Google Driveରୁ ଡିଲିଟ୍ ହୋଇଥିବା ଫାଇଲ କିପରି କରିବେ ରିକଭର୍
Advertisement
Article Detail0/zeeodisha/odisha1128587

Google Driveରୁ ଡିଲିଟ୍ ହୋଇଥିବା ଫାଇଲ କିପରି କରିବେ ରିକଭର୍

ଯେଉଁ ଲୋକଙ୍କୁ ଏହି ସମ୍ପର୍କରେ ଜଣାନାହିଁ, ତାଙ୍କ ପାଇଁ କହିରଖୁକି Google କ୍ଲାଉଡ ମାଗଣାରେ ୧୫ GB ଷ୍ଟୋରେଜ ପ୍ରଦାନ କରିଥାଏ, ଏହା ପରେ ୟୁଜର୍ସଙ୍କୁ Google One ପ୍ଲାନ ମାଧ୍ୟମରେ ପେଡ୍ ଷ୍ଟୋରେଜ୍ କିଣିବାର ଆବଶ୍ୟକତା ରହିଥାଏ ।

Google Driveରୁ ଡିଲିଟ୍ ହୋଇଥିବା ଫାଇଲ କିପରି କରିବେ ରିକଭର୍

ନୂଆଦିଲ୍ଲୀ: Google Drive ଆପଣଙ୍କ କଣ୍ଟେଣ୍ଟକୁ କୌଣସି ବି ସମୟରେ ଆକ୍ସେସ କରିବା ପାଇଁ କ୍ଲାଉଡରେ ଷ୍ଟକ୍ ଏବଂ ଅର୍ଗାନାଇଜ୍ କରିଥାଏ । ଯଦି କୌଣସି ୟୁଜର ଭୁଲରେ କୌଣସି ଫାଇଲକୁ Google Driveରୁ ହଟାଇ ଦିଏ, ତେବେ ତାକୁ ଟ୍ରାସ୍ ଫୋଲଡରରୁ ରିକଭର କରିବାର ଉପାୟ ରହିଛି । ଫାଇଲ ନିଜେ ହଟାଇବା ପୂର୍ବରୁ ପ୍ରଥମେ ୩୦ ଦିନ ଯାଏ ଟ୍ରାସ୍ ଫୋଲଡରରେ ରହିବ । ଯଦି ଆପଣ କୌଣସି ସେୟାର କରାଯାଇଥିବା ଫାଇଲକୁ Google Driveରୁ ହଟାନ୍ତି, ତେବେ ଅନ୍ୟ ଲୋକମାନେ ତାକୁ ସେତିକି ଯାଏ ଦେଖିପାରିବେ, ଯେବେ ଯାଏ ଆପଣ ଫାଇଲକୁ ସବୁଦିନ ପାଇଁ ହଟାଇ ଦିଅନ୍ତିନାହିଁ । ଥରେ ଫାଇଲ ଟ୍ରାସ୍ ରୁ ବାହାରିଯିବା ପରେ ପୁଣି ଏହାକୁ ରିକଭର ବା ଫେରି ପାଇବାର ବାଟ ନାହିଁ ।

ଯେଉଁ ଲୋକଙ୍କୁ ଏହି ସମ୍ପର୍କରେ ଜଣାନାହିଁ, ତାଙ୍କ ପାଇଁ କହିରଖୁକି Google କ୍ଲାଉଡ ମାଗଣାରେ ୧୫ GB ଷ୍ଟୋରେଜ ପ୍ରଦାନ କରିଥାଏ, ଏହା ପରେ ୟୁଜର୍ସଙ୍କୁ Google One ପ୍ଲାନ ମାଧ୍ୟମରେ ପେଡ୍ ଷ୍ଟୋରେଜ୍ କିଣିବାର ଆବଶ୍ୟକତା ରହିଥାଏ । ବେସିକ୍ ପ୍ଲାନ ୧୩୦ ଟଙ୍କା ପ୍ରତି ମାସରେ 100 GB କ୍ଲାଉଡ୍ ଷ୍ଟୋରେଜ୍ ପ୍ରଦାନ କରିଥାଏ । ଏକ ଷ୍ଟାଣ୍ଡାର୍ଡ ପ୍ଲାନ ମଧ୍ୟ ରହିଛି, ଯାହା ୨୧୦ ଟଙ୍କା ପ୍ରତି ମାସରେ ୨୦୦ GB ଷ୍ଟୋରେଜ ପ୍ରଦାନ କରିଥାଏ । ଏକ ପ୍ରିମିୟମ ପ୍ଲାନ ୬୫୦ ଟଙ୍କା ପ୍ରତି ମାସରେ ୨TB କ୍ଲାଉଡ ଷ୍ଟୋରେଜ୍ ପ୍ରଦାନ କରିଥାଏ । ଏହା Google One ମେମ୍ବରସିପ୍ ଫ୍ୟାମିଲି ଶେୟାରିଂକୁ ମଧ୍ୟ ସପୋର୍ଟ କରିଥାଏ ।

