Back Pain Problems: ବ୍ୟାକ ପେନ୍ ପାଇଁ ଚିନ୍ତିତ କି? ଜାଣନ୍ତୁ ସମାଧାନର ସୁତ୍ର
Advertisement
Article Detail0/zeeodisha/odisha1916468

Back Pain Problems: ବ୍ୟାକ ପେନ୍ ପାଇଁ ଚିନ୍ତିତ କି? ଜାଣନ୍ତୁ ସମାଧାନର ସୁତ୍ର

Back Pain Problems: ଆପଣଙ୍କୁ ଆଜି କିଛି ସହଜ ଟିପ୍ସ ଦେବୁ ଯାହାଦ୍ୱାରା ଆପଣ ଏହି ଯନ୍ତ୍ରଣାରୁ ସବୁଦିନ ପାଇଁ ମୁକ୍ତି ପାଇପାରିବେ ।

Back Pain Problems: ବ୍ୟାକ ପେନ୍ ପାଇଁ ଚିନ୍ତିତ କି? ଜାଣନ୍ତୁ ସମାଧାନର ସୁତ୍ର

Back Pain Problems: ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ପିଠି ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ଭାବେ ଦେଖାଯାଉଛି । ପିଠି ଯନ୍ତ୍ରଣା ହେବା ପଛରେ ଅନେକ କାରଣ ରହିଛି । ସେମଧ୍ୟରେ ମୁଖ୍ୟତଃ ୨ଟି କାରଣରୁ ଏହି ସମସ୍ୟା ଉପୁଜିଥାଏ । ତାହା ହେଉଛି ଦୀର୍ଘ ସମୟ ଧରି ସମାନ ଢଙ୍ଗରେ ଅଫିସ ଚେୟାରରେ ବସି କାମ କରିବା ଏବଂ ଶରୀରରେ କ୍ୟାଲସିୟମ୍ ଏବଂ ଭିଟାମିନର ଅଭାବ (Calcium and vitamin deficiency) । ତେବେ ଆପଣଙ୍କୁ ଆଜି କିଛି ସହଜ ଟିପ୍ସ ଦେବୁ ଯାହାଦ୍ୱାରା ଆପଣ ଏହି ଯନ୍ତ୍ରଣାରୁ ସବୁଦିନ ପାଇଁ ମୁକ୍ତି ପାଇପାରିବେ । ସ୍ୱାସ୍ଥ୍ୟ ବିଶେଷଜ୍ଞ ଅନୁଜ କୁମାର ତାଙ୍କ ସୋସିଆଲ ମିଡିଆରେ ଏ ସମ୍ପର୍କରେ କିଛି ତଥ୍ୟ ସେୟାର କରିଛନ୍ତି ।

ଦୈନନ୍ଦିନ କାର୍ଯ୍ୟରେ ଅନିୟମିତତା ତଥା ସମୟ ଅନୁଯାୟୀ ଖାଦ୍ୟପେୟରେ ଧ୍ୟାନ ନଦେଇ ଭୁଲ୍ ଖାଇବା ଅଭ୍ୟାସ (Bad eating habits) ବର୍ତ୍ତମାନ ଅନେକ ରୋଗର କାରଣ ପାଲଟିଛି । ଏସବୁ ମଧ୍ୟରେ ରହିଛି ପିଠି ଯନ୍ତ୍ରଣା ବା ବ୍ୟାକ ପେନ୍ । ବର୍ତ୍ତମାନ ସ୍ଥିତିରେ ଅନେକ ଲୋକଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖାଯାଉଛି । ପିଠି ଯନ୍ତ୍ରଣା ହେବାର ଅନେକ କାରଣ ଥିଲେ ମଧ୍ୟ ଅଫିସରେ ଦୀର୍ଘ ସମୟ ଧରି ଚେୟାରରେ ବସିରହିବା ଓ ଶରୀରରେ କ୍ୟାଲସିୟମ୍ ସହ ଭିଟାମିନ୍ ଅଭାବ ଏହାର ମୂଖ୍ୟ କାରଣ ବୋଲି ଡାକ୍ତର କୁହନ୍ତି । ସାଧାରଣତଃ ଏହି ସମସ୍ୟା ୩୦ ବର୍ଷ ବୟସ ପରେ ଆରମ୍ଭ ହୋଇଥାଏ, କିନ୍ତୁ ବର୍ତ୍ତମାନ କମ ବୟସର ବ୍ୟକ୍ତିମାନେ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି । ଏହି ଯନ୍ତ୍ରଣା କାରଣରୁ ଉଠିବା ଏବଂ ବସିବା ସମୟରେ ଅନେକ ଯନ୍ତ୍ରଣା ହୋଇଥାଏ । ଏହି ସମସ୍ୟା ପାଇଁ ଅନେକ ପ୍ରତିକାର ରହିଛି, ସଠିକ ଭାବରେ ନିୟମ ମାନି ଚଳିଲେ ଆପଣ ଏହି ଯନ୍ତ୍ରଣାରୁ ସବୁଦିନ ପାଇଁ ମୁକ୍ତି ପାଇପାରିବେ ।

