Odisha Daily News Live: ଆଜି ଲୋକସଭାର ସପ୍ତମ କାର୍ଯ୍ୟ ଦିବସ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2317366

Odisha Daily News Live: ଆଜି ଲୋକସଭାର ସପ୍ତମ କାର୍ଯ୍ୟ ଦିବସ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍

Odisha Daily News Live: ଆଜି ଲୋକସଭାର ସପ୍ତମ କାର୍ଯ୍ୟ ଦିବସ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

02 July 2024
21:50 PM

UP Hathras Stampede LIVE Updates: ୟୁପିର ହାଥରସର ଭୋଲେ ବାବାଙ୍କ ସତସଙ୍ଗ ସମୟରେ ଏକ ବଡ଼ ଅଭାବନୀୟ ଘଟଣା ଘଟିଛି। ସତସଙ୍ଗ ସମୟରେ ହୋଇଥିବା ଦଳଚକଟାରେ ମୃତ୍ୟୁ ସଂଖ୍ୟା ୧୧୬ କୁ ବୃଦ୍ଧି ପାଇଛି। ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା। ଶହେରୁ ଅଧିକ ଲୋକ ଗୁରୁତର ଅଛନ୍ତି।

20:49 PM

Anshuman Gaekwad battling blood cancer in London: ଟିମ୍ ଇଣ୍ଡିଆର ପୂର୍ବତନ ପ୍ରଶିକ୍ଷକ ଅଂଶୁମାନ ଗାଇକୱାଡ ରକ୍ତ କର୍କଟ ସହ ଲଢୁଛନ୍ତି। ପୂର୍ବତନ ଭେଟେରାନ ବ୍ୟାଟ୍ସମ୍ୟାନ୍ ସନ୍ଦୀପ ପାଟିଲ ତାଙ୍କ ପାଇଁ ସାହାଯ୍ୟ ଲୋଡିଛନ୍ତି। ପାଟିଲ ଏକ ସ୍ତମ୍ଭ ଲେଖିଛନ୍ତି ଯେଉଁଥିରେ ସେ ଗାଇକୱାଡଙ୍କ ପାଇଁ ଟଙ୍କା ଆବଶ୍ୟକତା ବିଷୟରେ କହିଛନ୍ତି। ପୂରା ଖବର...

 

17:22 PM

PM Modi Speech: ସଂସଦରେ ମୋଦୀଙ୍କ ବକ୍ତବ୍ୟ
ଆମେ ବିରୋଧୀଙ୍କର ପିଲାଳିଆମି ଦୁଷ୍ଟାମୀ ଦେଖିଛୁ। ଗତକାଲି ସଂସଦରେ ବିରୋଧୀମାନେ ଏହି ପିଲାଳିଆମୀ ଦେଖିଛୁ। ଗତକାଲି ସଂସଦରେ ବିରୋଧୀ ଖାଲି ମୋତେ ମାଡ଼ ମରାହେଇଛି । ଏଠି ମାରିଲେ, ସେଠି ମାରିଲେ ବୋଲି ନାଟକ ଏଠି କାଲି ଚାଲିଥିଲା। 

17:20 PM

PM Modi Speech: ସଂସଦରେ ମୋଦୀଙ୍କ ବକ୍ତବ୍ୟ
କଂଗ୍ରେସ ଆର୍ଥିକ ଅରାଜକତା ପ୍ରଚାର କରୁଛି। ମହାପୁରୁଷଙ୍କ ବିରୋଧରେ ପ୍ରଚାର କରୁଛନ୍ତି। ଭାଷା ଆଧାରରେ ଦେଶକୁ ବିଭାଜନ କରିବାକୁ ପ୍ରୟାସ କରୁଛନ୍ତି। ନୂଆ ନୂଆ ଗୁଜବ ପ୍ରଚାର କରୁଛନ୍ତି। ଦେଶରେ ଅରାଜକତା ବଢାଇବାକୁ ପ୍ରୟାସ କରୁଛି କଂଗ୍ରେସ।

17:16 PM

PM Modi Speech: ସଂସଦରେ ମୋଦୀଙ୍କ ବକ୍ତବ୍ୟ
କଂଗ୍ରେସ ଖୋଲାଖୋଲି ଭାବେ ଗୋଟିଏ ଜାତିକୁ ଅନ୍ୟ ଏକ ଜାତି ବିରୋଧରେ ଲଢାଇବା କାର୍ଯ୍ୟ କରିଛି। ଦେଶର ଗୋଟିଏ ଜାତିର ଲୋକଙ୍କୁ ହିଂସ ବୋଲି କରୁଛି। କଂଗ୍ରେସ ଦେଶରେ ଅରାଜକତା ବଢାଉଛି। ଉତ୍ତରକୁ ଯାଇ ପଶ୍ଚିମ ବିରୋଧରେ ଉସୁକାଉଛନ୍ତି। କଂଗ୍ରେସ ଦଳ ପାପ କରିଛି। 

17:13 PM

PM Modi Speech: ସଂସଦରେ ମୋଦୀଙ୍କ ବକ୍ତବ୍ୟ
କଂଗ୍ରେସ ଯେଉଁମାନଙ୍କ ସହିତ ମେଣ୍ଟ୍ ଗଠନ କରେ ତାହାକୁ ହିଁ ଧ୍ୱଂସ କରିଥାଏ। ଲଢେଇରେ କଂଗ୍ରେସର ଭୋଟ ପ୍ରତିଶତ ହ୍ରାସ ପାଇଛି। ଷ୍ଟ୍ରାଇକ ରେଟ ୨୬ ପ୍ରତିଶତ ରହିଛି। ଯେଉଁଠାରେ କଂଗ୍ରେସ ଏକାକୀ ଲଢିଛି ସେଠାରେ ନିଜର ଅମାନତ ହରାଇଛି। ଏହି ନିର୍ବାଚନରେ ସ୍ପଷ୍ଟ ହୋଇଛି ଯେ କଂଗ୍ରେସ ବର୍ତ୍ତମାନ ପରଜୀବୀ ପାଲଟିଛି। ଏହା ସହିତ ନିଜର ସହଯୋଗୀଙ୍କ ଭୋଟ ମଧ୍ୟ ଖାଇଛି। ଯଦି ସହଯୋଗ ନ ପାଇଥାଆନ୍ତା ତେବେ ଏତିକି ଆସନ ପାଇବା ମଧ୍ୟ କଷ୍ଟସାଧ୍ୟ ହୋଇ ପଡ଼ିଥାନ୍ତା। 

