କିସମିସ ସହିତ ଖାଆନ୍ତୁ ମହୁ; ରକ୍ତହୀନତା ରୋଗରେ ହେବେ ନାହିଁ ଶୀକାର
Advertisement

କିସମିସ ସହିତ ଖାଆନ୍ତୁ ମହୁ; ରକ୍ତହୀନତା ରୋଗରେ ହେବେ ନାହିଁ ଶୀକାର

ପରିବର୍ତ୍ତିତ ଜୀବନଶୈଳୀ ହେତୁ ଅଧିକାଂଶ ଲୋକଙ୍କ ଶରୀରରେ ରକ୍ତ ଅଭାବ ଦେଖା ଦେଇଥାଏ। ଏପରିକି ରକ୍ତହୀନତା କାରଣରୁ ଆଜିର ସମୟରେ ମଧ୍ୟ ବହୁ ଜୀବନ ହାନୀ ଘଟୁଛି। ଯଦି ଆପଣ ଠିକ୍ ସମୟରେ ନିଜର ଧ୍ୟାନ ନ ନିଅନ୍ତି, ତେବେ ପରିସ୍ଥିତି ପରେ ଖରାପ ହୋଇପାରେ। ତେବେ ଗୁରୁତର ଭାବେ ରୋଗାଗ୍ରସ୍ତ ହେବା ପୂର୍ବରୁ ଆପଣ ନିଜ ଶରୀର ପ୍ରତି ଯତ୍ନ ନେବାକୁ ହେବ। ଏଥିପାଇ

କିସମିସ ସହିତ ଖାଆନ୍ତୁ ମହୁ; ରକ୍ତହୀନତା ରୋଗରେ ହେବେ ନାହିଁ ଶୀକାର

ନୂଆଦିଲ୍ଲୀ: ପରିବର୍ତ୍ତିତ ଜୀବନଶୈଳୀ ହେତୁ ଅଧିକାଂଶ ଲୋକଙ୍କ ଶରୀରରେ ରକ୍ତ ଅଭାବ ଦେଖା ଦେଇଥାଏ। ଏପରିକି ରକ୍ତହୀନତା କାରଣରୁ ଆଜିର ସମୟରେ ମଧ୍ୟ ବହୁ ଜୀବନ ହାନୀ ଘଟୁଛି। ଯଦି ଆପଣ ଠିକ୍ ସମୟରେ ନିଜର ଧ୍ୟାନ ନ ନିଅନ୍ତି, ତେବେ ପରିସ୍ଥିତି ପରେ ଖରାପ ହୋଇପାରେ। ତେବେ ଗୁରୁତର ଭାବେ ରୋଗାଗ୍ରସ୍ତ ହେବା ପୂର୍ବରୁ ଆପଣ ନିଜ ଶରୀର ପ୍ରତି ଯତ୍ନ ନେବାକୁ ହେବ। ଏଥିପାଇଁ ଆମକୁ ସଚେତନ ହେବାକୁ ପଡ଼ିବ। ଯେପରି ଆମକୁ ରକ୍ତହୀନତାର ଶିକାର ହେବାକୁ ନ ପଡ଼େ ସେଥିପାଇଁ ଏପରି ଖାଦ୍ୟ ଗ୍ରହଣ କରିବାକୁ ହେବ ସେଥିପ୍ରତି ଧ୍ୟାନ ଦେବାକୁ ହେବ।ଆପଣ ଜାଣନ୍ତି କି କିସମିସ୍ ଖାଇବା ଦ୍ୱାରା ରକ୍ତହୀନତା ହୋଇନଥାଏ, କିନ୍ତୁ ଆପଣ ଏହା ସହିତ ମହୁ ମିଶାଇ ଖାଇବା ଦ୍ୱାରା ଅଧିକ ଲାଭ ପାଇବେ। 

କିସମିସ୍ ଏବଂ ମହୁ ପୋଷକ ତତ୍ୱରେ ଭରପୂର ରହିଥାଏ। ଏହାକୁ ଖାଇବା ଦ୍ୱାରା ଶରୀର କେବଳ ପର୍ଯ୍ୟାପ୍ତ ପୁଷ୍ଟିକର ଖାଦ୍ୟ ପାଇ ନଥାଏ, ବରଂ ରୋଗ ମଧ୍ୟ ଦୂରରେ ରହିଥାଏ।  ଥଣ୍ଡା, କାଶ ଏବଂ କଫ ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହା ରାମବାଣ ବୋଲି କୁହାଯାଏ। ଉଭୟ ମଧ୍ୟରେ କ୍ୟାଲସିୟମ୍, ଆଇରନ୍ ଏବଂ ଅତ୍ୟାବଶ୍ୟକ ପୁଷ୍ଟିକର ଗୁଣ ରହିଥାଏ। ଏହାକୁ ଖାଇବା ପାଇଁ, ସର୍ବପ୍ରଥମେ, ୬-୭ କିସମିସକୁ ରାତିସାରା ଭିଜାଇ ରଖନ୍ତୁ। ପରଦିନ ସକାଳେ ଏହାକୁ ଛାଣି ଏଥିରେ ମହୁ ମିଶାଇ ଖାଆନ୍ତୁ।

ଏହାକୁ ଖାଇବାର ଫାଇଦା:

  • ଶରୀରରେ ରକ୍ତ ଅଭାବକୁ ଦୂର କରିବା ବ୍ୟତୀତ କିସମିସ୍ ଏବଂ ମହୁ ରକ୍ତଚାପ ନିୟନ୍ତ୍ରଣରେ ଅତ୍ୟନ୍ତ ଉପଯୋଗୀ। ଯେଉଁମାନଙ୍କର ରକ୍ତଚାପ ନିୟନ୍ତ୍ରଣରେ ନାହିଁ, ସେମାନେ ଏହାକୁ ଖାଇବା ଉଚିତ୍।
  • ହଜମ ପ୍ରକ୍ରିୟାକୁ ଶକ୍ତିଶାଳୀ କରିବାରେ ମହୁ ଏବଂ କିସମିସ୍ ପ୍ରଭାବଶାଳୀ। ଯେଉଁ ଲୋକମାନଙ୍କର ପ୍ରତିଦିନ ପେଟ ଖରାପ ହୋଇଥାଏ, ସେମାନେ ମଧ୍ୟ ଏହାକୁ ଖାଇପାରିବେ।
  • ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବା ସହିତ ଏହା ଆପଣଙ୍କ ତ୍ୱଚା ପାଇଁ ମଧ୍ୟ ବହୁତ ଉପଯୋଗୀ ହୋଇଥାଏ। ଏହିପରି ଲୋକମାନେ ଏହାକୁ ନିଜ ଖାଦ୍ୟରେ ମଧ୍ୟ ଅନ୍ତର୍ଭୁକ୍ତ କରିବା ଉଚିତ୍।