Also Read:TATA Coin କ'ଣ... ଆପଣଙ୍କୁ ଏହି କ୍ରିପ୍ଟୋକରେନ୍ସିରେ ନିବେଶ କରିବା କେତେ ଜରୁରୀ

ଏଥିପାଇଁ ୟୁଜର୍ସ Android ଫୋନ, iPhone, iPad କିମ୍ବା ଡେସ୍କଟପ୍ ବ୍ରାଉଜରର ବ୍ୟବହାର କରି Google Driveରେ ଫାଇଲ ରିକଭର କରିପାରିବେ । ତିନୋଟି ପ୍ଲାଟଫର୍ମର ଷ୍ଟେପସ୍ ଏକାପରି ରହିଛି । ଯେମିତି କି ଡିଲିଟ୍ କରାଯାଇଥିବା ଫାଇଲକୁ ସ୍ଥାୟୀ ଭାବେ ଡିଲିଟ୍ କରାଯିବ ପୂର୍ବରୁ ଗୋଟିଏ ମାସ ପାଇଁ ଟ୍ରାସ୍ ଫୋଲଡରରେ ରଖାଯାଇଥାଏ । ଯଦି ଆପଣଙ୍କ କୌଣସି ବିଶେଷ ଫାଇଲକୁ ହଟାଇବା ପାଇଁ ଆପଣ ବିଚାର ବଦଳାନ୍ତି, ତେବେ ଆପଣ ଏହାକୁ ହଟାଇବାର ୩୦ ଦିନ ମଧ୍ୟରେ ଏହାକୁ ଟ୍ରାସ୍ ରୁ ସହଜରେ ରିଷ୍ଟୋର କରିପାରିବେ । ସାଙ୍ଗରେ, ଏହା ମଧ୍ୟ ଧ୍ୟାନ ଦେବାର ଅଛି କି ଆପଣ ଫାଇଲକୁ କେବଳ ରିଷ୍ଟୋର କରିପାରିବେ, ଯେବେ ଆପଣଙ୍କ ସେହି ଫାଇଲ, ଅର୍ଥାତ ଆପଣଙ୍କ ସେହି ଫାଇଲର ଅସଲ ମାଲିକ । ଯଦି ଆପଣଙ୍କ ସେହି ଫାଇଲ ନୁହେଁ, ତେବେ ଆପଣଙ୍କୁ ସେହି ଫାଇଲ ସମ୍ବନ୍ଧିତ ବ୍ୟକ୍ତିଙ୍କୁ କଣ୍ଟାକ୍ଟ କରିବାକୁ ପଡ଼ିବ । Google Driveରୁ ହଟାଯାଇଥିବା ଫାଇଲ, ରିଷ୍ଟୋର କରିବା ପାଇଁ ତଳେ ଦିଆଯାଇଥିବା ଉପାୟକୁ ଫଲୋ କରନ୍ତୁ।

Also Read: କ୍ରିପ୍ଟୋକରେନ୍ସି ଜରିଆରେ ଚାଲିଛି ମନିଲଣ୍ଡ୍ରିଂ, ଟେନସନରେ ED

  • ମୋବାଇଲରେ Google Drive appରେ ଯାଆନ୍ତୁ, Trashରେ କ୍ଲିକ୍ କରନ୍ତୁ
  • କମ୍ପ୍ୟୁଟର ବ୍ରାଉଜରରେ drive.google.com/drive/trashରେ ଯାଆନ୍ତୁ
  • ଆପଣ ନିଜ ଟ୍ରାସ୍ କରାଯାଇଥିବା ଫାଇଲ ଗୁଡ଼ିକୁ ତାରିଖ ଅନୁସାରେ ଅର୍ଡରରେ ସେଟ୍ କରିପାରିବେ
  • ଯେଉଁ ଫାଇଲକୁ ଆପଣ ରିଷ୍ଟୋର କରିବାକୁ ଚାହୁଁଛନ୍ତି, ତାକୁ ତଳେ ଥିବା ତିନୋଟି ବିନ୍ଦୁର ଆଇକନ ଉପରେ କ୍ଲିକ୍ କରନ୍ତୁ ଏବଂ ସେହି ଫାଇଲ ଉପରେ ରାଇଟ୍-କ୍ଲିକ୍ କରନ୍ତୁ, ଯାହାକୁ ଆପଣ ରିଷ୍ଟୋର କରିବାକୁ ଚାହୁଁଛନ୍ତି, Restore ଉପରେ କ୍ଲିକ୍ କରନ୍ତୁ
  • ଏବେ ଆପଣଙ୍କ ଫାଇଲକୁ ସେହି ସ୍ଥାନରେ ରିଷ୍ଟୋର କରିଦିଆଯିବ, ଯେଉଁ ସ୍ଥାନରୁ ତାକୁ ହଟାଯାଇଥିଲା ।