17:04 PM

PM Modi Speech: ସଂସଦରେ ମୋଦୀଙ୍କ ବକ୍ତବ୍ୟ
୨୦୨୪ ପରେ କଂଗ୍ରେସ ଏକ ପରଜୀବୀ କଂଗ୍ରେସ ରହିଛି। କଂଗ୍ରେସ ନିଜର ସହଯୋଗୀ ଦଳ ବଳରେ ବଳବାନ ହୋଇଛି। ମୁଁ ଯେବେ ପରଜୀବୀ କଂଗ୍ରେସ କହୁଛି ତାହା କିଛି ତଥ୍ୟକୁ ଆଧାର କରି କହୁଛି। 

17:02 PM

PM Modi Speech: ସଂସଦରେ ମୋଦୀଙ୍କ ବକ୍ତବ୍ୟ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ସମୟରେ ବିରୋଧୀଙ୍କ ହଙ୍ଗାମା ଜାରି। ମଣିପୁର ପ୍ରସଙ୍ଗରେ ବିରୋଧୀମାନେ ହୋ ହଲ୍ଲା ଜାରି ରଖିଛନ୍ତି। 

 

16:59 PM

PM Modi Speech: ସଂସଦରେ ମୋଦୀଙ୍କ ବକ୍ତବ୍ୟ
ଆଗକୁ ତିନୋଟି ରାଜ୍ୟରେ ନିର୍ବାଚନ ରହିଛି। ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ହରିଆଣାରେ ବିଧାନସଭା ନିର୍ବାଚନ ରହିଛି। ପଞ୍ଜାବରେ ମଧ୍ୟ ଅଦ୍ଭୁତପୂର୍ବ ପ୍ରଦର୍ଶନ ରହିଛି। ଜନତା ଜନାର୍ଦ୍ଦନଙ୍କର ଆଶିର୍ବାଦ ଆମ ପ୍ରତି ରହିଛି। ୨୪ ନିର୍ବାଚନରେ କଂଗ୍ରେସ ପାଇଁ ମଧ୍ୟ ଲୋକଙ୍କ ଜନାଦେଶ ଦେଇଛନ୍ତି। ଆଉ ବିରୋଧୀ ଆସନରେ ବସିବାକୁ ଜନାଦେଶ ଦେଇଛନ୍ତି। ତର୍କ ଶେଷ ହେବା ପର୍ଯ୍ୟନ୍ତ ଏଭଳି ହୋ ହଲ୍ଲା କରିବାକୁ ଜନାଦେଶ ଦେଇଛନ୍ତି। ଲଗାତାର ତୃତୀୟ ଥର ପାଇଁ ମଧ୍ୟ କଂଗ୍ରେସ ୧୦୦ ଆସନ ପାଇ ପାରିନାହିଁ। କଂଗ୍ରେସ ଇତିହାସରେ ତୃତୀୟ ସବୁଠାରୁ ବଡ଼ ପରାଜୟ ରହିଛି। ତୃତୀୟ ଥର ପାଇଁ ସବୁଠାରୁ ନୈରାଶ୍ୟଜନକ ପରାଜୟର ସାମ୍ନା କରିଛି। 

16:55 PM

PM Modi Speech: ସଂସଦରେ ମୋଦୀଙ୍କ ବକ୍ତବ୍ୟ
ତୃତୀୟ ଥର ଶାସନ କ୍ଷମତାକୁ ଫେରିବା କିଛି ଛୋଟ କଥା ନୁହେଁ। ମିଛ ରାଜନୀତିରେ ଏହା କରିବା ସମ୍ଭବ ନୁହେଁ। ଏଥିପାଇଁ କାର୍ଯ୍ୟ କରିବାକୁ ପଡ଼େ। ଜନତା ଜନାର୍ଦ୍ଦନଙ୍କ ଭରସା ଜିତିବାର ଆବଶ୍ୟକ ରହିଛି। ଏଥିପାଇଁ ଜନତାଙ୍କ ଆଶିର୍ବାଦ ପାଇବାର ଆବଶ୍ୟକତା ରହିଛି। ଲୋକସଭା ନିର୍ବାଚନ ସହିତ ୪ଟି ରାଜ୍ୟରେ ମଧ୍ୟ ବିଧାନସଭା ନିର୍ବାଚନ ହୋଇଥିଲା। ଏହି ୪ ରାଜ୍ୟରେ ଏନଡିଏ ବିଜୟ ହାସଲ କରିଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶିର୍ବାଦରେ ଓଡ଼ିଶାରେ ଆମେ ସରକାର ଗଢିଛୁ। ଆନ୍ଧ୍ରପ୍ରଦେଶରେ ମଧ୍ୟ ଆମେ କ୍ଲିନ ସ୍ୱିପ କରିଛୁ। ଅରୁଣାଚଳ ପ୍ରଦେଶରେ ମଧ୍ୟ ଆଉଥରେ ସରକାର ଗଢିଛୁ। ସିକ୍କିମରେ ମଧ୍ୟ ଆମର ସରକାର ଚାଲୁଛି। ଏଇ କିଛି ଦିନ ପୂର୍ବରୁ ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ମଧ୍ୟ ଆମେ ପ୍ରଚଣ୍ଡ ବିଜୟ ଲାଭ କରିଛୁ। ଆମକୁ ଜନତା ଜନାର୍ଦ୍ଦନଙ୍କର ଆଶିର୍ବାଦ ମିଳୁଛି। କେରଳରେ ମଧ୍ୟ ଆମର ଖାତା ଖୋଲିଛୁ। ତାମିଲନାଡୁରେ ଏକାଧିକ ଆସନରେ ନିଜର ପ୍ରଚଣ୍ଡ ଦବଦବା ଜାହିର କରିପାରିଛନ୍ତି। ଆଉ କିଛି ରାଜ୍ୟରେ ବିଜେପିର ଭୋଟ ପ୍ରତିଶତ ବଢିଛି। 

16:53 PM

PM Modi Speech: ସଂସଦରେ ମୋଦୀଙ୍କ ବକ୍ତବ୍ୟ
ତୃତୀୟ ପାଳିରେ ଆମେ ତିନି ଗୁଣା ସ୍ପିଡ ରେ କାମ କରିବୁ। ୩ କୋଟି ଲକ୍ଷପତି ଦିଦି ପ୍ରସ୍ତୁତ କରିବାକୁ ଆମେ ସଂକଳ୍ପବଦ୍ଧ।

