World kidney Day 2024: ଆଜି ‘ବିଶ୍ବ କିଡ଼ନୀ ଦିବସ’ ଜାଣନ୍ତୁ ଏହାର ଲକ୍ଷଣ ଓ ପ୍ରତିକାର
Advertisement
Article Detail0/zeeodisha/odisha2155362

World kidney Day 2024: ଆଜି ‘ବିଶ୍ବ କିଡ଼ନୀ ଦିବସ’ ଜାଣନ୍ତୁ ଏହାର ଲକ୍ଷଣ ଓ ପ୍ରତିକାର

World kidney Day: ଆଜି ‘ବିଶ୍ବ କିଡ଼ନୀ ଦିବସ’ । ସଚେତନତା, ରୋଗ ଚିହ୍ନଟ, ଚିକିତ୍ସା ଓ ଯତ୍ନ ଏହି ୪ଟି କିଡ଼ନୀ ରୋଗରୁ ମୁକ୍ତିର ମୁଖ୍ୟ ସୂତ୍ର ଅଟେ । ତେବେ ଚଳିତ ବର୍ଷ ‘ବିଶ୍ବ କିଡ଼ନୀ ଦିବସ’ର ଥିମ୍ ରହିଛି, ‘ kidney Health for all- Advancing Equitable Access to care And Optimal Medication Practice’ । ତେବେ ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ ବିଷୟରେ ।

World kidney Day 2024: ଆଜି ‘ବିଶ୍ବ କିଡ଼ନୀ ଦିବସ’ ଜାଣନ୍ତୁ ଏହାର ଲକ୍ଷଣ ଓ ପ୍ରତିକାର

World kidney Day 2024: ଆଜି ‘ବିଶ୍ବ କିଡ଼ନୀ ଦିବସ’ । ପ୍ରତିବର୍ଷ ମାର୍ଚ୍ଚ  ମାସ ଦ୍ବିତୀୟ ଗୁରୁବାର କିଡ଼ନୀ ରୋଗ ପରି ମାରାତ୍ମକ ରୋଗର ଭୟାବହତାରୁ ବିଶ୍ବକୁ ରକ୍ଷା କରିବା ଓ ଧନୀ-ଗରିବ ନିର୍ବିଶେଷରେ ସମସ୍ତେ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇବା ନେଇ ବ୍ୟବସ୍ଥା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିନଟିକୁ ପାଳନ କରାଯାଏ । ସଚେତନତା, ରୋଗ ଚିହ୍ନଟ, ଚିକିତ୍ସା ଓ ଯତ୍ନ ଏହି ୪ଟି କିଡ଼ନୀ ରୋଗରୁ ମୁକ୍ତିର ମୁଖ୍ୟ ସୂତ୍ର ଅଟେ । ତେବେ ଚଳିତ ବର୍ଷ ‘ବିଶ୍ବ କିଡ଼ନୀ ଦିବସ’ର ଥିମ୍ ରହିଛି, ‘ kidney Health for all- Advancing Equitable Access to care And Optimal Medication Practice’ । ତେବେ ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ ବିଷୟରେ ।

ଡ଼ାକ୍ତରଙ୍କ ମତ ଅନୁଯାୟୀ, ଏହାର ପ୍ରମୁଖ କାରଣ ହେଲା ମଧୁମେହ ଓ ଉଚ୍ଚ ରକ୍ତଚାପ । କିଡ଼ନୀ ରୋଗରେ ସାଧାରଣତଃ ପ୍ରାଥମିକ ଅବସ୍ଥାରେ କୌଣସି ଲକ୍ଷଣ ଦେଖାଦେଇନଥାଏ କିନ୍ତୁ ଏନେଇ ଜଣାପଡ଼ିବା ବେଳକୁ କିଡ଼ନୀ ଅନେକ ପରିମାଣରେ ନଷ୍ଟ ହୋଇଯାଇଥାଏ । ତେଣୁ ଯେଉଁମାନେ ମୁଖ୍ୟତଃ ମଧୁମେୟ ଓ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ବ୍ୟକ୍ତି ନିୟମିତ ଭାବେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ଉଚିତ୍, ଯଥା- ରକ୍ତ ୟୁରିଆ, ସେରମ୍ କ୍ରିଏଟିନିନ୍, ମୂତ୍ରରେ ପ୍ରୋଟିନ୍ ପରୀକ୍ଷା, କିଡ଼ନୀର ସ୍ଥିତି ଜାଣିବା ପାଇଁ ଅଲଟ୍ରାସାଉଣ୍ତ ଆଦି କରିବା ନିହାତି ଜରୁରୀ ।

