ନୂଆଦିଲ୍ଲୀ: ଶରୀର ପାଇଁ ପ୍ରୋଟିନ୍ ନିହାତି ଆବଶ୍ୟକ ପଡିଥାଏ। ସେଥିପାଇଁ ସବୁଜ ପନିପରିବା ଖାଇବା ସହ ଏଭଳି ଫଳ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ଯାହା ଶରୀରକୁ ସମସ୍ତ ପ୍ରକାରର ପ୍ରୋଟିନ ମିଳିପାରିବ। ଅନ୍ୟପଟେ ଆମିଷ ଖାଉଥିବା ଅଧିକାଂଶ ଲୋକ ପ୍ରୋଟିନ୍ ପାଇଁ ଚିକେନ୍ କିମ୍ବା ଅଣ୍ଡା ଖାଇଥାନ୍ତି। କୁହାଯାଏ, ଚିକେନ୍, ମାଛ ଏବଂ ଅଣ୍ଡାରେ ଅଧିକ ମାତ୍ରାରେ ପ୍ରୋଟିନ୍ ରହିଥାଏ।


COMMERCIAL BREAK
SCROLL TO CONTINUE READING

ଭେଜିଟେରିଆନ୍ ଲୋକଙ୍କୁ ମଧ୍ୟ ମିଳିବ ଅଧିକ ମାତ୍ରାର ପ୍ରୋଟିନ୍ କେବଳ ଚିକେନ୍ ଏବଂ ଅଣ୍ଡାରେ ଅଧିକ ମାତ୍ରାରେ ପ୍ରୋଟିନ୍ ରହିଥାଏ ତାହା ଭୁଲ କଥା। ରିପୋର୍ଟ ମୁତାବକ, ନନଭେଜ୍ (NON-VEG) ଖାଉନଥିବା ଲୋକ ମଧ୍ୟ ଶରୀରକୁ ଏହିପରି ଅନେକ ଜିନିଷ ଖାଇ ଚିକେନ୍ ଏବଂ ଅଣ୍ଡାରୁ ଅଧିକ ପ୍ରୋଟିନ୍ (PROTIN) ପାଇପାରିବେ। ତେବେ ଆସନ୍ତୁ ଜାଣିବା କେଉଁ ଫଳ ଗୁଡ଼ିକରେ ପ୍ରୋଟିନ୍ ଭରପୁର ରହିଥାଏ।


ଏହି ଫଳଗୁଡ଼ିକରେ ରହିଥାଏ ଅଣ୍ଡା-ଚିକେନ୍ (EGG-CHICKEN) ଠାରୁ ଅଧିକ ପ୍ରୋଟିନ୍


କିଛି ଫଳ ଅଛି,ଯେଉଁଥିରେ ଚିକେନ୍ ଏବଂ ଅଣ୍ଡାଠାରୁ ଅଧିକ ମାତ୍ରାରେ ପ୍ରୋଟିନ୍ ମିଳିଥାଏ। ହେଲେ, ଲୋକେ କିନ୍ତୁ ଏହି ଫଳ ଏବଂ ପନିପରିବାକୁ ପ୍ରୋଟିନର ଏକ ଉତ୍ସ ବୋଲି ଭାବନ୍ତି ନାହିଁ। ଯଦି ଏହି ଫଳଗୁଡ଼ିକୁ ଆପଣଙ୍କ ନିୟମିତ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତି ତେବେ ଆପଣଙ୍କ ଶରୀରରେ ପ୍ରୋଟିନର ଅଭାବ ଦୂର ହୋଇଥାଏ।


ଆପଣ କମଳା (ORANGE), ବ୍ଲାକବେରୀ (BLACKBERRY), ପଣସ, କିୱି, ଆପ୍ରିକୋଟ୍ (APRICOT) ଏବଂ ଆଭୋକାଡୋ (AVOCADO) ଖାଇପାରିବେ। ଏହି ସମସ୍ତ ଫଳରେ ଆପଣ ପ୍ରଚୁର ପରିମାଣର ପ୍ରୋଟିନ୍ ପାଇପାରିବେ। ଯଦି ଆପଣ ଭାବୁଛନ୍ତି ଆପଣଙ୍କ ଶରୀରରେ ପ୍ରୋଟିନର ଅଭାବ ରହିଛି, ତେବେ ଆପଣ ଏହି ସବୁ ଜିନିଷ ଖାଇପାରିବେ। ଏହାକୁ ଖାଇଲେ ଆପଣ ନିଶ୍ଚିତ ଭାବରେ ଲାଭ ପାଇ ପାରିବେ।


ଏହାବି ପଢନ୍ତୁ: World Happiness Report 2022: ଜାଣନ୍ତୁ, ଭାରତୀୟଙ୍କଠୁ କେତେ ଦୁଃଖରେ ଅଛନ୍ତି ପାକିସ୍ତାନୀ?


ଏହାବି ପଢନ୍ତୁ: Google Driveରୁ ଡିଲିଟ୍ ହୋଇଥିବା ଫାଇଲ କିପରି କରିବେ ରିକଭର୍