16:51 PM

PM Modi Speech: ସଂସଦରେ ମୋଦୀଙ୍କ ବକ୍ତବ୍ୟ
୧୦ ବର୍ଷରେ ଆମେ ଦେଶର କୋଟି କୋଟି ମହିଳାଙ୍କୁ ଏଣ୍ଟ୍ରପ୍ରିନ୍ୟୁର ଭାବେ ଗଢିବାକୁ ପ୍ରୟାସ କରିଛୁ। ସ୍ୱୟଂସହାୟକ ଗୋଷ୍ଠୀ ଜରିଆରେ ଏହି ସଂଖ୍ୟାକୁ ବଢାଇବାକୁ ପ୍ରୟାସ କରୁଛୁ। ଏଥିପାଇଁ ଲକ୍ଷପତି ମହିଳା ଯୋଜନାରେ ମହିଳାଙ୍କୁ ଆର୍ଥିକ ସହଯୋଗ ଯୋଗାଇ ଦେଇ ଆସୁଛୁ। ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ପ୍ରୟାସ କରୁଛୁ। 

16:47 PM

PM Modi Speech: ସଂସଦରେ ମୋଦୀଙ୍କ ବକ୍ତବ୍ୟ
ବିଗତ ୧୦ ବର୍ଷରେ ଭାରତୀୟ ଇକୋନୋମିକ କୋ ୧୦ରୁ ୫ ନମ୍ବରକୁ ଆଣିଛୁ। ଆମେ ପରବର୍ତ୍ତି ଲେବଲକୁ ଯିବା ପାଇଁ କାର୍ଯ୍ୟରତ ରହିଛୁ। ଆମର କାର୍ଯ୍ୟ ୩ ନମ୍ବରକୁ ନେବାକୁ କାର୍ଯ୍ୟ ଚଳାଇଛି। ୧୦ ବର୍ଷରେ ଦେଶରେ ମୋବାଇଲ ଫୋନର ବଡ଼ ବଜାର ପ୍ରସ୍ତୁତ କରିଛୁ। ଆମଦାନୀର ଏକ ବଡ଼ ବଜାର ସୃଷ୍ଟି କରିଛୁ। ଏବେ ଭାରତର ଲକ୍ଷ୍ୟ ବହୁତ ବଡ଼ ରହିଛି। 

16:46 PM

PM Modi Speech: ସଂସଦରେ ମୋଦୀଙ୍କ ବକ୍ତବ୍ୟ
୧୪୦ କୋଟି ଦେଶବାସୀଙ୍କ ମନରେ ବିଶ୍ୱାସ ଜନ୍ମ କରାଇବା ସହଜ କଥା ନୁହେଁ। ଏହି ବିଶ୍ୱାସ ବିକଶିତ ଭାରତର ବିଶ୍ୱାସ। କାଶ୍ମୀରବାସୀଙ୍କ ଭରସା ବଢିଛି। ଏବେ କାଶ୍ମୀରରେ ଏକ ମଜବୁତ ଲୋକତନ୍ତ୍ର ରହିଛି। 

16:44 PM

PM Modi Speech: ସଂସଦରେ ମୋଦୀଙ୍କ ବକ୍ତବ୍ୟ
ଦେଶର ପ୍ରତିଟି ନାଗରିକ ଏବେ ଜାଣୁଛି ଯେ ନିଜର ସୁରକ୍ଷା ପାଇଁ ଭାରତ କିଛି ବି କରିପାରେ। ଆର୍ଟିକିଲ ୩୭୦ ବଳରେ ଜମ୍ମୁ କାଶ୍ମୀର ଅବସ୍ଥାକୁ ଅତ୍ୟନ୍ତ ଦୟନୀୟ କରି ପକାଇଥିଲେ। ସେମାନଙ୍କର ଅଧିକାରକୁ ଛଡ଼ାଇ ନେଇଥିଲେ। ଧାରା ୩୭୦ ସମୟରେ ଜମ୍ମୁ କଶ୍ମୀରରେ ଲୋକମାନେ ନିରାଶାରେ ରହୁଥିଲେ। କହୁଥିଲେ କି ଜମ୍ମୁ କାଶ୍ମୀରରେ କିଛି ବି ହୋଇପାରିବନି। କିନ୍ତୁ ଏବେ ଜମ୍ମୁ କାଶ୍ମୀରରେ ଚିତ୍ର ବଦଳିବାରେ ଲାଗିଛି। ଏବେ ଆମ ସରକାରକୁ ମଧ୍ୟ ଜମ୍ମୁ କାଶ୍ମୀର ବାସୀ ସମର୍ଥନ କରୁଛନ୍ତି।

16:40 PM

PM Modi Speech: ସଂସଦରେ ମୋଦୀଙ୍କ ବକ୍ତବ୍ୟ
୨୦୧୪ ପୂର୍ବରୁ ଗୋଟିଏ ସମୟ ଥିଲା ଯେ ଫୋନ ବ୍ୟାଙ୍କିଂ ମାଧ୍ୟମରେ କୋଟି କୋଟି ଟଙ୍କା ଦୁର୍ନିତୀ ହେଉଥିଲା। ନିଜ ବ୍ୟକ୍ତିଗତ ସମ୍ପତ୍ତି ଭଳି ବ୍ୟାଙ୍କର କୋଟି କୋଟି ଟଙ୍କା ଲୁଟ କରାଯାଉଥିଲା। ୨୦୧୪ ପରେ ଏଭଳି ସୁଧାର ଆସିଛି। ଏବେ ସମଗ୍ର ବିଶ୍ୱରେ ଭାରତୀୟ ବ୍ୟାଙ୍କର ନାଁ ସାମିଲି ହେଉଛି। ୨୦୧୪ ମସିହା ପୂର୍ବରୁ ଆତଙ୍କୀ ସୀମା ପାରରୁ ଆସି ଯେଉଁଠାରେ ଚାହୁଁଥିଲେ ସେଠାରେ ଆକ୍ରମଣ କରୁଥିଲେ। ନିର୍ଦ୍ଦୋଶ ଲୋକଙ୍କର ପ୍ରାଣହାନୀ ଘଟୁଥିଲା। ଏସବୁ ଦେଖିକି ସରକାର ନିରବ ରହୁଥିଲେ। କିନ୍ତୁ ବର୍ତ୍ତମାନର ସମୟ ଭାରତ ଘରେ ପଶିକି ମାରିବାର କ୍ଷମତା ରଖୁଛି। ସର୍ଜିକାଲ ଷ୍ଟ୍ରାଇକ କରୁଛି। ଏୟାର ଷ୍ଟ୍ରାଇକ କରୁଛି। ଆତଙ୍କଦାବୀର ଆକ୍କାଙ୍କୁ ମଧ୍ୟ ଘରେ ପଶି ମାରୁଛି। 

