Advertisement
Article Detail0/zeeodisha/odisha2291971
Zee OdishaOdisha LifeStyle and Othersଜାଣନ୍ତୁ କେବେଠୁ ଓ କାହିଁକି ରଜ ପର୍ବ ପାଳନ କରାଯାଏ ?

ଜାଣନ୍ତୁ କେବେଠୁ ଓ କାହିଁକି ରଜ ପର୍ବ ପାଳନ କରାଯାଏ ?

ରାବଣ ଓ ମନ୍ଦୋଦରି ପରସ୍ପର ପ୍ରତି ଆକର୍ଷିତ ହୋଇ ସେମାନଙ୍କ ମଧ୍ୟରେ ଗଢ଼ି ଉଠିଥିଲା ଗୁପ୍ତ ସମ୍ପର୍କ । ଯାହା ଫଳରେ ମନ୍ଦୋଦରୀ ଅନ୍ତସତ୍ତ୍ୱା ହୋଇ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।ସେହି କନ୍ୟା ସନ୍ତାନଟି ହେଉଛି ରଜ।ସମ୍ପୂର୍ଣ ପଢନ୍ତୁ...

raja festival(social media )
raja festival(social media )

Raja festival : ଆଷାଢ଼ ମାସରେ ପଡ଼ୁଥିବା ସଂକ୍ରାନ୍ତିକୁ ରଜ ସଂକ୍ରାନ୍ତି କୁହାଯାଏ । ଏହାର ପୂର୍ବଦିନ ପହିଲି ରଜ, ପରଦିନ ଭୂମି ଦହନ ଓ ରଜର ଚତୁର୍ଥ ଦିନକୁ ବସୁମତି ସ୍ନାନ ବୋଲି କୁହାଯାଏ । ନାରୀମାନଙ୍କ ପରି ବସୁଧା ମଧ୍ୟ ଋତୁମତି ପାଲଟେ । ରଜରେ ବସୁଧାକୁ ହାଣିବା ଖୋଳିବା ଓ କାଟିବାକୁ ବାରଣ ରହିଛି । ସେ ନିଜକୁ ସଜେଇ ରଖେ କିଛି ଦିନ ପାଇଁ। ଗ୍ରୀଷ୍ମର ପ୍ରକୋପରେ ଅତିଷ୍ଠ ହୋଇପଡିଥିବା ମାଟି ମା’ ନିଜକୁ ପ୍ରସ୍ତୁତ କରେ ପୁନର୍ବାର ଶସ୍ୟ ଶ୍ୟାମଳ ହେବାକୁ। କୋଟି କୋଟି ସନ୍ତାନଙ୍କ ମୁହଁରେ ଆହାର ଦେବାପାଇଁ ବର୍ଷକରେ ଥରେ ସୃଜନମନସ୍କ ହୁଏ ଧରଣୀ।

