Chankya Niti: ମହିଳାଙ୍କ ଶରୀରର କେଉଁ ଅଙ୍ଗ ବଡ଼ ଥିଲେ କ'ଣ ହୁଏ?
Advertisement

Chankya Niti: ମହିଳାଙ୍କ ଶରୀରର କେଉଁ ଅଙ୍ଗ ବଡ଼ ଥିଲେ କ'ଣ ହୁଏ?

Chankya Niti: ଚାଣକ୍ୟ ନୀତିରେ ମହିଳାଙ୍କ ହାତରେ ଲମ୍ବା ଆଙ୍ଗୁଠି ଥିବା ଦୁର୍ଲଭ ବୋଲି କୁହାଯାଇଛି। ଯେଉଁ ସ୍ତ୍ରୀମାନଙ୍କ ଆଙ୍ଗୁଠି ବଡ ସେମାନେ ସ୍ୱୟଂ ଐଶ୍ୱର୍ଯ୍ୟ ଭୋଗ କରନ୍ତି। ଅନ୍ୟପଟେ ଯେଉଁ ମହିଳାଙ୍କ ଆଙ୍ଗୁଠି ଛୋଟ ସେମାନ ତାଙ୍କ ଜୀବନସାରା ଦୁଃଖରେ ରୁହନ୍ତି।

 Chankya Niti: ମହିଳାଙ୍କ ଶରୀରର କେଉଁ ଅଙ୍ଗ ବଡ଼ ଥିଲେ କ'ଣ ହୁଏ?

Chankya Niti: ହିନ୍ଦୁ ଧର୍ମାନୁସାରେ ସ୍ତ୍ରୀଙ୍କ ଘରର ଲକ୍ଷ୍ମୀ ବୋଲି କୁହାଯାଏ। ମାନ୍ୟତା ଅଛି ଯେ, ମହିଳାଙ୍କ ପବିତ୍ର ପାଦ ପଡିଲେ ଘର ଦଶା ଓ ଦିଗ ପରିବର୍ତ୍ତନ ହୁଏ। ଯଦି ସ୍ତ୍ରୀ ଭାଗ୍ୟଶାଳୀ ହୋଇଥାନ୍ତି, ତେବେ ତାଙ୍କ ଭାଗ୍ୟ ଘରେ ସମ୍ମଳିତ ହୁଏ। ଆଉ ଘରେ ଧନ ବର୍ଷା ହୁଏ। ତେବେ କେମିତି ଜାଣିବେ ଯେ, କେଉଁ ମହିଳା ସୌଭାଗ୍ୟଶାଳୀ ଓ କେଉଁ ମହିଳା ସୌଭାଗ୍ୟଶାଳୀ ନୁହନ୍ତି। ତେବେ ମହିଳାଙ୍କ ଏହି ବିଷରେ ଚାଣକ୍ୟ ନୀତି ଓ ସମୁଦ୍ର ପୁରାଣରେ ଉଲ୍ଲେଖ କରାଯାଇଛି। ତେବେ ଆସନ୍ତୁ ଜାଣିବା ସେଗୁଡିକ କଣ କଣ...

ନାକ

ଲମ୍ବା ନାକ ଥିବା ମହିଳାଙ୍କୁ ମଧ୍ୟ ଅତ୍ୟାଧିକ ଭାଗ୍ୟଶାଳୀ ବୋଲି ବିବେଚନା କରାଯାଏ। ଚାଣକ୍ୟ ନୀତିରେ କୁହାଯାଇଛି ଯେ, ଯେଉଁ ମହିଳାଙ୍କର ନାକ ଲମ୍ବା ହୋଇଥାଏ ଓ ନାକର ଅଗ୍ରଭାଗରେ କଳାଜାଇ ଥାଏ, ସେମାନେ ଅତ୍ୟନ୍ତ ଶୁଭ। ନାକ ବ୍ୟତୀତ ଚେହେରାର ଯେକୌଣସି ସ୍ଥାନରେ କଳାଜାଇ ଥିଲେ ସେ ସୌଭାଗ୍ୟବତି ହୁଅନ୍ତି।

ଜିଭ

ଚାଣକ୍ୟ ନୀତି ଅନୁସାରେ, ଯେଉଁ ମହିଳାମାନଙ୍କ ଜିଭ ବଡ, ନାଲି ଓ କୋମଳ ହୋଇଥାଏ, ସେମାନେ ସର୍ବଦା ମଧୁର କଥା କୁହନ୍ତି। ଏଭଳି ସ୍ତ୍ରୀଙ୍କୁ ବହୁତ ଭାଗ୍ୟଶାଳୀ ବୋଲି କୁହାଯାଇଥାଏ। ଆଉ ବଡ ଜିଭ ଥିବା ସ୍ତ୍ରୀ ଐଶ୍ୱର୍ଯ୍ୟ ଭୋଗିଥାନ୍ତି। ଏଭଳି ସ୍ତ୍ରୀ ଘରକୁ ଆସିଲେ ସୁଖ, ସମୃଦ୍ଧି ଓ ବୈଭବ ପ୍ରାପ୍ତି ହୋଇଥାଏ।