16:39 PM

PM Modi Speech: ସଂସଦରେ ମୋଦୀଙ୍କ ବକ୍ତବ୍ୟ
ସେହି ସମୟରେ ଏଥିରୁ ମୁକ୍ତି ପାଇଁ ଆମକୁ ଶାସନ କରିବାକୁ ସୁଯୋଗ ଦେଇଥିଲେ ଦେଶବାସୀ। ସେବେଠାରୁ ଦେଶରେ ପରିବର୍ତ୍ତନର ସମୟ ଆସିଥିଲା। ମୁଁ ଦାବିର ସହ କରିପାରିବି ଯେ ମୋ ସରକାର ଦେଶବାସୀଙ୍କ ଆଶା ପୁରଣ କରିବାରେ ସକ୍ଷମ ହୋଇଛି। ଧିରେଧିରେ ଦେଶବାସୀମାନେ କହିଥିଲେ କି ଏହି ଦେଶରେ ସବୁ କିଛି ସମ୍ଭବ ହୋଇପାରିବ। 

16:37 PM

PM Modi Speech: ସଂସଦରେ ମୋଦୀଙ୍କ ବକ୍ତବ୍ୟ
୨୦୧୪ ମସିହାରେ ସମଗ୍ର ଦେଶ ଜାଣିଥିଲା ଦୁର୍ନିତୀର ମାତ୍ରା। ଦିଲ୍ଲୀରୁ ୧ ଟଙ୍କା ବାହାରିଲେ ୧୫ ପଇସା ପହଞ୍ଚୁଥିଲା। ଗରୀବକୁ ସାମାନ୍ୟ ଘରଟିଏ ନେବାକୁ ହେଲେ ହଜାର ହଜାର ଟଙ୍କାର ଲାଞ୍ଚ ଦେବାକୁ ପଡିଥିଲା। ଗ୍ୟାସଟି ନେବାକୁ ହେଲେ ଏମପି, ଏମଏଲଏ, ମନ୍ତ୍ରୀଙ୍କ ଘର ଆଗରେ ଚକ୍କର କାଟିବାକୁ ପଡୁଥିଲା। ସେତେବେଳେ ରାସନ ନେବାକୁ ହେଲେ ବି ଲାଞ୍ଚ ଦେବାକୁ ପଡୁଥିଲା। ସେତେବେଳେ ଆମର ଦେଶବାସୀ ଏହାକୁ ଆପଣାଇବାକୁ ବାଧ୍ୟ ହେଉଥିଲେ। ୨୦୧୪ରୁ ଏଭଳି ସ୍ଥିତି ରହିଥିଲା ଦେଶରେ।

16:35 PM

PM Modi Speech: ସଂସଦରେ ମୋଦୀଙ୍କ ବକ୍ତବ୍ୟ
୨୦୪୭ ମସିହା ପର୍ଯ୍ୟନ୍ତ ଏକ ବିକଶିତ ରାଷ୍ଟ୍ର ପାଇଁ ମୁଁ ୨୪ ଘଣ୍ଟା କାର୍ଯ୍ୟ କରିବି। ଏଥିପାଇଁ ବିକଶିତ ଭାରତ ପାଇଁ ସଂକଳ୍ପକୁ ପୁରା କରିବାକୁ ସରକାର କାର୍ଯ୍ୟ କରୁଛନ୍ତି।

16:32 PM

PM Modi Speech: ସଂସଦରେ ମୋଦୀଙ୍କ ବକ୍ତବ୍ୟ
ବିକଶିତ ଭାରତର ଅର୍ଥ ହେଉଛି ଯେ କୋଟିକୋଟି ନାଗରିକଙ୍କ ପାଇଁ ଅନେକ ଅବସର ଉପଲବ୍ଧ ହୋଇତାଏ। ସେମାନେ ନିଜର କ୍ଷମତା ଅନୁସାରେ ବିକାଶର ସୁଫଳ ନେଇଥାନ୍ତି। ମୁଁ ଦେଶବାସୀଙ୍କୁ ପ୍ରତିଶୃତି ଦେଉଛି ଯେ ଯେଉଁସବୁ ପ୍ରତିଶୃତି ଦିଆଯାଇଛି ତାହା ସମସ୍ତ ପୂରଣ ହେବ। ଆଉ ଏହା ସହିତ ମଧ୍ୟ ମୁଁ ପ୍ରତିଜ୍ଞା କରୁଛି କି ମୁଁ ଦେଶବାସୀଙ୍କ ପାଇଁ ୨୪ ଘଣ୍ଟା ଧରି କାର୍ଯ୍ୟ କରିବି।

16:29 PM

PM Modi Speech: ସଂସଦରେ ମୋଦୀଙ୍କ ବକ୍ତବ୍ୟ
ଯେବେ ଦେଶ ବିକଶିତ ହୋଇଥାଏ, ସେତେବେଳେ ଆଗାମୀ ପିଢି ପାଇଁ ମଧ୍ୟ ଏକ ଉଜ୍ଜ୍ୱଳ ଭବିଷ୍ୟତ ମଧ୍ୟ ସୃଷ୍ଟି ହୋଇଥାଏ। ଯେବେ ଦେଶ ବିକଶିତ ହୋଇଥାଏ, ସେତେବେଳେ ଆମ ସହର ଗାଁର ସ୍ଥିତିରେ ମଧ୍ୟ ସୁଧାର ଆସିଥାଏ। ଗାଁ ଜୀବନରେ ଉନ୍ନତି ଆସିଥାଏ। ଗୌରବମୟ ହୋଇଥାଏ। 

 