ଲକ୍ଷଣ- ଦୁଇଟିଯାକ ଗୋଡ଼ ଫୁଲିବା, ରକ୍ତଚାପ ବଢିଯିବା, ପରିସ୍ରାରେ ଫେଣ ଆସିବା, ଧଇଁସଇଁ ଲାଗିବା, ବାନ୍ତି ଲାଗିବା ବା ହେବା, ଭୋକ ଓ ଓଜନ କମିବା, ହେମୋଗ୍ଲାବିନ୍ କମିବା, ଦେହହାତ ବିନ୍ଧା ହେବା ସହ କୁଣ୍ତାଇ ହେବା । ଏସବୁ ଲକ୍ଷଣ ଦେଖାଗଲେ ଆଦୌ ଅବହେଳା ନ କରି ତୁରନ୍ତ କିଡ଼ନୀ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

’ଣ  ନ ଖାଇବା ଉଚିତ୍?

ଏହି ରୋଗୀମାନେ ଅତ୍ୟଧିକ ପ୍ରୋଟିନଯୁକ୍ତ ଖାଦ୍ୟ ଯେପରିକି, ପ୍ରକ୍ରିୟାକୃତ ମାଂସ, ରେଡ଼ ମିଟ୍, ମାଛ, ଅଣ୍ତା ବା ଦୁଗ୍ଧ ଜାତୀୟ ଓ ଡ଼ାଲି ଜାତୀୟ ଖାଦ୍ୟ ନ ଖାଇବା ଭଲ । ସେହିପରି ଅଧିକ ପୋଟାସିୟମ୍ ଥିବା ଖାଦ୍ୟ, ଯଥା- ସଜନା ଛୁଇଁ, ପାଚିଲା କଦଳୀ, ଲେମ୍ବୁ, ଖଟା ବା ଆଚାର, ଟମୋଟେ, ବନ୍ଧାକୋବି, ଫଳ, ଶାଗ ଆଦିରୁ ଦୂରେଇ ରୁହନ୍ତୁ । ଏହାସହ ଅତ୍ୟଧିକ ତୈଳଜାତୀୟ ଖାଦ୍ୟ, ଆଲକୋହଲ, ମୃଦ୍ୟପାନୀୟ, ଧୂମପାନ ଠାରୁ ମଧ୍ଯ ଦୂରେଇ ରୁହନ୍ତୁ ।

’ଣ କରିବା ଉଚିତ୍- ପ୍ରତିଦିନ ଯୋଗ, ପ୍ରାଣାୟାମ, ଧ୍ୟାନ କରିବା ସହ ସନ୍ତୁଳିତ ଜୀବନଶୈଳୀ ଧାରଣ କରିନ୍ତୁ ।

(Disclaimer: ପରାମର୍ଶ ସହିତ ଜଡ଼ିତ ଏହି ଆର୍ଟିକିଲ୍ କେବଳ ସାଧାରଣ ସୂଚନା ପ୍ରଦାନ କରେ। ଯୋଗ୍ୟ ଚିକିତ୍ସା ମତାମତ ପାଇଁ ଏହା କୌଣସି ପ୍ରକାରେ ବିକଳ୍ପ ନୁହେଁ। ଅଧିକ ସୂଚନା ପାଇଁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଏହି ସୂଚନା ପାଇଁ Zee Odisha News ଦାୟୀ ନୁହେଁ।)