Hair Astrology: ଏହି ୪ଟି ବାରରେ ବିବାହିତା ମହିଳା ଧୁଅନ୍ତୁ ନାହିଁ କେଶ , କମିପାରେ ସ୍ବାମୀଙ୍କ ଆୟୁଷ
Advertisement
Article Detail0/zeeodisha/odisha1426364

Hair Astrology: ଏହି ୪ଟି ବାରରେ ବିବାହିତା ମହିଳା ଧୁଅନ୍ତୁ ନାହିଁ କେଶ , କମିପାରେ ସ୍ବାମୀଙ୍କ ଆୟୁଷ

Hair Astrology: ଜନ୍ମ ଏବଂ ବିବାହ ଠାରୁ ଆରମ୍ଭ କରି ଜଣେ ବ୍ୟକ୍ତିର ମୃତ୍ୟୁ ପର୍ଯ୍ୟନ୍ତ ଅନେକ ରୀତିନୀତି ଏବଂ ପରମ୍ପରା ଶାସ୍ତ୍ରରେ କୁହାଯାଇଛି । ଯାହା ଅନୁସରଣ କରିବା ଦ୍ବାରା ଘରେ ସୁଖ ଓ ସମୃଦ୍ଧି ବୃଦ୍ଧି ଆଣିଥାଏ । ଶାସ୍ତ୍ରର ପ୍ରତ୍ୟେକ କାର୍ଯ୍ୟ ପାଇଁ ଏକ ବିଶେଷ ଦିନ ସ୍ଥିର କରାଯାଇଛି ।

Hair Astrology: ଏହି ୪ଟି ବାରରେ ବିବାହିତା ମହିଳା ଧୁଅନ୍ତୁ ନାହିଁ କେଶ , କମିପାରେ ସ୍ବାମୀଙ୍କ ଆୟୁଷ

Hair Astrology: ଜନ୍ମ ଏବଂ ବିବାହ ଠାରୁ ଆରମ୍ଭ କରି ଜଣେ ବ୍ୟକ୍ତିର ମୃତ୍ୟୁ ପର୍ଯ୍ୟନ୍ତ ଅନେକ ରୀତିନୀତି ଏବଂ ପରମ୍ପରା ଶାସ୍ତ୍ରରେ କୁହାଯାଇଛି । ଯାହା ଅନୁସରଣ କରିବା ଦ୍ବାରା ଘରେ ସୁଖ ଓ ସମୃଦ୍ଧି ବୃଦ୍ଧି ଆଣିଥାଏ । ଶାସ୍ତ୍ରର ପ୍ରତ୍ୟେକ କାର୍ଯ୍ୟ ପାଇଁ ଏକ ବିଶେଷ ଦିନ ସ୍ଥିର କରାଯାଇଛି । ଯେପରି ସ୍ନାନ ପରେ ପୂଜା କରିବା , ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଦିନ କେଶ କାଟିବା ନାହିଁ ବୋଲି କିଛି ନୀତି ନିୟମ ରହିଛି । ସେହିଭଳି ମହିଳାମାନଙ୍କୁ କେଶ ଧୋଇବା ବିଷୟରେ କିଛି ନିୟମ କୁହାଯାଇଛି। ଏହି ଅନୁଯାୟୀ, ବିବାହିତା ମହିଳାମାନେ ନିର୍ଦ୍ଦିଷ୍ଟ ଦିନରେ କେଶ ଧୋଇବା ଉଚିତ୍ ନୁହେଁ। ବିଶ୍ୱାସ କରାଯାଏ ଯେ, ଏହି ଦିନ ଯେଉଁ ମହିଳାମାନେ କେଶ ଧୋଇଥାନ୍ତି ସେମାନଙ୍କ ପରିବାର ଏବଂ ସ୍ୱାମୀଙ୍କ ଉପରେ ନାନା ଅସୁବିଧା ମାଡି ଆସେ । 

ବିବାହିତ ମହିଳା ମାନେ ଏହି ଦିନ କେଶ ସଫା କରନ୍ତୁ ନାହିଁ : 