16:27 PM

PM Modi Speech: ସଂସଦରେ ମୋଦୀଙ୍କ ବକ୍ତବ୍ୟ
ଏହି ନିର୍ବାଚନରେ ଏହି ପ୍ରସଙ୍ଗକୁ ସିଦ୍ଧ କରିଛି ଯେ, ଭାରତୀୟ ଭୋଟର କେତେ ପରିପକ୍ୱତା, କେତେ ବିବେକ ପୂର୍ଣ୍ଣ। ଏହି ନିର୍ବାଚନ ଆମକୁ ଶାସନ କ୍ଷମତା ଦେଇଥିବାରୁ ଆମେ ବିନମ୍ରତାପୂର୍ଣ୍ଣ କାର୍ଯ୍ୟ କରିବାକୁ ପ୍ରତିଜ୍ଞାବଦ୍ଧ। ଆମର କାର୍ଯ୍ୟଶୈଳୀ, କାର୍ଯ୍ୟ ପ୍ରତି ନିଷ୍ଠାକୁ ଦେଖି ଆମକୁ ତୃତୀୟଥର ପାଇଁ ଶାସନ ଭାର ଦେଇଛନ୍ତି। 

16:27 PM

PM Modi Speech: ସଂସଦରେ ମୋଦୀଙ୍କ ବକ୍ତବ୍ୟ
ଦେଶ ତୁଷ୍ଟିକରଣ ରାଜନୀତି ମଧ୍ୟ ଦେଖିଛି। ତୁଷ୍ଟିକରଣର ଗଭର୍ଣ୍ଣାନ୍ସ ମଧ୍ୟ ଦେଖିଛି।

16:25 PM

PM Modi Speech: ସଂସଦରେ ମୋଦୀଙ୍କ ବକ୍ତବ୍ୟ
ଆମେ ତୁଷ୍ଟିକରଣ ନୀତି ନୁହେଁ, ସନ୍ତୁଷ୍ଟିକରଣ ନୀତିରେ କାର୍ଯ୍ୟ କରୁଛୁ। ଯେବେ ଆମେ ସନ୍ତୁଷ୍ଟିକରଣ ନୀତିରେ କାର୍ଯ୍ୟ କରୁଛୁ ସେବେ ଆମେ ପ୍ରତିଟି ଯୋଜନା କିଭଳି ଭାବେ ପ୍ରତିଟି ତୃଣମୂଳସ୍ତରରେ ପହଞ୍ଚିବ ତାହା ଉପରେ ଆମ ସରକାର କାର୍ଯ୍ୟ କରୁଛି। 

16:23 PM

PM Modi Speech: ସଂସଦରେ ମୋଦୀଙ୍କ ବକ୍ତବ୍ୟ
ସମଗ୍ର ବିଶ୍ୱରେ ଭାରତକୁ ନେଇ ଦୃଷ୍ଟିଭଙ୍ଗୀ ବଦଳିଛି। ଆମର ଲକ୍ଷ୍ୟ ଭାରତ ପ୍ରଥମେ। ଆମର ନୀତି କାରଣରୁ ସମଗ୍ର ବିଶ୍ୱରେ ଦେଶ ପ୍ରତି ଦୃଷ୍ଟି ଭଙ୍ଗୀରେ ପରିବର୍ତ୍ତନ ଆସିଛି। 

16:21 PM

PM Modi Speech: ସଂସଦରେ ମୋଦୀଙ୍କ ବକ୍ତବ୍ୟ
ବିଗତ ୧୦ ବର୍ଷରେ ୨୫ କୋଟି ଲୋକ ଗରିବୀ ସୀମା ରେଖା ଉପରକୁ ଆସିଛନ୍ତି। ଏତେ କମ ସମୟ ମଧ୍ୟରେ ଏତେ ସଂଖ୍ୟକ ଲୋକଙ୍କୁ ଗରିବୀ ସୀମା ରେଖା ଉପରକୁ ଆଣିବା ଆମ ପାଇଁ ଆଶିର୍ବାଦ ପାଲଟିଥିଲା। ୨୦୧୪ ମସିହାରେ ଯେତେବେଳେ ଆମେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିଲୁ ସେବେ ଆମେ କହିଥିଲୁ କି ଜିରୋ ଟଲେରାନ୍ସ ନିୟମ ପାଳନ କରିବୁ। ଜିରୋ ଟଲେରାନ୍ସ ନୀତିକୁ ଆମେ କଡ଼ାକଡ଼ି ଭାବେ ପାଳନ କରିଆସୁଛୁ ବୋଲି ମୋଦୀ କହିଛନ୍ତି। 

16:20 PM

PM Modi: ସଂସଦରେ ମୋଦୀଙ୍କ ବକ୍ତବ୍ୟ
ଦେଶବାସୀ ଆମର ଦଶବର୍ଷର କାର୍ଯ୍ୟକାଳକୁ ଦେଖିଛନ୍ତି। ତୃତୀୟ ଥର ପାଇଁ ଆମକୁ ଦେଶବାସୀ ସେବା କରିବାକୁ ସୁଯୋଗ ଦେଇଛନ୍ତି। 

16:19 PM

PM Modi: ସଂସଦରେ ମୋଦୀଙ୍କ ବକ୍ତବ୍ୟ
ସଂସଦର ଗରିମାକୁ ବଜାୟ ରଖିବାକୁ କହିଲେ ବାଚସ୍ପତି। ଏହା ସହିତ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଚେତାବନୀ ଦେଲେ ସ୍ପିକର। 

16:18 PM

PM Modi: ସଂସଦରେ ମୋଦୀଙ୍କ ବକ୍ତବ୍ୟ
ବିରୋଧୀଙ୍କ ଉପରେ ବର୍ଷିଲେ ବାଚସ୍ପତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ ସମୟରେ ବିରୋଧୀମାନେ ହୋ ହଲ୍ଲା କରୁଥିବାରୁ ବିରୋଧୀଙ୍କୁ ତାଗିଦ କରିଛନ୍ତି ବାଚସ୍ପତି।

16:15 PM

PM Modi: ସଂସଦରେ ମୋଦୀଙ୍କ ବକ୍ତବ୍ୟ
ଏହି ନିର୍ବାଚନ ସମଗ୍ର ବିଶ୍ୱକୁ ଦେଖାଇଛି ଯେ ସବୁଠାରୁ ବଡ଼ ନିର୍ବାଚନ ଚ୍ୟାଲେଞ୍ଜ ରହିଥିଲା। ଏହି ନିର୍ବାଚନରେ ଦେଶବାସୀ ଆମକୁ ଶାସନ ଭାର ଦେଇଛନ୍ତି। ଏହି ନିର୍ବାଚନ ଫଳାଫଳକୁ ନେଇ ମୁଁ ବୁଝି ପାରୁଛି କିଛି ଲୋକଙ୍କ ପାଇଁ ସମସ୍ୟା ରହିଛି। ଏହା ସହିତ ସବୁ ପ୍ରକାର ପ୍ରୟାସ ସହିତ କିଛି ଲୋକଙ୍କର ପରାଜୟ ହୋଇଛି। ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। 

