Surya-Budh Yuti 2024: ବୁଦ୍ଧାଦିତ୍ୟ ରାଜଯୋଗ ଫଳରେ ଖୁବଶୀଘ୍ର ବଦଳିବ ଏହି ରାଶିଙ୍କ ଭାଗ୍ୟ!
Advertisement

Surya-Budh Yuti 2024: ବୁଦ୍ଧାଦିତ୍ୟ ରାଜଯୋଗ ଫଳରେ ଖୁବଶୀଘ୍ର ବଦଳିବ ଏହି ରାଶିଙ୍କ ଭାଗ୍ୟ!

Budhaditya Rajyog:  ଜ୍ୟୋତିଷଙ୍କ ଅନୁଯାୟୀ, 12ଟି ରାଶି ପାଇଁ ଏହି ରାଜଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। କୁହାଯାଏ ଯେ, ରାଜଯୋଗ କେତେକ ରାଶି  ଉପରେ ନକାରାତ୍ମକ ତ ଆଉ କେତେକ ରାଶି ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ବର୍ତ୍ତମାନ, ସୂର୍ଯ୍ୟ ଓ ବୁଧ ମକର ରାଶିରେ ଅବସ୍ଥାନ କରିଥିବା ବେଳେ ସେମାନେ ମିଳନ ଫଳରେ ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି ହୋଇଛି । 

ସୌଜନ୍ୟ-ସୋସିଆଲ ମିଡିଆ

Surya-Budh Yuti 2024 Budhaditya Rajyog:  ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଦୁଇ ଗ୍ରହଙ୍କ ମିଳନ ଫଳରେ ରାଜଯୋଗ ସୃଷ୍ଟି ହୋଇଥାଏ । ସୂର୍ଯ୍ୟ ଓ ବୁଧ ଏକତ୍ର ହୋଇ ବୁଦ୍ଧାଦିତ୍ୟ ରାଜଯୋଗ ଗଠନ କରିଥାଆନ୍ତି । ଜ୍ୟୋତିଷଙ୍କ ଅନୁଯାୟୀ, 12ଟି ରାଶି ପାଇଁ ଏହି ରାଜଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। କୁହାଯାଏ ଯେ, ରାଜଯୋଗ କେତେକ ରାଶି  ଉପରେ ନକାରାତ୍ମକ ତ ଆଉ କେତେକ ରାଶି ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ବର୍ତ୍ତମାନ, ସୂର୍ଯ୍ୟ ଓ ବୁଧ ମକର ରାଶିରେ ଅବସ୍ଥାନ କରିଥିବା ବେଳେ ସେମାନେ ମିଳନ ଫଳରେ ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି ହୋଇଛି । ତେବେ ଆସନ୍ତୁ, ଜାଣିବା ଏହି ଦୁଇ ଗ୍ରହର ମିଳନ ଦ୍ୱାରା ଗଠିତ ହୋଇଥିବା ରାଜଯୋଗ କେଉଁ ରାଶି ଉପରେ କି ପ୍ରଭାବ ପକାଇବ ।

ବୃଷ ରାଶି- ଏହି ରାଜଯୋଗ ବୃଷ ରାଶିର ଲୋକଙ୍କୁ ଶୁଭ ଫଳାଫଳ ପ୍ରଦାନ କରିବ । ଏହି ଅବଧି ମଧ୍ଯରେ ପାରିବାରିକ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ବୁଧଙ୍କ ଶୁଭ ପ୍ରଭାବ ଯୋଗୁଁ, ଚାକିରିରେ କ୍ଷେତ୍ରରେ ପଦୋନ୍ନତି ସହ ପ୍ରସଂଶା ମିଳିବ । ବେରୋଜଗାରୀମାନଙ୍କୁ ନୂତନ ଚାକିରି ମିଳିବା ନେଇ ଯୋଗ ରହିଛି । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ପୈତୃକ ସମ୍ପତ୍ତିରୁ ଲାଭ ପାଇପାରିବେ। ନିବେଶରୁ ହଠାତ୍ ଲାଭ ମିଳିବ । |

ମିଥୁନ ରାଶି- ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ଯ ଏହି ରାଜଯୋଗ ଶୁଭ ପ୍ରମାଣିତ ହେବ। ଏହି ଅବଧି ମଧ୍ୟରେ ନୂତନ ବ୍ୟବସାୟ ଆରମ୍ଭ ହେବା ନେଇ ଯୋଗ ରହିଛି । ମାଆ ଲକ୍ଷ୍ମୀ, ଭଗବାନ ବିଷ୍ଣୁ ଓ ସୂର୍ଯ୍ୟଙ୍କ ଆଶୀର୍ବାଦ ମିଳିବ । ସମାଜରେ ସମ୍ମାନ ବୃଦ୍ଧି ହେବ । ବିବାହ ପାଇଁ ଚିନ୍ତିତ ଥିବା ଲୋକେ ବିବାହ ନେଇ ପ୍ରସ୍ତାବ ପାଇପାରନ୍ତି । ବିନିଯୋଗରୁ ଆର୍ଥିକ ଭାବେ ଲାଭବାନ ହେବେ। ପରିବାର ସଦସ୍ୟଙ୍କ ସହ ସମ୍ପର୍କ ପୂର୍ବ ଅପେକ୍ଷା ଭଲ ହେବ ।

କର୍କଟ ରାଶି-  କର୍କଟ ରାଶିର ବ୍ୟକ୍ତି ବିଶେଷ ମଧ୍ଯ ଏହି ରାଜଯୋଗ ଫଳରେ ଶୁଭ ଫଳାଫଳ ପାଇବେ । ଚାକିରି କରୁଥିବା ଲୋକଙ୍କ ପାଇଁ ସ୍ଥାନ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ବୈବାହିକ ଜୀବନରେ ମଧୁରତା ଆସିବ। ଧାର୍ମିକ କାର୍ଯ୍ୟ ପାଇଁ ମନ ବଳାଇବେ । ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ। ସମାଜରେ ମାନ, ସମ୍ମାନ ବୃଦ୍ଧି ପାଇବ । ନୂତନ ଯାନ ତଥା ଜମି କିଣିବା ନେଇ ଯୋଗ ରହିଛି ।

ତୁଳା ରାଶି- ସୂର୍ଯ୍ୟ ଓ ବୁଧଙ୍କ ଏହି ମିଳନ ତୁଳା ରାଶି ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଅଟେ । ବ୍ୟବସାୟରେ କ୍ରମାଗତ ଭାବେ କ୍ଷତି ସହୁଥିବା ବ୍ୟକ୍ତିମାନେ ଏହି ରାଜଯୋଗ ଗଠନରୁ ଲାଭ ପାଇବେ । କ୍ୟାରିୟର ପାଇଁ ଏକ ସମୟ ଅନୁକୂଳ ଅଟେ । ଆୟ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନରେ ସୁଖମୟ ହେବ । ବିନିଯୋଗରୁ ଲାଭ ମିଳିବ । ଅଟକି ରହିଥିବା କାମ ପୂରଣ ହେବ ।

(Disclaimer: ଏଠାରେ ଦିଆଯାଇଥିବା ସମସ୍ତ ସୂଚନା ସାଧାରଣ ବିଶ୍ୱାସ ଏବଂ ସୂଚନା ଉପରେ ଆଧାରିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ଜାଣିବା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)