ତେବେ ଏହି ଗଣପର୍ବ ରଜର ଉତ୍ପତିକୁ ନେଇ ସଠିକ ଭାବେ ପ୍ରାମାଣିକ ତଥ୍ୟ ନ ଥିଲେ ମଧ୍ୟ ଏହାର ଏକ କିମ୍ବଦନ୍ତୀ ରହିଛି । ଯେଉଁ କିମ୍ବଦନ୍ତୀ ଆଧାରରେ ଜଣାଯାଏ ତ୍ରେତୟାରେ ଲଙ୍କାରେ ରାବଣର ରାଜୁତି ସମୟରେ ମୟଦାନବ ନାମକ ଜଣେ ରାଜା ଅନ୍ୟ ଏକ ରାଜ୍ୟର ଅସୁରରାଜା ଥିଲେ। ଉଭୟ ରାବଣ ଓ ମୟଦାନବ ରାକ୍ଷସମାନଙ୍କର ରାଜା ହୋଇଥିବାରୁ ପରସ୍ପର ଅତି ଘନିଷ୍ଠ ଥିଲେ । ରାବଣ ମୟଙ୍କ ରାଜପ୍ରାସାଦକୁ ଯିବା ଆସିବା କରୁଥିଲେ । ରାଜା ମୟଙ୍କର ମନ୍ଦୋଦରୀ ନାମକ ଏକ ସୁନ୍ଦରୀ କନ୍ୟାଟିଏ ଥିଲେ । ରାବଣର ବାରମ୍ବାର ଯିବାଆସିବା ଯୋଗୁଁ ସେମାନେ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ ।ସେମାନଙ୍କ ମଧ୍ୟରେ ଗଢ଼ି ଉଠିଥିଲା ଗୁପ୍ତ ସମ୍ପର୍କ । ଯାହା ଫଳରେ ମନ୍ଦୋଦରୀ ଅନ୍ତସତ୍ତ୍ୱା ହୋଇ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ବାଡୁଅ ଅବସ୍ଥାରେ ମାତୃତ୍ୱ ଲାଭ ଲୋକଲଜ୍ଜାର କାରଣ ହୋଇଥିବାରୁ ରାଜା ମୟଦାନବ ନିର୍ଜନ ରାତିରେ ଉକ୍ତ କନ୍ୟା ସନ୍ତାନଟିକୁ ନେଇ ମିଥିଳା ନଗରୀର କୌଣସି ଏକ ସ୍ଥାନରେ ଗାତ ଖୋଳି ପୋତି ଦେଇ ଆସିଥିଲେ । ଶିଶୁ କନ୍ୟାଟିକୁ ମିଥିଳାରେ ପୋତା ହୋଇଥିବା ଯୋଗୁଁ ମିଥିଳାରେ ବର୍ଷା ହେଲା ନାହିଁ, ମରୁଡ଼ି ପଡ଼ିଲା । ଜଳାଶୟ ଆଦି ଶୁଖିବାରେ ଲାଗିଲା । ଯାହାଫଳରେ ମିଥିଳାରେ ହାହାକାର ସୃଷ୍ଟି ହେଲା । ମିଥିଳାର ରାଜା ଜନକ ପ୍ରଜାମାନଙ୍କର ଦୁଃସ୍ଥିତି ଦେଖି ଚିନ୍ତା ପ୍ରକଟକଲେ ଓ ଜ୍ୟୋତିଷ ବିଷାରଦମାନଙ୍କର ପରାମର୍ଶ ନେଲେ। ଜ୍ୟୋତିଷ ବିଷାରଦ ମତ ଅନୁଯାୟୀ  ଏହି ସଂକଟ ଦୂର ହେବା ପାଇଁ ରାଜା ଜନକ ହଳ ଯୋଚିଲେ ।

 ‘ରଜ’ ଶବ୍ଦକୁ ଜ୍ୟୋତିଷ ବିଷାରଦମାନେ ବିଶେଷ ଭାବେ ବାଖ୍ୟା କଲେ । ‘ର’ ର ଅର୍ଥ ସଂସାର, ‘ଜ’ର ଅର୍ଥ ଯୋଚିବା । ତେଣୁ ରାଜା ଜନକ ସଂସାରର ହିତ ପାଇଁ ନିଜେ ହଳ ଯୋଚିଲେ । ଯାହାଫଳରେ ଇନ୍ଦ୍ରଦେବ ସନ୍ତୁଷ୍ଟ ହୋଇ ମୂଷଳ ଧାରାରେ ବର୍ଷା କଲେ । ସେହି ବର୍ଷାକୁ ଦେଖି ମିଥିଳାବାସୀ ଉଲ୍ଲସୀତ ହୋଇ ଗୀତ ଗାଇ ନାଚିବାକୁ ଆରମ୍ଭ କଲେ ।

Add Zee News as a Preferred Source

ରାଜା ଜନକ ହଳ ଯୋଚି ଭୂଇଁରୁ ସେହି କନ୍ୟା ସନ୍ତାନଟିକୁ ଉଦ୍ଧାର କରିଥିଲେ, ଯାହାଙ୍କ ନାମ ଥିଲା ସୀତା। ଗ୍ରୀଷ୍ମ ଶେଷ ଓ ଆଷାଢ ଆରମ୍ଭରେ ଏହା ହୋଇଥିବାରୁ ମିଥିଳାବାସୀ ଏହାକୁ ନାରୀମାନଙ୍କ ଉଦ୍ଦେଶ୍ୟରେ ସମର୍ପିଦେ‍ଇ ରଜ ପର୍ବ ଭାବେ ଆରମ୍ଭ କରିଥିଲେ।  ସେବେଠୁ ରଜପର୍ବ ପାଳନ ହେଉଥିବା ବିଶ୍ୱାସ ରହିଛି।

About the Author