16:14 PM

PM Modi: ସଂସଦରେ ମୋଦୀଙ୍କ ବକ୍ତବ୍ୟ
ସଂସଦରେ ରାଷ୍ଟ୍ରପତି ନିଜ ବକ୍ତବ୍ୟରେ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି। ଆମକୁ କାର୍ଯ୍ୟ କରିବାର ପ୍ରେରଣା ଯୋଗାଇଛନ୍ତି। ସେଥିପାଇଁ ମୁଁ ତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

14:43 PM

Odisha News Live Updates: ବଦଳା ଚାଲିଛି ଲକ୍ଷ୍ମୀ ବସ୍ ରଙ୍ଗ
ବଦଳିଯାଇଛି ସରକାର। ଏବେ ବଦଳାଚାଲିଛି ପୂର୍ବତନ ସରକାର ଦେଇଆସୁଥିବା ସମସ୍ତ ଯୋଜନାର ରୂପରଙ୍ଗ। ସେଇ ପୁରୁଣା ସେବା ହେଲେ ନୂଆ ଢଙ୍ଗରେ ଜନତାଙ୍କୁ ଭେଟିଦେବେ ନୂଆ ସରକାର। ଏଥିପାଇଁ ବଦଳା ଚାଲିଛି ରଙ୍ଗ। ଯାହା ସବୁଜ ଥିଲା ତାହା ଏବେ ଗେରୁଆ କରାଯାଉଛି। ଏମିତି କିଛି ଦୃଶ୍ୟ ରହିଛି ଢେଙ୍କାନାଳ ବସ୍ ଷ୍ଟାଣ୍ଡର। ବସ୍ ଷ୍ଟାଣ୍ଡରେ ଧାଡିକୁ ଧାଡି ଛିଡା ହୋଇଛି ପୂର୍ବତନ ସରକାରଙ୍କ ଦ୍ବାରା ଦିଆଯାଇଥିବା ଲକ୍ଷ୍ମୀ ବସ୍ ସେବା। ଏହାକୁ ଗୋଟା ପରେ ଗୋଟା ସବୁଜରୁ ଗେରୁଆ କରୁଛନ୍ତି ରଙ୍ଗମିସ୍ତ୍ରୀ। ଲକ୍ଷ୍ମୀ ବସରୁ ପୂର୍ବରୁ ଏହାର ଷ୍ଟିକର ହଟାଯାଇଥିବା ବେଳେ ଏହା ପରିବର୍ତ୍ତିତ ହୋଇ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ ହେବ ବୋଲି ସ୍ପଷ୍ଟ କରିଥିଲେ ବିଭାଗୀୟ ମନ୍ତ୍ରୀ। ଯେଉଁ କାରଣରୁ ଏଠି ରଙ୍ଗ ବଦଳାଯାଉଥିବା ଦେଖିବାକୁ ମିଳିଛି।

14:39 PM

Odisha News Live Updates: ସର୍ବନିମ୍ନ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ ସରକାରୀ ଭତ୍ତା: ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ବିଭିନ୍ନ ବର୍ଗରେ ଲୋକଙ୍କୁ ମିଳୁଥିବା ସରକାରୀ ଭତ୍ତା ପରିମାଣ ବୃଦ୍ଧି ପାଇବ। ଏହି ଭତ୍ତା ଟଙ୍କାକୁ ସର୍ବନିମ୍ନ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ। ଏନେଇ ଘୋଷଣା କରିଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତାକୁ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ। ସେ ନେଇ ପ୍ରସ୍ତୁତି ଚାଲିଛି ଏବଂ ଅର୍ଥ ବିଭାଗ ସହ ବିସ୍ତୃତ ଆଲୋଚନା ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଗଣଶିକ୍ଷା ତଥା ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।

14:38 PM

Odisha News Live Udpates: ବେକରେ ଦଉଡ଼ି ଦେଇ ଜୀବନ ହାରିଲେ ନାବାଳିକା
ଭଦ୍ରକର  ଜଗନ୍ନାଥପୁର ଅଞ୍ଚଳରେ ଜଣେ ନାବାଳିକା ନିଜ ଘରେ ବେକରେ ଦଉଡ଼ି ଲଦେଇ ଆତ୍ମହତ୍ୟା କରିଛନ୍ତି। ଆଜି ସକାଳୁ ଘର ଲୋକ ଏ ସମ୍ପର୍କରେ ଜାଣିବା ପରେ ଭଦ୍ରକ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଟାଉନ୍ ପୁଲିସ ଖବର ପାଇବା ପରେ ଘଟଣାସ୍ଥାଳକୁ ଯାଇ ପୁଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ଝୁଲନ୍ତା ଅବସ୍ଥାରେ ନାବାଳିକାଙ୍କ ଶବ ଉଦ୍ଧାର କରିଥିଲେ। ଶବ ଉଦ୍ଧାର ପରେ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡ଼ିକାଲକୁ ପଠାଇଥିଲେ।

13:25 PM

ରାଜ୍ୟ ସରକାରଙ୍କ ଆଉ ଏକ ନିଷ୍ପତ୍ତି। ବଢ଼ିବ ଭତ୍ତା ଟଙ୍କା। ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ବୃଦ୍ଧି ପ୍ରସ୍ତୁତି ଚାଲିଛି ବୋଲି ଗଣଶିକ୍ଷା ମନ୍ତ୍ରୀ ତଥା ସାମାଜିକ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ସୂଚନା ଦେଇଛନ୍ତି। ଭତ୍ତା ଟଙ୍କାକୁ ୩ହଜାର ଟଙ୍କାକୁ ବୃଦ୍ଧି କରାଯିବ। ଏନେଇ ଘୋଷଣା କରିଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଶ୍ରୀ ଗଣ୍ଡ କହିଛନ୍ତି ଯେ, ଭତ୍ତା ୩ ହଜାରକୁ ବୃଦ୍ଧି ନିଷ୍ପତ୍ତି ହୋଇଛି, ସେଥିପାଇଁ ପ୍ରସ୍ତୁତି ଚାଲିଛି। ବଜେଟ କେତେ ଆସୁଛି ଦେଖିବୁ, ଅର୍ଥ ବିଭାଗର କ୍ଲିୟରାନ୍ସ ନେବୁ। ପରବର୍ତ୍ତୀ ସମୟରେ ଏହାକୁ କାର୍ଯ୍ୟକାରୀ କରିବୁ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ନିର୍ବାଚନ ପୂର୍ବରୁ ବିଜେପି ଭତ୍ତା ବୃଦ୍ଧି କରିବାକୁ ଯେଉଁ ମାନିଫେଷ୍ଟା ଦେଇଥିଲା ତାକୁ ପୂରଣ କରିବାକୁ ଯାଉଛି ବୋଲି କୁହାଯାଉଛି। 

