Vasant Panchami 2023: କେମିତି ହୋଇଥିଲା ମା' ସରସ୍ୱତୀଙ୍କ ଆବିର୍ଭାବ, ଜାଣନ୍ତୁ କିଛି ପୁରାଣରେ ବର୍ଣ୍ଣିତ ରୋଚକ କଥା
Advertisement

Vasant Panchami 2023: କେମିତି ହୋଇଥିଲା ମା' ସରସ୍ୱତୀଙ୍କ ଆବିର୍ଭାବ, ଜାଣନ୍ତୁ କିଛି ପୁରାଣରେ ବର୍ଣ୍ଣିତ ରୋଚକ କଥା

Vasant Panchami 2023: ଧାର୍ମିକ ଦୃଷ୍ଟି କୋଣରୁ ଦେଖିଲେ ହଳଦିଆ ରଙ୍ଗକୁ ଶୁଭ, ସୁଦ୍ଧ ଓ ସାତ୍ତ୍ୱିକର ସଂକେତ ଭାବେ ପରିଗଣିତ ହୋଇଥାଏ । କୁହାଯାଏ ସରଳତା ଓ ନିର୍ମଳତାର ପ୍ରତିକ ଭାବେ ମଧ୍ୟ ପରିଗଣିତ କରାଯାଇଥାଏ । ହଳଦିଆ ରଙ୍ଗ ମା' ସରସ୍ୱତୀଙ୍କ ପ୍ରିୟ । ଆହୁରି ମଧ୍ୟ ଯେତେବେଳେ ବ୍ରହ୍ମାଣ୍ଡ ଯେତେବେଳେ ସୃଷ୍ଟି ହୋଇଥିଲା ସେତେବେଳେ ନାଲି, ହଳଦିଆ ଓ ନୀଳ ରଙ୍ଗ ମଧ୍ୟ ସୃଷ୍ଟି ହୋଇଥିଲା । ଏଥିମଧ୍ୟରୁ ହଳଦିଆ ରଙ୍ଗ ସର୍ବପ୍ରଥମେ ଦେଖିବାକୁ ମିଳିଥିଲା ।

Vasant Panchami 2023: କେମିତି ହୋଇଥିଲା ମା' ସରସ୍ୱତୀଙ୍କ ଆବିର୍ଭାବ, ଜାଣନ୍ତୁ କିଛି ପୁରାଣରେ ବର୍ଣ୍ଣିତ ରୋଚକ କଥା

Vasant Panchami 2023: ଜ୍ଞାନ ଓ ସଙ୍ଗୀତର ଦେବୀ ମା' ସରସ୍ୱତୀ (Maa Saraswati) ଙ୍କର ପୂଜାପାଠର ବିଶେଷ ଦିନ ବସନ୍ତ ପଞ୍ଚମୀ (Basant Panchami) । ବିଶ୍ୱାସ ରହିଛି ଯେ ଏହି ଦିନ ମାତା ସରସ୍ୱତୀ ଦେଖା ଦେଇଥିଲେ ଓ ବୀଣାକୁ ଆୟୁଦ୍ଧ କରି ତାଙ୍କ ଜୀବନକୁ ଏହି ଦୁର୍ବଳ ଦୁନିଆରେ ରଖିଥିଲେ ଏବଂ ସମଗ୍ର ସୃଷ୍ଟିରେ ଜୀବନ ଦାନ କରିଥିଲେ । ଏହି ଦିନ ମା' ସରସ୍ୱତୀଙ୍କ ପୂଜାପାଠ କରାଯାଇଥାଏ । ପୂଜା ସମୟରେ ମାଙ୍କୁ ହଳଦୀ ରଙ୍ଗର ସାମଗ୍ରୀକୁ ପ୍ରଦାନ କରାଯାଇଥାଏ । ତେବେ ମା'ଙ୍କର ଆବିର୍ଭାବକୁ ନେଇ ଅନେକ ପୌରାଣିକ କଥା ରହି ଆସିଛି । 

ପୌରାଣିକ କଥା ଅନୁସାରେ ଥରେ ଭଗବାନ ବ୍ରହ୍ମା (Brahma) ସମଗ୍ର ବିଶ୍ୱ ଭ୍ରମଣରେ ବାହାରିଥିଲେ । ଏହି ସମୟରେ ସମଗ୍ର ବିଶ୍ୱ ଉଦାସୀନ ଥିବା ଦେଖିବାକୁ ପାଇଥିଲେ । ଏପରି ଦେଖିବା ପରେ ବ୍ରହ୍ମା ଭଗବାନ ବିଷ୍ଣୁଙ୍କ ନିକଟକୁ ଯାଇଥିଲେ । ଆଉ ବିଷ୍ଣୁଙ୍କ ଆଗରେ ସମସ୍ତ କଥାକୁ ବଖାଣିଥିଲେ । ଏହା ଶୁଣିବା ପରେ ବିଷ୍ଣୁ ଭଗବାନ ବ୍ରହ୍ମାଙ୍କୁ କହିଥିଲେ କି ଆପଣ ଦେବୀ ସରସ୍ୱତୀଙ୍କ ନିକଟକୁ ଯାଆନ୍ତୁ । ଆପଣଙ୍କର ସମସ୍ତ ସମସ୍ୟାର ସମାଧାନ ସିଏ ହିଁ କରିପାରିବେ । ଏହା ସହିତ ବ୍ରହ୍ମ ନିଜ କମଣ୍ଡଳରୁ ଜଳ ପୃଥିବୀ ପୃଷ୍ଠକୁ ପାଣି ଛିଞ୍ଚାଡ଼ିଥିଲେ । 