ଆଙ୍ଗୁଠି

ଚାଣକ୍ୟ ନୀତିରେ ମହିଳାଙ୍କ ହାତରେ ଲମ୍ବା ଆଙ୍ଗୁଠି ଥିବା ଦୁର୍ଲଭ ବୋଲି କୁହାଯାଇଛି। ଯେଉଁ ସ୍ତ୍ରୀମାନଙ୍କ ଆଙ୍ଗୁଠି ବଡ ସେମାନେ ସ୍ୱୟଂ ଐଶ୍ୱର୍ଯ୍ୟ ଭୋଗ କରନ୍ତି। ଅନ୍ୟପଟେ ଯେଉଁ ମହିଳାଙ୍କ ଆଙ୍ଗୁଠି ଛୋଟ ସେମାନ ତାଙ୍କ ଜୀବନସାରା ଦୁଃଖରେ ରୁହନ୍ତି।

କେଶ

କେଶ ବା ବାଳକୁ ମହିଳାଙ୍କର ଆଭୁଷଣ ବୋଲି କୁହାଯାଏ। ଲମ୍ବା କେଶ ଥିବା ମହିଳା ସର୍ବଦା ପୁରୁଷଙ୍କ ଆକର୍ଷଣର କେନ୍ଦ୍ର ରିହିଥାନ୍ତି। ଏହି ଲମ୍ବା କେଶ ସେମାନଙ୍କ ଘର ପରିବାର ପାଇଁ ମଧ୍ୟ ଲାଭଦାୟକ। ଚାଣକ୍ୟଙ୍କ ଅନୁସାରେ ଲମ୍ବା, କଳା ଓ ଘନ କେଶ ଥିବା ମହିଳା ଭାଗ୍ୟାଶାଳୀ ହୁଅନ୍ତି, ତେଣୁ ଏମାନଙ୍କୁ ପାଇବା ମାତ୍ରେ ବିବାହ କରିବା ଉଚିତ।

ନେତ୍ର

ଯେଉଁ ମହିଳାଙ୍କ ଆଖି ବଡ ବଡ, ଡୋଳା ଧଳା ଓ ଆଖିର ଶେଷ ମୁଣ୍ଡରେ ଲାଲିମା ଥାଏ। ସେମାନେ ଭାଗ୍ୟଶାଳୀ ଓ ସବୁବେଳେ ସୁଖ ଭୋଗନ୍ତି। ଏଭଳି ମହିଳା ଯେଉଁ ଘରକୁ ଯାଆନ୍ତି, ସେଠାରେ ମାଁ ଲକ୍ଷ୍ମୀ ବାସ କରନ୍ତି।

ଜଙ୍ଘ

ସମୁଦ୍ର ଶାସ୍ତ୍ରରେ ମଧ୍ୟ ମହିଳାଙ୍କ ଶରୀର ବିଷୟରେ ବର୍ଣ୍ଣନା କରାଯାଇଛି। ମହିଳାଙ୍କ ମାଂସାଳ ଓ ପୃଷ୍ଟ ଜଙ୍ଘ ମଧ୍ୟ ସେମାନଙ୍କୁ ଭାଗ୍ୟଶାଳୀ କରାଏ। ଯେଉଁ ମହିଳାଙ୍କର ଜଙ୍ଘ ମାଂସାଳ ହୋଇଥାଏ, ସେମାନଙ୍କ ସ୍ୱାମୀମାନଙ୍କୁ କାମ ସୁଖ ମିଳିଥାଏ। 

ବେକ

ଜଙ୍ଘ ଭଳି ବେକ ବିଷୟରେ ମଧ୍ୟ ସମୁଦ୍ର ଶାସ୍ତ୍ରରେ ବଣ୍ଣନା କରାଯାଇଛି। ଲମ୍ବା ବେକ ଥିବା ମହିଳାଙ୍କୁ ମଙ୍ଗଳକାରୀ ବୋଲି କୁହାଯାଏ। ଲମ୍ବା ବେକ ଥିବା ମହିଳା ସାଳିନ। ଏମାନେ ଯେଉଁ ପୁରୁଷ ପାଖରେ ରହିଲେ, ତାଙ୍କ ପାଖରେ ସମ୍ପୂର୍ଣ୍ଣ ବୈଭବ ରହିଥାଏ। ଆଉ ସ୍ୱାମୀଙ୍କୁ କେବେ ମଧ୍ୟ ଟଙ୍କାର ଅଭାବ ନ ଥାଏ। 

ବକ୍ଷଜ

ଉଚ୍ଚା ବକ୍ଷଜ ବିଷୟରେ ସମୁଦ୍ର ଶାସ୍ତ୍ର ଓ ଗରୁଡ ପୁରାଣରେ ଉଲ୍ଲେଖ କରାଯାଇଛି। ଉଚ୍ଚ, ସୁଢୋଳ ଓ ବଡ ବକ୍ଷସ୍ଥଳ ଥିବା ମହିଳା ସୌଭାଗ୍ୟଶାଳୀ ହୋଇଥାନ୍ତି। ମହିଳାଙ୍କ ଉଚ୍ଚା ବକ୍ଷସ୍ଥଳ ସମୃଦ୍ଧି ଓ ଧନ ସମ୍ପତ୍ତିର ପ୍ରତୀକ ବୋଲି କୁହାଯାଏ। ଏଥିପାଇଁ ପ୍ରାଚିନ ଦେବୀ ପ୍ରତିମା ଗୁଡିକରେ ବଡ ସ୍ତନକୁ ସୌଭାଗ୍ୟ ରୂପେ ଦର୍ଶାଯାଇଛି।