12:56 PM

Odisha News Live updates: ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ: ବନ୍ଧା ହେଲା ଅଭିଯୁକ୍ତ
ରାଜଧାନୀରେ ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ଖୁଣ୍ଟିଆକୁ ଗିରଫ କରିଛି କମିସନରେଟ୍ ପୁଲିସ। ଗତକାଲି ୩ ବର୍ଷର ଝିଅକୁ ସନ୍ତୋଷ ଦୁଷ୍କର୍ମ କରିବା ପରେ କେଉଁଆଡେ ଫେରାର ହୋଇଯାଇଥିଲା। ତାର ସହଯୋଗୀକୁ ପୁଲିସ ଅଟକ ରଖି ଜେରା କରିଥିଲା। ତେବେ ପୀଡ଼ିତାର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏବେ କ୍ୟାପିଟାଲ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି। ଏନେଇ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

12:55 PM

Odisha News LIve Updates: ଦୁଇ ଦିନ ରଥଯାତ୍ରା ଛୁଟି
ଜୁଲାଇ ୮ତାରିଖ ସରକାରୀ ଛୁଟି ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ଅନୁଷ୍ଠିତ ହେଉଥିବା ହେତୁ ସୋମବାର ମଧ୍ୟ ଛୁଟି।

12:40 PM

ରାଜଧାନୀରେ ନାବାଳିକାକୁ ବଳାତ୍କାର ଘଟଣା:
ରାଜଧାନୀର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପାଞ୍ଚଗାଁ କୋଠସାହିର ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏୟାରଫିଲ୍ଡ ଥାନା ପୁଲିସ ଅଭିଯୋଗ ପାଇ ଏକ ବଳାତ୍କାର ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ଉକ୍ତ ଗାଁର କାହ୍ନା। ଗିରଫ ପରେ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବ ପୁଲିସ। 

12:11 PM

ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ଜାରି ରହିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ନିଜର ଅଭିଭାଷଣ ରଖିବେ । ତେବେ ଏହାପୂର୍ବରୁ ଆଜି ଏନଡିଏର ସଂସଦୀୟ ଦଳ ବୈଠକରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ବୈଠକ ପରେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ସାଂସଦଙ୍କୁ ଅନେକ ପରାମର୍ଶ ଦେଇଛନ୍ତି ।

11:13 AM

Gold Rate Today: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ଗ୍ରାମ ପିଛା ୬,୬୩୫ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୨୩୮ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫,୪୨୯ ଟଙ୍କା ରହିଛି। ସମାନ ଭାବରେ ମାୟାନଗରୀ ମୁମ୍ବାଇରେ ମଧ୍ୟ ସୁନା ଭରି ୨୨ କ୍ୟାରେଟର ଦାମ୍ ୬,୬୩୫  ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୨୩୮ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫,୪୨୯ ଟଙ୍କା ରହିଥିବା ଦେଖିବାକୁ ମିଳିଛି।

10:43 AM

Petrol Diesel Price Today: ଓଡ଼ିଶାରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ପିଛା  ୧୦୧ ଟଙ୍କା ୩୪ ପଇସା ରହିଛି । ସେହିପରି ଡିଜେଲ (୧ ଲିଟର) ୯୨ ଟଙ୍କା ୬୪  ପଇସା ରହିଛି। ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ୯୪.୭୨ ରହିଥିବା ବେଳେ ଡିଜେଲ (୧ ଲିଟର) ୮୭.୬୨ ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୪.୨୧ ରହିଥିବା ବେଳେ ଡିଜେଲ(୧ ଲିଟର) ୯୨.୧୫ ରହିଛି। ସେପଟେ, ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୦ .୭୫ ରହିଥିବା ବେଳେ ଡିଜେଲ (୧ ଲିଟର) ୯୨.୩୪ ରହିଛି। କୋଲକାତାରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୩.୯୪ ରହିଥିବା ବେଳେ ଡିଜେଲ (୧ ଲିଟର) ୯୦.୭୬ ରହିଛି।

10:26 AM

Odisha News: ହଦଗଡ଼ ଡ୍ୟାମରେ ଏବେ ପରିଦର୍ଶନ କୁ ବନ୍ଦ କରଯାଇଛି। ଗେଟରେ ତାଲା ପକାଯାଇ ପର୍ଯ୍ୟଟକ ମାନଙ୍କୁ ଭିତରକୁ ବୁଲିବାକୁ ଛଡ଼ା ଯାଉନାହିଁ। ଯାହାକୁ ନେଇ ପର୍ଯ୍ୟଟକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାଇ ହଦଗଡ଼ ଡ୍ୟାମ ବୁଲିବାକୁ ଓଡ଼ିଶା ତଥା ଓଡ଼ିଶା ବାହାରୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକ ମାନେ ଡ୍ୟାମ ଉପରେ ବୁଲିବା ସହିତ ସାଳନ୍ଦୀ ଡ୍ୟାମର ନୀଳ ଜଳରାଶି କୁ ଉପଭୋଗ କରିଥାନ୍ତି ଯେଉଁ ମାନେ ଭୋଜିଭାତ କରିଥାନ୍ତି ସେମାନେ ଡ୍ୟାମ ତଳେ ନଦୀ କୂଳରେ ଭୋଜି କରିଥାନ୍ତି। ଏତେ ସଂଖ୍ୟକ ପର୍ଯ୍ୟଟକ ଆସୁଥିବାରୁ ସ୍ଥାନୀୟ ଅଞ୍ଚଳର କିଛି କ୍ଷୁଦ୍ର ବ୍ୟବସାୟୀ ଛୋଟ ମୋଟ ବେପାର କରି ଚଳିବା ସହିତ ପରିବାର ପ୍ରତିପୋଷଣ କରିଥାନ୍ତି। ଏପରିକି ହଦଗଡ଼ ବଜାରରେ ଥିବା ବ୍ୟବସାୟୀମାନେ ଭଲ ଦିପଇସା ବେପାର କରିଥାନ୍ତି। କିନ୍ତୁ ସବୁଥିରେ ଏବେ ରୋକ ଲାଗିଯାଇଛି।