ଅଧିକ ପଢ଼ନ୍ତୁ:-ସରସ୍ୱତୀ ପୂଜାରେ ଭୁଲରେ ବି କରନ୍ତୁ ନାହିଁ ଏହିସବୁ କାମ, ନଚେତ୍...

ଅଧିକ ପଢ଼ନ୍ତୁ:-ମ୍ୟାଚ୍ ଜିତିବା ପରେ ଅତ୍ୟଧିକ ରାଗିଗଲେ ରୋହିତ ଶର୍ମା, ଅସନ୍ତୋଷ ହେବାର ଏହା ହେଉଛି ବଡ଼ କାରଣ

ଅଧିକ ପଢ଼ନ୍ତୁ:-ଶୁଭମାନ ଗିଲ କ'ଣ ପାଇଁ ଦେଲେ ଏପରି ବୟାନ? ରାହୁଲ ଦ୍ରାବିଡଙ୍କୁ କହିଲେ- ପାପା ଖୁସି ହେବେନି

ଏହି ଜଳକଣା ପଡ଼ିବା ପରେ ଜଣେ ଚାରି ହସ୍ତର ଶକ୍ତି ଉଭା ହୋଇଥିଲେ । ଯାହାଙ୍କ ହାତରେ ବୀଣା, ପୁସ୍ତକ, ଓ ମାଳା ରହିଥିଲା । ବ୍ରହ୍ମା ବୀଣାର ତାରକୁ ଛୁଇଁବା ପରେ ସମଗ୍ର ବିଶ୍ୱରେ ଏକ ହସଖୁସିର ଲହରୀ ଖେଳିଯାଇଥିଲା । ଏହା ସହିତ ପୃଥିବୀ ପୃଷ୍ଠରେ ସମସ୍ତ ଜୀବଜଗତ ସକ୍ରିୟ ହୋଇ ଉଠିଥିଲେ । ତେବେ ସେହି ଦିନ ବସନ୍ତ ପଞ୍ଚମୀ ଦିନ ହିଁ ଥିଲା । ଆଉ ସେବେଠାରୁ ଏହି ବସନ୍ତ ପଞ୍ଚମୀ ତିଥିରେ ମା' ସରସ୍ୱତୀଙ୍କ ପୂଜାର୍ଚ୍ଚନା କରାଯାଏ । ଧାର୍ମିକ ଦୃଷ୍ଟି କୋଣରୁ ଦେଖିଲେ ହଳଦିଆ ରଙ୍ଗକୁ ଶୁଭ, ସୁଦ୍ଧ ଓ ସାତ୍ତ୍ୱିକର ସଂକେତ ଭାବେ ପରିଗଣିତ ହୋଇଥାଏ । କୁହାଯାଏ ସରଳତା ଓ ନିର୍ମଳତାର ପ୍ରତିକ ଭାବେ ମଧ୍ୟ ପରିଗଣିତ କରାଯାଇଥାଏ । ହଳଦିଆ ରଙ୍ଗ ମା' ସରସ୍ୱତୀଙ୍କ ପ୍ରିୟ । ଆହୁରି ମଧ୍ୟ ଯେତେବେଳେ ବ୍ରହ୍ମାଣ୍ଡ ଯେତେବେଳେ ସୃଷ୍ଟି ହୋଇଥିଲା ସେତେବେଳେ ନାଲି, ହଳଦିଆ ଓ ନୀଳ ରଙ୍ଗ ମଧ୍ୟ ସୃଷ୍ଟି ହୋଇଥିଲା । ଏଥିମଧ୍ୟରୁ ହଳଦିଆ ରଙ୍ଗ ସର୍ବପ୍ରଥମେ ଦେଖିବାକୁ ମିଳିଥିଲା । ସେହି ସମୟରେ ଏହି ବସନ୍ତ ଋତୁ ଚାଲୁଥିଲା ଓ ବସନ୍ତ ଋତୁକୁ ଋତୁ ମାନଙ୍କର ରାଜା ଭାବେ ପରିଗଣିତ ହୋଇଥାଏ ।