World Happiness Report 2022: ଜାଣନ୍ତୁ, ଭାରତୀୟଙ୍କଠୁ କେତେ ଦୁଃଖରେ ଅଛନ୍ତି ପାକିସ୍ତାନୀ?
Advertisement

World Happiness Report 2022: ଜାଣନ୍ତୁ, ଭାରତୀୟଙ୍କଠୁ କେତେ ଦୁଃଖରେ ଅଛନ୍ତି ପାକିସ୍ତାନୀ?

ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଉପାୟ ନେଟୱାର୍କ ଦ୍ୱାରା World Happiness Report  2022 ପ୍ରକାଶ ପାଇଛି। ଏହା କୋଭିଡର ପ୍ରଭାବ ଏବଂ ବିଶ୍ୱର ଅନ୍ୟାନ୍ୟ ଘଟଣା ଲୋକଙ୍କ ଉପରେ ଧ୍ୟାନ ଦେଇଥାଏ। ଲୋକଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିକୁ ଏହି ସର୍ଭେର ମାନଦଣ୍ଡ କରାଯାଇଥିଲା।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଶୁକ୍ରବାର ମିଳିତ ଜାତିସଂଘ ଦ୍ୱାରା World Happiness Report 2022 ପ୍ରକାଶ ପାଇଛି। ଏଥର ମଧ୍ୟ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ପୂର୍ବ ପରି ଭାରତର ପଡୋଶୀ ଦେଶମାନେ ଏହି ତାଲିକାର ଶ୍ରେଷ୍ଠ ୧୦୦ ମଧ୍ୟରେ ଅଛନ୍ତି। ଭାରତ ଗତ ରିପୋର୍ଟ ତୁଳନାରେ ତିନି ପାହାଚ ଚଢିଛି, କିନ୍ତୁ ଲୋକଙ୍କ ସ୍ଥିତିରେ ସେଭଳି କୌଣସି ଆଖି ଦୃଶିଆ ପରିବର୍ତ୍ତନ ଆସିନାହିଁ।

World Happiness Report 2022ର ୧୪୬ଟି ଦେଶ ମଧ୍ୟରୁ ଭାରତ ୧୩୬ତମ ସ୍ଥାନରେ ଅଛି। ଫିନଲାଣ୍ଡ କ୍ରମାଗତ ୫ ବର୍ଷ ହେଲା ଏହି ତାଲିକାର ଶୀର୍ଷରେ ରହିଛି। ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଉପାୟ ନେଟୱାର୍କ ଦ୍ୱାରା World Happiness Report  2022 ପ୍ରକାଶ ପାଇଛି। ଏହା କୋଭିଡର ପ୍ରଭାବ ଏବଂ ବିଶ୍ୱର ଅନ୍ୟାନ୍ୟ ଘଟଣା ଲୋକଙ୍କ ଉପରେ ଧ୍ୟାନ ଦେଇଥାଏ। ଲୋକଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିକୁ ଏହି ସର୍ଭେର ମାନଦଣ୍ଡ କରାଯାଇଥିଲା।

Also Read: #AK62: ଘୋଷଣା ହେଲା Ajith Kumarଙ୍କ ନୂଆ ପ୍ରଜେକ୍ଟ, ଏହି ଦିନ ରିଲିଜ୍ ହେବ ଫିଲ୍ମ

ରିପୋର୍ଟ ଅନୁଯାୟୀ, ବିଶ୍ୱ ଖୁସି ଦେଶ ତାଲିକାରେ ଭାରତ ୧୩୬ତମ ସ୍ଥାନରେ ଥିବାବେଳେ ୨୦୨୧ ମସିହାରେ ୧୩୯ତମ ସ୍ଥାନରେ ଥିଲା। ଚଳିତ ବର୍ଷର ରିପୋର୍ଟରେ ୟୁରୋପୀୟ ଦେଶ ଫିନଲ୍ୟାଣ୍ଡର ନାଗରିକ ଅନ୍ୟ ସମସ୍ତ ଦେଶ ତୁଳନାରେ ସର୍ବାଧିକ ଖୁସି ଅଛନ୍ତି। ଏହି ତାଲିକାରେ ଫିନଲାଣ୍ଡ ପରେ ଡେନମାର୍କ, ଆଇସଲ୍ୟାଣ୍ଡ, ସ୍ୱିଜରଲାଣ୍ଡ, ନେଦରଲାଣ୍ଡ, ଲକ୍ସେମବର୍ଗ, ନରୱେ, ଇସ୍ରାଏଲକୁ ଶୀର୍ଷ ସ୍ଥାନ ଦିଆଯାଇଛି।

 

ତାଲିକାରେ ପାକିସ୍ତାନ ୧୨୧ ସ୍ଥାନରେ ଥିବାବେଳେ ବାଂଲାଦେଶ ଏବଂ ଚୀନ୍ ଯଥାକ୍ରମେ ୯୪ତମ ଏବଂ ୭୨ତମ ସ୍ଥାନରେ ରହିଛି। ଯୁଦ୍ଧ ଦ୍ୱାରା ପ୍ରଭାବିତ ଆଫଗାନିସ୍ତାନର ଲୋକମାନେ ସେମାନଙ୍କ ଜୀବନରେ ଅଧିକ ଅସନ୍ତୁଷ୍ଟ। ସେ ତାଲିକାର ଶେଷ ସ୍ଥାନ ପାଇଛି। ଏହା ପରେ ଜିମ୍ବାୱେ (୧୪୪), ରୱାଣ୍ଡା (୧୪୩), ବୋତ୍ସୱାନା (୧୪୨) ଏବଂ ଲେସୋଥୋ (୧୪୧) ରହିଛନ୍ତି। ଏହି ତାଲିକାରେ ଆମେରିକା ୧୬ତମ ସ୍ଥାନରେ ରହିଛି।