜଳ ଅର୍ପଣ କରିବା ପରେ ସୂର୍ଯ୍ୟ ଦେବଙ୍କ ମନ୍ତ୍ର ପାଠ କରନ୍ତୁ । କୁହାଯାଏ ଯେ, ଏପରି କରିବା ଦ୍ବାରା ଆକସ୍ମିକ ସଙ୍କଟ ଦୂର ହୋଇଥାଏ ।

ଯଦି ଆପଣ ବ୍ୟବସାୟ କିମ୍ବା ଚାକିରିରେ ଅଗ୍ରଗତି କରିବାକୁ ଚାହାଁନ୍ତି, ତେବେ ରବିବାର ଦିନ ଗୁଡ଼ ଓ ଚାଉଳ ମିଶ୍ରିତ କରି ନଦୀରେ ଭସାଇ ଦିଅନ୍ତୁ । ଲାଲ କିତାବରେ ଦିଆଯାଇଥିବା ଏହି ପ୍ରତିକାର ବ୍ୟକ୍ତିର ସମସ୍ତ ଆର୍ଥିକ ସମସ୍ୟାକୁ ଦୂର କରିଥାଏ ।

କାର୍ଯ୍ୟ ବ୍ୟସ୍ତତା ମଧ୍ଯରେ ଅନେକ ସମୟରେ ଲୋକମାନେ ରବିବାର ଦିନ କୌଣସି ପ୍ରତିକାର କରିବାକୁ ସକ୍ଷମ ହୋଇନଥାଆନ୍ତି । ଏପରି ପରିସ୍ଥିତିରେ ରବିବାର ଦିନ ନାଲି ରଙ୍ଗର ପୋଷାକ ପିନ୍ଧନ୍ତୁ ଆଉ ଯଦି ଏହା ମଧ୍ୟ ସମ୍ଭବ ହେଉନାହିଁ ତାହାଲେ ପକେଟରେ ଏକ ଲାଲ ରଙ୍ଗର ରୁମାଲ ରଖନ୍ତୁ । ଏହା ସୂର୍ଯ୍ୟଙ୍କ ସ୍ଥିତିକୁ ଅନୁକୂଳ କରାଇଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରବିବାର ଦିନ ଶିବ ମନ୍ଦିର ଯାଇ ଶିବଲିଙ୍ଗରେ ଜଳାଭିଷେକ କରିବା ସହ ମହାଦେବଙ୍କୁ ନାଲି ରଙ୍ଗର ଫୁଲ ଅର୍ପଣ କରନ୍ତୁ । ଏପରି କରିବା ଦ୍ବାରା ବ୍ୟକ୍ତିର ଜୀବନରେ ଆସୁଥିବା ପ୍ରତ୍ୟେକ ସମସ୍ୟାକୁ ଦୂର ହୋଇଥାଏ ।

ଦାନ ପାଇଁ ରବିବାର ଦିନ ଅତ୍ୟନ୍ତ ଶୁଭ ଅଟେ । ଏହି ଦିନ ସୂର୍ଯ୍ୟ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଗୁଡ଼, କ୍ଷୀର, ଚାଉଳ ଓ ପୋଷାକ ଦାନ କରନ୍ତୁ । ଏହି ଉପାୟ କରିବା ଦ୍ବାରା ସମସ୍ତ କାର୍ଯ୍ୟ ସିଦ୍ଧ ହେବା ସହ ଶୁଭଫଳ ମିଳିଥାଏ । ବିଶ୍ୱାସ ରହିଛି ଯେ, ରବିବାର ଦିନ ଭିକାରୀମାନଙ୍କୁ ଖାଇବାକୁ ଦେଲେ ଆର୍ଶବାଦ ପ୍ରାପ୍ତ ହୋଇଥାଏ ।

ରବିବାର ଦିନ ଚନ୍ଦନ ତିଲକ ଲଗାଇ ଘରୁ ବାହାରନ୍ତୁ। ଏହା କରିବା ଦ୍ୱାରା ସମସ୍ତ କାର୍ଯ୍ୟ ସିଦ୍ଧ ହୋଇଥାଏ ।

ଏହି ଦିନ ଘରର ମୁଖ୍ୟ ଦ୍ବାରର ଉଭୟ ପାର୍ଶ୍ୱରେ ଦେଶୀ ଘିଅ ଦୀପ ଜାଳିବା ଅତ୍ୟନ୍ତ ଶୁଭ ହୋଇଥାଏ । ବିଶ୍ବାସ ରହିଛି ଯେ, ଏହି ଉପାୟ କରିବା ଦ୍ବାରା ସୂର୍ଯ୍ୟ ଦେବତାଙ୍କ ସହ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାଆନ୍ତି । ଏପରି କରିବା ଦ୍ବାରା ଆର୍ଥିକ ସମସ୍ୟା ଦୂର ହେବା ସହ ଧନ ଲାଭ ହୋଇଥାଏ ।

ରାଶିରେ ସୂର୍ଯ୍ୟଙ୍କ ସ୍ଥିତି ଦୁର୍ବଳ ଥିଲେ ରବିବାର ଦିନ ମାଛମାନଙ୍କୁ ଖାଇବାକୁ ରୁଟି ଖାଇବାକୁ ଦେଲେ ବିଶେଷ ଲାଭ ମିଳିଥାଏ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ଜ୍ଞାନ ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)