10:01 AM

Laxmi Bus: ଗମନାଗମନ ପାଇଁ ବିଜେଡି ସରକାର ଦ୍ୱାରା ଆରମ୍ଭ ହୋଇଥିବା ଲକ୍ଷ୍ମୀବସ୍‌ ଯୋଜନା ସବୁଜରୁ ସବୁଜରୁ ଗେରୁଆକୁ ରୂପାନ୍ତରିତ କରାଯାଉଛି। ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ନବୀନ ସରକାର ଦ୍ୱାରା ଚାଲୁଥିବା ଲକ୍ଷ୍ମୀ ବସକୁ ବିଜେପି ସରକାର ରଙ୍ଗ ବଦଳାଇ ନୂଆ ରୁପ ଦେବାରେ ଲାଗିଛି। ଏପର୍ଯ୍ୟନ୍ତ ପାଖାପାଖି ୨୮ ଲକ୍ଷ୍ମୀବସରୁ ଅଧିକ ବସକୁ ଏହିପରି ଗେରୁଆ ରଙ୍ଗ କରାଯାଉଛି। ନିର୍ବାଚନରେ ବିଜେଡି ପରାଜିତ ହେବା ପରେ ରାତାରାତି ଲକ୍ଷ୍ମୀବସ୍‌ଗୁଡ଼ିକରୁ ‘ଶଙ୍ଖ’ ଲୋଗୋ ଷ୍ଟିକର ହଟାଇ ଦିଆଯାଇଥିବା ଦେଖିବାକୁ ମିଳିଥିଲା। ଢେଙ୍କାନାଳ(Dhenkanal) ବସ‌ଷ୍ଟାଣ୍ଡରେ ରହୁଥିବା ବସ୍‌ଗୁଡ଼ିକୁ ଗେରୁଆ ରଙ୍ଗ କରାଯାଉଥିବା ଦେଖାଯାଇଛି। ସୋମବାର ୩ଟି ବସ୍‌ର ରଙ୍ଗ ବଦଳା ଯାଇଛି। ଏସଂପର୍କରେ ଆର୍‌ଟିଓ(RTO)ଙ୍କ ପାଖରେ କୌଣସି ସୂଚନା ନାହିଁ। ଦାୟିତ୍ୱରେ ରହିଥିବା ଓଏସ୍‌ଆର୍‌ଟିସି ମ୍ୟାନେଜର୍‌ଙ୍କ ପାଖରେ ବି କୌଣସି ସୂଚନା ନାହିଁ।

09:51 AM

Weather Report: ଚଳିତ ବର୍ଷ ମୌସୁମୀ ବାୟୁ ଠିକ୍ ସମୟରେ ଓଡ଼ିଶା ଛୁଇଁଥିଲେ ସୁଦ୍ଧା ଜୁନ୍ ମାସରେ କିଛି ଜିଲ୍ଲାରେ ସ୍ବାଭାବିକ ଠାରୁ କମ୍ ବର୍ଷା ବା ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ଦୁଇ ସପ୍ତାହ ଧରି ଓଡ଼ିଶାରୁ ମୌସୁମୀ (Mansoon) ଉଭାନ ହୋଇଯିବା ଦ୍ବାରା ୨୭ ପ୍ରତିଶତ ନିଅଣ୍ଟିଆ ବର୍ଷାରେ ଶେଷ ହୋଇଛି ଜୁନ୍‌ ମାସ।।ଏହାରି ମଧ୍ୟରେ ଜୁଲାଇ ମାସରେ ଓଡ଼ିଶାରେ ସ୍ବାଭାବିକ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଆଜି ରାଜ୍ୟର ୬ଟି ଜିଲ୍ଲାରେ ମୌସୁମୀ ଜନିତ ବର୍ଷା ହେବା ନେଇ ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ। ଆଜି ରାଜ୍ୟର ୬ଟି ଜିଲ୍ଲାରେ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼ ଓ ରାୟଗଡ଼ାରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ବିଭାଗ।

09:21 AM

Odisha News: ବିନା ଅନୁମତିରେ କାଟି ହେବନାହିଁ ତାଳଗଛ। ପଡ଼ିଆରେ ତାଳଗଛ ବ୍ୟାପକ କଟା ହେଉଥିବାରୁ ବଜ୍ରପାତ ଆଶଙ୍କା ବଢ଼ୁଥିବା ଆକଳନ କରାଯାଇଛି। ବଜ୍ରପାତକୁ ନିୟନ୍ତ୍ରଣ କରିବାରେ ଏହି ଡେଙ୍ଗା ଗଛ ଅନେକ ଗୁରୁତ୍ୱ ବହନ କରୁଥିବାରୁ ତାଳଗଛ କାଟିବା ଉପରେ ପ୍ରତିବନ୍ଧକ ଲାଗୁ କରିଛନ୍ତି ପ୍ରଧାନ ମୁଖ୍ୟ ସଂରକ୍ଷକ। ଏବେ ଜଙ୍ଗଲ ବିଭାଗର ପୂର୍ବ ଅନୁମତି ନେଇ ତାଳଗଛ କଟାଯାଇପାରିବ।

08:56 AM

ଆଜି ଲୋକସଭାର ସପ୍ତମ କାର୍ଯ୍ୟ ଦିବସ:
ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନାର ଦ୍ୱିତୀୟ ଦିନ। ଆଜି ପ୍ରଧାନମନ୍ତ୍ରୀ ଏହି ଅଭିଭାଷଣ ଉପରେ ମତ ରଖିବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟତଃ ପ୍ରଧାନମନ୍ତ୍ରୀଙ୍କ ଭାଷଣ ସରକାରଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ ବୟାନ କରିବେ। ଏହା ସହ ବିରୋଧୀ ଦଳ ନେତାଙ୍କ ଆକ୍ଷେପକୁ ଜବାବ ପାଇଁ ଉଦ୍ଦିଷ୍ଟ ହେବ। ଏହାଦ୍ୱାରା ଲୋକସଭାରେ ଆଜି ପରିସ୍ଥିତି ସରଗରମ ହେବ ବୋଲି ଆଶା କରାଯାଉଛି।