ବିଶେଷଜ୍ଞଙ୍କ ମତ ଅନୁଯାୟୀ, ନିଜକୁ ଫିଟ୍ ତଥା ସୁସ୍ଥ ରଖିବା ପାଇଁ ନିୟମିତ ବ୍ୟାୟାମ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା କରିବା ଦ୍ୱାରା କେବଳ ପିଠି ଯନ୍ତ୍ରଣା ଭଲ ହୁଏ ତାହା ନୁହେଁ ବରଂ ଶରୀରର ଫିଟନେସ୍ ମଧ୍ୟ ଠିକ୍ ରହିଥାଏ । ଆପଣ ପ୍ରତିଦିନ ଚାଲିବା ଅଭ୍ୟାସ କରନ୍ତୁ ଏହାଦ୍ୱାରା ଆପଣଙ୍କ ବ୍ୟାକପେନ୍ କମିବ । ଏଥିସହ ଯଦି ଆପଣ ପହଁରା ଶିଖିଛନ୍ତି ତେବେ ପ୍ରତିଦିନ ସୁଇମିଂ ପୁଲରେ କିଛି ସମୟ ପହଁରନ୍ତୁ । ଉଭୟ ଚାଲିବା ଓ ପହଁରିବା ଦ୍ୱାରା ଆପଣଙ୍କ ମେରୁଦଣ୍ଡ ଶକ୍ତିଶାଳୀ ହେବ ।

ଯଦି ଆପଣ କୌଣସି ପ୍ରକାରର ଓଜନ ଉଠାଉଛନ୍ତି ତେବେ ତାହାକୁ ଆରାମରେ ଉଠାଇବାକୁ ଚେଷ୍ଟା କରନ୍ତୁ । ହଠାତ୍ କିମ୍ବା ଭୁଲରେ ଅଧିକ ଓଜନ ଉଠାଇବା କାରଣରୁ ଆପଣଙ୍କ ପିଠିରେ ଯନ୍ତ୍ରଣା ହୋଇପାରେ । ଅଣ୍ଟାରେ କିପରି ହଠାତ୍ ଚାପ ନପଡିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଏହା ବ୍ୟତୀତ ଆପଣ ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ ଏବଂ ସବୁଜ ପନିପରିବା ସହ ଫଳ ଖାଆନ୍ତୁ ।

ଦୈନନ୍ଦିନ କାର୍ଯ୍ୟକୁ ଅନିୟମିତତା ଭାବରେ ସମ୍ପାଦନ କରିବା ଏବଂ ଭୁଲ ଖାଇବା ଅଭ୍ୟାସ କ୍ରମାଗତ ଭାବରେ ଶରୀରର ଚର୍ବି ବୃଦ୍ଧି କରିଥାଏ । ଏହା ଶରୀରରେ ଅନେକ କ୍ଷତି ପହଞ୍ଚାଇବା ସହ ପିଠି ଯନ୍ତ୍ରଣାର କାରଣ ପାଲଟିଥାଏ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ନିୟମିତ ବ୍ୟାୟାମ କରିବା ସହିତ ଭଲ ଖାଇବା ଅଭ୍ୟାସ ପ୍ରତି ଧ୍ୟାନ ଦିଅନ୍ତୁ । ଏକ ଭଲ ରୁଟିନ୍ ମେଣ୍ଟେନ୍ କରିବା ଦ୍ୱାରା ଆପଣ ପିଠି ଯନ୍ତ୍ରଣା ସମସ୍ୟାରୁ ମୁକ୍ତି ପାଇପାରିବେ ।

ଯଦି ଆପଣ କୌଣସି କାମ ପାଇଁ ଘଣ୍ଟା ଘଣ୍ଟା ଧରି ଅଫିସରେ ବସି ରହୁଛନ୍ତି ତେବେ ତାହା ମଧ୍ୟ ପିଠି ଯନ୍ତ୍ରଣାର ଏକ ପ୍ରମୁଖ କାରଣ । ତେଣୁ ପ୍ରତି ୨୦ରୁ ୨୫ ମିନିଟ ମଧ୍ୟରେ ଆପଣ ବସିବା ସ୍ଥିତିକୁ ବଦଳାଇବା ଉଚିତ । ଯାହାଦ୍ୱାରା ଆପଣଙ୍କର ମାଂସପେଶୀ ଉପରେ ପ୍ରଭାବ ପଡିବ ନାହିଁ । ଏହା କରିବା ଦ୍ୱାରା ଆପଣ ପିଠି ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ ।

ଦୀର୍ଘ ସମୟ ଧରି କାମ କରିବାବେଳେ କିଛି ସତର୍କତା ଅବଲମ୍ବନ କରିବା ନିତ୍ୟାନ୍ତ ଆବଶ୍ୟକ । ଯଦି ଆପଣ ଲାପଟପ୍ କିମ୍ବା ଡେସ୍କଟପ୍ ରେ କାମ କରୁଛନ୍ତି, ତେବେ ଏହା ମନେରଖନ୍ତୁ ଯେ, ଆପଣ ସିଧା ବସିବା ଆବଶ୍ୟକ । ଆପଣ ଯଦି ବେକ ବଙ୍କା କରି ଦୀର୍ଘ ସମୟ ପର୍ଯ୍ୟନ୍ତ କମ୍ପ୍ୟୁଟରରେ କାମ କରିବେ ତେବେ ଆପଣଙ୍କ ପିଠି ଯନ୍ତ୍ରଣା ହୋଇପାରେ । ତେଣୁ ସେହି ସମୟରେ, ମୋବାଇଲ୍ ବ୍ୟବହାର ଯଦି କରୁଛନ୍ତି ତେବେ ବେକକୁ ବଙ୍କା ନକରି ତଳକୁ ଦେଖିବା ଉଚିତ ।

Also Read- Veg Soya Biryani: ଘରେ ପ୍ରସ୍ତୁତ କରନ୍ତୁ ଭେଜ୍ ସୋୟା ବିରିୟାନି, ସଭିଏଁ କହିବେ ସ୍ୱାଦିଷ୍ଟ