ସୋମବାର
ବିବାହିତା ମହିଳାମାନେ ସୋମବାର ଦିନ କେଶ ଧୋଇବା ଉଚିତ୍ ନୁହେଁ। କାରଣ ଶାସ୍ତ୍ରରେ ଲେଖା ଅଛି ଯେ, ଏହି ଦିନ କେଶ ଧୋଇବା ଦ୍ବାରା ଉପରେ ଝିଅ ଉପରେ ପ୍ରଭାବ ପଡିଥାଏ । ଏହା ବ୍ୟତୀତ, ଏହି ଦିନ କେବେବି ଘର ପୋଛିବା କିମ୍ବା ସଫା କରିବା ଉଚିତ୍ ନୁହେଁ । କୁହାଯାଏ ଯେ ଏହା କରିବା ଦ୍ୱାରା ଆପଣଙ୍କ ଘରର ସମୃଦ୍ଧିରେ ବାଧା ଆସିଥାଏ । 

ବୁଧବାର
ସେହିପରି ବୁଧବାର ଦିନ ମଧ୍ୟ ମହିଳା ମାନେ କେଶ ଧୋଇବା ଉଚିତ୍ ନୁହେଁ । ଯଦି ଆପଣ ବୁଧବାର କେଶ ସଫା କରୁଛନ୍ତି, ତେବେ ଆପଣଙ୍କ ଭାଇ ପାଇଁ ଏହା ଅନେକ ସମସ୍ୟା ସୃଷ୍ଟି କରିପାରେ । ବିଶେଷ କରି ଝିଅମାନେ ଏହି ଦିନ ପ୍ରତି ଅଧିକ ଯତ୍ନବାନ ହେବା ଉଚିତ୍ । କାରଣ ଏପରି କରିବା ଦ୍ୱାରା ସେମାନଙ୍କ ଭାଇର କ୍ଷତି ହୋଇପାରେ ।

ଗୁରୁବାର
ଗୁରୁବାର ଦିନ ମଧ୍ୟ ଖାସ କରି ବିବାହିତ ମହିଳା ମାନ କେଶ ଧୋଇବା ଅଶୁଭ ବୋଲି ଧରାଯାଏ । ଏହିଦିନ କେଶ ଧୋଇଲେ, ବୃହସ୍ପତି ଏବଂ ମା ଲକ୍ଷ୍ମୀଙ୍କ ସମସ୍ତ ଆଶୀର୍ବାଦ ଆପଣ ପାଇବେନି । ଘରୁ ଲକ୍ଷ୍ମୀ ଉଭେଇ ଯିବେ ବୋଲି କୁହାଯାଏ । ଏହା ବିଶ୍ୱାସ କରାଯାଏ ଯେ, ଗୁରୁବାର ଦିନ ଯେଉଁ ମହିଳାମାନେ କେଶ ଧୋଇଥାନ୍ତି, ସେହି ମହିଳା ମାନଙ୍କ ସ୍ବାମୀର ଆୟୁଷ କମିଥାଏ । 

ଶନିବାର
ଶନିବାର ଦିନ କେଶ ଧୋଇବା  ନେଇ ମିଶ୍ରିତ  ପ୍ରତିକ୍ରିୟା ରହିଛି । କିଛି ଲୋକ ବିଶ୍ବାସ କରନ୍ତି ଯେ, ଏହି ଦିନ କେଶ ଧୋଇବା ଦ୍ବାରା ସାଢେ ସତୀଙ୍କ କୁପ୍ରଭାବକୁ ପରିବାର ଉପରେ ପଡି ନ ଥାଏ । ଆଉ କିଛି ଲୋକେ ବିଶ୍ୱାସ କରନ୍ତି ଯେ ,ଏହି ଦିନ କେଶ ଧୋଇବା ଦ୍ବାରା ଶନି ଦେବଙ୍କ କୋପର ଶିକାର ହେବାକୁ ପଡେ ।